ଅଳିକ ଜଗତେ ବୃଥା ଆଧିପତ୍ୟ
ବୁଝେ କି ବା ନରାଧମ
ବିଧ୍ବଂସି ପ୍ରକୃତି ସ୍ବାର୍ଥାନ୍ଧରେ ମତି
ମଣେ ଦିବାରାତ୍ରୀ ସମ୧
କୁଖାଦ୍ୟକୁ ଖାଦ୍ୟ ରୂପେ କରି ଭକ୍ଷ
ବିନାଶ ପଥେ ଉନ୍ମତ୍ତ
ଅନଳେ ପତଙ୍ଗ ଗମଇ ଯେସନ
ଅନୁରୂପେ ନର ରତ୨
ବରଜି ଅଧ୍ୟାତ୍ମ ଅରଜି ଭୌତିକ
ତୃପ୍ତଇ ଇନ୍ଦ୍ରିୟ ଭୋଗ
ଭୁଞ୍ଜଇ ଯେମନ୍ତ ଅବଧି ପୂର୍ବରୁ
ବଳିଦାନେ ଥିବା ଛାଗ୩
ଚିତ୍ତ ବିନୋଦନେ ଏଇ ଅପଘନେ
ପାଳଇ ହରଷେ ବ୍ୟାଧି
ଛଦ୍ମବେଶୀ ଲଭେ ସଜ୍ଜନ ଗୃହରେ
ଯେଉଁ ରୂପେ ଘୃତ ଦଧି୪
ଗ୍ରା: ଜାମପାଲି, ପୋ: ସାଲେପାଲି ଥାନା: ମେଲଛାମୁଣ୍ଡା,
ବରଗଡ଼ ଜିଲ୍ଲା ୭୬୮୦୩୫, ଓଡ଼ିଶା
ଭ୍ରାମ୍ୟଭାଷ : ୯୬୬୮୬୯୯୮୪୪
Go Back to Previous Page
ଛବିଟିଏ
ଉମେଶ କୁମାର ବେହେରା
Read Article
କୁନ୍ଦୁଲି କାନ୍ଦୁଛି
ବି. ପ୍ରକାଶ ଚନ୍ଦ୍ର ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ