ଉଷା ଆଞ୍ଜୁଳାରେ ଆଞ୍ଜୁଳେ ଆଣିଛି
ମୁକୁତା ଉପହାର
ଗଭାରେ ଖଞ୍ଜିଛି ଇନ୍ଦ୍ରଧନୁ ପୁଣି
ବଉଦ ମାଳ ମାଳ
ଘାସର ଗାଲିଚା ବିଛେଇ ଟାକିଛି
ଉଷା ଆଗମନ ଦେଖି
କିଏ ସେ ଅତିଥି କାହା ମନଜାଣି
ଟାକିଛି ସମ୍ଭାର ରଖି
କାକ, ଶୁକ, ପିକ ପ୍ରଭାତୀ ଗାଆନ୍ତି
କାହାକୁ କରିବେ ବଶ
କାହା ମନଜାଣି ଏ ଗୀତ ଗାଆନ୍ତି
ଦେଇ ସତେ ନବରସ
ଆମ୍ର ମଞ୍ଜରୀକୁ ବଉଳର ବାସ
ମନକୁ ଚୋରାଇ ନିଏ
ବସନ୍ତ ଆସୁଛି ନବବଧୂ ସାଜି
ଏଇ ତ ସୂଚନା ଦିଏ
ମନର ଭାବରେ ବସନ୍ତର ରଙ୍ଗ
ମିଶି ପ୍ରେମରଙ୍ଗ ହୁଏ
ଏ ପ୍ରେମ ରଙ୍ଗରେ ସେନେହ ମିଶିଲେ
ମାନବତା ଦେଖାଦିଏ
ସହଯୋଗ ନଗର, ଡି/୨, ବୁଢ଼ାରଜା, ସମ୍ବଲପୁର
Go Back to Previous Page
କୁନ୍ଦୁଲି କାନ୍ଦୁଛି
ବି. ପ୍ରକାଶ ଚନ୍ଦ୍ର ପାତ୍ର
Read Article
ଆଖିପତା ଖୋଲେ ନାହିଁ
ଶୈବାଳିନୀ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ