ସାରା ରାତି ଉଜାଗରେ ପୂଜିବା ତ ଶଙ୍କର
ସାରା ଦୁଃଖ ଦୂର ହେବ କୃପାକଲେ ଈଶ୍ୱର
ମାଗିବା ତ ଧନ ଜନ ମାଗିବା ତ ଆୟୁ୍ଷ
ମାଗିବା ଜୀବନ ସାଥୀ, ଦୁନିଆରେ ଯେ ଯଶ
ଜାଳିବା ଦିପ, ଢାଳିବା ଜଳ ଆଉ ଯେ କ୍ଷୀର
ଦେବା ଫୁଲ ଭକ୍ତିଭରେ ପଢ଼ି ନାନା ମନ୍ତର
ଭୋଳାନାଥ ଦୟା କଲେ ନ ରହିବ କଷଣ
ସେ ତ ଜଗତ ନିମନ୍ତେ କଲେ ବିଷ ଭକ୍ଷଣ
ଅକର୍ମ କର୍ମ ଦାୟକ, ଅମଙ୍ଗଳନାଶକ
ଆଖଣ୍ଡଳ ପୂଜ୍ୟ ଦେବ କାମ ତାପ ହାରକ
ପଶୁପତିନାଥ ହରି ବିଜେ ଶିଳା ରୂପରେ
ପଶ ଶରଣ ଭକତେ ରହି ଉପବାସରେ
ମହାଦୀପ ଜଳୁଥାଉ ଉଡୁ ବାନା ଜଗତେ
ପାପ ପଙ୍କୁ ତ୍ରାହି କର ଚାଁହ ଥରେ ଭକତେ।
ଲିଙ୍ଗରାଜ ବିହାର, ଭୁବନେଶ୍ୱର - ୨୦
ଭ୍ରାମ୍ୟଭାଷ : ୯୯୩୮୧୬୭୩୩୧
Go Back to Previous Page
ଶେଷ ପ୍ରେମିକା
ନିର୍ମଳ କୁମାର ଦଳାଇ
Read Article
ଏଇ ବୋଧେ ପ୍ରେମ
ହିମାଂଶୁ ଭୂଷଣ ଜେନା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ