ନମସ୍କାର
ଆହ୍ବାନର ମାର୍ଚ୍ଚ ମାସର ସଂସ୍କରଣ ସହିତ ଉପସ୍ଥିତ ହୋଇଛି ତ୍ରୟୋଦଶ ବର୍ଷର ତୃତୀୟ ସଂସ୍କରଣ ହୋଇଥିବା ବେଳେ ଏହା ବିଗତ ସଂସ୍କରଣ ଭଳି ଆପଣମାନଙ୍କୁ ଭଲ ଲାଗିବ ବୋଲି ଆଶା
ପତ୍ରିକାରେ ପ୍ରବେଶ କରିବାପୂର୍ବରୁ ଆସନ୍ତୁ ଦୃଷ୍ଟି ପକାଇବା ବିଗତ ମାସରେ ଘଟିଥିବା କିଛି ପ୍ରମୁଖ ଘଟଣା ଉପରେ
ତ୍ରିପୁରାରେ ବିଜେପି ସରକାର
ବିଗତ ଦିନରେ ଭାରତର ଉତ୍ତରପୂର୍ବର ତିନୋଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହୋଇଥିଲା ଏଥିରେ ଦୁଇଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି ସଂଖ୍ୟା ଗରିଷ୍ଠତା ପାଇଥିବା ବେଳେ ସେହି ଦୁଇ ରାଜ୍ୟରେ କଂଗ୍ରେସର କୌଣସି ପ୍ରତ୍ୟାଶି ଜିତିବାକୁ ସଫଳ ହୋଇନାହାନ୍ତି ଆଶ୍ଚର୍ଯ୍ୟଜନକ ଭାବରେ ତ୍ରିପୁରାରେ ଦୀର୍ଘ ତିନିଦଶନ୍ଧି ଧରି ଚାଲୁଥିବା ବାମପନ୍ଥୀ ସରକାରକୁ ଜନତା ସରକାରରୁ ବିତାଡ଼ିତ କରି ବିଜେପିକୁ ସଂଖ୍ୟା ଗରିଷ୍ଠତା ଦେଇଛନ୍ତି
ଏହା ସହିତ ଭାରତରେ ବର୍ତ୍ତମାନ କେବଳ କେରଳରେ ହିଁ ବାମପନ୍ଥୀ ସରକାର ରହିଥିବା ବେଳେ ଅନ୍ୟ କୌଣସି ରାଜ୍ୟରେ ସରକାର ଗଠନ କରିନାହାନ୍ତି କିମ୍ବା କରିବା ଭଳି କୌଣସି ସୂଚନା ମିଳୁନାହିଁ
ଏହି ବିଧାନସଭା ନିର୍ବାଚନ ଫଳାଫଳରେ ଦୁଇଟି ରାଜ୍ୟର ଜନତା ସମ୍ପୂର୍ଣ୍ଣ ଭାବରେ କଂଗ୍ରେସକୁ ଅନାବଶ୍ୟକ କରିଦେଇଛନ୍ତି
ଦିନଥିଲା ଭାରତରେ ଅନ୍ୟୁନ ଷୋହଳଟି ରାଜ୍ୟରେ କଂଗ୍ରେସ ଶାସନ ଥିବା ବେଳେ ବର୍ତ୍ତମାନ ମାତ୍ର ଚାରୋଟି ରାଜ୍ୟରେ କଂଗ୍ରେସ ଶାସନ କରୁଛନ୍ତି ଏହା ନବ ନିର୍ବାଚିତ ଭାରତୀୟ ଜାତୀୟ କଂଗ୍ରେସର ସଭାପତି ରାହୁଲ ଗାନ୍ଧୀଙ୍କ କ୍ରମାଗତ ଭାବେ ପରାଜୟ ବରଣ କରିବାର ତାଲିକାକୁ ଲମ୍ବା କରିଦେଇଛି ଯାହା
ଶ୍ରୀଲଙ୍କାରେ ଗୃହଯୁଦ୍ଧର ଆଶଂକା
ବିଗତ ଦିନରେ ସୋସିଆଲ୍ ନେଟୱର୍କର ବ୍ୟବହାର କରି ଶ୍ରୀଲଙ୍କା ଭଳି ଏକ ଶାନ୍ତିପ୍ରିୟ ଦେଶରେ ଅଶାନ୍ତିର ବାତାବରଣ ସୃଷ୍ଟି କରିବାର ପ୍ରୟାସ କରାଯାଇଛି ସୂଚନାଯୋଗ୍ୟ ଯେ ଶ୍ରୀଲଙ୍କାର ପ୍ରମୁଖ କାଣ୍ଡି ସହରାଞ୍ଚଳରେ ସ୍ଥିତ ଦିଗାନା ନାମକ ଅଞ୍ଚଳରେ ଏକ ରାସ୍ତା ଦୁର୍ଘଟଣା ପରେ ସୃଷ୍ଟି ହୋଇଥିବା ଏକ ଗଣ୍ଡଗୋଳରେ କିଛି ଏକତ୍ରିତ ମୁସଲମାନ ଯୁବକଙ୍କ ଆକ୍ରମଣରେ ଜଣେ ସିଂହଳୀ ଯୁବକଙ୍କ ମୃତ୍ୟୁପରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ଏହାର ସୁଯୋଗ ନେଇ କିଛି ରାଜନୈତିକ ଗୋଷ୍ଠୀ ଏକ ଭିଡ଼ିଓରେ ଦେଖାଇଥିଲେ ଯେ ଦିଗାନା ଅଞ୍ଚଳରେ ଥିବା ସମସ୍ତ ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ କେବଳ ମୁସଲମାନ ମାନଙ୍କ ଦ୍ବାରା ହିଁ ପରିଚାଳିତ ତେଣୁ ସେମାନେ ଯଦି ଆଗରୁ ଏହା ବିରୋଧରେ କିଛି ପଦକ୍ଷେପ ନେଇଥାନ୍ତେ ତା ହେଲେ ସେହି ଅଞ୍ଚଳରେ ମୁସଲମାନ ମାନଙ୍କ ସଂଖ୍ୟା ଅହେତୁକ ଭାବରେ ବୃଦ୍ଧି ପାଇନଥାନ୍ତା ଏବଂ ସେହି ମୁସଲମାନ ମାନେ ସ୍ଥାନୀୟ ସିଂହଳୀ ଲୋକଙ୍କୁ ଆକ୍ରମଣ କରୁଛନ୍ତି ବୋଲି ସେହି ଭିଡ଼ିଓରେ ଦେଖାଯାଇଥିଲା ଏହି ଭିଡ଼ିଓ ଖୁବ୍ ତୀବ୍ରବେଗରେ ପ୍ରସାରିତ (ଭାଇରାଲ୍) ହେବାପରେ ଦିଗାନାରେ ହିଂସା ବ୍ୟାପୀ ଯାଇଥିଲା ଏବଂ ଏହାଦ୍ବାରା ସେହି ଅଞ୍ଚଳରେ ଥିବା ସମସ୍ତ ମୁସଲମାନ ମସଜିଦ୍, ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଆଦିକୁ ନଷ୍ଟ କରିଦେବା ସହ ଦୁଇଜଣ ପ୍ରାଣ ହରାଇଥିଲେ
ଏହା ପରେ ଶ୍ରୀଲଙ୍କା ସରକାର ଜରୂରୀକାଳୀନ ଆଇନ ଲାଗୁ କରି ସେହି ଅଞ୍ଚଳରେ ସୈନ୍ୟବାହିନୀ ମୃତୟନ କରିଥିଲେ ଏବଂ ପରେ ପରିସ୍ଥିତି ସାମାନ୍ୟ ହୋଇଥିଲେ ସୁଦ୍ଧା ଏହାକୁ ନେଇ ହିଂସାକାଣ୍ଡ ପୁଣିଥରେ ସଂଘଟିତ ହୋଇପାରେ ବୋଲି ଗୋଇନ୍ଦା ସୂତ୍ରରୁ ପ୍ରକାଶ ପାଇବା ପରେ ଦେଶର ଅନେକ ଧାର୍ମିକ ସଂଗଠନ ଏହାକୁ ନେଇ ଚିନ୍ତା ପ୍ରକାଶ କରିବା ସହ ଏହି ଦ୍ବୀପରେ ଶାନ୍ତି ପାଇଁ ପ୍ରଚେଷ୍ଟା କରୁଛନ୍ତି
ଇଚ୍ଛାମୃତ୍ୟୁକୁ ସୁପ୍ରିମ କୋର୍ଟଙ୍କ ହଁ
ବିଗତ ଦିନରେ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ମୃତ୍ୟୁର ଦ୍ବାରଦେଶରେ ଥିବା ଏବଂ ଜୀବନ ପାଇଁ କୌଣସି ଆଶା ନଥିବା ବ୍ୟକ୍ତିଙ୍କୁ ଚାହିଁଲେ ଇଚ୍ଛାମୃତ୍ୟୁ (ୟୁଥାନାସିଆ) ଦିଆଯାଇପାରେ ଅବଶ୍ୟ ଏଥିପାଇଁ ସରକାରୀ ନୀତିନିୟମ ମାନି ଏବଂ ଅଦାଲତଙ୍କଠାରୁ ଅନୁମତି ଆଣିବାକୁ ପଡ଼ିପାରେ କିନ୍ତୁ ଇଚ୍ଛାମୃତ୍ୟୁ ଭଳି ଏକ ସମ୍ବେଦନଶୀଳ ମାମଲାର ଶୁଣାଣି ହୋଇଥିବା ନିଶ୍ଚୟ ଭାବରେ ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି ଅନେକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ ଡାକ୍ତରଙ୍କ ମତ
ବେଳେ ବେଳେ ଏମିତି କିଛି ରୋଗୀ ଦେଖାଯାଆନ୍ତି, ଯେଉଁମାନଙ୍କୁ ବଞ୍ଚାଇ ରଖିବା ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼େ ଅଥଚ ସେମାନେ ବଞ୍ଚିବାର କୌଣସି ଉପାୟ ନଥାଏ, ଏବଂ ସେମାନେ ବହୁତ କଷ୍ଟ ଭୋଗୁଥାନ୍ତି, ସେହିପରି କର୍କଟ ରୋଗରେ ପୀଡ଼ିତ କିମ୍ବା ରାସ୍ତାଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନେ ବେଳେ ବେଳେ ହତୋତ୍ସାହିତ ହୋଇ ମୃତ୍ୟୁପାଇଁ ଆବେଦନ କରିଥାନ୍ତି କିନ୍ତୁ ନୈତିକତା ଦାୟରୁ ସେମାନଙ୍କୁ ଆମେ ବଞ୍ଚାଇ ରଖିବାର ସମସ୍ତ ପ୍ରୟାସ କରୁ, ଏଥିରେ ସଫଳତା ମିଳେ ନାହିଁ, ଏବଂ ରୋଗୀଟି ଅଧିକ କଷ୍ଟ ସହି ବଞ୍ଚିରହିବାକୁ ବାଧ୍ୟ ହୁଏ ସେହିସ୍ଥଳରେ ଏବେ ଲୋକମାନେ ବିଚରାଳୟର ଦ୍ବାରସ୍ଥ ହୋଇ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିପାରିବେ
୧୨ ବର୍ଷରୁ କମ କନ୍ୟା ବଳାତ୍କାରରେ ଫାଶୀ ଦଣ୍ଡ
ବିଗତ ଦିନରେ ରାଜସ୍ଥାନ ସରକାର ଏକ ଗୁରୁତ୍ତ୍ବପୂର୍ଣ୍ଣ ନିର୍ଦ୍ଦେଶନାମା ଜାରୀ କରିଛନ୍ତି ଏବଂ ଏଥିରେ ଉଲ୍ଲେଖ ରହିଛି ଯେ ୧୨ ବର୍ଷରୁ କମ ବୟସର କନ୍ୟା ସହିତ ଯଦି କେହି ଦୁଷ୍କର୍ମ କରନ୍ତି ତା ହେଲେ ତାଙ୍କୁ ଫାଶୀ ଦଣ୍ଡ ଦିଆଯାଇ ପାରେ ଏହିପରି ଘୃଣ୍ୟ ଅପରାଧୀ ପ୍ରତି କୌଣସି ପ୍ରକାର କୋହଳ ମନୋଭାବ ଦର୍ଶାଇବାକୁ ମନା କରିଦିଆଯାଇଛି
ଶ୍ରୀଦେବୀ ଆଉ ନାହାନ୍ତି
ବଲିଉଡ଼୍ ଇଣ୍ଡଷ୍ଟ୍ରୀର ପ୍ରମୁଖ ଏବଂ ଅନେକ ସଫଳ ଚଳଚ୍ଚିତ୍ରର ଅଭିନେତ୍ରୀ ଶ୍ରୀଦେବୀଙ୍କ ବିଗତ ମାସ ୨୪ ତାରିଖରେ ଦୁବାଇର ଏକ ହୋଟେଲରେ ଅସ୍ବାଭାବିକ ଭାବରେ ମୃତ୍ୟ ହୋଇ ଯାଇଛି ସୂଚନାଯୋଗ୍ୟ ଯେ ୫୪ ବର୍ଷିୟା ଶ୍ରୀଦେବୀ ନିଜ ଜୀବନର ୫୦ ବର୍ଷ ହିନ୍ଦୀ ସିନେମା ଜଗତକୁ ଦେଇଛନ୍ତି ଅତି ଅଳ୍ପ ବୟସରୁ ସେ ସିନେମାରେ କାମ କରୁଛନ୍ତି ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ସେ ଉଲ୍ଲେଖନୀୟ ଅଭିନୟ କରିବା ହେତୁ ତାଙ୍କୁ ଲେଡ଼ି ଅମିତାଭ ବୋଲି ମଧ୍ୟ କୁହାଯାଉଥିଲା ସେ ନିର୍ମାତା ବୋନୀ କପୁରଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଦୁଇଟି କନ୍ୟା ସନ୍ତାନ ଥିଲେ
ଅନେକ ବର୍ଷ ସେ ସିନେମା ଅଭିନୟରୁ ଦୂରରେ ରହିବାପରେ ଇଂଲିଶ୍ ବିଂଲିସ୍ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ ଏବଂ ପରେ ପରେ ମମ୍ ଚଳଚ୍ଚିତ୍ରରେ ନିଜ ଅଭିନୟ ପାଇଁ ବହୁ ପ୍ରଶଂସିତ ହୋଇଥିଲେ ନିଜକୁ ସବୁବେଳେ ସୁନ୍ଦର କରି ରଖିବାପାଇଁ ପ୍ରଚେଷ୍ଟାରେ ସେ ନିଜ ଉପରେ ୨୯ ଥର ଅସ୍ତ୍ରୋପଚାର କରିଥିଲେ
ଜୀବନରେ ଶେଷ ଦିନ ସେ ଦୁବାଇର ଏକ ହୋଟେଲରେ ରହୁଥିବା ବେଳେ ନିଶାଶକ୍ତ ଅବସ୍ଥାରେ ବାଥଟବରେ ଟଳି ପଡ଼ି ଶ୍ବାସ ଅବରୋଧ ହୋଇ ପ୍ରାଣ ହରାଇଥିଲେ ଏହି ମୃତ୍ୟୁକୁ ପ୍ରଥମେ ହୃଦଘାତ ବୋଲି କୁହାଯାଉଥିବା ବେଳେ ଦିନଟିଏ ପରେ ମୃତ୍ୟୁର ପ୍ରମୁଖ କାରଣ ଜଣାପଡ଼ିଥିଲା ମୃତ୍ୟୁର ତିନିଦିନ ପରେ ଶ୍ରୀଦେବୀଙ୍କ ମୃତଶରୀରକୁ ବିମାନ ଯୋଗେ ମୁମ୍ବାଇ ଅଣାଯାଇ ରାଷ୍ଟ୍ରୀୟ ସମ୍ମାନର ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା
ଶ୍ରୀଦେବୀଙ୍କ କ୍ଷତି ସମୁଦାୟ ଭାରତୀୟ ସିନେମା ଶିଳ୍ପ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ
ଓଡ଼ିଶା ସରକାରଙ୍କ ଦ୍ବାର ବାଳିକାମାନଙ୍କୁ ମାଗଣାରେ ପ୍ୟାଡ୍
ଓଡ଼ିଶା ସରକାର ଏକ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ଯେ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନମାନଙ୍କରେ ଶିକ୍ଷା ଗ୍ରହଣ କରୁଥିବା ଛଅ ଶ୍ରେଣୀରୁ ବଡ଼ କନ୍ୟାମାନଙ୍କୁ ସରକାରଙ୍କ ତରଫରୁ ପ୍ରତ୍ୟେକ ମାସରେ ସାନିଟାରୀ ନ୍ୟାପକିନ୍ ମାଗଣାରେ ଯୋଗାଇ ଦିଆଯିବ ‘ଖୁଶି’ ନାମକ ଏହି ଯୋଜନା ଅନ୍ତର୍ଭୂକ୍ତ ରାଜ୍ୟର ଅନ୍ୟୁନ ସତର ଲକ୍ଷ ଛାତ୍ରୀ ସ୍ବାସ୍ଥ୍ୟକର ଭାବରେ ମାସିକ ଋତୁସ୍ରାବ ସମୟରେ ହେଉଥିବା ଅନେକ ଅସୁବିଧାରୁ ମୁକ୍ତି ପାଇବେ ଏବଂ ସ୍ବାସ୍ଥ୍ୟରେ ଅବନତି ଘଟିବ ନାହିଁ ଏଥିପାଇଁ ସରକାର ବାର୍ଷିକ ୭୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ଅଟକଳ ଧାର୍ଯ୍ୟ କରିଛନ୍ତି
ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ବଲିଉଡ଼ ଅଭିନେତା ଅକ୍ଷୟ କୁମାର ଭୁରି ପ୍ରଶଂସା କରିଛନ୍ତି ସୂଚନାଯୋଗ୍ୟ ଯେ ବିଗତ ମାସରେ ଅକ୍ଷୟକୁମାର ଅଭିନିତ ପ୍ୟାଡ଼ମାନ୍ ବିଭିନ୍ନ ପ୍ରେକ୍ଷାଗୃହରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଥିଲା ଅକ୍ଷୟକୁମାରଙ୍କ ପ୍ରଶଂସା ପାଇଁ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବରେ ତାଙ୍କୁ ଧନ୍ୟବାଦ ଦେଇଛନ୍ତି
ବିଜେପୁରରେ ଜିତିଲା ବିଜେଡ଼ି
ଓଡ଼ିଶାର ବିଜେପୁରରେ ହୋଇଥିବା ମଧ୍ୟବର୍ତ୍ତିକାଳୀନ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ରାଜନୀତି ପ୍ରବଳ ହୋଇଥିଲା, ଏହି ସମୟରେ ମୁଖ୍ୟମନ୍ତ୍ରୀକୁ ଚପଲ ମାଡ଼, ଅଣ୍ଡା ମାଡ଼ ଇତ୍ୟାଦି ଘଟଣା ବି ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ସଚିତ ଶ୍ରୀଯୁକ୍ତ କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ସରକାରୀ ବାସଭବନରେ ବିଜେପି ଦ୍ବାରା ଭଙ୍ଗାରୁଜା ବି କରାଯାଇଥିଲା ଏହି ସବୁ ସତ୍ତ୍ବେ ବିଜେପିର କେନ୍ଦ୍ରୀୟ ମନ୍ତ୍ରୀମାନଙ୍କ ଦ୍ବାରା ପ୍ରଚାର କରାଯାଇଥିବା ସତ୍ତ୍ବେ ପ୍ରାୟ ପଚାଶ ହଜାର ଭୋଟର ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ରିତା ସାହୁ ବିଜୟୀ ହୋଇଥିଲେ ଏହାପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଶାନ୍ତି ଓ ପ୍ରଗତିକୁ ପ୍ରାଥମିକତା ଦିଆଯିବ ବୋଲି କହିଥିଲେ
ଅଚ୍ୟୁତ ସାମନ୍ତ ଓ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ିରେ ସାମିଲ
ଆମ ଓଡ଼ିଶା ଏବଂ ସମ୍ବାଦର ସର୍ବେସର୍ବା ତଥା ଏକଦା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧ କରୁଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ଆଶ୍ଚର୍ଯ୍ୟଜନକ ଭାବରେ ବିଗତ ଦିନରେ ବିଜେଡ଼ିରେ ଯୋଗ ଦେଇଛନ୍ତି ସବୁବେଳେ ସରକାରଙ୍କ ବିଭିନ୍ନ ପଦକ୍ଷେପକୁ ଆକ୍ଷେପ କରୁଥିବା ଏବଂ ବିରୋଧ କରୁଥିବା ସୌମ୍ୟବାବୁ ଏହିପରି କରିବାର କାରଣ ମଧ୍ୟ ସଙ୍ଗେ ସଙ୍ଗେ ଜଣା ପଡ଼ିଛି ବିଗତ ଆଠ ତାରିଖ ସକାଳେ ସେ ବିଜେଡ଼ିରେ ଯୋଗ ଦେଲେ ବୋଲି ଆନୁଷ୍ଠାନିକ ଭାବରେ ଘୋଷଣା କରାଯିବାପରେ ସନ୍ଧ୍ୟାରେ ସେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ଭାବରେ ରାଜ୍ୟସଭ ପାଇଁ ମନୋନିତ ହୋଇଛନ୍ତି
ସେହିପରି ଭୁବନେଶ୍ବର ସ୍ଥିତ କିଟ୍, କିସ୍ ଓ ଅନେକ ଶିକ୍ଷାନୁଷ୍ଠାନର ମାଲିକ ଶ୍ରୀ ଅଚ୍ୟୁତ ସାମନ୍ତ ମଧ୍ୟ ବିଜେଡ଼ିରେ ଯୋଗ ଦେଇଛନ୍ତି ଏବଂ ସେ ମଧ୍ୟ ରାଜ୍ୟସଭାପାଇଁ ବିଜେଡ଼ି ତରଫରୁ ମନୋନୀତ ହୋଇଛନ୍ତି
ଅନେକ ବର୍ଷ ଧରି ଦଳପ୍ରତି ଆନୁଗତ୍ୟ ଥିବା ଅନେକ କର୍ମୀ ଓ ନେତା ଏଥିରେ ଅସନ୍ତୁଷ୍ଠ ପ୍ରକାଶ କରିଥିଲେ ସୁଦ୍ଧା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିବାକୁ କେହି ସାହାସ କରିନଥିବେ ବୋଲି ଆମେ ମନେ କରୁ
ଚୀନ୍ ବିଦେଶମନ୍ତ୍ରୀ କହିଲେ ଭାରତ ସହ ସମ୍ପର୍କ
ଭାରତର ପାକିସ୍ତାନପ୍ରତି ଥିବା ଆଭିମୁଖ୍ୟକୁ ସର୍ବଦା ସମାଲୋଚନା କରି ଆସୁଥିବା ଚୀନ୍ ବିଗତ ଦିନରେ ନିଜର ମତରେ ପରିବର୍ତ୍ତନ କରିଛି ସୂଚନାଯୋଗ୍ୟ ଯେ କିଛି ଦିନତଳେ ଚୀନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚୀନର ବିଦେଶ ମନ୍ତ୍ରୀ ଗଣମାଧ୍ୟମକୁ କହିଛନ୍ତି ଯେ ଦକ୍ଷିଣ ଏସିଆର ଦୁଇ ବୃହତ ଶକ୍ତି ଭାରତ ଓ ଚୀନ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ ବାତାବରଣ ରହିବା ଅତ୍ୟନ୍ତ ଜରୁରୀ ଏହା ଦ୍ବାରା ଉଭୟ ଦେଶର ହିତ ସାଧନ ହେବ ଏବଂ ଉନ୍ନତି ହୋଇପାରିବ ପ୍ରଥମଥର ପାଇଁ ଚୀନ ସରକାରଙ୍କ କୌଣସି ମନ୍ତ୍ରୀ ଏହିପ୍ରକାରର ମନ୍ତବ୍ୟ ଦେଇଥିବାରୁ ଚୀନର ଆଭିମୁଖ୍ୟରେ ପରିବର୍ତ୍ତନ ଆସୁଥିବା କଥା ବୁଦ୍ଧିଜୀବିମାନେଛ ଦେଉଚନ୍ତି
ଅରବିନ୍ଦ ମୁଦୁଲି ଆଉ ନାହାନ୍ତି
ଓଡ଼ିଆ ଭଜନ ଜଗତର ଜଣେ ପ୍ରମୁଖ ଗାୟକ, ସଂଗୀତଜ୍ଞ ଓ ଭକ୍ତ ଶ୍ରୀ ଅରବିନ୍ଦ ମୁଦୁଲିଙ୍କ ଅକାଳ ମୃତ୍ୟୁରେ ଓଡ଼ିଆ ଭଜନ ଜଗତରେ ଏକ ବିଶାଳ ଅଭାବ ପରିଲକ୍ଷିତ ହୋଇଛି ସୁଚନାଯୋଗ୍ୟ ଯେ ଶ୍ରୀ ମୁଦୁଲିଙ୍କ ହୃଦଘାତରେ ପ୍ରାଣବାୟୁ ଚାଲି ଯାଇଥିଲା କିଛିଦିନ ତଳେ ସେ ନିଜ ପୁଅର ବିବାହ ପାଇଁ ଉତ୍ସାହିତ ହୋଇ ନିମନ୍ତ୍ରଣ ପତ୍ର ବଣ୍ଟନ କାର୍ଯ୍ୟରେ ବ୍ୟସ୍ତ ଥିଲେ କିନ୍ତୁ ତାଙ୍କର ହଠାତ୍ ନିଧନରେ ସମସ୍ତ ଓଡ଼ିଶା ସ୍ତବ୍ଧ ହୋଇଯାଇଥିଲେ କୌଣସି ପ୍ରକାର ରୋଗବୈରାଗରେ ନ ପଡ଼ି ସେ ମୃତ୍ୟୁବରଣ କରିଥିବା ହେତୁ ସମସ୍ତେ ଦୁଃଖ ଅନୁଭବ କରୁଥିଲେ
ସିଙ୍ଗାପୁରରେ ନାକ କଟାଇଲେ ରାହୁଲ ଗାନ୍ଧୀ
ବିଗତ ଦିନରେ ସିଙ୍ଗାପୁରର ଏକ ବିଶ୍ବବିଦ୍ୟାଳୟରେ ଆୟୋଜିତ ‘ଇଣ୍ଡିଆ ଏଟ୍ ୭୦’ ଶୀର୍ଷକ ଏକ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବରେ ଯୋଗ ଦେଇ ଭାରତୀୟ ଜାତୀୟ କଂଗ୍ରେସ ସଭାପତି, ତଥା ସାଂସଦ ଶ୍ରୀ ରାହୁଲ ଗାନ୍ଧୀ ଅପଦସ୍ତ ହୋଇଛନ୍ତି ଉପସ୍ଥିତ ଶ୍ରୋତା ଏବଂ ଦର୍ଶକ ମାନଙ୍କ ପ୍ରଶ୍ନର ସମୁଚିତ ଉତ୍ତର ନ ଦେଇ ପାରି ସେ ଅପମାନିତ ହେବାପରେ ତାଙ୍କର ଏହି କାର୍ଯ୍ୟକ୍ରମର ଭିଡ଼ିଓକୁ ସମ୍ପାଦନା କରାଯାଇ ଏମିତି ଭାବରେ ପରିବେଷଣ କରାଗଲା ସତେ ଯେମିତି ରାହୁଲ ଗାନ୍ଧୀ ଅତି ଚତୁରତାର ସହ ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି କିନ୍ତୁ ଏହି କାର୍ଯ୍ୟକ୍ରମର ପ୍ରକୃତ ଭିଡ଼ିଓ ପ୍ରସାରଣ ହେବାପରେ କଂଗ୍ରେସ ତରଫରୁ କରାଯାଇଥିବା ଏହି କାର୍ଯ୍ୟକୁ ଗଣମାଧ୍ୟମ ତଥା ସୋସିଆଲ୍ ମିଡ଼ିଆରେ ନିନ୍ଦା କରାଯାଇଛି
ସୂଚନାଯୋଗ୍ୟ ଯେ ସିଙ୍ଗାପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ଜନୈକ ବ୍ୟକ୍ତି ପ୍ରଶ୍ନ କରିଥିଲେ ଯେ ଗାନ୍ଧୀ ପରିବାରର ସଦସ୍ୟମାନେ ଶାସନରେ ଥିବା ସମୟରେ ଭାରତର ବାଣିଜ୍ୟିକ ଅଭିବୃଦ୍ଧି ସନ୍ତୋଷଜନକ କାହିଁକି ନଥିଲା ଏହାର ଉତ୍ତରରେ ରାହୁଲ ଗାନ୍ଧୀ ପ୍ରଶ୍ନ କରୁଥିବାର ଶୁଣାଯାଉଥିଲା ଯେ ୨୦୦୪ରୁ ରାହୁଲ ଗାନ୍ଧୀଙ୍କର ଦେଶ ପାଇଁ କୌଣସି ଅବଦାନ ଅଛି ନା ନାହିଁ ଆମେ ମଧ୍ୟ ଚିନ୍ତାରେ ପଡ଼ି ଯାଇଛୁ, ଏହାର ଅର୍ଥ କଣ ହୋଇପାରେ? ଏବଂ ସେ ଏମିତି କାହିଁକି ଉତ୍ତର ଦେଇଥିଲେ ସେ ଯାହେଉ କାର୍ଯ୍ୟକ୍ରମକୁ ସଂଚାଳନ କରୁଥିବା ଉଦ୍ୟୋକ୍ତାଙ୍କ ଉପସ୍ଥିତ ବୁଦ୍ଧିଯୋଗୁଁ ରାହୁଲଙ୍କୁ ବିରାଟ ଧରଣର ଅପଦସ୍ଥ ହେବାରୁ ସେ ବଞ୍ଚାଇ ଦେଇଥିଲେ ସତ କିନ୍ତୁ ତାହା ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଗଲା ପରେ ଏବେ ସମସ୍ତେ କହୁଛନ୍ତି ଯେ ବିଦେଶରେ ଯାଇ ରାହୁଲ ଗାନ୍ଧୀ ଅପମାନିତ ହୋଇଛନ୍ତି
ଚଳିତ ମାସର ଆହ୍ବାନ ଆଶା କରୁଛି ଆପଣମାନଙ୍କୁ ଆମୋଦିତ କରିବ ଏଥିରେ ପ୍ରକାଶିତ ସମସ୍ତ ଆଲେଖ୍ୟ ଆପଣଙ୍କୁ ଭଲ ଲାଗିବ
ଧନ୍ୟବାଦ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ପ୍ରତିଷ୍ଠାତା-ସମ୍ପାଦକ, ଆହ୍ବାନ ଇ-ପତ୍ରିକା
Go Back to Previous Page
ଜୀବନର ମୋଡ଼
ସୁବଳ ମହାପାତ୍ର
Read Article
ଅତୀତରୁ ପୃଷ୍ଠାଏ
ଗୁପ୍ତେଶ୍ବର ମହାପାତ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ