“ଦେଲା ଠାରୁ ପୁଣ୍ୟ ନାହିଁ
ମାଗିଲାଠାରୁ ହୀନ ନାହିଁ”
ଅନାବିଳ ଚିତ୍ତରେ ଦିଅI ଯାଇଥିବା ଦାନ
ହେଉ ପଛେ କ୍ଷୁଦ୍ର ଅଟେ କିନ୍ତୁ ମହାନ
ମୂଲ୍ୟହୀନ ହେଲେବି ତାହା ମୂଲ୍ୟବାନ
ଅନାବିଳ ଦାନର ଆନନ୍ଦ ବର୍ଣ୍ଣନା ହୀନ
ପାଇଛୁ ଆମେ ଯାହା
ଦେବାକୁ ହେବ ତାହା
ଏ ଜୀବନ ଛାଡ଼ିବା ପୂର୍ବରୁ
କିଛି ଆମେ ନ ଥିଲେ ତ ଆଣି
ନେଇଥିଲୁ ଏହି ଠାରୁ
ଦେଇଥିଲେ କେହି ଆମକୁ
ଫେରାଇ ଦେଇ ଯିବାକୁ ହେବ
ତାହା ଏହି ଠାରେ
ଏ ଜୀବଦ୍ଦଶାରେ
ପାଇ ଅଛୁ ଆମେ ଯାହା
ଦେଇ ଯିବାକୁ ହେବ ତାହା
ଆଜି ଯାହା ଆମର
କାଲି ଥିଲା କାହାର
ଆସନ୍ତା କାଲି ହେବ ଅନ୍ୟ କାହାର
ତେଣୁ ଜୀବିତIବସ୍ଥାରେ
ଖୋଜିବାକୁ ହେବ
ଦାନର ଉପଯୁକ୍ତ ପାତ୍ର
ଯେ କରି ପାରିବ ଯତ୍ନ
ଏ ଦାନରୂପୀ ଶାଶ୍ୱତ ସମ୍ପତ୍ତିର
ସେ ସମ୍ପତ୍ତି ଶାଶ୍ୱତ ଓ ଚିରନ୍ତନ
ଆଜି ହୁଏତ କାହାରି ପାଖରେ
ହୋଇ ଯାଇଛି କେନ୍ଦ୍ରିତ
କିନ୍ତୁ ପ୍ରତି ମୁହୂର୍ତ୍ତରେ ସେ
ଖୋଜୁଛି ଉପଯୁକ୍ତ ପାତ୍ର
ବିଶ୍ୱ ପ୍ରକୃତିରେ ଏ
ଦେବା ନେବା ଚାଲିଛି ନିରନ୍ତର
ଦାନ କେବେ ଯାଏ ନାହିଁ ବୃଥା
ଧାଇଁ ଥାଏ ତା ପଛେ ପଛେ ପ୍ରତିଦାନ
“ଦିଆକୁ ଦିଆ ଆଉ
ଅଦିଆକୁ ଦ୍ୱାର ଦିଆ”
ଭି.ଆଇ.ଏମ - ୨୬୮, ଶୈଳଶ୍ରୀ ବିହାର
ଭୂବନେଶ୍ୱର - ୭୫୧୦୨୧
ମୋବାଇଲ - ୯୯୩୭୨୬୮୦୧୨
Go Back to Previous Page
ମନର କଥା
ଶ୍ରୀରାଜଶେଖର ଚିମା
Read Article
ଅବ୍ୟକ୍ତ ଇଲାକା
କାର୍ତ୍ତିକ ପାଣିଗ୍ରାହୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ