ଫଗୁରେ ଫଗୁଣ ରଙ୍ଗ ମୋ ଅଧର
ପ୍ରେମର ପରଶ ପାଇ,
ବସନ୍ତ ମଳୟ ଲାଗୁଛି ଜହର
ବିରହ ଯାତନା ସହି
ଅମଳିନ ରଙ୍ଗ ବିରହ ବିଧୁର
ଅମାନିଅ ଜହ୍ନ ଆସେ ଉଇଁ,
ସ୍ମୃତିର ପାହାଡ଼ ସ୍ବପ୍ନ ହୋଇ ଝରେ
ଆଖିପତା ଖୋଲେ ନାହିଁ
ପାଗଳ ଭ୍ରମର ଗୁଣୁଗୁଣୁ ଗାଏ
ମୋ’ ଛିନ୍ନ ଆଶାର ଆହତ ସ୍ବରକୁ
ତୁମେ, ଶୁଣିପାର ଅବା ନାହିଁ
ତଥାପି କାହିଁକି, ଅଲୋଡ଼ା ଜୀବନ
ତୁମ ପ୍ରେମ ସାଗରେ
ଚାହୁଁଛି ଡୁବିବା ପାଇଁ....
ବସନ୍ତ ମଳୟ ଲାଗୁଛି ଜହର
ବିରହ ଯାତନା ସହି
ମେଟ୍ରୋପଲିଟାନ୍ କୋପରେଟିଭ୍ ହାଉସିଂ ସୋସାଇଟି
ସେକ୍ଟର-ଏ, ପ୍ଲଟ୍ ନଂ - ୯୪, କୋଲକାତା -୭୦୦୧୦୫
Go Back to Previous Page
ଉଷା
ପ୍ରୀତିନନ୍ଦା ପାଣିଗ୍ରାହୀ
Read Article
ହେ ନ୍ୟାୟମୂର୍ତ୍ତି
ବୈଚନ୍ଦ୍ର ମଲ୍ଲିକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ