ଚାରି କାନ୍ଥ ଘର କୋଠରୀ ଭିତରେ
ଆସନ୍ତା କାଲିର ନାଗରିକ
ନୁହେଁ ମୁଁ ବିନ୍ଧାଣୀ ନୁହେଁ କାରିଗର
ଗଢ଼ିବି ମୋ ଦେଶ ଆଗନ୍ତୁକ
ନାହିଁ ମୋ ସାଧନ ଯଦିଓ
ମନରେ ଅସୀମ ଆଶା ବାନ୍ଧି
ଜୀବନଟିଏକୁ ତୋଳିଦେବି ମୁହିଁ
ଉତ୍ସର୍ଗ ଏ ପ୍ରାଣ ଦେଶ ଲାଗି।
ନିଷ୍ପାପ ଶିଶୁର ଦରୋଟି ହସରେ
ଦୁନିଆ ଯାତନା ଯାଏ ଭୂଲି
ଶିଖାଇବି ତାକୁ ଡ଼ରନା ବାବୁରେ
ମୁଣ୍ଡ ଟେକି ବାଟ ଯାଆ ଚାଲି।
ଭାରତ ଭୂଇଁରେ ଜନମ ନେଇଛି
ରକତ ତା ପାଇଁ ବୁହାଇନି
ସୀମା ପ୍ରାନ୍ତେ ବସି ବଇରିଙ୍କ ସଙ୍ଗେ
ଲଢ଼େଇ ମୁଁ କେବେ କରିନାହିଁ।
ଜନ୍ମଭୂଇଁ ପାଇଁ ଦେଇନାହିଁ ପ୍ରାଣ
ଧନ ଦେବା ପାଇଁ ଶକ୍ତି କାହିଁ
ଅନ୍ତତଃ ଶିଶୁଟେ ଗଢ଼ିଦେବି ମୁହିଁ
ଏ ସଂସାର ରହିଥିବ ଚାହିଁ
ତିରଙ୍ଗା ପତାକା ଗରବେ ଉଡ଼ିବ
ଦେଶ ମୋ ହୋଇବ ସର୍ବୋନ୍ନତ
ଜାତି, ଧର୍ମ, ବର୍ଣ୍ଣ ଭେଦଭାବ ଭୁଲି
ମିଳାଇବେ ସବୁ ଭାଇ ହାତ।
ଅନେକ ସପନ ମନରେ ଭରିଛି
ଗଢ଼ିବି ମୋ ଦେଶ ମୋ ସମାଜ
ଗଉରବ ପଣେ ମଥା ହୁଏ ଉଚ୍ଚ
ଉତ୍ସର୍ଗ ହେଉ ଏ ମୋର କାର୍ଯ୍ୟ।
ହେଲେ କାହିଁ ଏଇ ସପନଟି ମୋର
ଭାଙ୍ଗିରୁଜି ହୁଏ ଚୁରମାର
ଦୁନିଆ ଆଖିରେ ମାଷ୍ଟରଟାଏ ତ
ଯେତେଯାକ ଦୋଷ ହୁଏ ତାର।
ମଧ୍ୟାହ୍ନ ଭୋଜନ ଯୋଜନା ଭିତରେ
ଦିନରାତି ସିଏ ହୁଏ ପେଶି
ଏସ୍ ସି, ଏସ୍ ଟି ଆଉ ଜେନେରାଲ କେତେ
ବର୍ଷଯାକ ଅଙ୍କ ବସେ କଷି।
ଆଧାର ନମ୍ବର, ବିପିଏଲ୍ ନମ୍ବର
ଲେଖିଲେଖି ହୁଏ ବାଟବଣା
ଏମ୍ ଆର୍ ରୁବେଲା କେତେ ପିଲା ନେଲେ
ଦି ଦିନ ଭିତରେ ଶୀଘ୍ର ଜଣା।
ପ୍ରଶାସନ କଡ଼ା ତାଗିଦ ନଜର
ସାଜିଛନ୍ତି ଏଠି ସବୁ ଭକ୍ଷକ
ଅନ୍ଧ ଦୁନିଆର ଚକ୍ରବ୍ୟୂହରେ
ହତାଶ ମୁଁ ଏକ ଶିକ୍ଷକ।
ରାୟଗଡ଼ା, ଓଡ଼ିଶା
Go Back to Previous Page
ସମୁଦ୍ର କେତେ ଦୂର
ବିନୟ ମହାପାତ୍ର
Read Article
ମନର କଥା
ଶ୍ରୀରାଜଶେଖର ଚିମା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ