ସ୍ଥବିର ସ୍ପନ୍ଦନ - (ତାୱାଙ୍ଗ ପର୍ବତର ଆତ୍ମା)-୨
ଦିନେ କହିଲି ମୁଁ ତାକୁ
ଛାଡି ଚାଲିଯିବା ପାଇଁ
କେଉଁ ଦୂର ଅରଣ୍ୟକୁ
ଚାଲିଯିବା ପାଇଁ ଭଙ୍ଗା କୁଟୀରକୁ
ଫେରିଯିବା ପାଇଁ
ପର୍ବତ କୋଳକୁ
ଆଉ ସେ ଚାଲିଗଲା
କିଛି ନକହିକି
ପଛକୁ ଟିକେ ଅନାଇଲା ନାହିଁ
ଟିକିଏ ବୁଲି ଦେଖିଲାନି
ଏତେ ଫୁଲ ଲଗାଇତ ଥିଲା
ପଚାରିଲି ମୁଁ ସେଇ ଯେ ଫୁଲକୁ
ବଢାଇଥିଲା ଏତେ ଯତ୍ନକରି
ବଗିଚାର ପକ୍ଷୀକୁ ମୁଁ ପଚାରିଲି
ତାର ସନେ୍ଦଶର କଥା
ଝରଣା ପାଣିକୁ ମନ କଥା ପଚାରିଲି
ଉତର କେହି ତ ନଦେଲେ
ଜାଣିଥିଲେ ତ ସେମାନେ
କେହି କିଛି ନ ତ କହିଲେ
ସେଦିନ ସଂଜରେ ଡାକିଲି ମୁଁ ତାକୁ
କହିଲି ଫେରି ଆସିବାର ପାଇଁ
ଚାଲିଆସୁ ଅଗନାଗ୍ନି ବନସ୍ତରୁ
ଫେରିଆସୁ ଉଚ୍ଚ ପର୍ବତ ଦେଶରୁ
ନଥିଲା ସେ ଫୁଲର ପାଖରେ
ନଥିଲା ତ ବଗିଚାରେ
ନଥିଲା ସେ ଝରଣା କୂଳରେ
ତଥାପି ମୁଁ ତାକୁ ଡାକୁଥିଲି
କିଛି ଦିଶୁ ତ ନଥିଲା
ଉତର କିନ୍ତୁ ସେ ଦେଉଥିଲା
କାହିଁ କେତେ ଦୂରୁ
ଆଖି ପିଛୁଳାକେ
ଛୁଟି ଆସିଲା ମୋର ବାହୁ ବନ୍ଧନକୁ
ହୃଦୟ ବନ୍ଦ ହୋଇଯାଉଥିଲା
Go Back to Previous Page
ମହାନ
ପ୍ରସନ୍ନ କୁମାର ଭୁଏ
Read Article
ଆସରେ ଟୁନା ଆସରେ ମୁନା
ସୁଦାମ ଗୌଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ