ଚକି ଚାଲିବା ଦର୍ଶନ କରି କବୀର କରେ କ୍ରନ୍ଦନ,
ଦୁଇ ପ୍ରସ୍ତର ମଧ୍ୟରେ ସଦା ରହେନି କାହା ଜୀବନ ୧
ମନ୍ଦ କିଏ ସେ, ଖୋଜି ଚାଲିଲି, ପାଇଲିନି କେଉଁଠାରେ,
ନିଜ ମନକୁ ଖୋଜି ଦେଖିଲି, ମନ୍ଦ ଲୁଚିଛି ସେଠାରେ ୨
କାଲିର କାମ ଆଜି ହିଁ କର, ଆଜିକାର କାମ ଏବେ,
ପଲକ ମଧ୍ୟେ ପ୍ରଳୟ ହେବ, କର୍ତ୍ତବ୍ୟ କରିବୁ କେବେ ୩
ଏପରି ବାକ୍ୟ ସ୍ଫୁରଣ କର, ନାହିଁ ଯହିଁ ଗର୍ବ କାନ୍ତି,
ଶୁଣିଲେ ନିଜ ତନୁ ଶୀତଳ, ଅନ୍ୟକୁ ଦେବ ସେ ଶାନ୍ତି ୪
ଧୀରେ ରେ ମନ, ସ୍ଥିରତା ରଖ, ଧୀରେ ସବୁ କଥା ହୁଏ,
ମାଳି ଢାଳେ ଜଳ ଶହେ ଗରା, ଋତୁ ହେଲେ ଫଳ ହୁଏ ୫
ଏତିକି ପ୍ରଭୁ ଆମକୁ ଦିଅ, କୁଟୁମ୍ବ ଯଥେଷ୍ଟ ପାଉ,
ଭୋକିଲା କେହି ନିଜେ ନ ରହୁ, ସାଧୁ ଭୋକରେ ନ ଯାଉ ୬
ବଡ଼ ଶବ୍ଦଟି ଅର୍ଥ ବିହୀନ, ଯେମିତି ଗଛ ଖଜୁର,
ପାନ୍ଥ ପାଏନି ଛାୟା ଟିକିଏ, ଫଳ ଫଳେ ଅତି ଦୂର ୭
ତିଳ ମଧ୍ୟରେ ସଂଯୁକ୍ତ ତେଲ, ଚକମକି ସଙ୍ଗେ ନିଆଁ,
ତୁମ ମଧ୍ୟରେ ଅଛନ୍ତି ପ୍ରଭୁ, ଜାଗି ଉଠି ହୁଅ ଠିଆ ୮
କବୀର ଠିଆ ହାଟରେ ହୋଇ ମାଗେ ଶୁଭ ସଭିଙ୍କର,
ତାହାର କେହି ନୁହନ୍ତି ସାଥୀ, କାହା ସାଥେ ନାହିଁ ବୈର ୯
ପୋଥୀ ପଢ଼ି ପଢ଼ି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,
ଅଢେଇ ଅକ୍ଷର ପ୍ରେମର ଭାଷା ଯେ ପଢ଼ିପାରେ ସେ ଜ୍ଞାନୀ |୧0|
ଦୁଃଖରେ ସ୍ମରଣ କରନ୍ତି ସଭିଏଁ, ସୁଖ ବେଳେ କେହି ନାହିଁ,
ସୁଖରେ ସ୍ମରଣ ଯିଏ କରି ପାରେ, ଦୁଃଖ ତାହା ପାଇଁ କାହିଁ ?l୧୧
କିଛି ଦୋହାମାନଙ୍କର ତର୍ଜମା
ଚକି ଚାଲିବା ଦର୍ଶନ କରି କବୀର କରେ କ୍ରନ୍ଦନ,
ଦୁଇ ପ୍ରସ୍ତର ମଧ୍ୟରେ ସଦା ରହେନି କାହା ଜୀବନ ୧
(चलती चाकी देख के दिया कबीरा रोय , दोउ पाटन के बीच में साबुत बचा न कोय)
ଆଗ କାଳରେ ଘରେ ଘରେ ଲୋକମାନେ ଚକି ରଖୁଥିଲେ ଏଥିରେ ସାଧାରଣତଃ ମହିଳାମାନେ ଚାଉଳ, ଗହମ, ମୁଗ, ବିରି ଇତ୍ୟାଦି କଠିନ ପଦାର୍ଥ ଗୁଣ୍ଡ କରିବା ନିମନ୍ତେ ପେଷୁଥିଲେ ସମସ୍ତେ ଚକି ଦେଖନ୍ତି, କେହି ଏହା ବିଷୟରେ କେବେବି ଚିନ୍ତା କରନ୍ତି ନାହିଁ କଅଣ ବା ଅଛି ଯେ ଏଥିରେ ଭାବିବାର ବିଷୟ? ମହାମାନବମାନେ କିନ୍ତୁ ସାମାନ୍ୟ ଦୃଶ୍ୟ ଦେଖି ଅସାମାନ୍ୟ ଭାବନାରେ ମଗ୍ନ ହୋଇ ଯାଆନ୍ତି ମହାମାନବ ସନ୍ଥ କବୀର ବା ଏଥିରୁ ବାଦ ଯାଆନ୍ତେ କିପରି? ସେ ଚକି ପେଷା ଦେଖି ଦେଖି ଉପରୋକ୍ତ ଦୋହାଟି କହି ପକାଇଲେ
ଆମେ ଚିନ୍ତା କରିବା, ଚକି ଚାଲିବା ଦେଖି କବୀର କାହିଁକି କାନ୍ଦିଲେ? ଦୁଇ ପଥର ଭିତରେ କାହାରି ଜୀବନ ରହେନି; ଏହାର କିଛି ଅର୍ଥ ବାହାରୁନି କିନ୍ତୁ ଏହି ଗୋଟିଏ ପଦରେ ଯେଉଁ ଅନ୍ତର୍ନିହିତ ଭାବାର୍ଥ ସନ୍ନିବେଶିତ ହୋଇଛି, ତାହାର ଉପମା ନାହିଁ ବିଭିନ୍ନ ଲେଖକ ନିଜର ଭାବନା ଅନୁସାରେ ଏହାର ଭିନ୍ନ ଭିନ୍ନ ବ୍ୟାଖ୍ୟା କରିଛନ୍ତି
ରାଜେନ୍ଦର କ୍ରିଷନ୍ଙ୍କ ମତରେ ପୃଥିବୀ ଗୋଟିଏ ପଥର ଓ ଆକାଶ ଆଉ ଗୋଟିଏ ପଥର ଓ ଏହି ଦୁଇ ପଥରର ରୁପ କବୀର କଳ୍ପନା କରିଛନ୍ତି ପୃଥିବୀଟି ଚକି ବୁଲିବା ଭଳି ଅହରହ ଘୁରି ବୁଲୁଛି ଏହା ମଧ୍ୟରେ ସଂସାରର ସମସ୍ତ ଜୀବ, ପ୍ରାକୃତିକ ଦ୍ୱୈତ ସମ୍ଭାର ଯଥା:- ଦିବା ରାତ୍ର, ଜୀବନ ମୃତ୍ୟୁ, ସୁଖ ଦୁଃଖ ଇତ୍ୟାଦି ଅହରହ ଘୁର୍ଣ୍ଣାୟମାନ ଅଟନ୍ତି ଏହି ଘୂର୍ଣ୍ଣନ ଯୋଗୁ ମଣିଷ ଓ ଜୀବଜନ୍ତୁ ଇତ୍ୟାଦି ସମସ୍ତେ ପେଷି ହୋଇ ନଷ୍ଟ ହେଉଛନ୍ତି ଏତେ ସୁନ୍ଦର ସଂସାରର ପ୍ରତ୍ୟେକ ପଦାର୍ଥ ଓ ଜୀବଜନ୍ତୁଙ୍କର ପ୍ରତି ମୁହୂର୍ତ୍ତରେ ବିନାଶ ହେଉଥିବା ଦେଖି କବୀର ଦୁଃଖରେ ଅଧୀର ହୋଇ ଏହି ଦୋହା କହିଛନ୍ତି
ଦିବ୍ୟା କୁମ୍ମରଙ୍କ ମତ ଏହାଠାରୁ ସାମାନ୍ୟ ଭିନ୍ନ ଚକିର ମଧ୍ୟ ଭାଗରେ ଥିବା କିଳା ସନ୍ନିକଟରେ ଥିବା ପଦାର୍ଥ ନଷ୍ଟ ହୁଏନାହିଁ ସୁତରାଂ ତାଙ୍କ ମତରେ ଜୀବନ କାଳର ଦୁଇଟି ଭାଗ ଅଛି, ଅନ୍ତର୍ବିଭାଗ ଓ ବହିର୍ବିଭାଗ ଭାଗ ଯେଉଁମାନେ ଆତ୍ମା ପରମାତ୍ମା ସମ୍ପର୍କ ବୁଝି ସେହି ଅନୁସାରେ ସତ୍ କାର୍ଯ୍ୟ କରନ୍ତି, ସେମାନେ ଜୀବନ ଚକିର ଅନ୍ତର୍ବିଭାଗରେ ରହନ୍ତି, ନଷ୍ଟ ହୁଅନ୍ତି ନାହିଁ ମଝି କିଳାଟି ଭଗବାନଙ୍କର ପ୍ରତୀକ ଯେଉଁମାନେ ଏହି କିଳାରୂପକ ଭଗବାନଙ୍କୁ ଧରି ରଖିବେ, ସେମାନେ ନଷ୍ଟ ହେବେନି; ସେମାନେ ପରମାତ୍ମା ସହ ସଂଯୁକ୍ତ ହୋଇ ମୋକ୍ଷ ହୋଇଯିବେ ଅନ୍ୟ ସମସ୍ତେ ଏହି ସଂସାର ଚକିରେ ପେଷିହୋଇ ନଷ୍ଟ ହୋଇଯିବେ ଆମେ ସତ୍ କର୍ମ କଲେ ଓ ଭଗବାନଙ୍କ ଶରଣ ପଶିଲେ ଏହି ଚକିର ମଧ୍ୟ ଭାଗରେ ରହିବା ଓ ମୁକ୍ତି ପାଇବା ସନ୍ଥ କବୀର, ଶ୍ରୀ ଚୈତନ୍ୟ ଓ ମୀରା ବାଈଙ୍କ ଅନ୍ତ ସମୟ ପରେ ତାଙ୍କର ମର ଶରୀର କେହି ଦେଖି ନାହାନ୍ତି ସେମାନେ ଭଗବାନଙ୍କଠାରେ ଲୀନ ହୋଇଗଲେ
ଅମ୍ବୁଦନ୍ ଙ୍କ ମତରେ ଜୀବନ ମୃତ୍ୟୁ, ସୁଖ ଦୁଃଖ, ନର ନାରୀ, ଉଚ୍ଚ ନୀଚ, ଭଲ ମନ୍ଦ, ଧରିତ୍ରୀ ଆକାଶ, ଦିବା ରାତ୍ରି ଇତ୍ୟାଦି ଦ୍ୱିତାବସ୍ଥାଗୁଡ଼ିକ ଚକିର ଦୁଇ ପଥର ଭଳି ନିଜ ପଞ୍ଝା ଭିତରେ ଆବୋରି କାହାକୁ ସଦା ସର୍ବଦା ସ୍ଥିତିମାନ ହେବାକୁ ଆଜ୍ଞା ଦେଉନାହିଁ
ଆଜିର ଏ ବିଜ୍ଞାନ ଯୁଗରେ ଆମେ ଜାଣୁଛେ, ଅଣୁ ପରମାଣୁର ସମ୍ମିଶ୍ରଣରେ ସଂସାରର ସମସ୍ତ ଜୀବ ଓ ନିର୍ଜୀବ ଗଠିତ ହୋଇଛନ୍ତି ପ୍ରତ୍ୟେକ ଅଣୁ ମଧ୍ୟଭାଗରେ ଏକ ନିଉକ୍ଳିଅସ ଥାଏ ଯାହା ମଧ୍ୟରେ ଯୁକ୍ତାତ୍ମକ ପ୍ରୋଟୋନ୍ ଓ ନିଉଟ୍ରାଲ ( ଯୁକ୍ତ ଓ ବିଯୁକ୍ତ ମଧ୍ୟରୁ କୌଣସିଟି ନୁହେଁ) ନିଉଟ୍ରନ ଥାଏ ଯାହା ଚାରିପଟେ ଏକ ବା ଏକାଧିକ ବିଯୁକ୍ତାତ୍ମକ ଇଲେକ୍ଟ୍ରନ ଘୁରୁଥାଆନ୍ତି ସ୍ଥୁଳ ସଂସାରରେ ନକ୍ଷତ୍ର ଚାରିପଟେ ଗ୍ରହମାନେ ବୁଲୁଛନ୍ତି ସୌର ଜଗତ ମଧ୍ୟ ଛାୟା ପଥରେ ଘୁରି ବୁଲୁଛି ଛାୟା ପଥର ମଝିରେ କଅଣ ଅଛି ସେ କଥା ଜଣାନାହିଁ ଧ୍ରୁବ ତାରା ଚାରିପଟେ ସପ୍ତର୍ଷି ମଣ୍ଡଳ ବୁଲୁଛି ନକ୍ଷତ୍ର ମଧ୍ୟ ଶେଷରେ ନଷ୍ଟ ହୋଇ କୃଷ୍ଣ ଗର୍ତ୍ତରେ ପରିଣତ ହୁଏ ଏ ଦୁନିଆରେ କେହି ସ୍ଥିର ନୁହେଁ ଏ ଅସ୍ଥିର ଜଗତରେ ସ୍ଥିରତା ସମ୍ଭବ ନୁହେଁ ନଷ୍ଟଶୀଳତା ଏ ଦୁନିଆର ନୀତି
ମହାମାନବ କବୀର ଖ୍ରୀଷ୍ଟାବ୍ଦ ୧୫୦୦ ଶତାବ୍ଦୀରେ ଏହି ଅସ୍ଥିରତାରେ ବିଚଳିତ ହୋଇ ଦୁଃଖରେ କ୍ରନ୍ଦନ କରି ଏହି ଦୋହା ଲେଖିଥିଲେ ଏ ଯୁଗର ମାନବ ସେହି ଭାବନାକୁ ପ୍ରଣାମ କରୁଛି ଓ ତାଙ୍କ ସନ୍ଥ ଆଖ୍ୟା ଯଥାର୍ଥ ବୋଲି ମନେକରୁଛି
ମନ୍ଦ କିଏ ସେ, ଖୋଜି ଚାଲିଲି, ପାଇଲିନି କେଉଁଠାରେ,
ନିଜ ମନକୁ ଖୋଜି ଦେଖିଲି, ମନ୍ଦ ଲୁଚିଛି ସେଠାରେ ୨
ମନ୍ଦ ଲୋକକୁ କବୀର ସଂସାରରେ ଖୋଜିବାକୁ ବାହାରିଲେ, କିନ୍ତୁ କେଉଁଠାରେ ପାଇଲେନି ଭାବିଲେ ମୁଁ ଭଲ ଲୋକକୁ ନଖୋଜି ମନ୍ଦ ଲୋକକୁ ଯଦି ଖୋଜୁଛି ତାହେଲେ ମୋଠାରୁ ମନ୍ଦ କେହି ନାହିଁ ମୋ ମନ ଭିତରେ ମନ୍ଦ ବା ଦୁଷ୍ଟ ବୁଦ୍ଧି ସର୍ବଦା ଲୁଚିଛି ତେଣୁ ମୋ ମନ ସର୍ବଦା ମନ୍ଦକୁ ଖୋଜୁଛି ନିଜର ଆତ୍ମା ଶୁଦ୍ଧ ଓ ଚରିତ୍ର ଭଲ ଥିଲେ ସମସ୍ତେ ଭଲ ଲାଗନ୍ତି ଓ ଖରାପ ଥିଲେ ସମସ୍ତେ ଖରାପ ଦେଖାଯାଆନ୍ତି ଯଦି ତୁମେ ସର୍ବଦା ଲୋକଙ୍କର ଖୁଣ ଖୋଜୁଛ, ତା’ହେଲେ ତୁମଠାରୁ ଖରାପ ଲୋକ କେହି ନାହିଁ ସଂସାରର ପ୍ରତ୍ୟେକ ଲୋକର ଭଲ ଗୁଣ ଓ ମନ୍ଦ ଗୁଣ ଥାଏ ଜ୍ଞାନୀ ଲୋକ ସର୍ବଦା ଖୁଣ ନଖୋଜି ଗୁଣ ଖୋଜନ୍ତି
ଏପରି ବାକ୍ୟ ସ୍ଫୁରଣ କର, ନାହିଁ ଯହିଁ ଗର୍ବ କାନ୍ତି,
ଶୁଣିଲେ ନିଜ ତନୁ ଶୀତଳ, ଅନ୍ୟକୁ ଦେବ ସେ ଶାନ୍ତି ୪
କଥାବାର୍ତ୍ତା କଲାବେଳେ ସର୍ବଦା ମଧୁର ବିନୟ ବଚନ କହ ସେହି କଥାରେ କୌଣସି ଗର୍ବର ଆଭାସ ନରହୁ ସେହି କଥା ଶୁଣିଲେ ଯେମିତି ଦେହ ଶୀତଳ ହୋଇଯିବ ଓ ଅନ୍ୟକୁ ମଧ୍ୟ ଶାନ୍ତି ଦେବ ଜଣେ ଜଣେ ବ୍ୟକ୍ତି ବହୁତ ମଧୁର କଥା କହିପାରନ୍ତି ସମସ୍ତେ ସେଭଳି କହିପାରିବେନି କେବଳ କଥା ମାଧ୍ୟମରେ ମଣିଷ ନେତୃତ୍ଵ ଦେଇପାରେ, କପଟ ସାଧୁ ହୋଇପାରେ, ଲୋକଙ୍କୁ ଠକିପାରେ ଅନ୍ୟ ପକ୍ଷରେ ମଧୁର ବଚନ କହିଲେ ଶ୍ରୋତାର ମନ ଶାନ୍ତ ହୋଇଯାଏ, ଦୁଃଖ ଲାଘବ ହୋଇଯାଏ କଥାର ଅସୀମ ଶକ୍ତି ଅଛି, ତାହାକୁ ପ୍ରୟୋଗ କରିବା ଏକ କଳା ଜବାହାରଲାଲ ନେହୁରୁ ଥରେ କହିଥିଲେ, ନେତା ହେବାପାଇଁ ମିଠା କଥାହିଁ ପ୍ରମୁଖ ଯୋଗ୍ୟତା
ଧୀରେ ରେ ମନ, ସ୍ଥିରତା ରଖ, ଧୀରେ ସବୁ କଥା ହୁଏ,
ମାଳି ଢାଳେ ଜଳ ଶହେ ଗରା, ଋତୁ ହେଲେ ଫଳ ହୁଏ ୫
ମନକୁ କାବୁରେ ରଖ ଅର୍ଥାତ ନିଜ ନିୟନ୍ତ୍ରଣରେ ରଖ କାମ ନାହିଁ, ଚାକିରି ମିଳୁନି, ଅସ୍ଥିର ହୁଅନି ତରତର ହେଲେ କିଛି କାମ ହେବନି ଧୈର୍ଯ୍ୟ ଧର ସାଇଁ ବାବା ଏହାକୁ ଅନ୍ୟ ପ୍ରକାର କହିଥିଲେ, ଶ୍ରଦ୍ଧା ସବୁରି ସବୁର କର ଅର୍ଥାତ ଧୈର୍ଯ୍ୟ ଧର ସମୟ ଆସିଲେ କାମ ହୋଇଯିବ ସଠିକ ସମୟ ନହେବା ପର୍ଯ୍ୟନ୍ତ କୌଣସି କାମ ହୋଇପାରିବନି ଉଦାହରଣ ସ୍ୱରୂପ ବିଲରେ ବା ଗଛ ମୂଳରେ ଶହେ ଗରା ପାଣି ଢାଳିଲେ ବି ଗଛରେ ଫଳ ଧରିବନି ଯଦି ସଠିକ ଋତୁ ହେଇନି ସମସ୍ତେ ଜାଣିଥିବେ, କୋବି କେବଳ ଠିକ ଋତୁରେ ସବୁଠାରୁ ସ୍ଵାଦିଷ୍ଟ ହୁଏ ଅନ୍ୟ ଋତୁରେ ସେହି ଚାଷ କଲେ କୋବି ନହୋଇପାରେ ଓ ଯଦି ହୁଏ, ସ୍ଵାଦିଷ୍ଟ ହୁଏନି ତେଣୁ ମନକୁ ଅଧୀର ଓ ଅସ୍ଥିର ରଖନି ଉପଯୁକ୍ତ ସମୟ ଆସିଲେ ହିଁ ସବୁ କଥାର ସମାଧାନ ଆପେ ଆପେ ହୋଇଯାଏ
ବଡ଼ ଶବ୍ଦଟି ଅର୍ଥ ବିହୀନ, ଯେମିତି ଗଛ ଖଜୁର,
ପାନ୍ଥ ପାଏନି ଛାୟା ଟିକିଏ, ଫଳ ଫଳେ ଅତି ଦୂର ୭
କବୀରଙ୍କ ମତରେ ବଡ଼ ଶବ୍ଦର କିଛି ସଠିକ ଅର୍ଥ ନଥାଏ ବଡ଼ ଲୋକ କହିଲେ ଧନୀ ଲୋକକୁ ବୁଝାଏ ଓ ମାନ୍ୟଗଣ୍ୟ ବ୍ୟକ୍ତିକୁ ବି ବୁଝାଏ କିନ୍ତୁ ପ୍ରକୃତ ପକ୍ଷରେ ସେହି ଲୋକ ବା ଜୀବକୁ ବଡ଼ କୁହାଯାଏ ଯିଏ ଅନ୍ୟର ଉପକାରରେ ଆସେ କେବଳ ଆକାରରେ ବଡ଼ ହେଲେ କୌଣସି କାମର ନୁହେଁ କେବଳ ଧନରେ ବଡ଼ ହେଲେ କୌଣସି କାମର ନୁହେଁ ନିର୍ଦ୍ଧନ ବି ତାର କର୍ମ ଅନୁସାରେ ବଡ଼ ହୋଇପାରେ ଗୋଟିଏ ଭିକାରି ଯଦି ତାର ସଞ୍ଚିତ ଅର୍ଥରୁ ପ୍ରାକୃତିକ ବିପର୍ଯ୍ୟୟରେ ପୀଡିତ ଲୋକଙ୍କ ନିମନ୍ତେ ଯତ କିଞ୍ଚିତ ଦାନ କରେ ତେବେ ସେ ବଡ଼ ପଦବାଚ୍ୟ ବଡ଼ ନେତା ବା ବଡ଼ ଅଫିସର ହୋଇ ଯଦି ଜନ ସାଧାରଣଙ୍କର ଉପକାର ନକଲା ତେବେ ସିଏ କି ବଡ଼ ଓ ସେ ବଡ଼ର ମର୍ଯ୍ୟାଦା କଅଣ? ହୃଦୟ ବଡ଼ ହେବା ଆବଶ୍ୟକ କବୀର କହୁଛନ୍ତି, ଖଜୁରୀ ଗଛ ଗୋଟିଏ ବଡ଼ ଗଛ କିନ୍ତୁ ସେହି ଗଛର ଛାୟାରେ ପଥିକ ରୌଦ୍ର ତାପରୁ ରକ୍ଷା ପାଇପାରେନି ଓ ତାର ଫଳ ମଧ୍ୟ ଏତେ ଦୂରରେ ଥାଏ ଯେ ବାଟୋଇ ତାକୁ ତୋଳି ଭୋକ ମେଣ୍ଟେଇବାକୁ ସକ୍ଷମ ହୋଇପାରେନି ତେଣୁ ସୂକ୍ଷ୍ମ ଅର୍ଥରେ ବଡ଼ ଶବ୍ଦଟି ଅର୍ଥହୀନ
ପୋଥୀ ପଢ଼ି ପଢ଼ି ସଭିଏ ଗଲେ, କେହି ହେଲେ ନାହିଁ ଜ୍ଞାନୀ,
ଅଢେଇ ଅକ୍ଷର ପ୍ରେମର ଭାଷା ଯେ ପଢ଼ିପାରେ ସେ ଜ୍ଞାନୀ |୧0|
(पोथी पढ़ि पढ़ि जग मुआ, पंडित भया न कोय
ढाई आखर प्रेम का, पढ़े सो पंडित होय )
ସଂସାରରେ ଅସଂଖ୍ୟ ଲୋକଙ୍କର ମୋଟା ମୋଟା ବହି ପଢି ପଢି ଜୀବନ ବିତିଯାଇଛି, କିନ୍ତୁ କେହି ତାଙ୍କୁ ଜ୍ଞାନୀ ବା ‘ପଣ୍ଡିତ’ କହିନାହାନ୍ତି ପ୍ରେମରେ ସଂସାରକୁ ବାନ୍ଧି ରଖିଥିବା ଲୋକଙ୍କୁ ପ୍ରକୃତରେ ପଣ୍ଡିତ କୁହାଯାଏ ଓଡିଆର ପ୍ରେମକୁ ହିନ୍ଦୀରେ ପ୍ୟାର (प्यार) କୁହାଯାଏ ଏଥିରେ ‘ପ’ ଅକ୍ଷରର ଅଧା ସହିତ ‘ୟା’ ଓ ‘ର’, ଏହି ଯୋଡିଏ ଅକ୍ଷର ଅଛି ଓ ଅନ୍ୟ ଯାହା ଅଛି ତାହାକୁ କବୀର ତାହାକୁ ଅଧା ଅକ୍ଷର କହୁଛନ୍ତି ତେଣୁ ଦୁଇ ଓ ଅଧା ମିଶି ଅଢେଇ ଅକ୍ଷର ହେଲା
ସେହିଭଳି ଓଡିଆରେ ‘ପ’ ଓ ‘ମ’ ଏହି ଦୁଇଟି ଅକ୍ଷର ସହିତ ‘ଏ’କାର ଓ ‘ର’ ଫଳା ଅଛି ଏହାକୁ ଅଧା ଅକ୍ଷର କୁହାଯାଇପାରେ ଏହି ଅଢେଇ ଅକ୍ଷର ଉପରେ ସାରା ସଂସାର ତିଷ୍ଠିଅଛି ଯେଉଁ ବ୍ୟକ୍ତି ପ୍ରେମର ଅଢେଇ ଅକ୍ଷରର ଅଧ୍ୟୟନ କରି ସେହି ଅନୁସାରେ କାମ କରିଛନ୍ତି ଲୋକମାନେ ତାଙ୍କୁ ଜ୍ଞାନୀ ବା ପଣ୍ଡିତ କହନ୍ତି ତେଣୁ ସମସ୍ତେ ପ୍ରେମ କର ଓ ପ୍ରେମାସ୍ପଦ ହୁଅ ଏହି ପ୍ରେମର ବିଲୟ ହୋଇଗଲେ ପରସ୍ପର ପିଟାପିଟି ହୋଇ ଏ ସଂସାର ଧ୍ବଂସ ହୋଇଯିବ, ଯେମିତି ଦ୍ବାପର ଯୁଗରେ ହୋଇଥିଲା
ଅନ୍ୟ ଦୋହାଗୁଡ଼ିକ ପ୍ରାୟ ବୁଝିହୁଏ ତେଣୁ ସେଗୁଡିକର ତର୍ଜମା ଦିଆଗଲାନାହିଁ
Go Back to Previous Page
ହାଇଦ୍ରାବାଦୀ ଦମ୍ ବିରିୟାନୀ
ଦୀପକ ଷଡ଼ଙ୍ଗୀ
Read Article
ପୂଜାରୀ ଉବାଚ
ବାଲ୍ମୀକି ନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ