ଆରେ ବାବୁ ତୁମେ ବୁଝୁନ କାହିଁକି?
କୁନ୍ଦୁଲି ଗୋଟେ ରୋଗ...
କୁନ୍ଦୁଲି, କୁନ୍ଦୁଲି ହେଇ
ରାଇଜ ସାରା ହୁରି ପକାଉଛ!
ଆରେ କୁନ୍ଦୁଲି-ଛାଟିଲା ସହିପାରିଲାନି..
ବିଷ ପିଇଲା ମଲା..
ମଲା ତ ଗଲା..!!!
ସେଥିପାଇଁ ଏ ପୋଡ଼ାଜଳା..
ବନ୍ଦ-ବାନ୍ଦ, ଏତେ ହାଟନାଟ?
କି ହଇରାଣରେ ବାପା...
କୁନ୍ଦୁଲି ଛାଟିଲା ବୋଲି ଏତେ କଥା!!
ଏମିତି ବୁଝିଥିବା
କିରିଆମ୍ବା ଗାଁର ଦନା ଭାଇନାକୁ
କେମିତି ମୁଁ ବୁଝାଇବି ଯେ?
କୁନ୍ଦୁଲୀ ପୀଡ଼ିତାର ଦୁଃଖର କଥା!
କେମିତି ବୁଝାଇବି ଦୁଷ୍କର୍ମ କ’ଣ?
ଦୋଷୀ, ଦୋଷ, ସରକାର ଓ ବଳାତ୍କାରୀର କଥା
କେମିତି ବୁଝାଇବି ପରିଚୟ ଖୋଜୁଥିବା
ସ୍କୁଲ ପଢୁଆ ଝିଅର ପରିଚୟ ହଜି ଯିବାର କଥା
ତା ଭାଙ୍ଗି ଯାଇଥିବା ସ୍ବପ୍ନର ପିରାମିଡ଼
କାହିଁକି କୁନ୍ଦୁଲି କାନ୍ଦୁଛି ସେଇ ଦିନୁ...
କୁନ୍ଦୁଲିରୁ କଟକ ଯାଏଁ
ତା ଶୁଖିଲା ଓଠର କଥା...
ତା’ ଆଖିର ଲୁହର କଥା
କିନ୍ତୁ ତା ଆଖିର ଲୁହ ସିନା ଲିଭିଲାନି...
ହେଲେ ମୋ ଆଖିରୁ ଆଉ ଲୁହ ବାହାରୁନି
ମୁଁ ନିର୍ବାକ!!
ଦନା ଭାଇନାଙ୍କ ପାଇଁ...
X X X X
ସେଇଦିନୁ ମୁଁ କାନ୍ଦୁଛି ଯେ କାନ୍ଦୁଛି
ଅଗଣିତ ଦନାଭାଇନାଙ୍କ ପାଇଁ
ଅଧ୍ୟକ୍ଷ, ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ,
ବାଲିପଦର, ଗଞ୍ଜାମ
ଭ୍ରାମ୍ୟଭାଷ : ୮୮୯୫୯୬୧୭୫୭
Go Back to Previous Page
କଳିଯୁଗେ ନର
ଦୁର୍ଗାଚରଣ ପ୍ରଧାନ
Read Article
ଉଷା
ପ୍ରୀତିନନ୍ଦା ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ