ପକ୍ଷୀଟିଏ ଭଲ ପାଉଥିଲା ଏମିତି ଏକ ଫୁଲକୁ
ବୁଝିଥିଲା ସିଏ ପ୍ରେମ ତ୍ୟାଗର ମୂଲକୁ
ହଜୁଥିଲା...
ଭିଜୁଥିଲା...
ପ୍ରେମରେ ସେ ଖୋଜୁଥିଲା
ତା’ର ମନର ମାନସୀକୁ୧
ପ୍ରତ୍ୟୁତ୍ତର ଦେଲା ଫୁଲ
ପାଅ ନାହିଁ ଏବେ ଭଲ
ଦେଖ ଏ କଅଁଳ ଅଙ୍ଗ....
ଭରିନାହିଁ ପ୍ରେମ ରଙ୍ଗ...
ପ୍ରତୀକ୍ଷା କରେ ପକ୍ଷୀ ପ୍ରେମିକ
ପାଇବୁ ତା’ପରେ ଭଲ୨
ମନରେ ଜାଗିଲା ଆଶା
କରିଲା ପ୍ରେମରେ ଭରସା
ଘାରିହେଲା...
ଝୁରିହେଲା...
ପ୍ରତୀକ୍ଷାର ପାହାଚରେ ବସି
ସ୍ବପ୍ନର ସୌଧ ସେ ଗଢ଼ିଲା୩
ମନେ ମନେ କରିଲା ଶପଥ
ପ୍ରେମ ମୋର ହେବନାହିଁ ବ୍ୟର୍ଥ
ସଜେଇବି...
ଭିଜେଇବି...
ପ୍ରେମରଙ୍ଗେ ରଙ୍ଗେଇବି
ଦେଇ ନିଜର ରକତ୪
କାଟିଦେଇ ନିଜ ଡେଣା
ଭରିଲା ପ୍ରେମ ପାଉଣା
ରକ୍ତ ଦେଲା...
ଶକ୍ତ କଲା...
ପ୍ରେମିକାର ଅଙ୍ଗକୁ
କାଳେ ସେ ଛୁଇଁବ ପ୍ରେମର ପରିପୂର୍ଣ୍ଣତାକୁ୫
ବିଚିତ୍ର ଏ ବିଧିର ବିଧାନ
ଖୋଜେ ଯାହା ପାଏନାହିଁ ମନ
ସ୍ବାର୍ଥ ଗଲା...
ବ୍ୟର୍ଥ ହେଲା...
ପ୍ରେମର ପରଶ ପାଇବାକୁ
ପକ୍ଷୀ ପ୍ରାଣତ୍ୟାଗ କଲା୬
ବୁଝିଲାନି ତ୍ୟାଗର ମୂଲ
ଏତେ ପ୍ରତାରକ ଫୁଲ
ହସୁଥିଲା...
ମିଶୁଥିଲା...
ଅନ୍ୟ ସଙ୍ଗେ ସଙ୍ଗ ହୋଇ
ପ୍ରେମ ରଙ୍ଗେ ହେଲା ମସଗୁଲ୭
ତ୍ୟାଗ ନେଇ ମଲା ପକ୍ଷୀ
ତା’ପାଇଁ ଫୁଲ ସୁଖୀ
ଖୋଜିନାହିଁ...
ହେଜିନାହିଁ...
ହୋଇନାହିଁ କେବେ
ପକ୍ଷୀ ପ୍ରେମ ପାଇଁ ଦୁଃଖୀ୮
ଶିକ୍ଷକ, କେନ୍ଦୁପଦର, ଫୁଲବାଣୀ - ୭୬୨୦୦୧
ଭ୍ରାମ୍ୟଭାଷ : ୯୪୩୭୭୬୫୨୭୫
Go Back to Previous Page
ପାହାଡ଼ର ଦୁଃଖ
ଭାଗିରଥୀ ଯାନି
Read Article
ସମୟ
ନିତ୍ୟରଞ୍ଜନ ନନ୍ଦ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ