ହେ ଆକାଶ ତୁମକୁ ମୁଁ ପ୍ରଭାତରେ ଦେଖେ,
ମଧ୍ୟାହ୍ନରେ ଦେଖେ, ସନ୍ଧ୍ୟାରେ ଦେଖେ,
ଝାପସା ଅନ୍ଧାରରେ, ଘନକଳା ରାତ୍ରିରେ ଦେଖେ
ତୁମେ ମୋ ମସ୍ତକ ଉପରେ,
ମୋ ଆଖି ପଲକରେ ସବୁବେଳେ ଅଛ।
ତୁମକୁ ଛୁଇଁବା ପାଇଁ ଚେଷ୍ଟା କରେ ପ୍ରତି ମୂହୁର୍ତ୍ତ
କିନ୍ତୁ ସଫଳ ହୁଏନି।
ହଁ ଏ କଥା ସତ, କେବେ ତୁମ ସ୍ପର୍ଶ ପାଇବି ଜାଣିନି।
ନିତି ଦିନ ଭାବେ କେବେ ଯିବି ତୁମ ସେ ଦୁନିଆକୁ
ପୁଣି ଭାବେ ଯିଏ ଯାଇଛି ତୁମ ସେ ଅଞ୍ଚଳକୁ,
କେମିତି ଅନୁଭବ କରିଥିବ ସେ।
କାଳେ ମୁଁ ବି ପକ୍ଷୀଟିଏ ହୁଅନ୍ତି,
କାଳେ ମୋର ବି ଡେଣା ଥା’ନ୍ତା
ମୁଁ ବି ଉଡ଼ିଥାନ୍ତି ତୁମ ଆଡ଼କୁ।
ତୁମେ ରାତିରେ ଘନ, ଦିନରେ ନିର୍ମଳ
କିନ୍ତୁ ମୁଁ ତୁମକୁ ରାତିରେ ଭଲପାଏ।
ଚାରିଆଡ଼ ଶୁନସାନ, ନିଶବ୍ଦ ହୋଇଥାଏ।
ଭାବେ ସବୁଦିନ ଏପରି ରୁହନ୍ତ କି
ଦେଖନ୍ତି ତୁମକୁ, ତୁମ ସହ ସୁଖଦୁଃଖ ବାଣ୍ଟନ୍ତି।
ମୁଁ ଯେଉଁଆଡ଼େ ଯାଏ ତୁମେ ମୋ ପାଖରେ,
ମୁଁ ଯେଉଁଠି ବି ରୁହେ ତୁମେ ମୋ ପାଖରେ।
କଣ! ମୁଁ ତୁମକୁ ଭଲପାଏ ବୋଲି ନା
ତୁମେ ମୋତେ ଭଲପାଏ ବୋଲି।
ନା ନା ତୁମେ ତ ତୁମ କର୍ତ୍ତବ୍ୟ କରୁଛ
ଜଣଙ୍କ ନିର୍ଦ୍ଦେଶରେ,
ଯିଏ ମୋ ସୃଷ୍ଟିକର୍ତ୍ତା।
ଯାହା ହେଉ ମୁଁ ଭୁଲିବିନି ତୁମକୁ
ଆଜି ନହେଲା ନାହିଁ
ଦିନେ ତ ଯିବି ତୁମ ସେ ଦୁନିଆକୁ।
ମୋ ଶେଷ ନିଶ୍ୱାସ ପରେ
ପାଉଁଶ ହୋଇ ଉଡ଼ିଯିବି।
ଗଞ୍ଜାମ, ଓଡ଼ିଶା
Go Back to Previous Page
ହେ ଈଶ୍ବର
ସୁମିତ୍ରା ରାଉଳ
Read Article
ତୁମେ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ