ଉଠ ଉଠ ତୁ ଆରେ ବୀର ସନ୍ତାନ
ସୁପ୍ତ ସିଂହ ସମ ଶୋଇଛୁ ଆଜି
ଆଳସ୍ୟ ଆଜିତ ଅଙ୍ଗର ଭୂଷଣ
ଆଳସ୍ୟ ଯାଇଛି ମନ ଟା ଭିଜି।
ତୋ ପୁର୍ବ ପୁରୁଷ ବୀରତ୍ୱ ର ଗାଥା
ଯାଇଛି ଆଜି ତ ମନରୁ ହଜି
ସବୁ ଜାଣି ଶୁଣି ନୀରବେ ବସିଛି
ନିକର୍ମା ଦର୍ଶକ ଆଜିତୁ ସାଜି।
ସମୟ ସ୍ରୋତରେ କରାଳ ନାଦରେ
ମା ଆ ର ଗୌରବ ଯାଇଛି ହଜି
ଅଙ୍ଗରେ ତାହାର ପୂର୍ବ ଦିନ ନାହିଁ
ବସିଛି ବିରୂପା ନାରୀ ଟେ ସାଜି।
ତୋହର ଜନନୀ ରୋଦନ କରୁଛି
ହଜିଛି ଗୌରବ ଅତୀତ ରାଜି
ଅନ୍ୟ ପାଶେ ସିଏ ଲାଞ୍ଛିତ ହେଉଛି
ପାଶେ ନାହିଁ ବୋଲି ଗୌରବ ରାଜି।
ଆସ ଆସ ସବୁ ଓଡିଆ ସନ୍ତାନ
କରିବା ସଭିଏ ଶପଥ ଆଜି
ଫେରାଇ ଆଣିବା ମାଆ ର ସମ୍ମାନ
ଅତୀତ ଅଭୁଲା ଗୌରବ ରାଜି।
ପଦାଗିଗି, ଗଞ୍ଜାମ, ଓଡ଼ଶା
Go Back to Previous Page
ଭଲ ପାଇବାର ଆକୃତି
ସନାତନ ମହାକୁଡ଼
Read Article
ନାରୀ ନାରାୟଣୀ ହୁଅ ତୁ ମହାନ
ସନ୍ତୋଷ ପଟ୍ଟନାୟକ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ