ମୁଁ ଜାଣେ ପ୍ରୀତିରାଜ,
ମୁଁ ତୁମକୁ ଛାଡ଼ିଦେଲେ
ପୃଥିବୀ ଲେଉଟି ପଡ଼ିବ ନାହିଁ
କି କାହାର ପାଦ ତଳର ମାଟି
ଖସି ପଡ଼ିବ ନାହିଁ
ସୂର୍ଯ୍ୟଚନ୍ଦ୍ର, ଗ୍ରହନକ୍ଷତ୍ର କାହାର ବି
ସ୍ଥାନ ବିଚ୍ୟୁତି ଘଟିବ ନାହିଁ୧
ତଥାପି ମୁଁ ତୁମକୁ ଧରିଛି ମୋ
ମନ ତୋଷ ପାଇଁ ଯେତିକି ନୁହେଁ ମୋ
ପ୍ରେମ ପ୍ରଣତିର ଜୟଗାନ ପାଇଁ
ହୃଦୟର ସ୍ପନ୍ଦନ ପାଇଁ
ତୁମର କୋମଳ ହାତର ସ୍ପର୍ଶରେ ମୋ
ଶରୀରକୁ ତୁମର କରିବାପାଇଁ୨
ଏତେ ପରେ ବି ତୁମେ ମୋ ଠାରୁ
ଦୂରେଇ ଯାଉଛ କ’ଣ ପାଇଁ
ମୁଁ ବ୍ୟକ୍ତ କରେ ଭାଷା ତୁମ ପାଇଁ
ମୁଁ ଲେଖେ କବିତା ତୁମ ପାଇଁ
ମୁଁ ମିନତି କରେ ପ୍ରଭୂଙ୍କୁ ତୁମ ପାଇଁ୩
ଜୀବନର ସବୁ ଅଭିପ୍ରାୟ
କେବଳ ମୋ ପ୍ରିୟ, ତୁମ ପାଇଁ
ବୀର ମହାରାଜପୁର, ସୁବର୍ଣ୍ଣପୁର
ଭ୍ରାମ୍ୟଭାଷ : ୯୪୩୯୧୪୦୮୧୪
Go Back to Previous Page
ଫଗୁଣ ଆସେ
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ରାଜକନ୍ୟା
ସୌମ୍ୟରଞ୍ଜନ ପାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ