ବରଷାରେ ସିନା ଦେହ ଭିଜିଯାଏ
ଆସ ଆମେ ପ୍ରେମେ ଭିଜିବା
ନିଜକୁ ହଜେଇ ଅନ୍ୟର ପାଖରେ
ମିଳିମିଶି ଆମେ ଖୋଜିବା ।
ଧରା ଧରି ହୋଇ ପ୍ରେମର ପାହାଚ
ଥିରି ଥିରି ଆମେ ଚଢିବା
ଭଲ ପାଇବାର ଅଜଣା ରାଇଜେ
ସ୍ମୃତିର ନଅର ତୋଳିବା ।
ପ୍ରେମର ସ୍ରୋତରେ ଭାସ ମାନ ହୋଇ
ଭାସି ଭାସି ଆମେ ଖେଳିବା
ପ୍ରେମ ସାଗରର ଗଭୀର ଜଳରେ
ଦୁହେଁ ମିଶି ବୁଡ଼ ମାରିବା ।
ପ୍ରେମର ଖାତାରେ ଦୁହେଁ ମିଶି ଆମେ
ପ୍ରେମର କାହାଣୀ ଲେଖିବା
ସେହି କାହାଣୀକୁ ଗୋପନ ସପନେ
ଲୁଚି ଲୁଚି ଆମେ ପଢ଼ିବା ।
ପ୍ରେମ ଆକାଶରେ ପକ୍ଷୀ ଦୁଇ ସାଜି
ମନ ଖୋଲି ଆମେ ଉଡିବା
ଆସ ଥରେ ତୁମେ ପ୍ରେମ ବରଷାରେ
ସାଥି ହୋଇ ଆମେ ଭିଜିବା ।
~~~*~~~
ସୁନ୍ଦରପୁର, ଉତ୍ତରକୂଳ ହାଟ, ପ୍ରୀତିପୁର, ଯାଜପୁର
ଭ୍ରାମ୍ୟଭାଷ : ୦୮୮୯୨୩୦୧୧୪୩
Go Back to Previous Page
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ