ପ୍ରେମ କେତେ କଣ ପୀଡ଼ା ନ ଦିଏ
ମନକୁ ଭଙ୍ଗାଇ ଥରକରେ
ଲହୁ, ଲୁହ, ଦୁଃଖର ପସରା
ବୁଦ୍ଧିହୀନ କରିଦିଏ ନିଜ ସାମର୍ଥ୍ୟକୁ
ତଥାପି ହସୁଥାଏ ମନ
ବିନା ପ୍ରତିବାଦରେ
ସେଇ ବିଚ୍ଛେଦର ବିରହରେ ବି୧
ଦୁଃଖରେ ବି ହସିପାରେ ମନ
ଠିକ୍ ପ୍ରେମ ଫଗୁଣରେ ହସିବା ପରି
ମନ ଠିକ୍ ଜାଣେ
ଦୁଃଖର ଆଢୁଆଳରେ
ଉଭା ହୋଇଛି ସୁଖ, ସମ୍ବେଦନା
ଓ ପୀରତି ଶକତି
ଦୁଃଖ ଅପସରି ଗଲେ
ପାଖକୁ ଆସିବ ସିଏ
କ୍ଷତରେ ବାନ୍ଧିଦେବ ପଟି
ମଲମ ଲଗାଇଦେବ
ମୋ ମନରେ ଭରିଦେବ
ପୁଣିଥରେ ବଞ୍ଚିବାର ମନ୍ତ୍ର
ଆଉ ଗୋଟେ
ନୂଆ ମାୟାବିନୀ ନାରୀ ହୋଇ୨
ତା’ପରେ ସଞ୍ଚରିଯିବ ପ୍ରତିଟି କୋଷରେ
ନବପ୍ରାଣ, ପ୍ରସରିଯିବ ପୀରତି ପୀୟୁଷ
ପ୍ରେମର ବାଦଲ ଧିରେ ଧିରେ
ହୃଦୟକୁ ଢାଙ୍କି ରଖିବାପରି
ମନ ଭିତରେ ପରସି ଯିବ ପ୍ରେମ
ପୁଣି ନବନୀତ ଲାଗିବ ବିରହ ଜୀବନ୩
ମନ ସିନା ଜାଣେ
ଆଶା କେମିତି ବଞ୍ଚାଇ ରଖେ
ପ୍ରେମର ଉଲ୍ଲାସକୁ
ଜୀବନର ଆହ୍ଲାଦକୁ
ପୀରତିର ମହ୍ଲାରକୁ
ସପନର ଘୁଙ୍ଗୁରକୁ୪
ମନ ସିନା ଜାଣେ
ବୈଶାଖ ଥାଏ ବୋଲି ଫଗୁଣ ଆସେ
ବତାସ ଥାଏ ବୋଲି ମଳୟ ଆସେ
କୁମୁଦିନୀ ଥାଏ ବୋଲି ଚନ୍ଦ୍ର ଜ୍ୟୋତ୍ସ୍ନା ପରଶେ
ସ୍ବପ୍ନ ଥାଏ ବୋଲି ନୂତନ ଜୀବନ ଆସେ
ଆଉ ଥରେ ପୁଣି ଭରି ଆସେ ସୁଖ
ଆଉ ପ୍ରତ୍ୟହ କରୁଥାଏ
ମିନତି
ଭାନୁର ଉଜ୍ଜ୍ବଳିତ କିରଣ ଭଳି୫
ସୌଦାମିନୀ ନିଳୟ, ବଙ୍କିଆ
ବୀରମହାରାଜପୁର, ସୁବର୍ଣ୍ଣପୁର
ଓଡ଼ିଶା, ୭୬୭୦୧୮
ଭ୍ରାମ୍ୟଭାଷ : ୯୪୩୯୧୪୦୮୧୪
ଇମେଲ୍ : akhurdia999@gmail.com
Go Back to Previous Page
ଛଳନା ପ୍ରେମ
ସୁଶାନ୍ତ କୁମାର ଧଳ
Read Article
ମହାନଦୀ
ଇଂ ସୌମ୍ୟରଞ୍ଜନ ଲେଙ୍କା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ