ତମେ ଯେତେ ନିଆଁ ଜାଳୁଛ ଜାଳ
କାଠି, କୁଟା, ପତ୍ର ପକେଇ
ଯେତେ ବଢ଼ି ନଈଙ୍କୁ ଡାକୁଛ ଡାକ
ଭାଙ୍ଗିଦେଇ ନଈବନ୍ଧ, ବ୍ୟାରେଜ୍
ଯେତେ ତତଲା ତେଲ ଢାଳିବାର ଅଛି ଢାଳ
କରିପାରିବନି ଆମକୁ ନିର୍ମୂଳ!
ନା ଆମର ସ୍ଥିତି ଅଛି ନା ବିସ୍ମୃତି
ବିନ୍ଦୁଏ ଭୁଇଁର ଆମେ ଅଚଳ ଈଶ୍ବର
କେଇଧାରେ ଆଲୁଅ କେଇ ପୋଷ ଆକାଶ
ଜନ୍ମ ଜନ୍ମର ଆହାର - ଅଧିକାର
ଆମେ ଦେଇ ଜାଣୁନା ମିଛ ହୁଂକାର
କରିପାରୁନା ତବ ପାଦପଦ୍ମ ତୈଳ ଉପଚାର
ଯେତେ ଗଦେଇବାର ଅଛି ଗଦାଅ
ମାଟି, ପଥର, ଆବର୍ଜନା
ଆମେ ଫଟେଇ ଚାଲି ଆସିବୁ
ତୁମ କାମଳ - ବୌଦ୍ଧିକତାର ପ୍ରସ୍ଥର-ପ୍ରାଚୀର
ସାଥିରେ ଗୋଡ଼ାଉଥିବା ତୁମର ସେ ବାତୁଳ ଗାୟକେ
ଯେଉଁ ଗୀତ ଗାଉଛନ୍ତି
ଜୟ ଜୟ କରି ତୁମ ପାଣ୍ଡିତ୍ୟ ଓ ସୁକାରିଗରୀର
କେବେ ଶୁଣିବ ହେ ସୁଧିଜନେ
ଖୁବ୍ ଏକଲା, ସୁଶାନ୍ତ ମନରେ
କେମିତି ଫୁଟିଛି ତବ
ସାମନ୍ତ-ଛଳନା, ଶୃଗାଳ-ଚାତୁର୍ଯ୍ୟ, ଶ୍ବାନ-ଅଭିମାନ
କେମିତି ଦିଶିଯାଉଛି
ନଗ୍ନ ନୈତିକତାର ଗୋଟେ ମୁକୂଳା ନର୍ଦ୍ଦମା
କିଛି ନଥାଇ ବି ଆମେ ଖୁଉବ୍ ଶାନ୍ତିରେ
ମନ ଖୋଲି ଗୀତ ଗାଉ
ସକାଳ ସୂରୁଜ ଓ ନୀଡ଼ଫେରା ପକ୍ଷୀଙ୍କ ସାଥିରେ
ଯାହା ମୁଠାଏ ବାଲି ପରି
ପଶିଯାଏ ଆପଣଙ୍କ ଚଷମା ଲଗା
କୁଟୀଳ ଆଖିରେ
ଯାନ୍ତ୍ରିକ ବିଭାଗ
ପୂର୍ବତଟ ରେଳପଥ, ପୁରୀ - ୨, ଭ୍ରାମ୍ୟଭାଷ : ୯୬୫୮୦୭୬୬୧୨
Go Back to Previous Page
ତୁମେ
ଶୁଭକାନ୍ତ ସାହୁ
Read Article
ଆସ ପ୍ରେମରେ ଭିଜିବା
ପ୍ରଶାନ୍ତ କୁମାର ନାଥ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ