କିଏ ଜଣେ ଆସୁଛି ବୋଲି
ସବୁଠି ତୋରଣ, ଝାଲର ଓ
ରଙ୍ଗବେରଙ୍ଗରେ ସଜିଲା
ସମସ୍ତଙ୍କଠି ତତ୍ପରତା
ସବୁଠି ଏକ ନିଆରା ଚରିତ୍ରର ପରିଚୟ
ଆଉ ଚରିତ୍ରମାନଙ୍କର
ଅଧର୍ମ - ଅତ୍ୟାଚାର
ପାପ - ବ୍ୟଭିଚାର
ଭଲ - ଖରାପର
ଅନ୍ତେଷ୍ଟିକ୍ରିୟା
ହୁଏତ କିଛି ସମୟର ବ୍ୟବଧାନ
ପୁଣି କୁଆଁ କୁଆଁର ଶବ୍ଦ
ଏନ୍ତୁଡ଼ିଶାଳର ପ୍ରାରବ୍ଧ
ସୁନାରଙ୍ଗ ସୂର୍ଯ୍ୟରେ
ନୀଳ ଆକାଶ ଚନ୍ଦ୍ରରେ
ସାତରଙ୍ଗ ଫୁଲ ସମ୍ଭାରରେ
ଥର ଥର ଶୀତ ରାତିରେ
କାକର ଭିଜା ଘାସ ଗାଲିଚାରେ
ଓ
ନିଜ ହୃଦକନ୍ଦରରେ
ଏମିତି କି
କୀଟରୁ ପତଙ୍ଗ
ଜୀବରୁ ଜଗତ
ଭୂମିରୁ ଆକାଶ
ସଚରାଚର
ଶୁଭୁଛି ସେଇ ଗୋଟିଏ ଶବ୍ଦ
କିଏ ଜଣେ ଆସୁଛି...
କିଏ ଜଣେ ଆସୁଛି...
କିଏ ଜଣେ ଆସୁଛି...
ବିସି-୭୪, ସେକ୍ଟର-୧
ସଲ୍ଟଲେକ୍, କଲିକତା - ୬୪
ଭ୍ରାମ୍ୟଭାଷ : ୯୬୮୧୩୭୩୫୧୨
Go Back to Previous Page
ରାଜକନ୍ୟା
ସୌମ୍ୟରଞ୍ଜନ ପାଳ
Read Article
ସୁନାନାକୀ ଝିଅ ମାମୁନି
କଳ୍ପତରୁ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ