ଗୋଟିଏ ପ୍ରସିଦ୍ଧ ମନ୍ଦିରର ପୂଜାରୀମାନଙ୍କ ବିରୋଧରେ କିଛି ଭକ୍ତ ଲିଖିତ ଅଭିଯୋଗ ସ୍ଥାନୀୟ ପୋଲିସ ଥାନାରେ ଦେଲେ ଥାନା ଅଧିକାରୀ ବାଧ୍ୟ ହୋଇ ମନ୍ଦିରର ଚାରିଜଣ ମୁଖିଆ ପୂଜାରୀଙ୍କୁ ନୋଟିସ ଦେଇ ଥାନାକୁ ଡକାଇଲେ
ଅଧିକାରୀ ପ୍ରଥମ ପୂଜାରୀଙ୍କ ପଚାରିଲେ - ପଣ୍ଡିତେ, ତୁମେ ଭକ୍ତମାନଙ୍କୁ ବହୁତ ଟଙ୍କା ଦକ୍ଷିଣା ମାଗୁଛ, ସେ ନ ଦେଲେ ଦୁର୍ବ୍ୟବହାର କରୁଛ ବୋଲି ଅଭିଯୋଗ ଆସିଛି ତୁମେ ଏଭଳି କରୁଛ କାହିଁକି? ପୂଜାରୀ କହିଲେ - ଏହି ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ଆଜ୍ଞା ମୁଁ ଭକ୍ତଙ୍କ ଠାରୁ କେବଳ ମୋ ସେବାର ପ୍ରାପ୍ୟ ପାଉଣାଟି ମାଗୁଛି
ଅଧିକାରୀ - ତୁମେ କିଭଳି ସେବା କରୁଛ? ବୁଝେଇ କହିବକି?
ପୂଜାରୀ - ଆଜ୍ଞା, ଭକ୍ତଙ୍କର ବହୁତ ବଡ଼ ବଡ଼ ସମସ୍ୟାର ସମାଧାନ ମୁଁ କରି ଦେଉଛି ଶୁଣନ୍ତୁ - ଜଣେ ଭକ୍ତ ଆସି କହିଲେ, ମୋ ବାପା ଆମକୁ ବହୁତ ଭଲ ପାଉଥିଲେ ଆମ ପାଇଁ ଯଥେଷ୍ଟ ଧନ ସମ୍ପତ୍ତି ଅର୍ଜନ କରି ଦେଇ ଗତବର୍ଷ ଆଜିର ଦିନରେ ଆମକୁ ଛାଡ଼ି ଚାଲିଗଲେ ଆମେ ତାଙ୍କୁ ଶ୍ରାଦ୍ଧ କରି ପିଣ୍ଡଦାନ ଦେବାକୁ ଆସିଛୁ ମୁଁ ତାଙ୍କୁ ସାନ୍ତ୍ବନା ଦେଇ କହିଲି, ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ଆପଣଙ୍କ ପିତାଙ୍କ ଆତ୍ମାକୁ ଶାନ୍ତ କରିଦେବି ମୁଁ ଘଣ୍ଟାଏ ପର୍ଯ୍ୟନ୍ତ ମନ୍ତ୍ର ପଢ଼ି ପଢ଼ି ନୟାନ୍ତ ହୋଇଗଲି କିନ୍ତୁ ତାଙ୍କ ବାପାଙ୍କଅ ଅତୃପ୍ତ ଆତ୍ମା କେଉଁ ନର୍କରେ ଥିଲା କେଜାଣି ପିଣ୍ଡ ଖାଇବାକୁ ଜମା ଆସୁନଥିଲା ଦୁଇଘଣ୍ଟା ପରେ ସେ ଆସି ପିଣ୍ଡ ଖାଇଲା
ଅଧିକାରୀ ତାତ୍ସଲ୍ୟ କରି କହିଲେ - ତାଙ୍କ ବାପାଙ୍କ ଆତ୍ମ ଆସି ତୁମେ ବାଢ଼ିଥିବା ପିଣ୍ଡ ଖାଇଲେ? ମୋ ସହିତ ଥଟ୍ଟା ଖେଳୁଛ?
ପୂଜାରୀ - ହଁ ଆଜ୍ଞା ପିତୃପୁରୁଷଙ୍କ ପାଇଁ ବଢ଼ାଯାଇଥିବା ପିଣ୍ଡ ଖାଇବାପାଇଁ ଆତ୍ମାମାନେ କାଉ ରୂପରେ ଆସନ୍ତି ଆପଣ କ’ଣ ଜାଣିନାହାନ୍ତି?
ଥାନାଧିକାରୀ ଦ୍ବିତୀୟ ପୂଜାରୀଙ୍କୁ ଡାକି ସେହି ପ୍ରଶ୍ନ କଲେ
ଦ୍ବିତୀୟ ପୂଜାରୀ - ଆଜ୍ଞା ମୁଁ ମଧ୍ୟ ମୋର ସେବାର ପାଉଣା ହିଁ ନିଏ ଶୁଣନ୍ତୁ - ଜଣେ ଭକ୍ତ କହିଲେ, ମୋର କୋଟିଏ ଟଙ୍କାର ବ୍ୟବସାୟ ଆଜିକାଲି ବହୁତ କ୍ଷତିରେ ଚାଲିଛି କେଉଁ ଗ୍ରହଦଶା ଯୋଗୁଁ ଏମିତି ହେଉଛି? ପଣ୍ଡିତେ ଆପଣ ବୁଝନ୍ତୁ ମୁଁ ତାଙ୍କର ବ୍ୟବସାୟକୁ ଦୁରୁସ୍ତ କରିବାପାଇଁ ପ୍ରାୟ ଦୁଇଘଣ୍ଟା ମନ୍ତ୍ରପାଠ ପଢ଼ି ବିଭିନ୍ନ କର୍ମକାଣ୍ଡ କରି ଠାକୁରଙ୍କପା ଖରେ ନିବେଦନ କରିଦେଲି କହିଲି ଆପଣ ଏଥର ନିଶ୍ଚିନ୍ତ ହୋଇ ଯାଆନ୍ତୁ ଲାଭ ହେବ ହିଁ ହେବ ଶେଷରେ ସେ ଦକ୍ଷିଣା ଦେଲାବେଳକୁ କଞ୍ଜୁସୀ କରିଲେ ମୁଁ ମଧ୍ୟ ଦୁଇପଦ ଅଖାଡୁଆ ଭାଷାରେ ଶୁଣେଇ ଦେଲି ମୁଁ କଣ ଭୁଲ କଲି କୁହନ୍ତୁ
ଅଧିକାରୀ - ତାଙ୍କ ବ୍ୟବସାୟରେ ନିଶ୍ଚୟ ଉନ୍ନତି ହେବ ବୋଲି ଆପଣ କେମିତି ଜାଣିଲେ?
ପୂଜାରୀ - ସେ କମ୍ପାନୀକୁ ଯାଇ ଦେଖିଥାନ୍ତେ ମୋ କଥା ସତକି ମିଛ ବୁଝିଥାନ୍ତେ ଏବେ ତାଙ୍କର ସବୁ ଗଲା ମୁଁ ଅଶାନ୍ତି ହେଲି ମୋ ଠାକୁର ଅଶାନ୍ତି ହେଲେ ତାଙ୍କର ଭଲ ହେବ କୁଆଡୁ?
ଥାନାଧିକାରୀ ତୃତୀୟ ପୂଜାରୀଙ୍କୁ ମଧ୍ୟ ସେଇ ଏକା ପ୍ରଶ୍ନ ପଚାରିଲେ
ତୃତୀୟ ପୂଜାରୀ - ଆଜ୍ଞା ଆମେ କେବେ ବି କାହାକୁ ଠକିବାକୁ ଚାହିଁବୁ ନାହିଁ ଆମେ ଆମର ସେବା ବଦଳରେ ପାଉଣା ଦାବୀ କରୁଛୁ ଶୁଣନ୍ତୁ - ଜଣେ ଭକ୍ତ ଆସି କହିଲେ, ମୋର ପୁଅଟି ପାଠପଢ଼ି ଡିଗ୍ରୀଧରିଦୁଇ ବର୍ଷ ହେଲା ଚାକିରୀ ନ ପାଇ ବସିଛି ସେହିଭଳି ମୋ ଝିଅଟି ବିବାହ ଯୋଗ୍ୟା ହୋଇ ପାଞ୍ଚବର୍ଷ ହେଲା ଘରେ ବସିଛି କେଉଁ ଗ୍ରହଦଶାରୁ ଏମାନଙ୍କ ଅବସ୍ଥା ସୁଧୁରି ପାରୁନାହିଁ ପଣ୍ଡୀତେ ଟିକେ କହିବେ କି? ମୁଁ ତାଙ୍କୁ ସାନ୍ତ୍ବନା ଦେଇ କହିଲି, ପୂଜାର୍ଚ୍ଚାନା ଦ୍ବାରା ସବୁ ଗ୍ରହକୁ ଶାନ୍ତି କରାଯାଇପାରେ ଆପଣ ଧୈର୍ଯ୍ୟ ଧରି ବସନ୍ତୁ ମୁଁ ପୂଜା ଆରମ୍ଭ କରୁଛି ମୁଁ ମନଧ୍ୟାନ ଲଗାଇ ତାଙ୍କ ପାଇଁ କର୍ମକାଣ୍ଡ କଲି କେତେ ଦେବୀ ଦେବତାଙ୍କୁ ନିବେଦନ କରିବାକୁ ପଡ଼ିଲା ଶେଷରେ ସେ ଦକ୍ଷିଣା ପାଇଁ ଦର କଷିଲେ ବାଦ ବିବାଦ ପରେ ଯାହା ଦେଲେ ରଖିଲି ତାଙ୍କର କିନ୍ତୁ ସବୁ କିଛି ବିଫଳ ହେଲା ମୋର ମନ ଅଶାନ୍ତି ହୋଇ ଥିବାରୁ ମନେ ମନେ ଅଭିଶାପ ଦେଲି, ଯାଅ ତୁମ ମନୋସ୍କାମନା ପୂରଣ ନ ହେଉ
ଶେଷରେ ଚତୁର୍ଥ ପୂଜାରୀ ଆସି ଟିକିଏ ନରମ ଗଳାରେ କହିଲେ - ଆଜ୍ଞା ସତ କଥା ହେଉଛି ଆମର ଅଳ୍ପ ଶିକ୍ଷା ଏତିକି ଶିକ୍ଷାରେ ଆମକୁ କେଉଁଠି ଭଲ ଚାକିରୀ ମିଳିବ ନାହିଁ ତେଣୁ ଦାଦା ବାପା ଅମଳରୁ ପରମ୍ପରାକ୍ରମେ ଏହି ଠାକୁର ସେବାରେ ଆମେ ରହିଛୁ ପେଟ ପୋଷିବା ପାଇଁ ଏହା ହିଁ ଏକମାତ୍ର ପନ୍ଥା ଲୋକମାନଙ୍କର ବିଶ୍ବାସ ଯେ ଆମେ ମନ୍ତ୍ରପଢ଼ି ପୂଜାକଲେ ତାଙ୍କର କାର୍ଯ୍ୟ ସିଦ୍ଧି ହୋଇଯିବ ଆମେ ତ ଆମ କାମ କରୁଛୁ ସେମାନେ ତାଙ୍କର ପ୍ରାରବ୍ଧ ଅନୁସାରେ ଫଳ ପାଇବେ ଆମ ଉପରେ ରାଗିଲେ କଣ ହେବ? ଆଉ ଗୋଟିଏ କଥା ଶୁଣନ୍ତୁ ଆଜ୍ଞା - ଆଜିକାଲି ଶିକ୍ଷିତ ଭକ୍ତ ମାନଙ୍କ ଆଗରେ ମନ୍ତ୍ର ପଢ଼ିବା ବଡ଼ କଷ୍ଟକର କାମ କାଳେ କେହି ଆମର ସଂସ୍କୃତ ଶ୍ଳୋକରେ ଭୁଲ ବାଛିଦେବ ବୋଲି ଡର ମଧ୍ୟ ରହୁଛି ସୁଖର କଥା ଯେ ଆଜି ପର୍ଯ୍ୟନ୍ତ କେହି ମୋର ଭୁଲ ଧରି ପାରିନାହାନ୍ତି ଆମେ ସ୍କୁଲରେ ପଢ଼ିବା ସମୟରୁ ଯେତିକି ଦେବାଦେବୀଙ୍କ ଆରାଧନା ପାଇଁ ମନ୍ତ୍ର ଘୋଷି ଘୋଷି ମନେ ରଖିଛୁ ସେତିକିରେ କାମ ଚଳିଯାଊଛି
ଥାନା ଅଧିକର ସମସ୍ତଙ୍କର ବୟାନକୁ ଲିପିବଦ୍ଧ କରି ରଖିଲେ ଅଭିଯୋଗକାରୀ ଭକ୍ତମାନଙ୍କୁ ଏକା ଦିନରେ ଡକାଇ, ପୂଜାରୀ ମାନଙ୍କ ଉତ୍ତର ପଢ଼ି ଶୁଣେଇସାରି ପଚାରିଲେ - କୁହନ୍ତୁ, କଣ କରାଯାଇ ପାରିବ
ଭକ୍ତମାନେ ପରସ୍ପରଙ୍କ ମୁହଁକୁ ଚାହିଁ ଚୁପ୍ ରହିଲେ
ଅନ୍ୟକାମରେ ଥାନାକୁ ଆସିଥିବା ଜଣେ ବୟୋଜ୍ୟୋଷ୍ଠ ଅବସରପ୍ରାପ୍ତ ଅଧ୍ୟାପକ ଥାନା ଅଧିକାରଙ୍କୀ ଉତ୍ତର ଶୁଣୁଥିଲେ ସେ କହିଲେ, କ୍ଷମା କରିବେ ଏ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି ସମସ୍ତେ ଭଦ୍ରଲୋକଙ୍କୁ ଚାହିଁଲେ ଅଧିକାରୀ କହିଲେ - ହଁ ଆଜ୍ଞା କୁହନ୍ତୁ ଆପଣ ଜଣେ ଅନୁଭବି ଅଧ୍ୟାପକ, ଏହି ସମସ୍ୟାର ସମାଧାନ କରନ୍ତୁ
ଅଧ୍ୟାପକ କହିଲେ - ମୋ ମତରେ ପୂଜାରୀମାନଙ୍କର କୌଣସି ଦୋଷ ନାହିଁ ସବୁ ଦୋଷ ଆମର ଆମ ଘରକୁ ପାଣି ପାଇପ ସଜାଡ଼ିବା ପାଇଁ କିମ୍ବା ବିଜୁଳି ମିସ୍ତ୍ରୀ ଆସିଲେ ଆଜିକାଲି ସେମାନଙ୍କର ଦାବି ଅନୁସାରେ ଆମେ ଜାଣି ଜାଣି ତାଙ୍କୁ ଅଧିକ ପାରିଶ୍ରମିକ ଦେଉଛୁ ପୂଜାରୀମାନେ ତ ଆମର ପୂର୍ବପୁରୁଷଙ୍କୁ ଖାଦ୍ୟ ଖୁଆଉଛନ୍ତି, କୋଟି କୋଟି ଟଙ୍କାର କ୍ଷତିକୁ ଲାଭରେ ପରିଣତ କରି ବ୍ୟବସାୟକୁ ଆଗେଇ ଦେଉଛନ୍ତି, ଆମର ପୁଅକୁ ଚାକିରୀ ଆଉ ଝିଅକୁ ବର ଯୋଗାଇ ଦେଉଛନ୍ତି ଏହା ହିଁ ଆପଣମାନଙ୍କ ବିଶ୍ବାସ ଏତେବଡ଼ କାମପାଇଁ ପାରିଶ୍ରମିକ ବି ଅଧିକ ହିଁ ହେବ, ଦିଅନ୍ତୁ ଅଭିଯୋଗ କରିଛନ୍ତି କାହିଁକି?
ଆପଣ ସମସ୍ତେ ଚିନ୍ତା କରନ୍ତୁ - ମୃତ୍ୟୁବରଣ କରିଥିବା ଲୋକର ଆତ୍ମା କାଉ ହୋଇ ଆସି ପିଣ୍ଡ ଖାଇବ କି? ବ୍ୟବସାୟରେ ଲାଭକ୍ଷତି ତ ଲାଗିରହିବ ଯିଏ ବ୍ୟବସାୟ କଳା ଜାଣିଥାଏ ସେ କ୍ଷତିରୁ କେମିତି ଲାଭ ହେବ ଚିନ୍ତା କରିବ ପୁଅର ଚାକିରୀ ହେଉ କି ଝିଅର ବିବାହ ହେଉ ସେ ସବୁ କେଉଁ ଗ୍ରହ ଠିକ୍ କରିଦେଇ ପାରିବ ବୋଲି ଭାବୁଛନ୍ତି? ଅସଲ କଥା ହେଲା ଭିତ୍ତିହୀନ ବିଶ୍ବାସ ତ୍ୟାଗ କରନ୍ତୁ ଓ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ବିକାଶ କରନ୍ତୁ
ଏତିକି ଶୁଣି ଭକ୍ତମାନେ ଅଧ୍ୟାପକଙ୍କୁ ନମସ୍କାର କରିବା ସହିତ ଧନ୍ୟବାଦ ଜଣାଇ ଥାନାରୁ ବାହାରିଗଲେ
ଥାନା ଅଧିକାରୀ ଅଧ୍ୟାପକଙ୍କୁ ପ୍ରଣାମ କରି କହିଲେ - ଆଜ୍ଞା ଆପଣ ଆଜି ମୋର ଜ୍ଞାନ ଚକ୍ଷୁ ଖୋଲିଦେଲେ
ଅଧ୍ୟାପକ କହିଲେ - ମୁଁ କେବଳ ଅଧ୍ୟାପକ ନୁହେଁ ଜଣେ ହେତୁବାଦୀ ମଧ୍ୟ ପ୍ରତ୍ୟେକ ଘଟଣାର ବୈଜ୍ଞାନିକ କାରଣ ଖୋଜି ବାହାର କରିବା ଆମ ସମସ୍ତଙ୍କର ଧର୍ମ ହେଉ
ବେଙ୍ଗାଳୁରୁ, କର୍ଣ୍ଣାଟକ
ଭ୍ରାମ୍ୟଭାଷ : ୯୪୮୨୦୧୬୨୬୦
Go Back to Previous Page
ସନ୍ଥକବୀର ଦୋହାଗୁଚ୍ଛ - ୧
ଡା ସୁବାସ ଚନ୍ଦ୍ର ରାଉତ
Read Article
ଫେମିନିଜ୍ମ
ଶୁଭଶ୍ରୀ ଶୁଭସ୍ମିତା ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ