ପାଣି ବିନା ଫୁଟେ ନାହିଁ ପଦ୍ମ,
ପାଣି ବିନା ଚାଲେ ନାହିଁ ତ ଶଙ୍ଖ
ପାଣି ବିନା ଚାଲିବ ବା କାହୁଁ ହାତ ଏଠି?
ତୁମ ଇସାରାରେ...
ତଥାପି ଜାଣି ତୁମେ କର କାହିଁ ଏମିତି?
ଆଜ୍ଞା କର କାହିଁ ଏମିତି?
ଶୀଘ୍ର ଆଣ ମହାନଦୀ ପାଣିକୁ
ଆଜ୍ଞା ଶୀଘ୍ର ଆଣ ମହାନଦୀ ପାଣିକୁ୧
ପାଣିବିନା ଦବ କ’ଣ ଏ ମାଟି ତୁମକୁ!
ପଚାର ଏ ଚାଷୀକୁ
ପଚାର ଏ ମାଟିକୁ
ଆଜ୍ଞା ପଚାର ଏ ଚାଷୀକୁ, ପଚାର ଏ ମାଟିକୁ
ଶିଳ୍ପପତି କେତେଦିନ ଦେବ ଖଞ୍ଜି
ତୁମ ପେଟ ଗଡ଼ିଆକୁ
ଖାଦ୍ୟ, ଶସ୍ୟ ଓ ଫିଲ୍ଟର ପାଣିକୁ୨
ସବୁ ତ ବିକିଲ ତୁମେ ଏଠି
ଭୁଲି ମାଟି ମା’ କଥାକୁ
ରସଗୋଲାଠୁ... କୋଇଲା, ଲୁହା ପଥର ଯାଏ
ତଥାପି ବସିଛ ବିକିଦେବ
ତୁମେ ମହାନଦୀ ପାଣିକୁ୩
ଭୁଲି ଯାଉଛ ତୁମେ ସବୁ
ଓଡ଼ିଶାବାସୀର ହକ୍ ଦାବୀକୁ
ଯଦି ଅଛି ତୁମ ମାଟି ମା’ପ୍ରତି ଭକ୍ତି
ତେବେ ଛତିଶଗଡ଼ରୁ ଶୀଘ୍ର ଦିଅ
ମହାନଦୀକୁ ମୁକ୍ତି
ଆଜ୍ଞା ଦିଅ ମହାନଦୀକୁ ମୁକ୍ତି
ବାଣପୁର, ଖୋର୍ଦ୍ଧା, ୭୫୨୦୩୫
ଭ୍ରାମ୍ୟଭାଷ : ୯୪୩୭୨୮୬୭୬୭
ଇମେଲ୍ : saumyaranjanlenka@gmail.com
Go Back to Previous Page
ପ୍ରେମ ଓ ବିରହ
ଶ୍ରୀମାନ୍ ଆର୍ତ୍ତତ୍ରାଣ ଖୁର୍ଡ଼ିଆ
Read Article
ଫଗୁଣ ଆସେ
ଡା ସନ୍ଧ୍ୟାରାଣୀ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ