ଶବ୍ଦଗୁଡା ଇତସ୍ତତଃ ଚାରିପାଖେ,
ଧରା ଦେଉନାହାନ୍ତି ଜମା,
କୋଉ ଶବ୍ଦରେ ରୂପ ଦିଅନ୍ତି
ମୋ ମନର ଆବେଗଗୁଡାକୁ ;
କୁହ କୁହ କବି ଗଣ,
କୋଉ ଶବ୍ଦରେ ତୋଳିହେବ ମାଆର ମମତା,
ଏ ମାଟିର କୋଉ ଭାଷା ସରିହେବ ଯେ,
ଲେଖିବାକୁ ମାଆ ପ୍ରତି ନିଜ କୃତଜ୍ଞତା !
ଏ ତ ଆଦ୍ୟସ୍ବର ପବିତ୍ର ଓଁ କାର,
ଜୀବନର ସାତ ସୁର,
ନିଳୟରୁ ସୃଷ୍ଟ ଏକ ବୀଣାର ଝଙ୍କାର,
ଉଚ୍ଚାରଣେ ପେଟ ଭରେ ତୁଟେ ଭୟ
ଲୁଚିଯାଏ ଜୀବନ ଯନ୍ତ୍ରଣା,
ଭାଷିବାକୁ ହୃଦୟର ଭାଷା
କୋଉ ଶବ୍ଦ କୋଉଠୁ ପାଇବି ଯେ,
ଆଙ୍କିବାକୁ ମାଆର ମମତା !
ଜୀବନର ପ୍ରତି ମୂହୁର୍ତ୍ତରେ
ଯେଉଁ ଶବ୍ଦ ମନେ ଭରେ
ଜୀଇଁବାର ପ୍ରଖର ଆତ୍ମବିଶ୍ବାସ,
ଦିଏ ପୁଣି ବଞ୍ଚିବାର ଶତ ସିଂହ ବଳ,
ତିଳ ତିଳ କରି ଜଳେ ଯିଏ ସଳିତାଟେ ଭଳି
ମୋ ହସର ମୋ ସୁଖର ପ୍ରତି ମୂହୁର୍ତ୍ତରେ
ସାଜେ ଯିଏ ତ୍ୟାଗର ଈଶ୍ବରୀ ;
ପଦେ ଅଧେ ତା’ ପାଦରେ ମୋ ଅବୋଧ କବିତା
ଭାଷିବାକୁ ମୋ ଅନ୍ତରର ଭାଷା....
ଭାଷିବାକୁ ମୋ ଅନ୍ତରର ଭାଷା....!
କଲ୍ୟାଣସିଂହପୁର, ରାୟଗଡ । ୯୧୭୮୭୪୪୨୫୦
( ମାଆଙ୍କ ଜନ୍ମଦିନ ଅବସରରେ ପଦେ ଅଧେ )
Go Back to Previous Page
ଆହ୍ବାନ
ଡଃ ଅସିତ କୁମାର ସ୍ବାଇଁ
Read Article
ବେନାମୀ କବିତା
ଶୁଭାଶିଷ ମହାରଣା
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ