ଫଗୁଣ ଆସେ
ବଉଳ ବାସେ
ମିଠା ମିଠା ହସେ
କେତେ ସେ ରୁଷେ
ଏବରଷରୁ ସେ ବରଷେ
କେତେ ଅଭିମାନର
କେତେ ଅଭିନୟର
କେତେ ସେ ସାଜେ
କେବେ ଯେ ହଜେ
ମନ ଉଣା କରେ
ଭରମେ ମନରେ
ମନ ଅମାନିଆ
ବାସରେ ଭାସେ
ଅତର ଢାଳେ
ମତୁଆଲା ପିଆସୀ
ଝୁମିଛି ଯେ ଏ ଭାବି
ରଙ୍ଗ ବୋଳା
ଅବିର ବୋଳା ମନରେ
ଭରିଛି ଉନ୍ମାଦନା ମୋହରେ
ହସ ଖୁସିର ଲହରୀ
ମୋହ ମାୟାର କବରୀ
ସୁଖର ପିଚକାରୀରେ
ଦୁଃଖ ଲୁଚେ ଓଢଣାରେ
ଦେହରେ ଭରି ବାସ ବଉଳର
ଭରିଛି ପ୍ରେମ ମନରେ ନୂଆ ବଧୂର
ମନଟା କାହିଁକି ରୁଣୁଝୁଣୁ ନୂପରରେ
ଆସୁଛନ୍ତି ପରା ପ୍ରାଣ ପ୍ରିୟ ସତରେ
ପ୍ରେମର ଭାଷା ସଖାର ଖୁସିର
ସମ୍ପର୍କର ବିସ୍ତୃତ ସେତୁ ଅମାପର
ଅମାର ଭରା ଆଖିର ସପନର
ଝଲକେ ବିଜୁଳି ପରି ବର୍ଣ୍ଣାଳିର
ବରିଷ୍ଠା ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଶେଷଜ୍ଞା
ବ୍ରହ୍ମପୁର, ଗଞ୍ଜାମ, ଓଡ଼ିଶା
Go Back to Previous Page
ମହାନଦୀ
ଇଂ ସୌମ୍ୟରଞ୍ଜନ ଲେଙ୍କା
Read Article
କେବଳ ତୁମପାଇଁ
ସୁଶ୍ରୀ ମିନତୀରାଣୀ ମେଣ୍ଡିଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ