ପୂରୁବ ଆକାଶେ ସୂରୁଜ ଉଇଁଲେ
ତୁମ କଥା ମନେ ପଡ଼େ
ତୁମ ନିରବତା ଦେଖି ହୃଦୟେ ମୋର
ଅସ୍ଥିରତା ସୃଷ୍ଟି ହୁଏ
ଅଳସୁଆ ହୋଇ ଶେଯରୁ ଉଠିଲେ
ପ୍ରଥମେ ତୁମକୁ ଦେଖେ
ତୁମ ହସ ହସ ସୋରିଷ ଫୁଲିଆ ମୁହଁ
ମୋ ଆଖିରେ ନାଚି ଉଠେ
ମନେ ମନେ ଭାବେ ମୁଁ ତୁମର ପସନ୍ଦ ନୁହେଁ
ତଥାପି ତୁମ ସହ କଥା ହୁଏ
ତୁମ ମିଠା ମିଠା କଅଁଳ ଓଠର ସଂଗୀତ
ସପନରେ ମୋତେ ହଜାଇ ଦିଏ
ରାତିଦିନ ଖାଲି ତୁମ କଥା ଭାବେ
ମୁହିଁ ସକାଳରୁ ସଞ୍ଜଯାଏଁ
ଖିଆପିଆ ଛାଡ଼ି ସବୁବେଳେ
ତୁମରି ସ୍ମୃତିକୁ ସାଉଁଟୁ ଥାଏ
ମୋ ମନ ମନ୍ଦିରେ ସାଇତି ରଖିଛି
ତୁମକୁ ଯେ ଦେବୀ ରୂପରେ
ମଲାଯାଏଁ ଥାଉ ସମ୍ପର୍କ ଆମରି
କେବେ ଭାଙ୍ଗିନ ଯାଏ ଏ ଜୀବନରେ
ରହିଅଛି ମୋ ହୃଦୟର ସାଥୀ
ରହିଥିବ ତୁମେ ସବୁଦିନ
ଭଲ ମୁଁ ପାଉଛି ତୁମକୁ
ଦେଇ ମୋର ମନପ୍ରାଣ
Go Back to Previous Page
ଦକ୍ଷିଣା ଟଙ୍କେ ଆଠଣା
ମନୋରଞ୍ଜନ ମୁଦୁଲି
Read Article
ଡଙ୍ଗା
ଓଁକାର ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ