ମୂଳ ବ୍ରାଜିଲ : ପାଉଲୋ କାର୍ବଲହୋ
ଓଡ଼ିଆ ଭାଷାନୁବାଦ : ସୁଧାଂଶୁ ଦ୍ବିବେଦୀ
କେବେ କେବେ ଆମ୍ଭମାନଙ୍କୁ ଏଭଳି ସରଳ କାହାଣୀଟିଏ ଦରକାର ହୁଏ, ଯାହାକି ଭୀଷଣ ଗ୍ରୀଷ୍ମ ଦିନରେ ବି ଶୀତଳ ପବନ ପରି ଆତ୍ମପ୍ରକାଶ କରିବାକୁ ପଡ଼ିଥାଏ ବୀଣାର ତାର ଭଳି ସୁନ୍ଦର ପଂକ୍ତି ସଦୃଶ ଝଙ୍କୃତ ହେବାକୁ ଇଚ୍ଛା ହୁଏ ସେଇ ସବୁ ମୁହୂର୍ତ୍ତଗୁଡ଼ିକ ଆମ ଭିତରେ ମାନବୀୟ ଭାବର ସଂଚାର ଆଣିଥାଏ
ଏଇଭଳି ପରିସ୍ଥିତିରେ ମୋ ସ୍ମୃତିର ଇଲାକାରେ ଅନେକ ସମୟରେ ଧାଡ଼ିଏ ହସ ଦୃଶ୍ୟମାନ ହୁଏ ସେହି ହସକୁ ବାରମ୍ବାର ଭୁଲିବା ପାଇଁ ଚେଷ୍ଟା କରିବା ସତ୍ତ୍ବେ ବି ସରଳ-ନିଷ୍କପଟ-ନିଶ୍ଚଳ ହସ ଧାଡ଼ିଏ ଆହୁରି ଝଲସି ଉଠେ
ଯେତେବେଳେ ମୋତେ ବାରବର୍ଷ ହୋଇଥିଲା ସେତେବେଳେ ମୁଁ ସାଇକେଲରୁ ପଡ଼ି ଯାଇଥିଲି ଦେହ ଓ ମୁଣ୍ଡର ଅନେକ ସ୍ଥାନରେ ଭୀଷଣ କ୍ଷତ ହେଲା ଏଇମିତି ଖୁସି ଖୁସିରେ ସାଇକେଲ ଚଳାଇବାକୁ ବାହାରିଥିଲି, ଶେଷରେ ହାତ-ଗୋଡ଼ ଭାଙ୍ଗିଲି ଆଉ ସେଇ ସାଇକେଲଟା ତଳେ ପଡ଼ି ଆଗ ଚକ ଘୁରୁଥାଏ ଜଣା ଯାଉଥାଏ ସେ ଯେମିତି ମୋତେ ଲକ୍ଷ୍ୟକରି ଡେଭିଲ୍ ପରି ହସୁଛି
ମୁଁ ସାଇକେଲରୁ ପଡ଼ିଯିବାପରେ ଏଲିସ୍ ମଧ୍ୟ ଜୋରରେ ହସି ଉଠିଲା ସେ ଯେତେ ଜୋରରେ ଖିଲି ଖିଲି ହୋଇ ହସୁଥାଏ, ମୋ ମନରେ ତା’ପ୍ରତି ସେତେ ଘୃଣା ଓ ହିଂସାର ପରିମାଣ ବଢ଼ି ଯାଉଥାଏ ହସି ହସି ତା ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ ବି ତା ହସ ବନ୍ଦ ହେଉନଥାଏ
“ଏଥର ହସ ବନ୍ଦ କରିବୁ ନା ଦେଖିବୁ ଏବେ...?” ମୋ ଭଏସକୁ ଶେଷ ସ୍କେଲରେ ରଖି ତାକୁ ଧମକାଇଲି
ମୋ ଧମକ ଶୁଣି ଅଳ୍ପ ସମୟ ପାଇଁ ସେ ସ୍ତମ୍ଭିତ ହେଲା, ଆଗରୁ କେବେ ମୋତେ ଦେଖି ନଥିବା ପରି ପୁଣିଥରେ ସଂଯମତା ହରେଇ ପୂର୍ବପରି ହସିବାକୁ ଲାଗିଲା
“ଏମିତି ହସ କଂସେଇ ଘର ଝିଅ ମାନଙ୍କୁ ଶୋଭା ପାଏ ତା’ଛଡ଼ା ତୋ ଭଳି ଝିଅର ଆଉ କଣ କାମ ଅଛି ଯେ..! ଢଙ୍ଗର କାମଟିଏ ତ କରି ପାରିବୁନି ଅସହାୟତା ସମୟରେ ଫେଁ ଫେଁ ହୋଇ ହସିବୁ” ତା ଉଦ୍ଦେଶ୍ୟରେ କହିବାପରେ ପୁଣି ମୁଁ ମନେ ମନେ ଭାବିଲି, “ଝିଅମାନଙ୍କର କଣ ଅଛି? ଅପଦାର୍ଥ ଜାତି... କୂଅବେଙ୍ଗପରି... ଆଉ ଯାହା ଥାଉନା କାହିଁକି, ମୁଣ୍ଡରେ ବୁଦ୍ଧି ଦେବାପାଇଁ ଭଗବାନ କଞ୍ଜୁସି କରିଦେଇଛନ୍ତି”
ତାପରେ ଆଉ କଣ ହୋଇପାରେ? ତା’ ମୋ ସହିତ ଆରୋପ ପ୍ରତ୍ୟାରୋପର ତର୍କ-ବିତର୍କ ଆରମ୍ଭ ହୋଇଗଲା “ତୁମେ ଏମିତି... ସେମିତି... ସାହସ ଅଛି ତ କରି ଦେଖାଇଦିଅ ଏମିତି କେତେ ତୁ... ତୁ... ମୁଁ... ମୁଁ... ର ଝଗଡ଼ା ଚାଲିଲା”
“ଆଚ୍ଛା, ତା ହେଲେ ଦେଖିବା ଏଇ ଚଟାଣର ଶୀର୍ଷକୁ ଯାଇ କିଏ ପ୍ରଥମେ ତଳେ ଆସି ପହଞ୍ଚୁଛି?” ମୁଁ ଦମ୍ଭ ଦେଖାଇଲି
ଦୁହେଁ ନିଜ ନିଜ ସାଇକେଲ୍ ଧରି ଚଟାଣ ଉପରକୁ ଚଢ଼ିବା ଆରମ୍ଭ କଲୁ କ୍ଷତର ଯନ୍ତ୍ରଣାରେ ଚଟାଣର ଶୀର୍ଷ ସ୍ଥାନକୁ ଯିବାପାଇଁ ଇଚ୍ଛା ନଥିଲେ ବି ଏଲିସର ଚ୍ୟାଲେଞ୍ଜକୁ ସ୍ବୀକାର କରିବାକୁ ହେଲା
ଯେମିତି ହେଉ ଦୁହେଁ ଚଟାଣର ଶୀର୍ଷରେ ପହଞ୍ଚି ସାରିବା ପରେ ତଳକୁ ଆସିବା ପାଇଁ ପ୍ରସ୍ତୁତ ହେଲୁ
“ଦେଖିବା କାହା ସାଇକେଲ୍ ପ୍ରଥମେ ତଳେ ପହଞ୍ଚୁଛି?” ମୁଁ ପ୍ରସ୍ତାବ ଆଗତ କଲି
ଅବସାଦ, ଭାବନା, ଆବେଗ ଓ ଦୁହିଁଙ୍କ ମନରେ ଜିଦ୍ କରିବାର ସଂଘର୍ଷ ବିଲକୁଲ୍ ସାଥିହୋଇ ଅପାତତଃ ଜଣେ ଅନ୍ୟଜଣଙ୍କର ସ୍ପର୍ଶରେ ଆମେ ଦୁହେଁ ତଳକୁ ଓହ୍ଲାଇଲୁ
“ଆରେ ଏ ଝିଅଟା ତ ସତରେ ବଡ଼ ହୁସିଆର୍” ମୁଁ ମନେ ମନେ ଭାବୁଥାଏ ହେଲେ ତଳେ ପହଞ୍ଚୁ ପହଞ୍ଚୁ ସାଇକେଲର ଅସନ୍ତୁଳନ ହେତୁ ଧକ୍କା ଲାଗିଗଲା ସାଇକେଲ୍ ଗୋଟେ ଜାଗାରେ ଆଉ ଆମେ ଦୁହେଁ ଛିଟିକି ହୋଇ ସଡ଼କ ଉପରେ ପଡ଼ିଲୁ
“ଆଉ ନୁହେଁ କେବେ ଆଉ ସାଇକେଲ୍ ଚଳାଇବିନି ଥରେ ନୁହେଁ ଦେଖୁ ଦେଖୁ ଦି’ଥର ପଡ଼ିଲିଣି” ଦେହକୁ ଝାଡ଼ି ହୋଇ ତଳୁ ଉଠି ଭାବିଲି “ତେବେ ଧକ୍କା ହେଲା କେମିତି?” ସଠିକ୍ କାରଣ କଣ ବୁଝି ପାରୁନଥିଲେ ବି ମୋର କିଛି ଦୋଷ ନଥିଲା, ସବୁ ଦୋଷ ଏଲିସ ର ରାଗରେ ତା ନିକଟରେ ପହଞ୍ଚିବାରୁ ସେ ପଦେ ବି ଉଚ୍ଚାରଣ ନ କରି ଭୋ ଭୋ ହୋଇ କାନ୍ଦି ଉଠିଲା
ଯଦ୍ୟପି ଚତୁରା ଝିଅଙ୍କ ଭଳି ଅନ୍ୟକୁ ବୋକା କରିଦେବାପାଇଁ ନକଲି କାନ୍ଦ କାନ୍ଦୁନଥିଲା, ହେଲେ କୌଣସି ସିନରେ ଅଭିନୟ କରୁନଥିଲା ସେ ମୋତେ ଜଣାଗଲା ବୋଧହୁଏ ସେ ଗମ୍ଭୀର ଭାବରେ କ୍ଷତାକ୍ତ ହୋଇଛି
ତା’ପରେ ଆଖିରେ ଆଖିଏ ଲୁହ ଭରି ମୋତେ ଥରେ ଦେଖିନେଲା ସେ ତା’ ଆହି ଭିତରେ ଯେଭଳି ଭାବଥିଲା ମୋତେ ତାହା ବୁଝିବାକୁ ବିଳମ୍ବ ହେଲାନି ହୁଏତ ସେ ସନ୍ଦେହ କରୁଛି ମୁଁ ତାକୁ ଏକାକୀ ପାଇ କୌଣସି ଦୁଷ୍ଟାମୀ କରିବି, ତା’ ଅସହାୟତାର ଫାଇଦା ଉଠେଇବି ହେଲେ ବାସ୍ତବିକ୍ ଏଇୟା ଯେ ମୁଁ ତାକୁ କେବଳ ସାହାଯ୍ୟ କରିବା ବ୍ୟତୀତ ମୋ ମନ ମଧ୍ୟରେ ଆଉ କିଛି ବି ଅଭିଳାଷ ନଥିଲା
“ଜୋର୍ ଆଘାତ ଲାଗିଲାକି?” ରୁଦ୍ଧକଣ୍ଠରେ ପଚାରିଲି
ଏବେ ସେ କାନ୍ଦୁନଥାଏ ହେଲେ ମୋ ମନ ମଧ୍ୟରେ ତା ପାଇଁ ଅନେକ ଚିନ୍ତା ଘାରୁଥିଲା ଅଚାନକ ମୋ ଦୃଷ୍ଟି ସଡ଼କ ଉପରେ ପଡିଥିବା ସାଇକେଲ ଦୁଇଟା ଉପରେ ନିବଦ୍ଧ ହେଲା ଅସାମଞ୍ଜସ୍ୟ ଭାବରେ ଯୋଡ଼ି ହୋଇ ପଡ଼ିଥାଏ ସାଇକେଲ୍ ଦୁଇଟି
‘ଦେଖ୍, ଆମ ସାଇକେଲ କେମିତି ଜଣେ ଜଣକୁ ଚୁମ୍ବନ ଦେଉଛନ୍ତି” ବାତାବରଣ କୁ ସତେଜ କରିବା ପାଇଁ ସ୍ବତଃ କହିଦେଲି ମୋ କଥା ଶୁଣି ସେ ଖିଲି ଖିଲି ହସି ଉଠିଲା ପୁଣି ମୁଁ ହାତବଢ଼ାଇ ତାକୁ ତଳୁ ଉଠେଇବା ବେଳେ ସେ ଆହୁରି ଅଧିକ ହସି ଉଠିଲା
“ଚାଲ, ମୁଁ ତତେ ଘରେ ପହଞ୍ଚାଇ ଦେବି ତୋତେ ଛାଡ଼ି ଆସିଲେ ତୋ ସାଇକେଲକୁ ନେଇ ପହଞ୍ଚାଇଦେବି”
ଜଣେ ଜଣକୁ ସାହାରା ଦେଇ ହସି ହସି ଚଟାଣରୁ ତଳକୁ ଆସିଲୁ କ୍ଷତପାଇଁ ସେ ଛୋଟେଇ ଛୋଟେଇ ଚାଲୁଥାଏ
ତା’ଘରେ ପହଞ୍ଚିବାମାତ୍ରେ ତା ମା ଘର ଭିତରୁ ଦୌଡ଼ି ବାହାରକୁ ଆସିଗଲେ
“ଡରି ଯାଅନି ମାମା! ମୁଁ ବିଲକୁଲ୍ ଠିକ୍ ଅଛି” ସେ ତା ମାଙ୍କୁ ଆଶ୍ବାସନା ଦେଉଥାଏ
“ତା ହେଲେ ମୁଁ ଏବେ ଯାଉଛି ପୁଣି ଆସି ତୋ ସାଇକେଲ୍ ଦେଇଯିବି”
ମୋତେ ସମ୍ମତିର ମୁଣ୍ଡ ହଲାଇଲା ସେ ଫେରିବା ବେଳେ ତା କ୍ଷତାକ୍ତ ଶରୀର ଭିତରୁ ମୋନାଲିସାର ହସ ଦେଖିପାରୁଥିଲି ମୁଁ
ମୋ ଗୋଡ଼ରେ କମ୍ପନ ହେଉଥାଏ ମୋ କ୍ଷତରୁ ରକ୍ତ ଝରି ଶୁଖି ଯାଇଥାଏ ତଥାପି ମନ ହେଉଥାଏ ଆଉଥରେ ଏଲିସ୍ ସହ ସାଇକେଲରେ ଧକ୍କା ଖାଇବାକୁ
କ୍ଷତ-ବିକ୍ଷତ ସତ୍ତ୍ବେ ଶୀଘ୍ର ଯାଇ ଚଟାଣ ଉପରକୁ ଚଢ଼ିଲି ତା ସାଇକେଲକୁ ଉଠେଇଲି ଓ ତା ଘରେ ପହଞ୍ଚାଇ ଫେରି ଆସିଲି
ଆଜି ବି ଯେବେ ମୋତେ ହସିବାକୁ ମନ ହୁଏ ତା ସହ ଘଟିଥିବା ସାଇକେଲ ଏକ୍ସିଡେଣ୍ଟ୍ ଘଟଣାଟି ମସ୍ତିଷ୍କରେ ବାରମ୍ବାର ଉଦୟ ହୋଇଯାଏ ଦୁଇଟି ସାଈକେଲ ନିଜ ଭିତରେ ଯୋଡ଼ି ହୋଇ ତଳେ ପଡ଼ି ଦୁହେଁ ଦୁହିଁଙ୍କୁ ଚୁମ୍ବନ ଦେଉଥାନ୍ତି ଆଃ - ଏମିତି ଅନେକ ଘଟଣା ଘଟେ ଦିନଚର୍ଯ୍ୟାରେ ତେବେ ଏଇ ସାମାନ୍ୟ ଘଟଣାଟି ମୋତେ ବୁଝେଇଦିଏ ବାସ୍ତବିକ୍ ପ୍ରେମ ତା ହେଲେ କଣ ହୋଇପାରେ....!!!
ଯୋଗ ଫର ଲାଇଫ୍
ବିଚି-୭୪, ସେକ୍ଟର-୧, ସଲ୍ଟଲେକ୍, କଲିକତା-୬୪
ଭ୍ରାମ୍ୟଭାଷ : ୯୬୮୧୩୭୩୫୧୨
Go Back to Previous Page
ଉଫ୍... ଇୟେ ଲୈଲା..
ମଧୁସ୍ମିତା ପଟ୍ଟନାୟକ
Read Article
ଭଲ ପାଇବାର ଆକୃତି
ସନାତନ ମହାକୁଡ଼
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ