ସୁଖଦୁଃଖ ସମାହାର ଏ ବିଶ୍ବ ସଂସାର
ଦୁହେଁ ଆସନ୍ତି ଯେପରି କରିଣ ବିଚାର
ଚିରଦିନ ସୁଖ ମୋ ନ ଆସିବ କେବେ
ଚିରଦିନ ଦୁଃଖ ମୋତେ ନ ଆସୁ ଏ ଭବେ
ସୁଖଦୁଃଖ ମିଶ୍ରଣର ଅପୂର୍ବ ସମ୍ଭାର
ଜୀବନରେ ଆଣିଥାନ୍ତି ବାର୍ତ୍ତା ମନୋହର
ସୁଖ କେବେ ରହେନାହିଁ ସବୁଦିନ ପାଇଁ
ଦୁଃଖମଧ୍ୟ କେବେ ହେଲେ ନୁହେଁ ଚିରସ୍ଥାୟୀ
ଦିନ ଅବସାନ ହେଲେ ସଂଧ୍ୟା ଭାସିଆସେ
ରାତ୍ରୀ ଶେଷ ହେଲେ ଦିବା ଆସେ ଯେ ହରଷେ
ମାନବ ଜୀବନ ଅଟେ କେତେ ଯେ ସୁନ୍ଦର
ଏହା ସତେ ପ୍ରଭୂଙ୍କର ଶ୍ରେଷ୍ଠ ଉପହାର
ସମୟକୁ ଧ୍ୟାନ ଦେଇ ଦୃଢ଼ମନା ହୋଇ
ଆଶାବାଦୀ ଲୋକମାନେ ଯାଆନ୍ତି ଆଗେଇ
ବୁଦ୍ଧିବିବେକ ସହିତ ବିଚାର କରନ୍ତି
ଜୀବନରେ ଅନେକ ଯେ ସାଫଲ୍ୟ ଆଣନ୍ତି
Go Back to Previous Page
ପ୍ରେମ ଓ ପ୍ରତାରଣା
ଅରୁଣ କୁମାର ପାତ୍ର
Read Article
ଗୋଟେ ରାସ୍ତାକଡ଼ର ବୁଢ଼ୀ
ସଞ୍ଜୟ ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ