ଏକ
ଭସାଇ ଦେଉଥିଲି ଡଙ୍ଗାଟିଏ
ଯେତେଥର ଆସୁଥିଲା
ଆମ ଗାଁ ଆଡ଼େ ବୁଲି ବର୍ଷା ଅସରାଏ
ଚାହିଁ ରହୁଥିଲି ଡଙ୍ଗାଟିର ଗତିପଥକୁ
ଆମ ଦାଣ୍ଡରୁ ବହିଯାଇ
ତୁମ ଦାଣ୍ଡରେ ପହଞ୍ଚିବା ଯାଏ
ହଜି ଯାଉଥିଲି ସପନର ନଈରେ
ଡଙ୍ଗାଟିକୁ ଚାହିଁ ଚାହିଁ
ତୁମ ସହ କରୁଥିଲି ଭ୍ରମଣ
ସୁସଜ୍ଜିତ ସେହି ଡଙ୍ଗାରେ
ମଳୟର ମିଠା ମିଠା ଛୁଆଁରେ...
ଦୁଇ
ପକ୍କା ହୋଇଗଲାଣି
ମାଟି କାଦୁଅର ଗାଁ ଦାଣ୍ଡ
ଆଉ ସୃଷ୍ଟି ହୁଏନା
ମିଛି ମିଛିକା ସ୍ବଳ୍ପସ୍ଥାୟୀ ନଈ
ତୁମେ ବି ଛାଡ଼ିଛ ଗାଁ
ରହିଲଣି ସହରରେ ଯାଇ
ତଥାପି ଯେବେ ଆସେ
ବର୍ଷା ଅସରାଏ
ଖବର କାଗଜ ଚିରି
ତିଆରି କରେ ମୁଁ ଡଙ୍ଗାଟିଏ
ତୁମ ଦାଣ୍ଡ ଯାଏ
ଆମ ଦାଣ୍ଡରୁ
ପାରେନା ସିନା ଯାଇ
ସ୍ମୃତିର ଆଲମାରୀରେ
ଡଙ୍ଗାଟିକୁ ରଖିଦିଏ ସାଇତି ସଜେଇ....
Go Back to Previous Page
ତୁମ କଥା ମନେପଡ଼େ
କାହ୍ନୁଚରଣ ସାହୁ
Read Article
ଛଳନା ପ୍ରେମ
ସୁଶାନ୍ତ କୁମାର ଧଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ