ହେ ବରଷା...
ଧୋଇ ନେଇଯା’ରେ ତୋ ତୀବ୍ର
ଧାରା ମାଆ ଆଖିର ଲୋତକ,
ହେ ପବନ...
ଉଡ଼ାଇ ନେଏରେ ବେଦନା ମାଆର
ପକାଇ ତୋ ବଳ ଚାବୁକ
ହେ ସୂରୁଜ...
ଶୁଖାଇ ଦେଏରେ ଦୁଃଖର ନଦୀକୁ
ମାଆର ହୃଦକୋଣରୁ,
ହେ ବସନ୍ତ...
ଫୁଟାଇ ଦେଏରେ ମୋ ମାଆ ମୁଖେ
ଆନନ୍ଦର ଲତା ଚାରୁ
ଜାଣିଛି ଏ ଜୀବନେ ଶୁଝି ହେବନାହିଁ
କେବେ ହେଁ ମାତୃଋଣ,
ତଥାପି ପ୍ରଚେଷ୍ଟା ରଖିବି ମୋହର
ପୂଜିକି ତା’ର ଚରଣ...
ପୂଜିକି ତା’ର ଚରଣ... ବ୍ୟାସ ନଗର, ଯାଜପୁର
Go Back to Previous Page
ଆଉ କି ସେଦିନ ଆସିବ
ପଙ୍କଜ ରଣା
Read Article
ପାହାଡ଼ର ଦୁଃଖ
ଭାଗିରଥୀ ଯାନି
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ