ସଂସ୍କାର ଓ ସଂସ୍କୃତିକୁ କରି ସନମାନ
ହେ’ନାରୀ ନାରାୟଣୀ ହୁଅ ତୁ ମହାନ....
ନାରୀ ତୁହି ନାରାୟଣୀ ଶକ୍ତିର ପ୍ରତୀକ
ଅନେକଙ୍କ ମଧ୍ୟେ ତୁହି ଅଟୁ ପରା ଏକ
ଜାୟା,ଭଗିନୀ,ମାତା ସବୁରି ରୂପେ ତୁହି
ପ୍ରତି ଜନ ଧନ୍ୟହୁଏ ତୋ' ସାନିଧ୍ୟ ପାଇ.....
ଲଜ୍ୟା ଅଟେ ତୋର ନିଜ ହୃଦ ଅଳଙ୍କାର
ସହିବା ଶକ୍ତି ଅପାର ନାହିଁ ଅହଙ୍କାର
ସମର୍ପଣ ଭାବେ ତୁହି ଅଜୟ ଅମର
ଆଦ୍ୟଗୁରୁ ଅଟୁ ତୁହି ଆମ ସମାଜର....
ସଂହାର କାରିଣୀ କେବେ ପ୍ରେମ ପୂଜାରିଣୀ
କୋକିଳ ଭାଷିଣୀ ପୁଣି ଅମୃତ ଦାୟିନୀ
ସଂସ୍କାର, ସଂସ୍କୃତି ପାଇଁ ଜନମ ତୋହରି
ତୋହରି ସତୀତ୍ତ୍ବେ ଇଶ୍ବର ଯାଇଥାନ୍ତି ହାରି...
ସଂସ୍କାର ଓ ସଂସ୍କୃତିକୁ କରି ସନମାନ
ହେ’ ନାରୀ ନାରାୟଣୀ ହୁଅ ତୁ ମହାନ.....
Go Back to Previous Page
ଉଠ ଉଠରେ ବୀର ସନ୍ତାନ
ସାଗର ପ୍ରଧାନ
Read Article
ବାପା
ପବିତ୍ର ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ