ଲୁହର ନଈରେ ବିଶ୍ୱାସର ଡଙ୍ଗା ଟଳମଳ,
କୂଳର କଳନା ବୃଥା, ଛଳଛଳ କୋହକୁ ପଚାରନା...
ମରୀଚିକା ପରି ଭାଗ୍ୟ ଦେଖାଦେଇ ଲୁଚିଯାଏ,
ବିଶ୍ୱାସ ର ହାତ ଯେତେ ବଢେଇଲେ
ଘୁଞ୍ଚି ଯାଏ କୂଳର ଦୂରତା,
କୂଳର କଳନା ପଚାରନା...
ଭାଗ୍ୟର ଭାଗଟା ଦାବି କରୁ କରୁ
ନଈ ସୁଖିଯାଏ, ନଇଁ ଆସେ ବୟସ ର ଅପରାହ୍ନ;
ବନ୍ୟାକୁ ବୟସର ସୁଅ କଥା ପଚାରନା...
ଖୋଜୁ ଖୋଜୁ ହଜିଯାଏ ଖୋଜିବାର ଆଶା
ଅଧୁରା ଅଧାୟରେ ଅସରନ୍ତି କମା'ର ଆଶଙ୍କା,
ପୂର୍ଣତାର ପୂର୍ଣଛେଦ କେବେ ପଚାରନା;
ପଚାରନା କିଏ ଦେଲା ଛଳନା ସାନ୍ତ୍ବନା...
କଲ୍ୟାଣପୁର, ନୟାଗଡ଼ ମୋ. ୯୮୬୧୦୬୧୫୨
Go Back to Previous Page
ବାପା
ପବିତ୍ର ଦାସ
Read Article
ମୁଁ ମାନଗୋବିନ୍ଦ
ବିକେଶ କୁମାର ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ