ଆହ୍ବାନ ଏକ ଆସନ୍ତା କାଲିକୁ
ଯେଉଁଠି ହେବି ମୁଁ ଗର୍ବିତ
ପରିଚୟ ଦେଇ ମୁଁ ଏକ ଓଡ଼ିଆ
ପ୍ରୀତି - ସମୃଦ୍ଧିରେ ଖ୍ୟାତ ମୋ ରାଜ୍ୟ
ଯହିଁ ଅଫୁରନ୍ତ ଚାରୁକଳା ଅଦ୍ବିତୀୟ
ଲାଗେ ମୋତେ ସବୁଠୁ ବଢ଼ିଆ
ଆହ୍ବାନ ମୋର ରାଜ୍ୟବାସୀଙ୍କୁ
କୁହ ଗର୍ବରେ ଆମେ ସ୍ବତନ୍ତ୍ର
ପରିଚୟ ଆମ ଶାସ୍ତ୍ର-ପାଣ୍ଡିତ୍ୟ
ସମୃଦ୍ଧ ଆମ କଳା-ସାହିତ୍ୟ
ଅତୀତର ସେଇ ବିଜ୍ଞାନ-ଭାସ୍କର୍ଯ୍ୟ
ମନ୍ଦିର ଗର୍ଭରେ ଦର୍ଶାଏ ଯନ୍ତ୍ର
ଆହ୍ବାନ ମୋର ଯୁବପୀଢ଼ିଙ୍କୁ
ମନେ ପକାଅ ସେ ବଡ଼ ବଡ଼ିଆ
ରଖିଥିଲେ ଟେକ ଦେଶେ-ବିଦେଶେ
ଅବହେଳିତ ଆଜି ନିଜରି ଦେଶେ
ଓ ରୁ ଓଁକାର, ଓ ରୁ ଓଡ଼ିଆ
ଶୀର୍ଷରେ ପୁଣି ହୋଇବା ଠିଆ
ଆହ୍ବାନ ମୋର ପିଲା ମାନଙ୍କୁ
ମନେ ପକାଅ ସେ ଧର୍ମପଦକୁ
କର ପ୍ରଣିପାତ ଜନଜାତିଙ୍କୁ
ସ୍ବତନ୍ତ୍ର ଆମରି ଉତ୍କଳ ଦେଶ
ସାଗର-ଜଙ୍ଗଲ ମୋ’ ପରିବେଶ
ମୋ’ ସାଥୀ ଅଟନ୍ତି ସେ ନନ୍ଦିଘୋଷ
Go Back to Previous Page
ଆସରେ ଟୁନା ଆସରେ ମୁନା
ସୁଦାମ ଗୌଡ଼
Read Article
ମାଆ ପାଇଁ ପଦେ
ଶ୍ରୀଧର ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ