ନିଜ ମନର ସବୁ କଥା କହିବାକୁ ମିଳିବନି ପଦ
ଭାଷା ନିତ୍ୟ ଲାଗେ ଗଭୀର ହ୍ରଦ
ଅକ୍ଷର ଅକ୍ଷର ସଂଯୋଡ଼ି ସଂଯୋଡ଼ି ହୁଏ ସମ୍ବାଦ,
ମନର ସବୁ ଭାବନାକୁ କରିହେବନି ଅନୁବାଦ
ହୃଦୟର କଥା କହିଲା ବେଳେ ଯଦି ନାହିଁ ଭଲ ସ୍ବାଦ,
ତା ହେଲେ ନିଶ୍ଚୟ ହୋଇପାରେ ବିବାଦ
କାହାକୁ ଅଭିବ୍ୟକ୍ତ କରିବନି ନିଜ ମନର ଭେଦ,
ଜାଣି ବି ପାରିବନି କେବେ ହେବ କିଏ ନାରଦ
ମନୋରମ କଥା କହି ଶୁଣି କରିବା ପରିବେଶକୁ ଆହ୍ଲାଦ,
ମନଛୁଆଁ କଥା କହି ପାଇବା ଗୁରୁଜନଙ୍କ ଆଶୀର୍ବାଦ
ଦର୍ଶନ ହୁଏ ଯେବେ ଶ୍ରୀଲକ୍ଷ୍ମୀନାରାୟଣଙ୍କ ପାଦ,
ମନରୁ ଆରମ୍ଭ ହୁଏ ଠାକୁରଙ୍କ ପାଇଁ ନିନାଦ
ଶ୍ରବଣ ହୁଏ ଯେବେ ସଞ୍ଜବେଳର ଶଙ୍ଖନାଦ,
ଆଭାସ ହୁଏ ଯେ ଏଇ ଦିନବେଳ ଥିଲା ଶ୍ରୀଜୀଉଙ୍କ ବରାଦ
ଇମେଲ୍ : chvrajasekhar@gmail.com
Go Back to Previous Page
ହତାଶ ଶିକ୍ଷକ
ଶୁଭଶ୍ରୀ ନାୟକ
Read Article
ଦାନ
ରମାକାନ୍ତ ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ