ପ୍ରାଥମିକ ଶିକ୍ଷା ମାନବ ସମାଜ ତଥା ରାଷ୍ଟ୍ରବିକାଶର ପ୍ରଥମ ସୋପାନ ଓ ମୂଳ ଦୂଆ ବୈଜ୍ଞାନିକ ଗବେଷଣାତ୍ମକ, ସାମାଜିକ ଓ ମାନବିକ ତତ୍ତ୍ବ ଜ୍ଞାନ ମନୁଷ୍ୟର ଜ୍ଞାନ ଓ ଚତୁରତାର ବିସ୍ତାର ବିକାଶ କରିଥାଏ ତେଣୁ ଅତ୍ୟାଧୁନିକ ମାନବ ଶିକ୍ଷା ଉପରେ ଗୁରୁତ୍ବ ଆରୋପ କରି ସମୟ ସହିତ ତାଳ ଦେଇ ଚାଲିଲେ ହିଁ ମାନବ ଜାତି ତଥା ରାଷ୍ଟ୍ରର ବିକାଶ ସମ୍ଭବ ପ୍ରଗତିଶୀଳ ରାଷ୍ଟ୍ର ଗୁଡ଼ିକ ଶିକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଉଥିବା ବେଳେ ଜାପାନ ଭଳି ଦେଶରେ କୌଣସି ପ୍ରଶାସନିକ ସେବାଧିକାରୀ ଅପେକ୍ଷା ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସାମାଜିକ ସମ୍ମାନ ଅଧିକ ଏବଂ ଶିକ୍ଷକ ସେବାଯୁକ୍ତ ବ୍ୟକ୍ତିଚୟନ ପାଇଁ ସବୁଠାରୁ ଗୁରୁଦାୟିତ୍ବର ସହ ପରୀକ୍ଷା କରାଯାଇଥାଏ କାରଣ ଶିକ୍ଷିତ ତଥା ଜ୍ଞାନୀ ସୃଷ୍ଟି କରାଯିବା କାରଖାନା ଅର୍ଥାତ ଶିକ୍ଷାଳୟର ପୃଷ୍ଠପୋଷକତା କରୁଥିବା ବ୍ୟକ୍ତି ଯଦି ଉଚ୍ଚଶିକ୍ଷିତ ତଥା ଜ୍ଞାନୀ ହୋଇନଥିବ ତା ହେଲେ ସେ ଅନ୍ୟଜଣକୁ ପରିମାର୍ଜିତ କରି କିପରି ଶିକ୍ଷିତ କରିବାରେ ସମର୍ଥ ହୋଇପାରିବ? ଅର୍ଥାତ ଯଦି ବାଳୁତ ସମୟରୁ ଶିକ୍ଷାର୍ଥୀମାନଙ୍କୁ ଉପଯୁକ୍ତ ରାସ୍ତାରେ ଶିକ୍ଷା ଦିଆନଯାଏ, ପିଲାଟିର ବୟସ ବଢ଼ିବା ସାଙ୍ଗକୁ ସମାନ୍ତରାଳ ଭାବରେ ତାର ଉପଯୁକ୍ତ ଜ୍ଞାନ ଉଦୟ ନ ହୁଏ ତା ହେଲେ ସେ ପ୍ରାପ୍ତ ବୟସ୍କ ହେଲାବେଳକୁ ଆଉ ଉପଯୁକ୍ତ ଜ୍ଞାନ ଅର୍ଜନ କରିବାରେ ସମର୍ଥ ହୋଇ ପାରିବ ନାହିଁ ଅତଏବ ଶିକ୍ଷକତା କରୁଥିବା ବ୍ୟକ୍ତି ଉଚ୍ଚକୋଟୀର ଜ୍ଞାନସମ୍ପର୍ନ୍ନ ହୋଇଥିବା ଅତ୍ୟନ୍ତ ଆବଶ୍ୟକ ବୋଲି ବିଚାରକୁ ନିଆଯିବା ଅତ୍ୟନ୍ତ ଜରୂରୀ ଯାହା ପ୍ରଗତିଶୀଳ ରାଷ୍ଟ୍ରମାନେ କରିଥାନ୍ତି
କିନ୍ତୁ ଅତ୍ୟନ୍ତ ପରିତାପର ବିଷୟ ଯେ ଆମ ଦେଶ ଭାରତବର୍ଷରେ ଠିକ୍ ତାହାର ଓଲଟା ଚିନ୍ତାଧାରାରେ ଆମେ ସମସ୍ତେ ଚାଲିଛେ ଆମ ପୂର୍ବଜ ଶିକ୍ଷକ ତଥା ମୁନୀଋଷିମାନେ ପୂର୍ବକାଳେ କେବଳ ରାଜା ଓ ସମ୍ଭ୍ରାନ୍ତ ପରିବାରର ପିଲାମାନଙ୍କୁ ଶିକ୍ଷା ଦେଉଥିଲେ ଅର୍ଥାତ ନିମ୍ନବର୍ଗର ପିଲାମାନେ ଶିକ୍ଷା ପାଇବାକୁ ବଞ୍ଚିତ ହୋଇ ସାରା ଜୀବନ ମୂର୍ଖ ହୋଇ ରହି ନିଜର କୌଳିକ ବୃତ୍ତି କରି ଜୀବନଯାପନ କରୁଥିଲେ ତେଣୁ ଉନ୍ନତ, ଅନୁନ୍ନତ, ଉଚ୍ଚନୀଚ, ଜ୍ଞାନୀ ଅଜ୍ଞାନ, ଛୋଟବଡ଼ ଆଦି ସାମାଜିକ କୁସଂସ୍କାର ଭରପୁର ହୋଇ ରହିଥିଲା ଆମ ସମାଜରେ
ହିନ୍ଦୁ ସମାଜ ତଥା ମୋଗଲ ରାଜୁତି ସମୟମଧ୍ୟରେ ଭାରତରେ ଯେଉଁ ଶିକ୍ଷା ପଦ୍ଧତି ପ୍ରଚଳନ ଥିଲା ଇଂରେଜମାନଙ୍କ ଆଗମନ ପରେ ତାର ଏକ ଅଦ୍ଭୂତପୂର୍ବ ପରିବର୍ତ୍ତନ ଦେଖିବାକୁ ମିଳିଥିବା ଆମ ଦେଶରେ ଇଂରେଜମାନେ ଭାରତରେ ଶାସନ କରିବା ପରବର୍ତ୍ତୀ ସମୟରେ ସେମାନଙ୍କ ଆବଶ୍ୟକୀୟ କର୍ମଚାରୀମାନଙ୍କ ଶିକ୍ଷା ଉପରେ ଗୁରୁତ୍ବ ଦେଇ ପଶ୍ଚିମ ପଦ୍ଧରେ ଶିକ୍ଷା ଓ ଶିକ୍ଷାଳୟ ଆରମ୍ଭ କରିଥିଲେ ତାହା ପରବର୍ତ୍ତୀ ସମୟରେ ଆମକୁ ଅଗ୍ରଗତିର ସୋପାନ ଆଡ଼କୁ ପଥପ୍ରଦର୍ଶନ କରିଥିଲା ଏବଂ ଆମ ଦେଶର ସେହି ସ୍ମୟର ବଂଶଧର ମାନେ ମଧ୍ୟ ପଶ୍ଚିମ ଶିକ୍ଷାପଦ୍ଧତିକୁ ଆପଣେଇ ନେଇଥିଲେ, ଯାହା ଏବେ ଆମକୁ ଅନେକ କିଛି ଶିଖାଇଛି ହେଲେ ଅତ୍ୟନ୍ତ ପରିତାପର ବିଷୟ ଯେ ଆମେ ଏ ପର୍ଯ୍ୟନ୍ତ ସେମାନଙ୍କ ପରି ଆଗୁଆ ହୋଇ ପାରିନାହେଁ ଏହା ପଛରେ କାରଣ କଣ ଥାଇପାରେ, ଟିକେ ସମୀକ୍ଷା କରି ଦେଖିଲେ ଯାହା ଜଣାଯାଏ;
ମନୁଷ୍ୟ ଶିକ୍ଷିତ ହେଲେ ଅନ୍ୟର ଅନୁଗାମୀ ନ ହୋଇ ବା ଆଉ କାହାକୁ ଅନୁସରଣ ନ କରି ନିଜେ ନିଜର ଜ୍ଞାନ ବୁଦ୍ଧିବଳରେ ବଞ୍ଚିବା ତଥା ସାମାଜିକ ରୀତିନୀତିକୁ ପରୀକ୍ଷା କରି ନିଜ ବୁଦ୍ଧିରେ ଚାଲିବା ଶିଖିପାରେ ଭଲମନ୍ଦ ବିଚାର କରି ଉପଯୁକ୍ତ ଅନୁପଯୁକ୍ତ ବାଛି ବିଚାରି ଜୀବନକୁ ସରଳୀକୃତ କରି ବଞ୍ଚିବାକୁ ଚେଷ୍ଟା କରେ କାହାଦ୍ବାର ଠକି ହୋଇଯିବା ତଥା ଅନ୍ଧଭାବରେ ଅନ୍ୟଜଣକୁ ସମର୍ଥନ କରି ତା ପଛରେ ଗୋଡ଼ାଇବାକୁ ଇଚ୍ଛା କରେନାହିଁ ଏବଂ ନିଜ ଜୀବନ ତଥା ସମାଜର ମଙ୍ଗଳ ଦିଗରେ କାମ କରିବାକୁ ଉପଯୁକ୍ତ ବୁଦ୍ଧିରୁ ବିଚାରଶୀଳ ତଥ୍ୟ ପ୍ରୟୋଗ କରି କାମ କରିଥାଏ ଯାହା ଆମେ ଶିକ୍ଷିତ ସଭ୍ୟ ସମାଜରୁ ଦେଖିବାକୁ ପାଉଛେ ହେଲେ ଆଂଅ ଦେଶ ସ୍ବାଧୀନ ହେବାପରେ କିଛି ମୁଷ୍ଟିମେୟ ବ୍ୟକ୍ତି ତତ୍କାଳୀନ ଅଜ୍ଞାନ ଲୋକଙ୍କ ଗହଣରେ ନିଜର ଚତୁରତାର ସୁଯୋଗ ନେଇ ସେମାନଙ୍କୁ ଶାସନ କରି ଆସୁଛନ୍ତି ଗଣତନ୍ତ୍ର ନାମରେ ବାସ୍ତବିକ ରାଜତନ୍ତ୍ରଠାରୁ ଅଧିକ କଠୋର ନୀତି ପ୍ରୟୋଗ ପୂର୍ବକ ଦେଶକ ଶାସନ କରି ଲୋକମାନଙ୍କୁ ଅନ୍ଧକୂପ ମଧ୍ୟରେ ରଖି ସେଇଟା ହିଁ ସଂସାର ବୋଲି ପ୍ରଦର୍ଶନ କରୁଛନ୍ତି ଆଦିକାଳରୁ ଏହି ପର୍ଯ୍ୟନ୍ତ ୫ ପ୍ରତିଶତ ଲୋକମଧ୍ୟ ପ୍ରକୃତ ଜ୍ଞାନ ବା ଚତୁରତାର ପରିସରଭୂକ୍ତ ହୋଇନହିଲେ ମଧ୍ୟ ବହୁ ସଂଖ୍ୟାରେ ଶିକ୍ଷିତ ସୃଷ୍ଟି କରାଯାଇ ପାରୁଥିବା ଅବାସ୍ତବ ତଥ୍ୟ ଚର୍ଚ୍ଚାକୁ ସମୀକ୍ଷା କଲେ ଆମ ଦେଶର ଶିକ୍ଷାବ୍ୟବସ୍ଥାର ପ୍ରକୃତ ରୂପରେଖ ପଦାକୁ ଆସିପାରିବ ଶାସନ କ୍ଷମତାରେ ରହୁଥିବା ପ୍ରତ୍ୟେକ ସରକାରଙ୍କ ରାଜନୈତିକ ଦୃଷ୍ଟିକୋଣକୁ ସମୀକ୍ଷା କଲେ ସେମାନଙ୍କ କୌଶଳକୁ ଜାଣିହେବ ଯେ ଲୋକମାନେ ଅଜ୍ଞାନ ବା ଅଚତୁର ହୋଇ ରହିଲେ ଅନ୍ଧତ୍ବ ହେତୁ ରାଜନୈତିକ ଲାଭ ଉଠାଇ ହେବ କିନ୍ତୁ ସମସ୍ତେ ଯଦି ଜ୍ଞାନୀ ବା ଚତୁର ହୋଇଯିବେ ତା’ହେଲେ ରାଜନୈତିକ କେଳେଙ୍କାରୀଗ୍ରସ୍ତ କ୍ଷମତା ହାସଲ କରିବା କଷ୍ଟକର ହୋଇପଡ଼ିବ ଅପର ପକ୍ଷରେ ଶିକ୍ଷା ଉପରେ ଗୁରୁତ୍ବାରୋପ ହେଉନାହିଁ ବୋଲି ସମାଜରେ ଚର୍ଚ୍ଚା ହେଲେ ମଧ୍ୟ ରାଜନୈତିକ ଆଲୋଡ଼ନରେ ବାଧାସୃଷ୍ଟିକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ବୋଲି ସେମାନଙ୍କ ଧ୍ୟାନ ଯଥେଷ୍ଟ ଅଧିକ ଅତଏବ ସମସ୍ତଙ୍କୁ ଶିକ୍ଷିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି କୁହେଳିକା ସୃଷ୍ଟି କରି ବାସ୍ତବ ଜ୍ଞାନରୁ ବଞ୍ଚିତ ରଖାଯାଇ ଅବାସ୍ତବ ପ୍ରମାଣପତ୍ର ପ୍ରଦାନପୂର୍ବକ ଅଜ୍ଞାନ ଅନ୍ଧ ଶିକ୍ଷିତ ସମାଜ ସୃଷ୍ଟି କରାଇ ସୁଖ୍ୟାତି ଅର୍ଜନ କରିବାରେ ଆମ ଦେଶ ଲୋକମାନଙ୍କ କୌଣସି ଆପତ୍ତି ଅଭିଯୋଗ ବଦଳରେ ଆନନ୍ଦ ବହୁତ ବେଶୀ ଅର୍ଥାତ ପିଲାଟି କେତିକି ଚତୁର ହେଲା ବା ତା ଜୀବନ ବଞ୍ଚିବାର ପ୍ରଣାଳୀରେ କେତିକି ଆନନ୍ଦ ଉଠାଇ ପାରିବ ତାହା ସମୀକ୍ଷା କରିବାପାଇଁ ସେମାନଙ୍କ ନିଜ ବୁଦ୍ଧି ହିଁ ନାହିଁ ଯେହେତୁ ସେମାନେ ମଧ୍ୟ ଏହି ତତ୍ତ୍ବରେ ଗଠିତ ହେଲେ ପରିତାପର ବିଷୟ ଏହିକି ଯେ ଏତେ ବଡ଼ ଦେଶରେ ଅନେକ ଜ୍ଞାନୀ ଗୁଣୀ ବ୍ୟକ୍ତି ଥିଲେ ମଧ୍ୟ ଆମ ଦେଶର ଶିକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ ଆସିବା ନେଇ ସ୍ବର ଉତ୍ତୋଳନ କରିପାରିବା ସେମାନଙ୍କ ପରିସରଭୂକ୍ତ ନୁହେଁ ତେଣୁ ମିଥ୍ୟା ପ୍ରମାନପତ୍ରଟିଏ ପାଇ ଅଜ୍ଞାନତାର ଚରମ ସୀମାରେ ରହି ନିଜକୁ ଶିକ୍ଷିତ ବୋଲି ପ୍ରଚାର ପ୍ରସାର କରି ଅନ୍ଧ କୂପମଧ୍ୟରେ ଉବୁଟୁବୁ ହୋଇ ବଞ୍ଚିଥିବା ଲୋକଙ୍କ ସମଷ୍ଟି ବହୁତ ବେଶୀ ଆଉ ଯେଉଁମାନେ ଆଦୌ ଶିକ୍ଷା ଅର୍ଜନ ନ କରି ପ୍ରମାଣପତ୍ରଟିଏ ସଂଗ୍ରହ କରିପାରନ୍ତି ନାହିଁ ସେମାନଙ୍କ କଥା କହିଲେ ନ ସରେ
ହେଲେ ବାସ୍ତବିକ ଆମ ଦେଶର ଶିକ୍ଷାପଦ୍ଧତିରେ ରହିଥିବା କୁସଂସ୍କାର ତଥା ଶିକ୍ଷାୟତନ ଗୁଡ଼ିକର ପରିସୀମାକୁ ଅନୁଶୀଳନ କଲେ ଜାଣିହେବ ଯେ ଆଂଅ ଦେଶରେ କେମିତି ଜାଣିଶୁଣି ଲୋକଙ୍କୁ ଭୁଆଁ ବୁଲାଇ ଅନ୍ଧାରରେ ରଖି ଶିକ୍ଷା ବ୍ୟବସ୍ଥା ଚାଲେ ଉଦାହରଣ ସ୍ବରୂପ, ଆମ ଦେଶର ଶିକ୍ଷକ ଚୟନ ପଦ୍ଧତିକୁ ବ୍ୟାଖ୍ୟା କଲେ ଜାଣି ହେଉଛି ଯେ ଶିକ୍ଷା ଶେଷରେ ପିଲାଟିକୁ କୌଣସି କ୍ଷେତ୍ରରେ ଜାଗାଟିଏ ନ ମିଳିଲେ ଶିକ୍ଷକତାକୁ ଆପଣେଇ ନେଇଥାନ୍ତି ନୂତନ ପୀଢ଼ି ଆଉ ସେଇ ମାନଙ୍କର ସାମାଜିକ ସମ୍ମାନ ଅପ୍ରାକୃତିକ ସମାଜର ସବୁଠାରୁ ପଛୁଆ ଶ୍ରେଣୀର ପିଲାମାନେ ଯଦି ଶିକ୍ଷକତାକୁ ଆପଣେଇ ନିଅନ୍ତି ଯାହାକୁ ସରକାର ଶିକ୍ଷକ ରୂପେ ବିନା ଦ୍ବିଧାରେ ଗ୍ର୍ହଅଣ କରିଥାନ୍ତି ଗୋଟି ଗୋଟି କରି ସମସ୍ତ ଶିକ୍ଷକମାନଙ୍କୁ ଯଦି ଜାପାନୀପଦ୍ଧତି ଦ୍ବାରା ପରୀକ୍ଷା କରାଯିବ ହୁଏତ ନବେ ପ୍ରତିଶତ ଶିକ୍ଷକ ଉକ୍ତ ସ୍ଥାନରେ ରହିବାପାଇଁ ଅଯୋଗ୍ୟ ବିବେଚିତ ହୋଇପଡ଼ିବେ ହେଲେ ଦେଶର ଶିକ୍ଷକମାନେ ଯଦି ଅସମର୍ଥ ଅଜ୍ଞାନ ହେବେ ତା ହେଲେ ଶିକ୍ଷା ବ୍ୟବସ୍ଥାର ସୁଧାର ଆସିପାରିବ ନା ଛାତ୍ରମାନଙ୍କୁ ଉପଯୁକ୍ତ ଶିକ୍ଷା ତଥା ଜ୍ଞାନ ମିଳିପାରିବ? ଦ୍ବିତୀୟତଃ ଉକ୍ତ ଶିକ୍ଷକମାନଙ୍କ ଉପଯୁକ୍ତ ଜ୍ଞାନ ଅଭାବରୁ ଅନେକ ସ୍ଥାନରେ ଛାତ୍ରଛାତ୍ରୀ ମାନଙ୍କର ପରୀକ୍ଷା ଉତ୍ତରପତ୍ରକୁ ନିରୀକ୍ଷଣ କରିବା ସାମର୍ଥ୍ୟ ନଥାଇ ଧାଡ଼ି ଗଣି ମୂଲ୍ୟାୟନ କରୁଥିବା ମଧ୍ୟ ପରିଲକ୍ଷିତ ହେଉଛି ଫଳତଃ ଶିକ୍ଷାର୍ଥୀମାନଙ୍କର ଉପଯୁକ୍ତ ଜ୍ଞାନ ଉଦୟ ନ ହୋଇ ମଧ୍ୟ ମିଥ୍ୟା ପ୍ରମାଣ ପତ୍ରଟିଏ ପାଇ ନିଜକୁ ଶିକ୍ଷିତ ବୋଲି ଅବାସ୍ତବ କୁହେଳିକା ସୃଷ୍ଟିକରି ଜୀବନ ସାରା ଅନ୍ଧକୂପରେ ଉବୁଟୁବୁହୋଇ ଜୀବନଯାପନ କରିଥାଏ ଉକ୍ତ ମାନବ ଅନ୍ୟ ପକ୍ଷରେ ସରକାରଙ୍କ ଅବାସ୍ତବ କୁହେଳିକାର ପ୍ରଚାର ଓ ଖ୍ୟାତି ଅର୍ଜନ ପୂର୍ବକ ପିଲାଟି ଉପଯୁକ୍ତ ଶିକ୍ଷା ଅର୍ଜନ କରିଥାଉ ବା ନ କରିଥାଉ ତାକୁ ଅନ୍ୟୁନ ଦଶ ଶ୍ରେଣୀ ପର୍ଯ୍ୟନ୍ତ ଅକୃତକାର୍ଯ୍ୟ ଘୋଷଣା କରାଯିବ ନାହିଁ ବୋଲି ଆଦେଶ ଦିଆଯାଇଛି ଶିକ୍ଷାୟତନ ମାନଙ୍କୁ ଯାହା ଉଭୟ ଶିକ୍ଷାର୍ଥୀ ଏବଂ ଶିକ୍ଷକମାନଙ୍କ ଅକୃତକାର୍ଯ୍ୟର ପ୍ରକୃତ ସ୍ବରୂପକୁ ଅନ୍ଧାରରେ ରଖୁଛି
ଦଶମ ଶ୍ରେଣୀ ଯେ କୌଣସି ମତେ କୃତକାର୍ଯ୍ୟ ପ୍ରମାଣପତ୍ରଟିଏ ପାଇ କୌଣସି ଦେୟଯୁକ୍ତ ଘରୋଇ ଶିକ୍ଷାୟତନରେ ବିଭିନ୍ନ ଡିଗ୍ରୀ ହାସଲ ହୋଇପାରୁଛି ଦେୟର ପରିମାପକୁ ନେଇ ଅତଏବ କହିବାକୁ ଗଲେ ସଂପୂର୍ଣ୍ଣରୂପେ ଏକ ପ୍ରକାର ଅଜ୍ଞାନ ସମାଜ ମିଥ୍ୟା ପ୍ରମାଣପତ୍ରଯୁକ୍ତ ଶିକ୍ଷିତଙ୍କୁ ନେଇ ଗଠିତ ଆମ ଦେଶ ଭାରତବର୍ଷ ହେଲେ ତନ୍ମଧ୍ୟରୁ କିଛି ଚାଲାକ ତଥା ଜ୍ଞାନୀ ସୃଷ୍ଟି ହୋଇଥାନ୍ତି କେବଳ ସେମାନଙ୍କ ପୂର୍ବଜଙ୍କ ଜିନ ବା ଗୁଣସୁତ୍ରଗତ ଚରିତ୍ରରୁ ତା ଛଡ଼ା ସାମାଜିକ ତଥା ମାନବ ଚରିତ୍ରଗତ ଶୈକ୍ଷଣୀୟ ପରିବେଶ ଆଦୌ ନାହିଁ ଆମ ଦେଶରେ କହିଲେ ଅତ୍ୟୁକ୍ତି ହେବନାହିଁ ଆହୁରି ଅନେକ ରାଜନୈତିକ ତଥା ସରକାରୀ ସୂତ୍ର ଗୁଡ଼ିକ ଅନୁଶୀଳନ କରି ପରୀକ୍ଷା କଲେ ଜାଣିହୁଏ ଯେ, ସାମାଜିକ ଶିକ୍ଷା ବ୍ୟବସ୍ଥାରେ ସୁଧାର ନିମିତ୍ତ ସରକାରଙ୍କ ଦ୍ବାରା ଅନେକ ଟିକସ ଆଦାୟ ହୋଇଥାଏ ଏବଂ ସେହି ଟିକସ ଅର୍ଥକୁ ବିଭିନ୍ନ ସୂତ୍ରରେ ବିତରଣ କରାଯାଉଛି ସରକାରୀ ବିଦ୍ୟାଳୟଗୁଡ଼ିକୁ ଯାହାର କୌଣସି ପ୍ରକାର ଦକ୍ଷ ତଥା କଡ଼ାକଡ଼ି ତଦାରଖ ସରକାଙ୍କ ଦ୍ବାରା କରାଯାଇ ନଥାଏ ଅତଏବ ଅବାସ୍ତବ ତଥା ଅଧରକାରୀ କିଛି ବସ୍ତୁରେ ବିନିଯୋଗ ପୂର୍ବକ ଶିକ୍ଷାର ବିକାଶ ଦିଗରେ ଉପଯୋଗ ହୋଇପାରିବା ଭଳି ଆଖିଦୃଶିଆ ବିକାଶ ମୂଳକ କାର୍ଯ୍ୟରେ ନ ଲାଗି ଅନେକ ସମୟରେ ଏହି ଅର୍ଥର ବାଟମାରଣା ଅନେକ କ୍ଷେତ୍ରରେ ପରିଲକ୍ଷିତ ହେଉଅଛି ଯାହା ସରକାରଙ୍କ ଦୃଷ୍ଟିଗୋଚର ହେଉନାହିଁ କିମ୍ବା ସରକାର ସେଥିପ୍ରତି ତତ୍ପର ନଥିବା ମଧ୍ୟ ଅନେକ ସମୟରେ ପରିଲକ୍ଷିତ ହୋଇଥାଏ ତେଣୁ ବିଭାଗୀୟ ଅଧିକାରୀମାନେ ମଧ୍ୟ ଶିକ୍ଷା ତଥା ଶିକ୍ଷାୟତନର ଉନ୍ନତିକୁ ଅଣଦେଖା କରି ନିଜ ସ୍ବାର୍ଥ ହାସଲ ପୂର୍ବକ ଅନେକ କେଳେଙ୍କାରୀରେ ଲିପ୍ତଥିବା କଥାକୁ ଏଡ଼ାଇ ଦିଆଯାଇ ପାରିବନାହିଁ
ତେଣୁ ଆମ ଦେଶରେ ଶିକ୍ଷା, ଶିକ୍ଷକତା, ଶିକ୍ଷାୟତନ, ତଥା ଶିକ୍ଷା ବିଭାଗରେ ସାଂଘାତିକ ସଂସ୍କାର ତଥା ପରିବର୍ତ୍ତନ ନ ଆସିଲେ ଆମେ ଭାରତବାସୀ ଆସନ୍ତା କେବେହେଲେ ଅନ୍ୟ ବିକାଶଶୀଳ ରାଷ୍ଟ୍ରମାନଙ୍କ ଆଗରେ ସମକକ୍ଷ ହୋଇପାରିବା ନାହିଁ ବୋଲି କହିବା ଅଯୌକ୍ତିକ ହେବନାହିଁ ହେଲେ ସଚେତନ ନାଗରିକ ବୃନ୍ଦ ଏକତ୍ରିତ ହୋଇ ସମାଜ ସେବା ତଥା ସୁରକ୍ଷା ହେତୁ ଶିକ୍ଷାକୁ ପ୍ରାଧାନ୍ୟତା ଦେଇ ସମସ୍ତ ଜନମଙ୍ଗଳ ଉଦ୍ଦେଶ୍ୟରେ ଏକ ବଡ଼ଧରଣର ଆନ୍ଦୋଳନାତ୍ମକ ପରିବର୍ତ୍ତନ ଦିଗରେ କାମ ନ କଲେ ଆମ ଆସନ୍ତା ପୀଢ଼ି ଅନ୍ୟ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଆଗରେ ସଦାସର୍ବଦା ନ୍ୟୁନ ହୋଇ ରହିବା ସହିତ ଆଗକୁ କେବେ ହେଲେ ପୁନର୍ବାର ପରାଧୀନ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ ତେଣୁ ହେ ସଭ୍ୟ ସମାଜ ଆସନ୍ତୁ ସମସ୍ତେ ମିଶି ଏହି ଶିକ୍ଷା ଆନ୍ଦୋଳନକୁ ସଜାଗକରି ନୂତନ ପୀଢ଼ିଙ୍କ ଭବିଷ୍ୟତ ଗଠନ ଦିଗରେ କାର୍ଯ୍ୟକରିବା ବୋଲି ଆମର ଆହ୍ବାନ ଅଧିକ ଜାଣିବାପାଇଁ ଆମ ସହ ଯୋଗାଯୋଗ କରିପାରିବେ
[ଆମ ଦେଶର ଶିକ୍ଷା ବ୍ୟବସ୍ଥା ଉପରେ ଆହୁରି ଅନେକ ତଥ୍ୟ ପ୍ରକାଶ ପାଇବ ଆସନ୍ତା ସଂସ୍କରଣରେ!]
ସୋସିଆଲ ଫୋରମ୍ ଇଣ୍ଡିଆ, ଛତ୍ରପୁର
ଗଞ୍ଜାମ ଜିଲ୍ଲା, ଓଡ଼ିଶା, ୭୬୧୦୨୦
ଇମେଲ୍ : socialforum.org.in@gmail.com
ଫେସବୁକ୍ ପୃଷ୍ଠା : Social Reformation
Go Back to Previous Page
ଶିକ୍ଷାର ଲକ୍ଷ୍ୟ
ସୁଧାଂଶୁ ଶେଖର ମିଶ୍ର
Read Article
ମୁଁ ଅର୍କକ୍ଷେତ୍ର
ମମତା ଦାଶ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ