ସ୍ଥାନମାନଙ୍କର ନାମକରଣ ଭୌଗୋଳିକ ସ୍ଥତି, ସ୍ଥାନର ମାହାତ୍ମ ବା କୌଣସି ଲୋକର ନାମରେ ସ୍ଥାପନ କରାଯାଇଥାଏ କିନ୍ତୁ ଖଣ୍ଡଗିରି ଓ ଉଦୟଗିରି ବିଭିନ୍ନ ସମୟରେ ବିଭିନ୍ନ ନାମକରଣ କରାଯାଇଛି ଏହି ନାମଗୁଡ଼ିକ ଆମେ ବିଭିନ୍ନ ଉପାଦାନରୁ ପାଇଥାଉ ଖଣ୍ଡଗିରି ଏକମ୍ର କ୍ଷେତ୍ରର ପଶ୍ଚିମକୁ ଅବସ୍ଥିତ ଏହାକୁ ମଧ୍ୟ ସ୍ୱର୍ଣ୍ଣାଦ୍ରି କହନ୍ତି କେତେବେଳେ ଏହା କୃତିବାସ କ୍ଷେତ୍ର ତ ଆଉ କେତେବେଳେ ଭୁବନେଶ୍ୱର ଏବେ ଭୁବନେଶ୍ୱର ରହି ରାଜଧାନୀ ନିର୍ମାଣ ହେବାରୁ ଏହାକୁ ସେହି ଭୁବନେଶ୍ୱର କହୁଛନ୍ତି ଖଣ୍ଡଗିରି ପାହାଡ଼ର ଉଚ୍ଚତା ପ୍ରାୟ ୮୪ ମିଟର ବା ୨୮୦ଫୁଟ ଏହାର ଆୟତନ ପ୍ରାୟ ୨୫ ବର୍ଗକିଲୋମିଟର ପାହାଡ଼ର ପାଦଦେଶର ଉଚ୍ଚତା ୪୦ ମିଟର ବା ୧୩୨ ଫୁଟ ଏହା ଦୁଇଟି ପାହାଡ଼ର ସଂଯୋଗକୁ ଖଣ୍ଡଗିରି କହନ୍ତି ଉଦୟଗିରିଠାରୁ ଖଣ୍ଡଗିରିର ଉଚ୍ଚତା ଅଧିକ ଆୟତନରେ ଖଣ୍ଡଗିରି ଆୟତନ ଉଦୟଗିରିରୁ ଅଧିକ ଦୁଇଟି ପାହାଡ଼ର ସଂଯୋଗସ୍ଥଳିରେ ଏକ ଘାଟି ରାସ୍ତା ଅଛି ଏବଂ କିଛି ସମତଳ ଅଂଚଳ ଅଛି ଏହାରି ଭିତରଦେଇ ରାସ୍ତା ହେବାର କାରଣ ହେଲା ଏହା ବହୁ ଆବାହମାନ କାଳରୁ ପ୍ରସିଦ୍ଧିଲାଭ କରିଥିଲା ତେଣୁ ଏହି ଜାଗାକୁ ସଂଯୋଗ କରିବାପାଇଁ ରାସ୍ତା ଏହି ପାହାଡ଼ ମଝିରେ ଯାଇଥିଲା ବୋଧହୁଏ ଏହି ଘାଟିରାସ୍ତାରୁ ଘାଟିକିଆ ଗୋଟିଏ ଗାଁ ନାମ ରହିଛି ଘାଟିରାସ୍ତା ପାଖରେ କିଆଗଛ ବଣ ଦେଖାଯାଏ ତେଣୁ ଏହି ଗାଁର ନାମ ଘାଟିକିଆ ଏହି ପାହାଡ଼ର ପୂର୍ବପାଶ୍ୱର୍ରେ ଜାଗମରା କୁହାଯାଏ ବୌଦ୍ଧମାନେ ଏଠାରେ ବ୍ରାହ୍ମଣମାନଙ୍କର ଯଜ୍ଞଭଙ୍ଗ କରୁଥିଲେ ଏହି ଯାଗ ବା ଯଜ୍ଞକୁ ଜଗିବା ପାଇଁ ଏଠାର ଲୋକମାନେ ଜଗିରହୁଥିବାରୁ, ତେଣେୁ ଏହାକୁ ଜାଗମରା କହିନ୍ତି ଏହାର ପାଖରେ ଡୁମୁଡୁମା ଗଣ୍ଡମୁଣ୍ଡା ଓ ବରମୁଣ୍ଡା ଗାଁମାନ ଅଛି ଏହି ସବୁ ଦ୍ରାବିଡିଆନ୍ ଶବ୍ଦ ଏହାରି ପାଖରେ ଭରତପୁର ଓ ଲକ୍ଷ୍ମଣପୁର ଥିଲା ବର୍ତମାନ ଆଉ ସେ ଗାଁ ନାହିଁ ଲୋକେ କେଉଁଆଡେ଼ ଚାଲିଗଲେ ରାଜସ୍ୱ ନକ୍ସାରେ ଖାଲି ଗାଁନାମ ରହିଛି
ଏହି ପାହାଡ଼ର ଉତର ଦିଗରୁ ଏକ ନାଳ ଭରତପୁର ବା ଔଷଧିୟ ଜଙ୍ଗଲରୁ ବାହାରି ଘାଟିକିଆ ଦେଇ ପାଇକେରାପୁର କୋଳଥିଆ ଆଇଗିଣିଆ ଡୁମୁଡୁମା ଦେଇ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ଯାଇଛି ଅନ୍ୟପକ୍ଷରେ ଔଷଧିୟ ଜଙ୍ଗଲ ଭିତରୁ ଗୋଟିଏ ଛୋଟିଆ ନାଳ ବାହାରି ରେଂଟାଲ କଲୋନୀ ବରମୁଣ୍ଡା ହାଉସିଂ ବୋର୍ଡ କଲୋନୀ ତଳେ ତଳେ ଓଇଉଏଟି ଫାର୍ମ ଦେଇ ଗଣ୍ଡମୁଣ୍ଡା ପର୍ଯ୍ୟନ୍ତ ଯାଇଛି ଖଣ୍ଡଗିରି ପାହାଡ଼ର ବର୍ଷା ପାଣି ଏହି ଦୁଇ ନାଳ ଭିତରେ ଦେଇ ପ୍ରବାହିତ ହୁଏ ଆଇଗିଣିଆ ଗାଁର ଲୋକମାନେ ଯୁଦ୍ଧକ୍ଷେତ୍ରରେ ଆଗୁଆଣିଥାଟ ରୂପେ କାର୍ଯ୍ୟକରୁଥିଲେ ତେଣୁ ଏହି ଗାଁର ନାମ ଆଇଗିଣିଆ ହୋଇଛି ଡୁମୁଡୁମା ଗାଁରୁ ଯକ୍ଷ ଓ ଯକ୍ଷିଣୀ ମୂର୍ତି ଶ୍ରୀ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ସଂଗ୍ରହ କରିଥିଲେ ବୋଲି ତାଙ୍କ ଆର୍କୋଲୋଜିକାଲ ରିମେନସ୍ ଆଟ ଭୁବନେଶ୍ୱର ବହିରେ ଲେଖିଛନ୍ତି ତେଣୁ ଅନୁମାନ ହେଉଛି ଏଠିକାର ଲୋକେ ଯକ୍ଷଯକ୍ଷିଣୀମାନଙ୍କୁ ଉପାସନା କରୁଥିଲେ ଏହି ଦୃଷ୍ଟିରୁ ବିଚାର କଲେ ୭ମ ଶତାବ୍ଦୀରେ ନାଥ ଯୋଗୀ ସଂପ୍ରଦାୟ ନାଥ ଧର୍ମ ପ୍ରଚାର କରୁଥିଲେ ଯୋଗୀ ସଂପ୍ରଦାୟର ଡମ୍ବ ଓ ଡୋମୀ ଏକ ଜଣାଶୁଣା ନାମ ତେଣୁ ଏଥିରୁ ଅନୁମାନ ହେଉଛି ଏହାର ନାମ ସେଇଥିପାଇଁ ଡୁମୁଡୁମା ହୋଇଛି
ପ୍ରାକୃତିକ ଦୃଷ୍ଟିକୋଣରୁ ବିଚାର କଲେ କୁମାରୀ ପର୍ବତକୁ ଉଦୟଗିରି କହନ୍ତି କାରଣ ସୂର୍ଯ୍ୟ ଉଦୟ ହେଲେ ତା’ର ପ୍ରଥମ କିରଣ ଏହି ପାହାଡ଼ରେ ପଡ଼ୁଥିବାରୁ ଏହାକୁ ଉଦୟଗିରି କୁହାଯିବା ଯଥାର୍ଥ କିନ୍ତୁ ଉଦୟ ଏକ ସଂସ୍କୃତ ଶବ୍ଦ ଏଥିରେ ଗିରି ଶବ୍ଦ ପ୍ରାନ୍ତ ସଂଯୋଜକ ଭାବରେ ଯୋଗ କରାଯାଇଛି କିନ୍ତୁ ଏହାର ଦ୍ରାବିଡ଼ ଶବ୍ଦ କଣ ଥାଇପାରେ ଜଣା ନାହିଁ ଖଣ୍ଡଗିରିକୁ ଖଣ୍ଡିଆଗିରି କୁହାଯାଏ ଏହାକୁ ମଧ୍ୟ ଖଣ୍ଡାଚଳ କହନ୍ତି ପାହାଡ଼କୁ ସାଧାରଣତଃ ଗିରି, ପାହାଡ଼, ମୁଣ୍ଡିଆ, ଶୃଙ୍ଗ, ଅଚଳ, ପର୍ବତ, ମେରୁ ଏମିତି ବିଭିନ୍ନ ଅର୍ଥରେ ପ୍ରକାଶ କରାଯାଏ ଏହି ଶବ୍ଦଗୁଡ଼ିକ କେତେବେଳେ ଓ କେଉଁ ସମୟରେ କହିହେଉ ନାହଁ ତେଣୁ ଖଣ୍ଡିଆ ଶବ୍ଦରେ ପ୍ରାନ୍ତ ଉପସର୍ଗ ଅଚଳ ଲାଗି ଏହା ଖଣ୍ଡାଚଳ ହୋଇଛି ଆଉ ଗୋଟିଏ କଥା କୁହାଯାଇପାରେ ଗୋଟିଏ ଜିନିଷକୁ ବିଭିନ୍ନ ଲୋକ ବିଭିନ୍ନ ସମୟରେ ବିଭିନ୍ନ ନାମକରଣ କରିଥାନ୍ତି ସେତେବେଳେ ଲେଖାପଢ଼ା ବେଶି ନଥିଲା ଯାହା ବେଶି ଲୋକ କହୁଥିଲେ ତାହା ଗ୍ରହଣ ହେଉଥିଲା ପ୍ରାକୃତିକ ରୂପକୁ ଦେଖିଲେ ଏହା ଏକ ଭଙ୍ଗିଳ ପର୍ବତମାଳା ଏହାର ରୂପ ଦେଖିବାକୁ ଖଣ୍ଡିଆ ଖାବରା ତେଣୁ ଏହି ଖଣ୍ଡିଆଖାବରାରୁ ଏହା ଖଣ୍ଡାଚଳ କୁହାଯାଏ ଖଣ୍ଡିଆରୁ ଏହା ଅଚଳ ଶବ୍ଦ ଯୋଗ କରାଯାଇ ଏହାକୁ ଖଣ୍ଡାଚାଳ କହୁଥିଲେ ଖଣ୍ଡିଆ ଏକ ଦ୍ରାବିଡ଼ ଶବ୍ଦ ଏଥିସହିତ ଅଳଚ ସଂସ୍କୃତ ଶବ୍ଦ ସଂଯୋଗ କରାଯାଇଛି
ଶିଶୁପାଳଗଡ଼ ଖାରବେଳଙ୍କ ରାଜଧାନୀ ଥିଲାବୋଲି କୁହାଯାଏ ଖାରବେଳ ବାନପ୍ରସ୍ଥରେ ଆସି ଏହି କୁମାରୀ ପର୍ବତରେ ଅବସ୍ଥାନ କରିଥିଲେ ଏହିଠାରେ ସେ ଏକ ନାଟମଣ୍ଡପ ନିର୍ମାଣ କରିଥିଲେ ଏହାର ଗଠନ ଶୌଳୀ ଅତି ଉଚ୍ଚକୋଟିର ଦୁଇ ପାଖରେ ଆଲୋକର ବ୍ୟବସ୍ଥା କରାଯାଇଥିଲା ଏଥିରୁ ଅନୁମାନ କରାଯାଏ ଖାରବେଳ ନାଟ୍ୟପ୍ରିୟ ଥିଲେ ଗୁମ୍ଫର ସମ୍ମୁଖରେ ନାଟ୍ୟପ୍ରଦର୍ଶନ କରାଯାଉଥିଲା ଦର୍ଶକମାନେ ଅଭିନୟ ଦେଖିବାପାଇଁ ବସିବା ପାଇଁ ଜାଗା ସମତଳ କରାଯାଇଥିଲା ଖାରବେଳଙ୍କ ହାତୀଗୁମ୍ଫା ଶିଳାଲିପିରେ କୁମାରୀ ପର୍ବତ ବୋଲି ଲେଖା ଅଛି
ଖଣ୍ଡଗିରି ନବମୁନି ଗୁମ୍ଫାରେ ୧୦୪୦ ଖ୍ରୀଷ୍ଟାବ୍ଦରେ ଉଦ୍ୟତ୍ କେଶରୀ ଏକ ଗୁମ୍ଫା ଖୋଦନ କରି ଏହାର ନାମ ନବମୁନି ଗୁମ୍ଫା ସହିତ ଏହି ପର୍ବତର ନାମ ଶ୍ରୀକୁମାର ପର୍ବତ ଉକ୍ରୀର୍ଣ୍ଣ କରିଥିଲେ ତେଣୁ ଏହାକୁ ଶ୍ରୀକୁମାର ପର୍ବତ ବୋଲି କହୁଥିଲେ ବୋଲି କୁହାଯିବ କାର୍ତିକେୟଙ୍କର ଅନ୍ୟନାମ ଶ୍ରୀକୁମାର ଆଉ ମଧ୍ୟ କାର୍ତିକେୟଙ୍କୁ ସ୍କନ୍ଦ କହନ୍ତି ଅମରକୋଷରେ କାର୍ତିକେୟଙ୍କର ସତରଗୋଟି ନାମ ଅଛି ଅତଏବ ଖଣ୍ଡଗିରିଠାରେ କାର୍ତିକେୟଙ୍କ ଉପାସନା ପ୍ରଚଳିତ ଥିଲା ଏହି କାର୍ତକେୟ ଉପାସନା ଦକ୍ଷିଣ ଭାରତରେ ଦେଖାଯାଏ ଖାରବେଳଙ୍କ ରାଜଧାନୀ ଦନ୍ତପୁରା ଥିଲା ଏହା ବଂଶଧାରାନଦୀ କୂଳରେ ଥିଲା ତେଣୁ ଏହି କାର୍ତିକେୟ ଉପାସନା ଦକ୍ଷିଣରୁ ଆସିଛି ଈକ୍ଷାକୁ ବଂଶୀୟ ରାଜାମାନେ କାର୍ତିକଙ୍କର ଉପାସନା କରୁଥିଲେ କାର୍ତିକେୟ ଉପାସନା ଦ୍ରାବିଡମାନଙ୍କର ଦେବତା ଥିଲେ ଏହି ଖଣ୍ଡଗିରି ସ୍କନ୍ଦରୁ ଅପଭ୍ରଂଶ ହୋଇ ଖଣ୍ଡଗିରି ହୋଇଛି ବା ଏହା ଭଂଗିଳ ପର୍ବତମାଳାରୁ ଖଣ୍ଡିଆ ଗିରିରୁ ଖଣ୍ଡଗିରି ହୋଇଛି
୧୧ଶ ଶତବ୍ଦୀରେ ଉଦ୍ୟତ୍ କେଶରୀ (ଅନନ୍ତ କେଶରୀ) ଏଠାରେ ଅନେକ ଗୁମ୍ଫା ନିର୍ମଣ କରାଇଥିଲେ ଏଠାରେ ଅନନ୍ତ କେଶରୀ ଗୁମ୍ଫା ଓ ନବମୂୁନି ଗୁମ୍ଫା ରହିଛି ଅମରାବତୀ କଟକରେ କେଶରୀ ବଂଶୀୟ ଜଣେ ରାଜ ବସୁକଳ୍ପ କେଶରୀ ଦୁର୍ଗ ନିର୍ମାଣ କରିଥିଲେ ବସୁକଳ୍ପ କେଶରୀ ହେଉଛନ୍ତି ଉଦ୍ୟତ୍ କେଶରୀ ଆଉ ଅନନ୍ତ କେଶରୀ ହେଉଛନ୍ତି ଉଦ୍ୟତ୍ କେଶରୀ
୧୭୯୫ ଖ୍ରୀ. ବଡ଼ଖେମୁଣ୍ଡି ରାଜକୁମାର ବଳଭଦ୍ରଦେବ ରାଜ୍ୟତ୍ୟାଗ କରି ପଥର ଭିକାରୀ ବେଶରେ କେରାଣ୍ଡିମାଳ, ଚିତ୍ରକୂଟ, ଡୁବୁଡୁବା, ଯୋଗୀଗୁମ୍ଫା, ଶ୍ରୀକ୍ଷେତ୍ର, ଖଣ୍ଡଗିରି, ମହାପର୍ବତ, ଅନ୍ଧାରୁଆ, ହଳଦିଆ, ଧଉଳି, ବରୁଣେଇ, ଅଟଳା, ବଡାମ୍ବା, କେନ୍ଦ୍ରାପଡ଼ା ଦେଇ ଶେଷରେ ଓଳାଶୁଣୀ ପର୍ବତରେ ପହଂଚିଲେ ତାଙ୍କର ଜନ୍ମ ୧୭୭୮ ଖ୍ରୀ. ଥିଲା ଜଣାଯାଏ ଅରକ୍ଷିତ ଦାସ ଏହିଠାରେ ଆଶ୍ରୟ ନେଇଥିଲେ ଏଠାକୁ ମଧ୍ୟ ଅନେକ ସାଧୁସନ୍ଥ ଆସିଥିଲେ ଏବଂ ସେମାନେ ଏହିଠାରେ ସିଦ୍ଧିଲାଭ କରିଥିଲେ ସେମାନେ ହେଲେ ମହିମା ଗୋସେଇଁ, ଅଭିରାମ ପରମହଂସ ଓ ସିଦ୍ଧ ବାରଙ୍ଗ ଦାସ ଏହିଠାରେ ଅରକ୍ଷିତ ଦାସ କିଛିଦିନ ରହିବାପରେ ଚାଲିଯାଇଥିଲେ
ମରହଟ୍ଟାମାନେ ଖଣ୍ଡଗିରି ପାହାଡ଼ ଉପରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିଥିଲେ ସେହି ମନ୍ଦିର ଏବେ ବି ମଧ୍ୟ ପରିଦୃଶ୍ୟମାନ ହୁଏ ବେଗେଲାର ସାହବେ ଏଠାକୁ ୧୭୬୦ରେ ଆସିଥିଲେ ସେ ଖାରବେଳଙ୍କ ଶିଳା ଲିପିର ଫଟୋକପି ନେଇ ତା’ର ପାଠୋଦ୍ଧାର କରିଥିଲେ ଓ ଲୋକଲୋଚନକୁ ଆଣିଥିଲେ
୧୮୨୦ ମସିହାରେ ଐତିହାସିକ ଷ୍ଟାର୍ଲିଙ୍ଗ ସାହେବ ଖଣ୍ଡଗିରି ପରିଭ୍ରମଣରେ ଆସିଥିଲେ ଖଣ୍ଡଗିରିରେ ଗୋଟିଏ ଶୂନ୍ୟମନ୍ଦିର ଥିବାର ସେ ଲେଖିଛନ୍ତି
ଖଣ୍ଡଗିରିରେ ମାଘସପ୍ତମୀକୁ ମେଳା ହୁଏ ଏହି ମେଳା କେବେ ଆରମ୍ଭ ହୋଇଥିଲା ବୋଲି କହି ହେଉନାହିଁ ଇତିହାସ ପୃଷ୍ଟାରେ ଏହି ମେଳା ଆରମ୍ଭ ସଂପର୍କରେ ଉଲ୍ଲେଖ ନଥିଲେ ମଧ୍ୟ କେଉଁ ଆବାହମାନ କାଳରୁ ଏହି ମେଳା ଚାଲି ଆସିଛି ଏହି ମେଳା ସଂପର୍କରେ ଗୋଟିଏ କିମ୍ବଦନ୍ତି ଅଛି – ଶମ୍ଭାସୁର ନାମରେ ଗୋଟିଏ ପ୍ରତାପି ଅସୁର କୁଷ୍ଠ ରୋଗରେ ଆକ୍ରାନ୍ତ ହୋଇ ମାଘ ସପ୍ତମୀ ଦିନ ଚନ୍ଦ୍ରଭାଗାରେ ବୁଡ଼ ପକାଇ ସୂର୍ଯ୍ୟଦେବଙ୍କୁ ପ୍ରଣାମ କରି ଖଣ୍ଡଗିରିଠାରେ ଜପତପ କରିବାକୁ ଲାଗିଲା ସେ ମଧ୍ୟ ସୂର୍ଯ୍ୟଦେବଙ୍କ କୃପାରୁ ରୋଗମୁକ୍ତ ହୋଇଗଲା ଲୋକମାନଙ୍କ ମଧ୍ୟରେ ଏହି ବିଶ୍ୱସ ଜନ୍ମିଲା ଯେ ଏଠାରେ ସାଧନା କଲେ ଲୋକେ ରୋଗମୁକ୍ତ ହୁଅନ୍ତି ଏଇ ବିଶ୍ୱାସନେଇ ଜନ ସମାଗମ ହେବାକୁ ଲାଗିଲା ସାଧାରଣତଃ ମାଘମାସରେ ଲୋକମାନଙ୍କର ଚାଷବାସ ସରିଯାଇଥାଏ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ସଂଗ୍ରହ କରିପାଇଁ ଲୋକେ ମେଳାକୁ ଆସିଥାନ୍ତି ମାଘସପ୍ତମୀ ହେଉଛି ମୁନି ଋଷିମାନଙ୍କ ପର୍ବ ବୋଧହୁଏ ଏହି ସଧୁସନ୍ଥମାନେ ଏଠାରେ ଏହି ମେଳା ଆରମ୍ଭ କରିଥିଲେ, ଯାହାଆଜି ପର୍ଯ୍ୟନ୍ତ ଚାଲି ଆସିଛି
ଏହି ମେଳା ୯ ଦିନଧରି ଚାଲେ ଠାକୁର ଅନନ୍ତ କେଶରୀ ରଥ ଉପରେ ବିଜେ କରି ଜାଗମରା ଗାଁ ମାଉସି ମା’ ଘର ନାଗାମଠକୁ ଆସନ୍ତି ୯ ଦିନ ଯାତ୍ରା ସରିବା ପରେ ପୁଣି ମନ୍ଦିରକୁ ଫେରି ଯାନ୍ତି ଇଂରେଜମାନେ ଓଡ଼ିଶା ଆକ୍ରମଣ ସମୟରେ ଠାକୁର ଜାଗମରା ଗାଁରେ ରହିଯାଇଛନ୍ତି
ଏହି ପାହାଡ଼ ପାଦଦେଶରେ ଉତର ଦିଗକୁ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ ଏଠାରେ ଏକ ବାଟିକା ନିର୍ମାଣ କରିଛନ୍ତି ଏହାକୁ ଜୟଦେବ ବାଟିକା କହୁଛନ୍ତି ଏଠାରେ ବିବାହ ବ୍ରତ ଆଦି କାର୍ଯ୍ୟ ସମ୍ପାଦାନ କରାଯାଏ
ଏଲ୍-୨୪୨/ଫେଜ୍-୧, ଡୁମୁଡୁମା ହା.ବୋ.କଲୋନୀ
ଭୁବନେଶ୍ୱର-୭୫୧ ୦୧୯
(ମୋ-୯୭୭୭୧ ୪୩୪୮୫)
Go Back to Previous Page
ମୁଁ ଅର୍କକ୍ଷେତ୍ର
ମମତା ଦାଶ
Read Article
ହାଇଦ୍ରାବାଦୀ ଦମ୍ ବିରିୟାନୀ
ଦୀପକ ଷଡ଼ଙ୍ଗୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ