ମାମୁନି ଆମର ସୁନା ନାକୀ ଝିଅଟାଏ
ମାମୁନି ଆମର ସଭିଠୁ ଆଦର ପାଏ
ପଢ଼ା ବେଳେ ପଢେ, ଖେଳ ବେଳେ ଖେଳେ
ଗୁଣୁ ଗୁଣୁ ଗୀତ ଗାଏ, ପୁଣି କେତେ ଧୂଳି ଘର ତୋଳେ
ପିନ୍ଧି ଦିଏ ନିଇତି ସେ, ତା’ ବୋଉ ପିନ୍ଧା ଶାଢ଼ୀଟେ
ମଥାରେ ଓଢ଼ଣା ଦିଏ ସତେ ନୂଆ ବୋହୁଟେ
ହାତରେ ତା ପାଣି କାଚ ପିନ୍ଧେ ନାଲି ଟିକିଲି
ପାଦରେ ଅଳତା ପିନ୍ଧେ ଥିରି ଥିରି ତା ଚାଲି
ବାରିପଟ ଆମ୍ବ ମୂଳ ତା’ର ଛୋଟ କୁଡ଼ିଆ
ସାଥି ପିଲା ଡାକି ଘର ତୋଳେ ବଢ଼ିଆ
ବାଲି, ଗୋଡି, ମାଟି ରାନ୍ଧେ ସଜେଇ ସେ ଷଢ଼େଇ
ଡାଲି, ଭାତ ରାନ୍ଧେ କରି ଭଙ୍ଗା ମାଟିହାଣ୍ଡି କରେଇ
ଅମାନିଆ ତା’ର ମନ ସଦା ହୁଏ ଅସ୍ଥିର
ପ୍ରଜାପତି ପରି ଉଡୁଥାଏ ନିରନ୍ତର
ହାତରେ ତାହାର ଥାଏ ଆମ ପୋଷା ବିଲେଇ
ମ୍ୟାଉଁ ମ୍ୟାଉଁ ବୋବାଏ ଖାଲି
ଆଉଁସି ଦେଲେ ସେ ହୁଏ ଫୁଲେଇ
ଘୁଡୁର ଘୁଡୁର ଲାଞ୍ଜକୁ ତୋଳି
ଝିଅ ଅବା ହେଉ ପୁଅ ସଭିଏଁ ତ ସମାନ
ବଡ଼ ହେଲେ ରଖିବେ ତ ଦେଶ ଜାତି ସମ୍ମାନ
ଯେତେ ସବୁ କୁନି ପିଲା ସବୁ ଅମୁଲ୍ୟ ରତନ
ସୁନା, ହୀରା, ଲୀଳା ଠାରୁ ଅଧିକେ କର ଯତନ
ଅନ୍ଧାରକୁ ଦୂର କରେ ଦୀପଟିଏ ଯେସନେ
ବିକାଶ ଆଲୋକ ରାଜି ବୁଣି ଦେବେ ସେମାନେ
ଇତିହାସ ଆଜି ବି ତ କହେ ଶିଶୁଙ୍କର ବାରତା
ଧ୍ରୁବ, ପ୍ରହଲ୍ଲାଦ, ବାଜିଆ, ଧରମା ବୀର ଆମର ଗାଥା
ଭାଙ୍ଗି ଦେବା ନାହିଁ କେବେ ଶିଶୁଙ୍କର ସପନ
ଭଲ ବାଟେ ନେଇ ତାଙ୍କୁ ଗଢ଼ି ତାଙ୍କ ଜୀବନ
ନିଳୋକ, ବନ୍ତ, ଭଦ୍ରକ
ଭ୍ରାମ୍ୟଭାଷ : ୮୦୯୩୦୨୭୪୯୪
ଇମେଲ୍ : mishra7593@gmail.com
Go Back to Previous Page
କିଏ ଜଣେ ଆସୁଛି
ସୁଧାଂଶୁ ଦ୍ବିବେଦୀ
Read Article
ତୁଳନା
ଡମ୍ବରୁଧର ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ