ତୁ ଗଲାପରେ
ଆଗୋ ପ୍ରିୟତମା
ବସନ୍ତ ଯାଇଛି ମଉଳି ,
ଫଗୁଣର ରଙ୍ଗ
ଫିକା ଫିକା ଲାଗେ
ଜହ୍ନ ତ ପଡିଛି ଝାଉଁଳି
ଶୀତ ସକାଳର
ଦର ଓଦା ଘାସ
ପାରୁନି ଟିକିଏ ହସି ,
ସଜ ଗୋଲାପର
ଯନ୍ତ୍ରଣା ଏତେ ଯେ
ସେ ବି ଦିଶୁଛି ବାସି
ତତେ ଯେବେ
କିଛି ମାଗିନି
ଇସାରାରେ ଅଜାଡି ଦେଇଛୁ ,
ଆଜି ଯେବେ
ହାତ ପାତୁଛି
ସତରେ କାହିଁ ଛାଡି ଯାଇଛୁ
ଫେରିବୁନି କହି
ଚାଲିଯାଇଛୁ ଯେ
ତଥାପି କରିଛି ଅପେକ୍ଷା ,
ସ୍ମୃତି ଲିଭୁନାହିଁ
ଆଖିର ଲୁହରେ
ଆଗୋ ମୋ ଶେଷ ପ୍ରେମିକା
ପାଇକ ସାହି, ବ୍ରହ୍ମଗିରି, ପୁରୀ
ମୋ ନଂ - ୯୦୯୦୦୬୯୩୫୦
Go Back to Previous Page
ଅତୀତ
ବରୁଣ କୁମାର ଦାସ
Read Article
ପୂଜିବା ତ ଶଙ୍କର
ଡ: ସତ୍ୟନାରାୟଣ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ