ମୋ କଥା ଶୁଣିବନି ଥରେ....!
ତୁମ ପାଖେ ସମୟ ଥିବ କି ନଥିବ,
ସବୁବେଳେ ତୁମରି ଦୁଆରେ ଲାଗିଛି ତ ଭିଡ଼,
ପଶିବାକୁ ହେଉନି ସାହସ ମୋର....!
ନଡ଼ିଆ କଦଳୀ କେତେ ଫଳମୂଳ
ଘିଅ ଗୁଡ଼ ଶାକର ମହୁ କ୍ଷୀର ଦହି ଛେନା
ପଞ୍ଚରତ୍ନ ପଞ୍ଚଶସ୍ୟ ପଞ୍ଚଗବ୍ୟ ଧୋତି ନୂଆ କନା
ତାମ୍ର ପାତ୍ରେ ଭୋଜ୍ୟ ଆଉ ବ୍ରାହ୍ମଣ ଦକ୍ଷିଣା
ମୁଁ ନୁହେଁ ନେତା ଅବା କୋଟିପତି ଅଭିନେତା,
ଆଗରେ ଅମଲା ପିଆଦା ସୁରକ୍ଷା ସେନା
ଶଙ୍ଖୁଳି ନେବେ ଆସି ବଡ଼ପଣ୍ଡା ଅବା ମନ୍ଦିରର ନନା
ଭବ୍ୟ ଆଡମ୍ବରରେ ହେବ ପୂଜା ଓ ମାର୍ଜନା,
ଭକ୍ତର ଭାବଟା ହୁଏ ଏଠି ପଇସାରେ କିଣା।
ମୋ ପାଖରେ ନାହିଁ ପେଟକୁ ମୁଠାଏ ଦାନା,
ନୁଖୁରା କେଶରେ ମୋ ଚାଲୁନି ପାନିଆ...
ସାତ ଫଟା କାନିରେ ବାନ୍ଧିଛି ଟଙ୍କାଏ ଆଠଣା,
ମନ୍ଦିର ନନା ଦେଖୁ ଦେଖୁ କହି ଦିଏ ...
ଭିଡ ଅଛି ଏବେ ତୁ ଆ..ନା !
ନାହିଁ ବୋଲି ମୋ ପାଖରେ ଧୂପ ଦୀପ....
କଣେଇ ଦେଖୁନି ମନ୍ଦିରର ନନା।
ତୁମେ ହେଲେ କହିଦିଅ ଥରେ ... ଆସିବିନି ଜମା.…!!
ତୁମ ହୁଣ୍ଡିଟାରେ ଦେଇଯିବି ଟଙ୍କାଏ ଆଠଣା... ନନାର ଦକ୍ଷିଣା।
ତୁମେ ତ ଦେଉଛ ସବୁ,
କି ଅବା ଦେବି ମୁଁ ତୁମକୁ... ଭାବଗ୍ରାହୀ ତୁମେ,
ଗ୍ରହଣ କର ଥରେ ମୋ ହୃଦୟର ଭାବଟାକୁ...
ମୋ ପାଖରେ ନାହିଁ କିଛି ଦେବାକୁ ପାଉଣା ଦକ୍ଷିଣା..!!
Go Back to Previous Page
ଗୋଟେ ରାସ୍ତାକଡ଼ର ବୁଢ଼ୀ
ସଞ୍ଜୟ ଦାସ
Read Article
ତୁମ କଥା ମନେପଡ଼େ
କାହ୍ନୁଚରଣ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ