ଆଉ କି ସେଦିନ ଆସିବ
ଉତ୍ପଳ ପଟ୍ଟରେ ବାରିଧି ତଟରେ
ଉତ୍କଳ କେଶରୀ ନରସିଂହ ଡାକେ
ବାରଶହ ବଢ଼େଇ ଏକ ପ୍ରାଣ ହୋଇ
ନବ କୋଣାର୍କଟେ ଗଢ଼ିବ!
ମରଣକୁ ଲଢ଼ି ନିହାଣ ମୂନରେ
ମୃତ ପ୍ରସ୍ତରକୁ ଜୀବନ୍ତ ପ୍ରତୀମ
ପାଷାଣେ ପରାଣ ଭରିବ
ଆଉ କି ସେଦିନ ଆସିବ!
ଆଉ କି ସେଦିନ ଆସିବ,
ପ୍ରଜାନୁରଞ୍ଜକ ହୋଇ ବିଭିତ୍ସକ
ଚଳନ୍ତି ରଥର ନିଦର୍ଶନ କାନ୍ତି
କୋଣାରକେ ଫେରି ପାଇବ,
ବାରଶ ବଢ଼େଇ ବାର ବର୍ଷଧରି
ପ୍ରଚେଷ୍ଟା ସତ୍ତ୍ବେକ ଦଧିନଉତିକ
କଳେ ବଳେ ଚୂଳେ ଥୋଇ ନପାରିବେ
ସଭିଙ୍କୁ ବିବ୍ରତ କରିବ
ଆଉ କି ସେଦିନ ଆସିବ?
ଆଉ କି ସେଦିନ ଆସିବ
କ୍ରୋଧାନ୍ବିତ ରାଜା ମୁଣ୍ଡକାଟବାଣୀ
ମହାରଣା ସାଥେ ସମସ୍ତ ବିନ୍ଧାଣୀ
ପ୍ରମାଦକେ ଆଉ ଗଣିବ,
ପିତାଙ୍କ ବିଚ୍ଛେଦ ବିଶୁଙ୍କ ଦାୟାଦ
ମାତାଙ୍କୁ ପୁଚ୍ଛିବ ତାହାଙ୍କ ସମ୍ବାଦ
ଦେବଦୂତ ପ୍ରାୟ ଭେଟିବ
ଆଉ କି ସେଦିନ ଆସିବ?
ଆଉ କି ସେଦିନ ଆସିବ
ଧରମର ବଳ ପ୍ରତାପୀ ପ୍ରବଳ
ରକତେ ରକତ ଚିହ୍ନିବା କେବଳ
ପ୍ରମାଣର ଖେଳ ହୋଇବ,
ବାଡ଼ି ବରକୋଳି କାଳିଆ କୁକୁର
ବଂଶ ପରମ୍ପରା ମାତାଙ୍କ ସଂସ୍କାର
ଧରମାକୁ ବିଶୁ ଚିହ୍ନିବ
ଆଉ କି ସେଦିନ ଆସିବ?
ଆଉ କି ସେଦିନ ଆସିବ
ବିଶ୍ବର ଏହି ଅଦ୍ବିତୀତ କୀର୍ତ୍ତି
ପୁନଃ ନିର୍ମାଣ କେ କରିବ,
ବାରଶ ବଢ଼େଇ ଯଶ ଥାଉ ଥାଊ
ଉତ୍କଳିକା ବକ୍ଷେ ଇତିହାସ କରି
କାହା କୀର୍ତ୍ତିଟେକ ରଖିବ
ଆଉ କି ସେଦିନ ଆସିବ?
ଭ୍ରାମ୍ୟଭାଷ : ୯୭୭୭୪୧୯୫୯୪
Go Back to Previous Page
ଦୁଇଟି ସମଲପୁ୍ରୀ ଗୀତ
ଆଶୁତୋଷ ମେହେର
Read Article
ମୋ ମାଆ
ସସ୍ମିତା ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ