ଚାଷୀଟିଏ ହୋଇ ଫସଲ ଫଳାଇ ନପାରିବା
ମୋ ପାଇଁ ଇଜ୍ଜତର ପ୍ରଶ୍ନ!
ତେବେ ଇଜ୍ଜତ ହାରିବା ଲୋକ ମୁଁ ନୁହେଁ,
ଦରକାର ହେଲେ ଇଜ୍ଜତ ପାଇଁ
ମୁଁ ଜୀବନ ହାରିଦେବି ।୧
ନୀରବ ମୋଦି ପରି ଋଣ କରି
ବିଦେଶ ଚାଲିଯିବା ମୋ ପୌରୁଷ ନୁହେଁ
ଦରକାର ହେଲେ ବିବଶତାର ବିଷ ପିଇ
ସବୁଦିନ ପାଇଁ ମୁଁ ନିରବିଯିବି ପଛେ
ମୋ ବିଲ ଛାଡି ମୁଁ କୁଆଡେ ଯିବିନାହିଁ ।୨
ବିଜୟ ମାଲ୍ୟା ପରି
ଋଣ କରି ଘିଅ ପିଇବା ଲୋକ ମୁଁ ନୁହେଁ,
ସାର ପାଇଁ କରିଥିବା ଋଣ ଶୁଝିନପାରି
ମୁଁ ପଛେ ମରିଯାଏ ହେଲେ
ଅଧର୍ମ ବିତ୍ତରେ ଅଏସ କରିବା
ମୋ ପ୍ରବୃତ୍ତି ନୁହେଁ ।୩
ଲହୁଲୁହର ଚାଷ କରି, ଫସଲ ଆଣି
କୋଠରୀ ଭରିବାରେ ମୋର ଆନନ୍ଦ,
ହେଲେ ବିକ୍ରମ କୋଠାରୀ ପରି
ସରକାରୀ ଧନରେ ବେପାର କରି
ଅଏସ ଆରାମ କରିବା ମୋ ଧନ୍ଦା ନୁହେଁ ।୪
ନିରବରେ ବିଜୟର ବାନା ଉଡାଇବା
ଅଥବା ଫମ୍ପା ବିକ୍ରମରେ କୋଟିକୋଟିରେ
ଆପଣାର କୋଠରୀ ଭରିବା ହେଉଛି
ଏ ଦେଶର ବେପାରୀଙ୍କ ଖେଳ ।
ଅଥଚ ସାମାନ୍ୟ କେଇହଜାର ଟଙ୍କା ପାଇଁ
ଚାଷୀର ଜୀବନ ହୁଏ କାଳ ।୫
ବାଣିଜ୍ୟକର ବିଭାଗ, ରାୟଗଡ-୭୬୫୦୦୧
Go Back to Previous Page
ସୁନାନାକୀ ଝିଅ ମାମୁନି
କଳ୍ପତରୁ ମିଶ୍ର
Read Article
ଛବିଟିଏ
ଉମେଶ କୁମାର ବେହେରା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ