ଶୋଇ ରହିଥିବା ମନଟା ହଠାତ୍ କାହିଁକି
ଏତେ କ୍ଷୀପ୍ର, ଚଳଚଞ୍ଚଳ, ହୃଦୟଟା ଅବେଗମୟ?
ଖୁସିର ଅଗଣିତ ଢେଉ ମଥାପାତି
ସ୍ବୀକାର କରୁଛନ୍ତି ତୁମ ସାନିଧ୍ୟ
ଭବ୍ୟ ସମ୍ବର୍ଦ୍ଧନାରେ ମହକୁଛି ଏ ଶରୀର, ଆତ୍ମା
ଯନ୍ତ୍ରଣାର ଧାରା ହାର ମାନିଛି
ତୁମ ବିବେକୀ ପ୍ରାଣସତ୍ତା ପାଖେ
ରଚିବାକୁ ଆଶା-ଆଲୋକର ନୂଆ ଇତିହାସ
କି ସ୍ବର୍ଗୀୟ ଅନୁଭବ!
ଅପହଞ୍ଚ ଇଲାକାର ତୁମେ ମୁକୁଟବିହୀନ ସମ୍ରାଟ
ଆସ, ନେଇଯାଅ ତୁମ ପ୍ରାପ୍ୟ
ନାହିଁ ଏଠି ପ୍ରତାରଣାର ପ୍ରତିବିମ୍ବ
ଅବିଶ୍ବାସର ପ୍ରତିଧ୍ବନୀ
ନିରାଶାର ପଦଚିହ୍ନ
କିଛି ପାଇବା – ହରାଇବାର ଆରୋପ-ପ୍ରତ୍ୟାରୋପ
ଅଛି କେବଳ ତୁମ ପ୍ରତି ସମ୍ପୂର୍ଣ୍ଣ ସମର୍ପଣର ଭାବ
ଏଇ ବୋଧେ ପ୍ରେମ।
ସହକାରୀ ଶିକ୍ଷକ
ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ନିଆଳି, ଯାଜପୁର
ଭ୍ରାମ୍ୟଭାଷ - ୯୭୭୭୬୯୩୩୮୦
Go Back to Previous Page
ପୂଜିବା ତ ଶଙ୍କର
ଡ: ସତ୍ୟନାରାୟଣ ମିଶ୍ର
Read Article
ଦୁଇଟି ସମଲପୁ୍ରୀ ଗୀତ
ଆଶୁତୋଷ ମେହେର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ