ମୁଁ ଅର୍କକ୍ଷେତ୍ର କୋଣାର୍କ, କେଉଁ ଆବାହମାନ କାଳରୁ ଏଠି ଥୁଣ୍ଟା ବରଗଛ ପରି ଆକାଶକୁ ଚାହିଁ ରହିଛି ମୁଁ ଏବଂ ମୋର ନାମ ସୂର୍ଯ୍ୟ ଦେବତାଙ୍କୁ ସମର୍ପିତ ସୂର୍ଯ୍ୟ ଦେବତାଙ୍କ ରଥ ସଦୃଶ ମୋତେ ଏକ ବିରାଟ ଭବ୍ୟ ଭବନରେ ପରିଣତ କରାଯାଇଛି ମଧ୍ୟକାଳୀନ ଓଡିଶା ବାସ୍ତୁ କଳାର ଅନୋଖା ନମୁନା ମୁଁ ଏବଂ ଭାରତ ବର୍ଷର ପ୍ରସିଦ୍ଧ ତୀର୍ଥସ୍ଥଳୀ ମଧ୍ୟରୁ ଅନ୍ୟତମ କେତେବେଳେ ମୁଁ ସୂର୍ଯ୍ୟ ଉପସନାର ପ୍ରଧାନ ପୀଠ ଥିଲି ମୋ ଠାରୁ କିଛି ଦୂରରେ ଅବସ୍ଥିତ ଚନ୍ଦ୍ରଭାଗା ନଦୀ କୂଳରେ ପ୍ରଭୂ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ବାରବର୍ଷ ତପସ୍ୟା କରି ସୂର୍ଯ୍ୟ ଦେବତାଙ୍କ ପ୍ରସନ୍ନ କ୍ରମେ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ ସୂର୍ଯ୍ୟଦେବ, ଯିଏ କି ସମସ୍ତ ରୋଗର ବିନାଶକ ରୂପେ ପରିଚିତ, ତାଙ୍କରି ସମ୍ମାନ କ୍ରମେ ଶାମ୍ବ ଏକ ସୂର୍ଯ୍ୟ ମନ୍ଦିର ନିର୍ମାଣ କରିବାରେ ନିର୍ଣ୍ଣୟ ନେଇଥିଲେ ରୋଗନାଶ ପରେ ଚନ୍ଦ୍ରଭାଗା ନଦୀରେ ସ୍ନାନ କରିବା ସମୟରେ ତାଙ୍କୁ ଏକ ସୂର୍ଯ୍ୟ ଦେବତାଙ୍କ ମୁର୍ତ୍ତି ମିଳିଥିଲା କିମ୍ବଦନ୍ତୀରେ ଅଛି, ସୂର୍ଯ୍ୟଦେବଙ୍କ କିଛି ଅଂଶକୁ ନେଇ ଦେବ ଶିଳ୍ପୀ ବିଶ୍ବକର୍ମା ଏହାର ନିର୍ମାଣ କରିଥିଲେ ଶାମ୍ବ ଏହି ମୁର୍ତ୍ତିକୁ ନେଇ “ମିତ୍ରବନ”ରେ ଏକ ମନ୍ଦିର ନିର୍ମାଣ କରି ଏହାର ପୂଜା-ଅର୍ଚ୍ଚନା କରିଥିଲେ ତେବେଠାରୁ ଏହି ସ୍ଥାନକୁ ପବିତ୍ର ମାନି “ଚନ୍ଦ୍ରଭାଗା ବୁଡ”ରେ ପରିଣତ କରାଯାଇଛି
ହଁ....ମୁଁ ଦେଖୁଛି..... ଏଇଠି ଠିଆ ହୋଇ ମୁଣ୍ଡଟେକି ଦେଖୁଛି ସବୁ ଦେଖୁଛି.... ପ୍ରତି ବର୍ଷ ଅନେକ ଶ୍ରଦ୍ଧାଳୁ ଏଇଠାକୁ ଆସି ଚନ୍ଦ୍ରଭାଗା ବୁଡ ପକାନ୍ତି କିନ୍ତୁ ମୁଁ...... ଓଡିଶାର ଐତିହ ଏଠି କ’ଣ ପାଇଁ ଠିଆହୋଇଛି? ମୋର ନିର୍ମାଣ ପାଇଁ ଓଡିଶାର ଗଙ୍ଗ ବଂଶର ରାଜା ନରସିଂହ ଦେବ (ପ୍ରଥମ) ନିସ୍ପତି ନେଇଥିଲେ ବାରଶହ ବଢେଇ ଏବଂ ବାସ୍ତୁକାରଙ୍କୁ ମୋ ନିର୍ମାଣ କାର୍ଯ୍ୟରେ ଲଗା ଯାଇଥିଲା ଓ......ହୋ......କି କଷ୍ଟ...... ବାରଶହ ବଢେଇ ମୋ ଶରୀରକୁ ବାରବର୍ଷ ଧରି ପ୍ରତିଦିନ ହାଣି, ଛେଦି ମୋ ଦେହରେ ଟିକି-ନିଖି କାରିଗରି କରି ଏକ ସ୍ବତନ୍ତ୍ର ରୂପ ଦେଇ ଐତିହ ବନେଇବାରେ ଲାଗି ପଡିଥିଲେ ମୁଁ ସବୁ କଷ୍ଟ ଚୁପ୍......ଚାପ୍...... ସହି ଯାଇଥିଲି ଭାବିଥିଲି ରାଜାଙ୍କୁ ଖୁସି କରିବି ଓଡିଶାର ଐତିହ ଏବଂ ଗୌରବ ହେବି
ଆରେ....... ଏ....... କ’ଣ! ରାଜାଙ୍କ ଆଦେଶ-ସମୟ ନିର୍ଧାରଣ ଉପଯୁକ୍ତ ସମୟରେ କାର୍ଯ୍ୟ ସମାପ୍ତ କରିବାକୁ ହେବ ନଚେତ୍ ବାରଶହ ବଢେଇଙ୍କର ମୁଣ୍ଡକାଟ ଆଦେଶ ମୁଖ୍ୟ କାରୀଗର ବିସୁ ମହାରଣାର ଚିନ୍ତା ଦେଖି ମୁଁ ହତାଶ ହୋଇପଡିଥିଲି ବିସୁ ବାର ବର୍ଷ ପୂର୍ବରୁ ତା ଘର ଛାଡି ମୋ କାର୍ଯ୍ୟରେ ଲିପ୍ତ ଥିଲା ତାର ପୁତ୍ର “ଧର୍ମପଦ”ର ମୁଖମଣ୍ଡଳ ଦର୍ଶନରୁ ବଞ୍ଚିତ ଥିଲା ଏପଟେ ଧର୍ମପଦ ମଧ୍ୟ ତାର ପିତାଙ୍କୁ ଖୋଜି-ଖୋଜି ଠିକ୍ ଏହି ହତାଶାର ସମୟରେ ଉପସ୍ଥିତ ହୋଇଯାଇଥିଲା ତା ପିତା ବିସୁ ମହାରଣା ସମ୍ମୁଖରେ
ବାର ବର୍ଷର ଛୁଆ ସେ କି......ସୁନ୍ଦର ମୁଖ! ଜଳ-ଜଳ ଉଜ୍ବଳ ଆଖିରେ ଅନେକ ସ୍ବପ୍ନ ହଁ.....ମୁଁ ଦେଖିଥିଲି-ତା ଆଖିରେ କିଛି ଚମତ୍କାର କରିବାର ଶକ୍ତି ମୁଁ ଦେଖିଥିଲି......
ପିତାକୁ ବାଡି ବରକୋଳି ଖୁଆଇ ଦେଇ ଶୁନଶାନ୍ ନିର୍ଜନ ରାତ୍ରିର ନିର୍ଜନତାରେ ମୋର ମୁଣ୍ଡି ମାରି ସମୁଦ୍ର କୋଳକୁ ଡେଇଁ ପଡିଥିଲା ସେ......
ଓ.......ହୋ....... ସାଗରର କି ଭୟଙ୍କର ଗର୍ଜନ ସେ ଦିନ ମୋ କାନକୁ ସ୍ତବ୍ଧ କରିଦେଉଥାଏ ଦେଖୁ ଦେଖୁ ଧର୍ମପଦକୁ ତାର କୋଳକୁ ଟାଣିନେଲା ସେ ମୁଁ ଚାହିଁ ମଧ୍ୟ ତାର ରକ୍ଷା କରି ପାରିଲି ନାହିଁ “ଅବଶୋଷ.........” ମୋ ହାତରେ କିଛି ନଥିଲା ମୁଁ ତ ପାଷାଣ......ମୁଁ ତ ପଥର ସେଇଥିପାଇଁ ତ ମୋତେ ଏମାନେ ଏତେ କଷ୍ଟ ଦେଉଛନ୍ତି ପିଲାଟା ବି ବାରଶହ ବଢେଇଙ୍କ ରକ୍ଷା ଉଦ୍ଦେଶ୍ୟରେ ତାର ଜୀବନକୁ ହୋମ କରିଦେଲା ଆଃ......! ଏତେ କମ ବୟସରେ ଏତେ ବୁଦ୍ଧିମାନ! ସବୁ ଦେଖିଛି.......ମୁଁ ସବୁ ଦେଖିଛି....... ଚୁପ୍-ଚାପ୍ ସବୁ ଦେଖିଛି
ମୋର ସମ୍ପୂର୍ଣ୍ଣ ରୂପ ଦେଖି ରାଜା ବହୁତ ଖୁସି ହୋଇଥିଲେ କୁଶଳ କାରୀଗରଙ୍କ ଉତକୃଷ୍ଟ କାରୀଗରି, ସ୍ଥାପତ୍ୟ କଳା ଏବଂ ବୈଭବ ପୂର୍ଣ୍ଣ କାର୍ଯ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଉଥିଲା ମୋର ଅଦ୍ବିତୀୟ ସୁନ୍ଦରତା, ଅନେକ ଶିଳ୍ପ ଆକୃତି, ଦେବତାଙ୍କ ଦରବାରର ଛବି, ମାନବ ବାଦ୍ୟକାରଙ୍କ ଛବି, ଶିକାର କରିବାର ଦୃଶ୍ୟ, ଯୁଦ୍ଧ ଯାତ୍ରାର ଦୃଶ୍ୟ, ନର୍ତକୀ ମାନଙ୍କର ନୃତ୍ୟ ଶୈଳିର ଦୃଶ୍ୟ ଏହିପରି ଅନେକ ଆକର୍ଷକ ଏବଂ ଯଥାର୍ଥବାଦର ସଂଗମ ମୋ ଶରୀରରେ ଏବେ ବି ମୁଁ ଧରି ରଖିଛି ଓଡିଶା ଶିଳ୍ପକଳାର ଅଦ୍ବିତୀୟ ଆକର୍ଷଣର କେନ୍ଦ୍ର ରୁପରେ ପରିଚିତ ମୁଁ ମନୁଷ୍ୟ, ପଶୁ, ପକ୍ଷୀ, ଦେବତା, ଗନ୍ଧର୍ବ ସମସ୍ତଙ୍କ ଜୀବନ ଉପରେ ଆଧାରିତ ଛବିକୁ ମୁଁ ମୋ ଦେହରେ ଆଜିବି ସାଇତି ରଖିଛି ମୁଁ ଖାଲି ମୋ ବାସ୍ତୁକଳା, ଭବ୍ୟତା, ଶିଳ୍ପକଳାର ଗୁନ୍ଥନ ପାଇଁ ପ୍ରସିଦ୍ଧ ନଥିଲି, ମୁଁ କଳିଙ୍ଗ ବାସ୍ତୁକଳାର ଉପଲବ୍ଧିର ଅନ୍ୟତମ କେନ୍ଦ୍ରବିନ୍ଦୁ ଥିଲି ଯାହାର ଭବ୍ୟତା, ଉଲ୍ଲାସ ଏବଂ ଜୀବନର ସମସ୍ତ ପକ୍ଷର ଅନୋଖା ତାଳ-ମେଳର ଗୁନ୍ଥନକୁ ଏବେ ମଧ୍ୟ ମୁଁ ପ୍ରଦର୍ଶିତ କରୁଛି
ମୋ ଦେହରେ ସୂର୍ଯ୍ୟଦେବଙ୍କର ଭବ୍ୟ ଯାତ୍ରାକୁ ପ୍ରଦର୍ଶିତ କରା ଯାଇଛି ସୂର୍ଯ୍ୟଦେବଙ୍କ ତିନି ରୁପ, ବାଲ୍ୟାବସ୍ତା (ଉଦିତ ସୂର୍ଯ୍ୟ), ଯୁବାବସ୍ତା (ମଧ୍ୟାନ ସୂର୍ଯ୍ୟ) ଏବଂ ପୌଢାବସ୍ତା (ଅସ୍ତ ସୂର୍ଯ୍ୟ) ମୋ ଦେହରେ ଅଙ୍କିତ ଅଛି
ଆରେ! ଏ କାଳକୁ ଦେଖ ଏ କ’ଣ ହେଲା....... କାଳ ମୋତେ ଗ୍ରାସ କରିଦେଲା ମୁଁ ମୋର ବାସ୍ତବିକ ରୂପକୁ ଧିରେ ଧିରେ ହରେଇ ଦେଉଛି ମୋର ଜୀବନଦାୟିନୀ କିରଣ ସମସ୍ତ ବିଶ୍ବକୁ ଉର୍ଜା, ତାପ ଏବଂ ତେଜ ଦେଉଥିବା ଭୁବନ-ଭାସ୍କର ସୂର୍ଯ୍ୟଙ୍କର ପ୍ରାଚୀନ ଅତ୍ୟନ୍ତ ଭବ୍ୟ ମନ୍ଦିରର ଭବ୍ୟତା, ବୈଭବ ଏବଂ ସମୃଦ୍ଧିକୁ ମୁଁ କ’ଣ ପାଇଁ ଅଧିକ ସମୟ ପର୍ଯ୍ୟନ୍ତ ଧରି ରଖି ପାରିଲି ନାହିଁ ମୋର କ’ଣ ଭୁଲ ଥିଲା? ମୁଁ ତ ବହୁତ କଷ୍ଟ ସହିଥିଲି ସମସ୍ତେ ମୋ ଉପରେ ନିଜ ନିଜର ଆଧିପତ୍ୟ ବିସ୍ତାର କରିଥିଲେ ମୋର ବା ଦୋଷ କ’ଣ.......?
ଆରେ ....... ଏ କ’ଣ! ଏ କଳାପାହାଡ କେଉଁଠୁ ଆସିଲା? ମୁଁ ତାର କ’ଣ କ୍ଷତି କରିଥିଲି? ଆରେ.......ଏ.......ତ.......ହିନ୍ଦୁ ଧର୍ମର ବିନାଶକ ରୁପରେ ପରିଚିତ ମୁଁ ତ ହିନ୍ଦୁ ଧର୍ମର ଗର୍ବ ସେ ମୋତେ ବି ଛାଡିଲା ନାହିଁ ମୋର ବିଶାଳ ଶରୀର ଏବଂ ମୋଟା ପରତ ଯୋଗୁ ମୋର ବିଶେଷ କିଛି କ୍ଷତି କରିପାରି ନଥିଲା କିନ୍ତୁ ରାଗରେ ଆସି ମୋର ଦଧିନଉତିକୁ ହଲେଇଦେଇ ପଳାଇଗଲା ମୋ ପତନର ଏ ହେଉଛି ଏକ ମୁଖ୍ୟ କାରଣ ସେଥିପାଇଁ ମୋ ମୁଖଶାଳାରୁ ମୁଁ ଧିରେ ଧିରେ କ୍ଷତିଗ୍ରସ୍ତ ହେବାରେ ଲାଗିଲି ମୁଁ ସବୁ ଦେଖିଛି କଷ୍ଟରେ ଥାଇ ବି ମୁଁ ଦେଖୁଥାଏ....... ମା ରାମଚଣ୍ଡି କଳପାହାଡକୁ ଲୁଛି ପଳାଇଗଲେ ମା ତ ଜଗତ ଜନନୀ ମା ଦେହରେ ହାତ ଲଗାଇ ପାରିଲା ନାହିଁ ପୁରୀ ପଣ୍ଡାମାନେ ମଧ୍ୟ ଜଗନ୍ନାଥ ମନ୍ଦିରର ପବିତ୍ରତା ବଞ୍ଚାଇ ରଖିବା ଉଦ୍ଦେଶ୍ୟରେ ଜଗନ୍ନାଥଙ୍କୁ ଏକ ଗୁପ୍ତ ଯାଗାକୁ ନେଇଗଲେ ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିରର ପୂଜାରୀମାନେ ମଧ୍ୟ ଭୋଳାନାଥଙ୍କ ରକ୍ଷା ଉଦ୍ଦେଶ୍ୟରେ ଗର୍ଭଗୃହରେ ନଡା, କୁଟା ଜମା କରି ଦେଇଥିଲେ କଳାପାହାଡ ପୁରା ଚେଷ୍ଟା କରିଥିଲା ଭୋଳାନାଥଙ୍କୁ କ୍ଷତି ପହଞ୍ଚାଇବା ପାଇଁ ଶେଷରେ ନିରାଶ ହୋଇ ନିଆଁ ଲଗାଇ ଦେଇଥିଲା କଳାପାହାଡ ଭୟଙ୍କର ଅଗ୍ନିଜ୍ବଳାରେ ମହାଦେବଙ୍କର ଲିଙ୍ଗ ମଧ୍ୟ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିଲା ଏ ସବୁ ମୁଁ ମୋ ନିଜ ଆଖିରେ ଦେଖିଅଛି ଏବଂ ସମସ୍ତ କଷ୍ଟକୁ ଅନୁଭବ କରିଅଛି ମଧ୍ୟ....... ତଥାପି ମୁଁ ମୁଣ୍ଡଟେକି ରହିଥିଲି
“ଧର୍ମପଦ” – ବାର ବର୍ଷର ଛୁଆ ସେ ମୋର ମୁଣ୍ଡି ମାରିବା ପାଇଁ ତାର ଜୀବନ ଦେଇ ଦେଇଥିଲା ସେ....... କାଳକ୍ରମେ କ’ଣ ହେଲା? ସେହି ପଥରକୁ କାଢିନେଲେ କହିଲେ ଏହି ପଥରରେ ଚୁମ୍ବକୀୟ ଶକ୍ତି ଅଛି ସମସ୍ତ ସାଗର ପୋତ ମୋ ଯୋଗୁ ଧ୍ୟଂସ ହୋଇ ଯାଉଅଛି ନାବିକ ମାନେ ଏହା କହି ମୋର କେନ୍ଦ୍ରୀୟ ଶିଳାକୁ କାଢିନେଲେ ଯଦ୍ବରା ମୋର ଶରୀରର ସମସ୍ତ ସନ୍ତୁଳନ ଧିରେ ଧିରେ କ୍ଷୀଣ ହେବାକୁ ଲାଗିଲା ମୁଁ ଧ୍ବଂସାବଶେଷ ଆଡକୁ ଗତି କରିବାକୁ ଲାଗିଲି ତଥାପି ମୁଁ ବଞ୍ଚିଥିଲି....... ଭାବିଲି ମୋ ମୁଣ୍ଡ ଖଣ୍ଡିଆ ହେଲେବି ମୁଁ ଏଇ ଖଣ୍ଡିଆ ମୁଣ୍ଡକୁ ଟେକି ଯେତେ କଷ୍ଟ ହେଉ ପଛେ ମୁଁ ରହିବି....... ନିଶ୍ଚୟ ରହିବି.......
ଆରେ.......! ଏ ପୁଣି କ’ଣ! ଜଣେ ମରାଠୀ ଯୋଦ୍ଧା ଆସି ମୋ ଅରୁଣ ସ୍ତମ୍ଭକୁ ଉଠାଇ ନେଇ ପୁରୀ ଜଗନ୍ନାଥ ମନ୍ଦିର ମୁଖଦ୍ବାରରେ ସ୍ତାପନା କରିଦେଲେ ତଥାପି ମୁଁ କିଛି କହିନଥିଲି ସମସ୍ତେ ନିଜ ନିଜର ମନମାନି କରିଥିଲେ ଯିଏ ଯାହା ଚାହିଁଲା ମୋ ସାଙ୍ଗରେ ଅନ୍ୟାୟ କଲା ମୁଁ ମୁଣ୍ଡପୋତି ସବୁ ସହି ଯାଉଥିଲି କାରଣ ମୁଁ ଓଡିଶାର ଗର୍ବ ଓ ଗୌରବକୁ ବଞ୍ଚାଇ ରଖିବା ପାଇଁ ଚାହୁଁଥିଲି.......
ବର୍ତ୍ତମାନ ମୁଁ ମୋ ମୁଳ ସ୍ବରୂପକୁ ହରାଇ ଦେଇଛି କେତେବେଳେ ମୁଁ ସୂର୍ଯ୍ୟ ଦେବତାଙ୍କ ରଥକୁ ଟାଣୁଥିଲି କିଛି ବିଦ୍ବାନଙ୍କ ମତରେ ମୋର ଧ୍ବଂସର କାରଣ ହେଉଛି ମୋର ବିଶାଳ ରୂପ ଏବଂ ବାସ୍ତୁ ଦୋଷର କାରଣ ଆଉ କିଛି ବିଦ୍ବାନ କହନ୍ତି, ମୁଁ କେତେବେଳେ ମୋ ପୂର୍ଣ୍ଣରୂପରେ ନଥିଲି କିନ୍ତୁ “ଆଇନେ – ଇ – ଆକବରୀ” ରେ ଅବୁଲ୍ ଫଜଲ ମୋର କୀର୍ତ୍ତିକୁ ବର୍ଣ୍ଣନା କରି ଯାଇଛନ୍ତି କିଏ କିଛି ବି କହୁ, ମୁଁ ହେଉଛି ମୁଁ.......
ମୁଁ ହେଉଛି ସୂର୍ଯ୍ୟ ଦେବତାଙ୍କର ରଥ, ଶକ୍ତିର ସ୍ତମ୍ଭ, ଆଶାର ପ୍ରତୀକ ମୋର ଦେହରେ ଯୋଡା ହୋଇଥିବା ବାର ଯୋଡି ଚକ ହେଉଛି ବାର ମାସର ପ୍ରତୀକ ମୋର ଏହି ଚକ ସମୟ ଚକ୍ରର ଗତିର ଦିଶାକୁ ନିର୍ଧାରିତ କରେ
ମୋର ଏହି ବାର ଯୋଡି ଚକକୁ ଟାଣିବା ପାଇଁ ସାତ ଯୋଡି ଘୋଡାକୁ ଯୋଚା ଚାଇଛି ଏହି ସାତଟି ଘୋଡା ମୋର ସପ୍ତାହର ସାତ ଦିନର ପ୍ରତୀକ ମୁଁ ସମୟର ଗତିକୁ ଦର୍ଶାଏ ଏବଂ ମୋତେ ସୂର୍ଯ୍ୟଦେବ ନିୟନ୍ତ୍ରିତ କରନ୍ତି କ’ଣ ହେଲା ମୁଁ ଆଜି ଧ୍ବଂସ ଆଡକୁ ଗତି କରୁଛି? ମୋର ଚକ ସବୁ ଭାଙ୍ଗି-ରୁଜି ଗଲାଣି ମୋର ଘୋଡା ମାନେ ଦୁର୍ବଳ ଏବଂ ନିସ୍ତେଜ ହୋଇ ଗଲେଣି ମୁଁ ହେଉଛି ସୂର୍ଯ୍ୟଦେବଙ୍କ ରଥ, ଶକ୍ତିର ପ୍ରତୀକ ମୋର ଏଇ ଚକ ଏବଂ ଘୋଡା ମୋର ଅସ୍ତିତ୍ବ, ଦେଶର ଗର୍ବ ମୁଁ ସେମାନଙ୍କୁ ପୁର୍ନଃଜୀବିତ କରିବି ସେମାନଙ୍କ ମଧ୍ୟରେ ଶକ୍ତିର ସଞ୍ଜାର କରିବି ସେମାନେ ମୋତେ ଟାଣି-ଟାଣି ନେଇ ମୋ ଲକ୍ଷସ୍ଥଳରେ ପହଞ୍ଚାଇବେ ଏମାନେ ହେଉଛନ୍ତି ମୋ ଆଶାର ପ୍ରତୀକ, ମୋ ଭବିଷ୍ୟତର ମାର୍ଗ ଏବଂ ବର୍ତ୍ତମାନର ନବୀନ ଆକଳନ ପାଇଁ ମୋ ଆଖିରେ ନୂତନ ସ୍ବପ୍ନ ସଜେଇ, ମୋତେ ନୂତନ ପଥ ଦେଖେଇ, ଟାଣି-ଟାଣି ନେଉଛନ୍ତି କାରଣ ମୁଁ ଆଗାମୀ କାଲିର ସୁଗମ-ମାର୍ଗର ଦିଶାକୁ ଦର୍ଶେଇ ନୂତନ ଇତିହାସ ରଚନା କରିପାରିବି ଇତିହାସର ନୂତନ ପୃଷ୍ଠାରେ ମୋର ଏହି ଦିଗବିଜୟ ଅଶ୍ବ ମାନଙ୍କୁ ଦଉଡେଇ-ଦଉଡେଇ ମୁଁ ମୋ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବି
ହଁ........ହଁ........ ନିଶ୍ଚୟ ଦଉଡିବେ, ମୋ ଅଶ୍ବ ଦଉଡିବେ........
ମୁଁ ଏମିତି ମୋ ଭଙ୍ଗା ମୁଣ୍ଡକୁ ଟେକି ଗର୍ବରେ ଠିଆ ହୋଇଥିବି
ଏମିତି........ସବୁ ଦେଖୁଥିବି........ ସର୍ବଦା........ ଭୂତ ଏବଂ ଭବିଷ୍ୟତର ମୁକସାକ୍ଷୀପରି – ମୁଁ ଅର୍କକ୍ଷେତ୍ର କୋଣାର୍କ
ଲକ୍ଷ୍ନୌ, ଉତ୍ତରପ୍ରଦେଶ
ଇମେଲ୍ : mamata.dash1234@gmail.com
Go Back to Previous Page
ଶିକ୍ଷା, ଶିକ୍ଷକତା, ଶିକ୍ଷାୟତନ ଓ ସରକାର
ସୋସିଆଲ୍ ଫୋରୁମ୍ ଇଣ୍ଡିଆ
Read Article
ଖଣ୍ଡିଗିରି ଓ ଉଦୟଗିରି
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ