ପ୍ରତିଦିନ ହିସାବ ଖାତାରେ
କରିଚାଲିଛି ନୂଆ ନୂଆ ଢଙ୍ଗରେ
ଭିନ୍ନ ଏକ ଜୀବନର ହିସାବ
ଦିନପରେ ଦିନ
ଆଉ ରାତି ପରେ ରାତି
କେତେ ଯେ ବିତିଗଲାଣି ତୁମର
ଆମ ମାନଙ୍କ ପାଇଁ ତା’ ଜଣାନାହିଁ
ବଂଶ ପରମ୍ପରାର ସୂତା ନଟେଇଟା
ଯେବେଠୁ ପଡ଼ିଛି ତୁମ ହାତରେ
ସେବେଠୁ ଖୋଜି ଚାଲିଛ ମୂଳଖିଅ ଧରିବାକୁ...
ଆପଣା ଶିଙ୍ଗରେ ମାଟି ତାଡ଼ିଛ, ନିଜ ପାଇଁ ନୁହେଁ
ସବୁ ଆମରି ପାଇଁ
ସକାଳରୁ ସଞ୍ଜ ପ୍ରହରଯାଏ
ଦିନରାତି ଖଟି ଖଟି
ଝାଳ ନୁହେଁ ତ, ପୁଳା ପୁଳା ରକ୍ତ ନିଗାଡ଼ି ଦେଇଛ
ମୋ ପିଲା ପଢ଼ିବେ, ବଢ଼ିବେ ମଣିଷ ହେବେ
ସଂସାର କରିବେ, ପୁଣି ସଂସାର ଗଢ଼ିବେ
ସବୁ ଆମରି ପାଇଁ
ଅଲୁଗୁଣିରେ ଯେବେ ସେ ମଳିଆ ଗାମୁଛା
ଆଉ ପିଠିପଟ ଫୁଟା ଗେଞ୍ଜିକୁ ନଜର କରେ
ପୃଥିବୀର ସବୁ ବାପାଙ୍କ ଚେହେରା
ମୋ ସାମ୍ନାରେ ସ୍ପଷ୍ଟ ହୋଇ ଦିଶେ ଏକାପରି
ମୋ ବାପାଙ୍କ ପରି...
ଗବେଷକ, ରେଭେନ୍ସା ବିଶ୍ବବିଦ୍ୟାଳୟ, କଟକ
Go Back to Previous Page
ନାରୀ ନାରାୟଣୀ ହୁଅ ତୁ ମହାନ
ସନ୍ତୋଷ ପଟ୍ଟନାୟକ
Read Article
ପଚାରନା
ଅଶୋକ କୁମାର ସେଠୀ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ