“ତୁ ଯେ ଝିଅ
ପୁଅଙ୍କ ସାଙ୍ଗେ ତୁ ସମକକ୍ଷ ନୁହଁ”!!!
ପକ୍ଷପାତି ଦୁନିଆର ଏଇ ରୀତି
ତନ୍ନ ତନ୍ନ ଦେଖିବ ପରଖି
ତୋ ପାଦର ପ୍ରତିଟି ଗତିକୁ।
ସଂକୀର୍ଣ୍ଣ ସମାଜ ବି ନିଃଶବ୍ଦ କରିଦେବ
ତୋ ମନର ସମସ୍ତ ସ୍ପଷ୍ଟବାଦିତାକୁ।
ସଂସ୍କୃତି ଓ ପରମ୍ପରାର ଦ୍ୱାହି
ତୋ ଆଗରେ ରଖିବ ସଜାଇ
ଅସରନ୍ତି ଅଗ୍ନିର ପରୀକ୍ଷା,
ଶିକୁଳି ନ ଥିବ ସତ
ଅହରହ ଖୋଜି ତୁ ବୁଲିବୁ
ତୋ ଭାଗର କ୍ଷଣେ ସ୍ବାଧୀନତା।
କହ ଧନ......ଲଢ଼ିପାରିବୁଟି
ଚିନ୍ତାଧାରାର ଚକ୍ରବ୍ୟୁହ ମଧ୍ୟେ
ନିରସ୍ତ୍ର ଅଭିମନ୍ୟୁଟିଏ ସାଜି ?
ତୁ ଗଢ଼ିପାରିବୁଟି
ଆଲୋକିତ ଦୁନିଆଟେ ତୋର
ନିଜ ମଧ୍ୟେ ଅନ୍ଧାର ସାଉଁଟି ?
ଏବେ ବି କହି ରଖୁଛି
ପୁରୁଷପ୍ରଧାନ ମନୋବୃତ୍ତିକୁ ଟପି
ନାରୀଟିଏ ମୁଣ୍ଡ ଟେକି ଜୀଇଁବାଟା
ଭାବିବୁନି
ପରୀକାହାଣୀ ପରି କଥା କିଛି।
Go Back to Previous Page
ଅବ୍ୟକ୍ତ ଇଲାକା
କାର୍ତ୍ତିକ ପାଣିଗ୍ରାହୀ
Read Article
କନ୍ୟାଭ୍ରୂଣର ବେଦନା
ଜୀତେନ୍ଦ୍ର କୁମାର କହଁର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ