ଏ ହୁତ୍ ହୁତ୍ ନିଆଁ ଦେହସୁହା ହୋଇଗଲାଣି
ଦୁନିଆଟା ଦଉଡ଼େ ଆକୁ ଶାନ୍ତ କରିବା ପାଇଁ;
ଜାଣି ମଧ୍ୟ ସେ ନିର୍ବିକାର
ଭୋକିଲା ପେଟ, ଲୋଚାକୋଚା ଚର୍ମ ଓ ଶୁଖିଲା ଆଖି –
ସାଙ୍ଗକୁ ଅସୁମାରୀ ଦୁଃଖ ଓ ଧ୍ବସ୍ତ ହୃଦୟ
“ବଡ଼” ପେଟମାନେ ସବୁବେଳେ କ୍ଷୁଦାର୍ଥ,
ସେ କିନ୍ତୁ ଜନସଂଖ୍ୟାର ବିସ୍ଫୋରଣରେ ଏକତ୍ବ ହରାଇ ବସେ
କିଛି ହୃଦୟମାନେ ସାହାଯ୍ୟପୁର୍ଣ୍ଣ ହୁଅନ୍ତି
ହତ୍ୟାକାଣ୍ଡ ଚାଲେ, ହିଂସା ହୁଏ
ମାତ୍ର ନିର୍ବାକ୍ ବୁଢ଼ୀଟା ସେମିତି ଚାହିଁ ରହିଥାଏ ଏ ଦୁନିଆଟାକୁ –
ତା ମଳିନ ଆଖିରେ
ପାକୁଆ ପାଟିରେ ମୁଚୁକୁନ୍ଦ ମାରି, କଟାକ୍ଷ ଆଖିରେ ସେ କହେ,
“ମୁଁ ବି ମୋ ରାଇଜର ରାଣୀ”
Go Back to Previous Page
ସମୟ
ନିତ୍ୟରଞ୍ଜନ ନନ୍ଦ
Read Article
ଦକ୍ଷିଣା ଟଙ୍କେ ଆଠଣା
ମନୋରଞ୍ଜନ ମୁଦୁଲି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ