ହେ ଈଶ୍ୱର
ତୁମେ ସୃଷ୍ଟି ତୁମେ ସ୍ରଷ୍ଟା
ତୁମେ ଦୃଷ୍ଟି ତୁମେ ଦ୍ରଷ୍ଟା
ତୁମେ ତମସା ପଥରେ ଆଲୋକ
ତୁମେ ମହା ପ୍ରଳୟର ବାହକ
ତୁମେ ପୁଣି ଅତୀତ, ବର୍ତ୍ତମାନ, ଭବିଷ୍ୟ
ହେ ଈଶ୍ୱର
ତୁମେ ପଥ ତୁମେ ପଥିକ
ତୁମେ ନାବ ତୁମେ ନାବିକ
ତୁମେ ଫୁଲ ଦେହେ ମହକ
ତୁମେ କୋଇଲି କଣ୍ଠରେ କୁହୁକ
ତୁମେ ପୁଣି ଆଦି, ମଧ୍ୟ, ଅନ୍ତ
ହେ ଈଶ୍ୱର
ତୁମେ ଭକ୍ତ ତୁମେ ଭକ୍ତି
ତୁମେ ନାରୀ ତୁମେ ଶକ୍ତି
ତୁମେ ହିଁ ସତ୍ୟର ସ୍ୱରୂପ
ତୁମେ ହିଁ ପାପର ଦାହକ
ତୁମେ ପୁଣି ସୃଷ୍ଟି, ସ୍ଥିତି, ପ୍ରଳୟ
ହେ ଈଶ୍ୱର
ତୁମେ ବାଧା ତୁମେ ବନ୍ଧୁ
ତୁମେ ବିନ୍ଦୁ ତୁମେ ସିନ୍ଧୁ
ତୁମେ ଅଜ୍ଞାନର ବିନାଶକ
ତୁମେ ଜ୍ଞାନର ଆବାହକ
ତୁମେ ପୁଣି ସତ୍ୟ, ଶିବ, ସୁନ୍ଦର
Go Back to Previous Page
କନ୍ୟାଭ୍ରୂଣର ବେଦନା
ଜୀତେନ୍ଦ୍ର କୁମାର କହଁର
Read Article
ହେ ଆକାଶ
ମାମାଜିନି ପ୍ରଧାନ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ