ସରଗର ସମ ଅଟେ ପିତା ମାତା
ଥାଇ ତୋ ଅନ୍ତରୁ ଶୁଣିଛି ମୁଁ,
ପାରିଛ କେମିତି ସାଜି ମୋ ମୃତ୍ୟୁର ଦୂତ ଆଜି
ଭାବିବି ପାରୁନି ମୁଁ
ଦେଖିବାକୁ ଚାହେଁ ମୋ କଳ୍ପିତ ଧରାକୁ
ଚାହେଁ ମୁଁ ବି ବଞ୍ଚିବାକୁ,
ସ୍ନେହ ଆଞ୍ଜୁଳାଏ ଛଡା ପାଶରୁ ତୁମ
କିଛି ବି ଚାହେଁନି ମୁଁ।
ରୁଦ୍ଧ କୋଠରୀରେ ଚାଲିଛି ମୋନିଶ୍ୱାସ
ପ୍ରତି ମୂହୁର୍ତ୍ତେ ମୃତ୍ୟୁର ନିକଟେ ମୁଁ,
ଭୂମିଷ୍ଠ ହେବାକୁ ମୁଁ ବି ଚାହେଁ
ବେଦନା ମୋ ଶୁଣିକି ପାରୁନୁ ତୁ।
ତୋ କୋଳରେ ଖେଳିବାକୁ
ତୋ ହାତ ଧରି ଚାଲି ଶିଖିବାକୁ,
ଟିକି ମୋର ସ୍ୱପ୍ନ ଏଇ
ତୋ ଦୁନିଆର ଅଂଶ ହେବାକୁ।
ସର୍ବଦା ଅପେକ୍ଷିତ ସେ ସୂର୍ଯ୍ୟଦୋୟକୁ
ମୋ ସ୍ୱାଗତ ପାଇଁକି ଯେବେ ଦୀପାଳି ଜାଳିବୁ,
ନାହିଁ ଯେ ଫରକ ନନ୍ଦନ ନନ୍ଦିନୀରେ
ଏ ମରମ କୁ କେବେ ବୁଝିବୁ।
ପୁତ୍ର ପରି କନ୍ୟା ଯେ ସର୍ବ ସମକକ୍ଷ
ସେ ବି ଉଡ଼ାଏ ବିଜୟ ଧ୍ୱଜା,
ମାତୃ ପିତୃ ହୋଇ ଯଦି ବୁଝିବନି ତୁମେ
କେ ପାରିବ ବୁଝି ମୋ ମନ କଥା।
କାହିଁ କରୁ ଏ ଅନ୍ତର ସୂତ ସୂତାରେ
ଜାଣି ମୁଁ ପାରୁନି ସତେ,
ବୁକୁ ଫଟା ରୋଦନ ମୋକର୍ଣ୍ଣେ କି ତୋ ପଡୁନି
ଜୀବନର ଭିକ୍ଷା ମାଗେ।
ମମତା ମୁଁ ତୋ’ର ମୁଁ ତୋ ରୁଧିର
ନୁହେଁ ତୋ ଠାରୁ ଅଲଗା ମୁଁ,
ପ୍ରଶ୍ନ ମୋ ଯେବେ ଆସେ ତୋ ଆଗେ
ନିରୁତ୍ତୋର କାହିଁ ତୁ? ନିରୁତ୍ତୋର କାହିଁ ତୁ???
(କଲାଡି,ଫୁଲବାଣୀ)
ଦୁରଭାଷ- ୯୪୩୯୫୪୨୫୨୧
ଝିଅ
ଅନୁସୂୟା ମିଶ୍ର
Read Article
ହେ ଈଶ୍ବର
ସୁମିତ୍ରା ରାଉଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ