ଆଦିମକାଳୁ ଗିରି ଅଛି ପୃଥ୍ବୀକୁ ଧରି
ତନୁଟି ତା’ର ଗଢ଼ା କଠିନେ,
ବିଶାଳ ତନୁ ମଧ୍ୟେ ଜୀବନିର୍ଜୀବ ଯେତେ
ପାଳଇ ସିଏ ଅତି ଯତନେ୧
ଶାଳ ଶିଶୁ ଚନ୍ଦନ ପଳାଶ ଓ ଶାଗୁଆନ
ସବୁଜେ ଭରାଥିଲା ତା ବକ୍ଷ,
ଆଦ୍ୟରୁ ଥିଲା ଯିଏ ବିନଷ୍ଟ ଆଜି ସିଏ
ପୂରଣ କରି ସଭିଙ୍କ ଲକ୍ଷ୍ୟ୨
କହିଲା ଦିନେ ବଣ ଶୁଣ ହେ ଜୀବବର
ଶୁଣ ମୋର ଜୀବନ ବେଦନା,
କ୍ରୁର ମାନବସାଜି ଧ୍ବଂସ କରିଛୁ ଆଜି
ତନୁ ମୋର ସବୁ କରି ଚୁନା୪
ଟଗର, ଚମ୍ପା, ମଲ୍ଲୀ ଯେତେ ସହର ପଲ୍ଲୀ
ରହିଥିଲେ ମୋ ଏ ବକ୍ଷ ତଳେ,
ଯେତେ ନଗରବାସୀ ବଞ୍ଚିଥିଲେ ହସି ହସି
କାହିଁ କେଉଁକାଳୁ ମୋ’ରି କୋଳେ୪
ସୁମନୋହରରେ ଭରା ମୋ ବିଶାଳ ତନୁଟି
ଛିନ୍ନ ବିଛିନ୍ନ କରିଛୁ ଆଜି
ସେହି ପାହାଡ଼ ଗୁମ୍ଫା ଦିଶଇ ଆଜି ସଫା
ଚୁନାହୋଇ ସେ ଗଲାଣି ଯେ ହଜି୫
ସ୍ତବ୍ଧ ଆଜି ବନ ନାହିଁ ବିହଗ ଗାନ
ଯାହା ସ୍ବର ଶୁଭୁଥିଲା ଦିନେ,
ନାହିଁ କାହାରି ପତା ଯେତେକ ଗଛ ଲତା
ସେ ସବୁ ଶୂନ୍ୟ ଆଜି ମୋ ସ୍ଥାନେ୬
ଥିଲି ମୁଁ ଦିନେ ଚାହିଁ ବିଶ୍ବକଲ୍ୟାଣ ପାଇଁ
ଜୀବନେ ଆଜି ଯାଇଛି ମୁଁ ହାରି,
ଏ ବିଶାଳ ଜଗତେ ଥିଲା ମୋ ଖ୍ୟାତି ଯେତେ
ତା’ପାଇଁ ମନ ହେଉଛି ଝୁରି୭
ଶୁଣି ପାହାଡ଼ କଥା ହୋଇଲା ମୁଣ୍ଡବ୍ୟଥା
ଚେତିଲା ନର ପାଞ୍ଚି ଉପାୟ,
କରିବ ସୃଷ୍ଟି ବନ ବଢ଼ିବେ ପଶୁଧନ
ହେବନି ଆଉ ଏଇ ଜଗତ କ୍ଷୟ୮
ଗ୍ରାମ/ପୋଅ : ଦଳପଡ଼ା
ଭାୟା : ଖଜୁରୀପଡ଼ା
କନ୍ଧମାଳ, ୭୬୨୦୧୨
ଭ୍ରାମ୍ୟଭାଷ : ୯୪୩୮୦୨୬୮୪୮
Go Back to Previous Page
ମୋ ମାଆ
ସସ୍ମିତା ସାହୁ
Read Article
ପ୍ରେମ ଓ ପ୍ରତାରଣା
ଅରୁଣ କୁମାର ପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ