ଚାକିରି କଲ ପଏସା କମାଲ
ନିଜ୍ କେ ଭାବଲ ମହାନ୍
ଗାଡ଼ି ମଟର ଘର ଦ୍ୱାର୍ କଲ
ହେଲ ତମେ ସିଆନ୍ ,
ରାଏଜ୍ ଗଲ ଟ୍ରେନ୍ ଚଢ଼ଲ
କମାଲ ଟଁକା ପଏସା
ସିଖଲ କେତେ ଚାଲି ଚଲନ୍
ନୁଆଁ କେତେ ଭାସା,
ମାଁ ବୁଆ ଘର୍ ବଂଧୁ ବାଂଧବ
ଗଲ ସମକୁ ଭୁଲି,
ପଡ଼ାଲା ଲିଖାଲା ବଢ଼ାଲା ଉଢ଼ାଲା
ତାହାକୁ ଗଲ ଭୁଲି,
ମାଁ ବୁଆ କାଏଁ ପାପ୍ କରିଥିଲେ
ଅଁଟି ହେଲା ସୁଇନ୍,
ଶାଶ ଶଶୁରର୍ କାଏଁ କପାଲ
ପାଏଲେ ଏତ୍କି ପୁଇନ୍,
ମାଁର ସେନେହ୍ ବୁଆର୍ ପରିଶ୍ରମ
ନାଇଁ ପଡ଼େ କାଏଁ ସୋର୍,
ମାଁ ବା କେ ଭୁଲି ସାସ୍ ସସୁର୍ କେ
କହୁଛୁ ମୋର୍ ମୋର୍,
ପାଠ୍ ସାଠ୍ ସବୁ ତୋର୍ ବେକାର୍ ହେଲା
ନାଇଁ ପାଏଲୁ ଗିଆନ୍,
କାଣା ପାଏଲୁ ଯେ ଏତେ ଗରବ୍
ନିଜ୍କେ ଭାବୁଛୁ ମହାନ୍,
ଧନ୍ ସଂପତି ଛୁଆ ପିଲା ମାଏଝି
ସାଂଗେ ନାଇଁ ଯାଆନ୍
ଦିନେ ହେଲେ କେଭେ ସେବା ନାଇଁ କଲୁ
ଯେ ତୋର୍ ଲାଗି ଭଗବାନ୍,
ଅନୁତାପ୍ କର୍ବୁ ଲୁହୁ ଝରାବୁ
ରକତ୍ ହେବା ପାଏନ୍,
ଛାର୍ ଛିଦରା ସବୁ ଗରବ୍
ଭାଂଗି ହେବା ଗୁଣ୍,
ସମିଆ ସର୍ବା ପୁର୍ଥୀ ଉଲ୍ଟିବା
ଚାଲୁଥିବେ ସଭେ ମସାନ୍,
ଅନ୍ତରେ ତୁଇ ପସ୍ତାବୁ ଦିନେ
ଜାନ୍ଲେ ମାଁ ବୁଆର ଠାନ୍ l
Go Back to Previous Page
ମୁଁ ମାନଗୋବିନ୍ଦ
ବିକେଶ କୁମାର ସାହୁ
Read Article
ସ୍ଥବିର ସ୍ପନ୍ଦନ
ଅଶୋକ ବିଶ୍ବାଳ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ