ଦୃଶ୍ୟମାନ ହେଉଥିଲା ପ୍ରଶାନ୍ତ ସାଗରର ନୀଳ ଜଳରାଶି ତଟ ଦେଶରେ କଳ କଳ ଛଳ ଛଳ ମ୍ଲାନ ଶବ୍ଦର ସମାହାର ସହିତ ତା’ର ଘୋ ଘୋ ଭୀମ ଗର୍ଜନ ତଟ ଭୂମି ଆଡ଼କୁ କ୍ଷୀପ୍ର ଗତିରେ ଧାଇଁ ଆସୁଥିଲା ଅସଂଖ୍ୟ ଅସଂଖ୍ୟ ଫେନଯୁକ୍ତ ଲହଡ଼ିମାଳା ପ୍ରତ୍ୟୁଷର ମୃଦ୍ୟୁମନ୍ଦ ମଳୟରେ ଦର୍ଶକର ଦେହମନ ପୁଲକିତ ହୋଇ ଉଠୁଥିଲା ପୂର୍ବାଶାରେ ଧିରେ ଧିରେ ଆଲୋକ ରଶ୍ମୀର ଆଭା ବିକରିତ ହେଉଥିଲା ସାଗରର ଗୁରୁଗର୍ଜନ ଭିତରେ ଦେବପୀଠରୁ ପ୍ରାତଃକାଳୀନ ସ୍ତବପାଠର ସ୍ବର କିମ୍ବା ଘଣ୍ଟାଧ୍ବନୀ ସ୍ପଷ୍ଟ ଶୁଣା ଯାଉନଥିଲେ ବି ଉଷାଲୋକରେ ଦିଶି ଦିଶି ଯାଉଥିଲା ବିଶାଳକାୟ ଦେବାଳୟର ରୂପକାନ୍ତି କୂଳୁକୂଳୁ ଧ୍ବନୀ କରି ମହୋଦଧିର ମାଳମାଳ ଢେଉ ସମୂହ ଧୋଇ ଦେଉଥିଲା ଦେବସ୍ଥଳୀର ପାଦଦେଶକୁ ଦେବପୀଠର ଦକ୍ଷିଣ ପାର୍ଶ୍ବରେ ସମୁଦ୍ରକାନ୍ତା ସୁବର୍ଣ୍ଣରେଖାର ମିଳନସ୍ଥଳ ତା’ର ପୂର୍ବୋତ୍ତର ଭାଗରୁ ଦେଖାଯାଉଥିଲା ବିସ୍ତୀର୍ଣ୍ଣ ଶ୍ବେତ ବାଲୁକା ରାଶିର ପର୍ବତଶ୍ରେଣୀ ଆଉ ପାର୍ଶ୍ବରେ ଶୋଭା ପାଉଥିଲା କ୍ଷୀଣକାୟ ଏକ ସ୍ରୋତଟିଏ ପୁଣି ସେଇ ପାଦଦେଶରେ ଥାଇ ଯେଉଁ ସୁବୃହତ୍ ଦେବମନ୍ଦିରଟି ଦୃଶ୍ୟମାନ ହେଉଥିଲା, ତାହାକୁ କୁହାଯାଉଥିଲା ସାଗରତୀର୍ଥ ଭୂଷଣ୍ଡେଶ୍ବର
ଓଡ଼ିଶା ରାଜ୍ୟର ଉତ୍ତର ସୀମାରେ ପ୍ରବାହିତ ହେଉଥିବା ଏହି ସୁବର୍ଣ୍ଣରେଖା ନଦୀ ଇତିହାସର ଏକ ଗୁରୁତ୍ବପୂର୍ଣ୍ଣ ପୃଷ୍ଠା ଏହି ନଦୀର ମୁହାଣ ନିକଟରେ ବାଲେଶ୍ବର ଜିଲ୍ଲାର ଭୋଗରାଇ ଥାନାସ୍ଥିତ ଜୟରାମପୁର ଗ୍ରାମର ଉତ୍ତରପାର୍ଶ୍ବରେ ଥିବା ଆହୁତି କୁଣ୍ଡ ନାମକ ସ୍ଥାନରୁ ଖ୍ରୀ୧୯୬୦ ମସିହାରେ ଏକ ତାମ୍ରଶାସନ ଆବିଷ୍କୃତ ହେବାରୁ ଜଣାଗଲା ଯେ, ଖ୍ରୀ ୫ମ/୬ଷ୍ଠ ଶତାବ୍ଦୀରେ ଏଠାରେ ଗୋଟିଏ ପୋତାଶ୍ରୟ ଭିତ୍ତିକ ନଗରସଭ୍ୟତା ଏବଂ ବୋଧିବିହାର ନାମକ ବୌଦ୍ଧ ବିହାରଟିଏ ଥିଲା ପୁନଶ୍ଚ ସେହି ଗ୍ରାମର ଦକ୍ଷିଣ ପଶ୍ଚିମ ପାର୍ଶ୍ବରେ ‘ଗଡ଼ବଣ’ ନାମକ ସ୍ଥାନରେ ତ୍ରୟୋଦଶ ଶତାବ୍ଦୀରେ ତତ୍କାଳୀନ ଓଡ଼ିଶାର ଶାସକ ରାଜା ତୃତୀୟ ଅନଙ୍ଗଭୀମ ଦେବ ଓଡ଼ିଶାର ଉତ୍ତରପୂର୍ବ ଭାଗରେ ମୁସଲମାନ ମାନଙ୍କ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଯେଉଁ ୩୮ଟି ଗଡ଼ଜାତ ମଣ୍ଡଳ ଗଠନ କରି ସେଥିରେ ଜଣେ ଜଣେ ଶାସକଙ୍କୁ ନିଯୁକ୍ତି କଲାବେଳେ ସୁବର୍ଣ୍ଣରେଖା ନଦୀ ମୁହାଣ ଦେଇ ମୁସଲମାନ ଶତୃସୈନ୍ୟମାନେ ରାଜ୍ୟ ଭିତରକୁ ପ୍ରବେଶ କରି ଆସିବାର ସମ୍ଭାବନାକୁ ଚିନ୍ତାକରି ସେଠାରେ ମଧ୍ୟ ଏହି ୩୮ ଗଡ଼ଜାତ ରାଜ୍ୟମାନଙ୍କ ମଧ୍ୟରୁ ଗୋଟିଏ ଗଡ଼ଜାତ ମଣ୍ଡଳ ଗଠନ କରି ତା’ର ସୁରକ୍ଷା ପାଇଁ କିରାତ ମାନଙ୍କୁ ନିଯୁକ୍ତି ଦେଇଥିଲେ କିରାତମାନେ ଏହି ମଣ୍ଡଳରେ ଶାସନ କରୁଥିବା ହେତୁ ଏହାକୁ ସମୟକ୍ରମେ କିରାତଗଡ଼ କୁହାଗଲା ସମୟର ଗତି ଚକ୍ରରେଆଜି ସେଠାରେ କିରାତଗଡ଼ ନଥିଲେ ସୁଦ୍ଧା ତା’ର ଧ୍ବଂସାବଶେଷ ଏଣେତେଣେ ବିଛିନ୍ନ ହୋଇ ପଡ଼ିଥିବା ବେଳେ ମାଟିତଳୁ ବହୁ ଐତିହାସିକ ସ୍ମୃତି ସ୍ବାକ୍ଷର ଆବିଷ୍କୃତ ହେଉଛି ପୁନଶ୍ଚ ଷୋଡ଼ଶ ଶତାବ୍ଦୀରେ ଏହି ନଦୀ ମୁହାଣରେ ପିପିଲି ବନ୍ଦର ଥିବା ବେଳେ ନଦୀ କୂଳରେ ଖରିଦ ପିପଳ, ଝାଡ଼ପିପଳ, ହରିଣକୁଲି, ମନୁନଗର ଆଦି ଗ୍ରାମ ଗୁଡ଼ିକ ଥାଇ ତା’ର ସ୍ମୃତି ହୋଇ ଦେଖା ଦେଉଅଛିଏହାର ଅନତି ଦୂରରେ କମର୍ଦ୍ଦା ଓ ସାହେବନଗର ପାଟଣାଠାରେ ବନ୍ଦର ଭିତ୍ତିକ ନଗର ସହିତ ଜଳେଶ୍ବର ସରକାର ଅଧୀନସ୍ଥ ପିପିଲି ନାମକ ମାହାଲଟାଏ ମଧ୍ୟ ଥିଲା ଏଥି ସହିତ ହରିଣକୁଲି ଗ୍ରାମରେ କ୍ରୀତଦାସ ବଜାର ତଥା ଅନ୍ୟାନ୍ୟ ଐତିହାସିକ ତଥ୍ୟାଦି ଆମର ହାତଛଡ଼ା ହୋଇନାହିଁ ଏପରି ତଥ୍ୟଯୁକ୍ତ ଐତିହ୍ୟ ମଧ୍ୟରେ ନଦୀ ମୁହାଣରେ ଥିବା କୁମ୍ଭୀରଗଡ଼ି ମୌଜାରେ ଏକ ବିଶାଳ ଶିବଲିଙ୍ଗ ଦୀର୍ଘଦିନଧରି ଜଙ୍ଗଲ ମଧ୍ୟସ୍ଥ ମାଟି କାଦୁଅରେ ପୋତି ହୋଇ ରହିଥିବା ବିଶାଳ ଶିବଲିଙ୍ଗ ସୌଭାଗ୍ୟକ୍ରମେ ଲୋକଲୋଚନକୁ ଆସି ବିସ୍ମୟ ସୃଷ୍ଟି କରିଛି ଅବଶ୍ୟ ଏଅ କଥା କବିବର ରାଧାନାଥ ରାୟ ତାଙ୍କ ରଚିତ ‘ଉଷା’ କାବ୍ୟରେ ଅତିସୁନ୍ଦର ଭାବେ ଧରି ରଖିଥିବାର ଦେଖାଯାଏ;
ଯାମକୁଣ୍ଡା ଯହିଁ ଘନ-ତାଳି-ବନ-ଶ୍ୟାମଳତୀରା
ସୁବର୍ଣ୍ଣ ତଟିନୀ ସିନ୍ଧୁ ଅଙ୍ଗେ ଅଙ୍ଗ ଢାଳେ ଗଭୀରା
ବେନିଙ୍କର ଯହିଁ ନୀର ସଂଘର୍ଷଜ ଧିର ନିର୍ଘୋଷ
ଉପୁଜାଏ ଦେବ ଭୂଷଣ୍ଡ-ଈଶ୍ବରେ ନିରତେ ଶେଷ
(ରାଧାନାଥ ଗ୍ରନ୍ଥାବଳୀ, ପୃଷ୍ଠା : ୫୭)
କବିବର ରାଧାନାଥ ରାୟ ଖ୍ରୀ୧୮୭୭ ମସିହାରେ ବାଲେଶ୍ବର ଶିକ୍ଷା ବିଭାଗରେ ଜଏଣ୍ଟ ଇନ୍ସ୍ପେକ୍ଟର ଥିବା ବେଳେ ଏ ମାଟିରେ ଥିବା ତତ୍କାଳୀନ ଏମ୍.ଭି. ସଂସ୍କୃତ ବିଦ୍ୟାଳୟ ପରିଦର୍ଶନ କରିବାକୁ ଆସି ଭୋଗରାଇର ବହୁ ଐତିହ୍ୟକୁ ତାଙ୍କର ଏହି କାବ୍ୟରେ ଧରି ରଖିଛନ୍ତି ଆଉ ଯାମକୁଣ୍ଡ ଅଧୁନା ବାଲିଆପାଳ ଥାନାରେ ରହିଥିବା ବେଳେ ସେଠାକାର ପ୍ରାକୃତିକ ଶୋଭା ମଧ୍ୟରେ ସେ ବିମୋହିତ ହୋଇ ସେ ସ୍ଥାନର ତାଳବନ ଦେଖିଥିବାର ଉଲ୍ଲେଖ କରିଛନ୍ତି ସମ୍ଭବତଃ ସେ ବାଲିଆପାଳ ରାସ୍ତାରେ ଆସି ଭୋଗରାଇର ବିଭିନ୍ନ ସ୍ଥାନ ଦେଖିବାର ସୁଯୋଗ ପାଇଥିଲେ ଆଉ ଏତିକି ବେଳେ ଭୂଷଣ୍ଡେଶ୍ବରଙ୍କୁ ମଧ୍ୟ ସେ ଦେଖିଥିଲେ
ଭୂଷଣ୍ଡେଶ୍ବର ଶିବଲିଙ୍ଗ ଗ୍ରାନାଇଟ୍ ପଥରରେ ନିର୍ମିତ ହୋଇଥିବା ବେଳେ ଏହାର ଓଜନ ୧୬୮୦ କ୍ବିଣ୍ଟାଲ୍, ଉଚ୍ଚତା ବାରଫୁଟ ଛଅଇଞ୍ଚ, ଶକ୍ତିସ୍ଥଳ ଯେଉଁ ଅଂଶକୁ ନେଇ ବେଢ଼ି ହୋଇ ରହିଛି ତାହାକୁ ନେଲେ ଷୋହଳ ଫୁଟ, ଶକ୍ତିସ୍ଥଳର ପରିଧି ସଇଁତିରିଶି ଫୁଟ, ଶକ୍ତି ଉପରକୁ ଥିବା ଚାରିଫୁଟ ଅଂଶଟି ଗୋଲାକାର ନଥାଇ ଚତୁଃଷ୍କୋଣ ସୃଷ୍ଟି କରିଛି ଏହାର ଉପର ଅଂଶ ଅଷ୍ଟକୋଣାକାର, ତା’ର ଉପର ଅଂଶ ମସୃଣ ତଥା ସ୍ତମ୍ଭାକାର ଗୋଲ ଉପର ଭାଗର ପ୍ରାୟ ଏକ ଫୁଟ ତଳକୁ ଗୋଟିଏ ରେଖାଚିତ୍ର ରହିଛି, ଯାହାକୁ ସାଧାରଣ ଲୋକମାନେ ଲିଙ୍ଗ ଦେବତାଙ୍କ ଉପବୀତ ବୋଲି ଅନୁମାନ କରୁଥିବା ବେଳେ ଚିତ୍ର କିମ୍ବା ମୂର୍ତ୍ତି ଗବେଷକ ମାନଙ୍କ ବ୍ୟତୀତ ଅନ୍ୟ କେହି ମତାମତ ଦେବା ଭୁଲ ହୋଇପାରେ ତଥାପି ଆମ୍ଭ ମତରେ ସମ୍ଭବତଃ ଏହା କୌଣସି ତାନ୍ତ୍ରିକ ରେଖାଚିତ୍ର ହୋଇପାରେ ପୁନଶ୍ଚ ଏହି ଲିଙ୍ଗ ଦେବତା ଏକ ବେଦୀ ଉପରେ ରହି ଆସିଥିବାରୁ ମନେ କରାଯାଇପାରେ ବେଦୀଟି କଳା ମୁଗୁନି ପଥରରେ ନିର୍ମିତ ହୋଇଥିଲେ ମଧ୍ୟ ଏହା ଚତୁଷ୍କୋଣାକାର ବର୍ଗକ୍ଷେତ୍ର ପରି ଲମ୍ବ ଓ ଓସାରଯୁକ୍ତ, ପ୍ରାୟ ପାଞ୍ଚଫୁଟ ଥିବା ବେଳେ ବେଦୀର ଗଭୀର ଚାରିଫୁଟ ଚାରି ପାର୍ଶ୍ବରେ ଘେରି ରହିଥିବା ଅଂଶର ମୋଟେଇ ଏକ ଫୁଟ ବେଦୀର ଭିତର ତଳ ଅଂଶରେ ଅଷ୍ଟଦଳ ପଦ୍ମର ଚିତ୍ର ଅଙ୍କିତ ମାତ୍ର ବେଦୀଟି ଲିଙ୍ଗ ଦେବତାଙ୍କ ପାଖରୁ ପ୍ରାୟ ପାଞ୍ଚଫୁଟ ଦୂରରେ ଅଛି ଲିଙ୍ଗ ଦେବତା ଅଷ୍ଟକୋଣ ଏବଂ ବେଦୀ ଭିତରେ ଅଷ୍ଟଦଳ ପଦ୍ମଥିବାରୁ ଏହା ଶଙ୍କରାଚାର୍ଯ୍ୟଙ୍କ ପ୍ରବର୍ତ୍ତିତ ଅଷ୍ଟଲିଙ୍ଗ ଆରାଧନାର ପ୍ରତିଫଳନ ବୋଲି ମନେ କରାଯାଇପାରେ ତେବେ ସେହି ଅଷ୍ଟ ଲିଙ୍ଗ ପୂଜା ହେଉଛି;
୧. ପୂର୍ବ : ଓଁ ସର୍ବାୟ କ୍ଷିତି ମୂର୍ତ୍ତୟେ ନମଃ
୨. ଐଶାନ୍ୟ : ଓଁ ଭର୍ବ୍ୟୟ ଜଳ ମୂର୍ତ୍ତୟେ ନମଃ
୩. ଉତ୍ତର : ଓଁ ରୁଦ୍ରାୟ ଅଗ୍ନି ମୂର୍ତ୍ତୟେ ନମଃ
୪. ବାୟୁ : ଓଁ ଉଗ୍ରାୟ ବାୟୁ ମୂର୍ତ୍ତୟେ ନମଃ
୫. ପଶ୍ଚିମ : ଓଁ ଭୀମାୟ ଆକାଶ ମୂର୍ତ୍ତୟେ ନମଃ
୬. ନୈଋତ : ଓଁ ପଶୁପତୟେ ଯଜମାନ ମୂର୍ତ୍ତୟେ ନମଃ
୭. ଦକ୍ଷିଣ : ଓଁ ମହାଦେବାୟ ସୋମମୂର୍ତ୍ତୟେ ନମଃ
୮. ଅଗ୍ନୈ : ଓଁ ଈଶାନାୟ ସୂର୍ଯ୍ୟ ମୂର୍ତ୍ତୟେ ନମଃ
ବଙ୍ଗଳା ଭାଷାରେ ରଚିତ ‘ଶିବପୁରାଣ’ର ଉତ୍ତରଖଣ୍ଡସ୍ଥ ତୃତୀୟ ପର୍ବରେ ବର୍ଣ୍ଣିତ ହୋଇଛି ଯେ, ଏକଦା ବ୍ରହ୍ମା ଭଗବାନ ବିଷ୍ଣୁଙ୍କୁ ଆରାଧନା କରୁଥିବା ସମୟରେ ବିଶାଳ ସାଗର ମଧ୍ୟରେ ଏକ ଜ୍ୟୋତିର୍ଲିଙ୍ଗଙ୍କୁ ଦର୍ଶନ କରିବାକୁ ପାଇଲେ ସେଥିରୁ ସେ ବୁଝିପାରିଲେ ଯେ ସେ ହେଉଛନ୍ତି ମହାଲିଙ୍ଗଙ୍କ ମଧ୍ୟରୁ ଏକ ଆତ୍ମଲିଙ୍ଗ ଏହାପରେ ବ୍ରହ୍ମା ତାଙ୍କ ସଂପର୍କରେ ଅଧିକ ଜାଣିବାକୁ ଚାହିଁବାରୁ ସେ ଦେଖିଲେ, ସାଗର ପରିବେଷ୍ଠିତ ଶୈବାଳ ଦ୍ବୀପ ମଧ୍ୟରେ ସେହି ମହାଲିଙ୍ଗ ଅବସ୍ଥାନ କରୁଛନ୍ତି ଆଉ ଏହି ମହାଲିଙ୍ଗଙ୍କୁ ଭୂଷଣ୍ଡେଶ୍ବର ବୋଲି କୁହାଯାଉଛି ଏ ସମ୍ପର୍କରେ ଖୁବ୍ ସୁନ୍ଦର ଭାବେ କବି ସ୍ବର୍ଗତଃ କାଳି ପ୍ରସନ୍ନ ଦାସ ବଙ୍ଗୀୟ ଭାଷାରେ ବର୍ଣ୍ଣନା କରିଛନ୍ତି
ବର୍ଣ୍ଣିତ କାହାଣୀ ଅନୁଯାୟୀ ଆମେ ସେଠାରେ ଦେଖିବାକୁ ପାଉଁ ଯେ, ମହାଲିଙ୍ଗଙ୍କ ପୂର୍ବ ଦିଗରେ ବିଶାଳ ଅଶାନ୍ତ ମହୋଦଧି, ଉତ୍ତରରେ ଅର୍ଦ୍ଧ ପ୍ରୋତଥିତ ପରିତ୍ୟକ୍ତ କ୍ଷୀଣକାୟ ସିମୁଳିନଦୀ, ଦକ୍ଷିଣରେ ଚିରସ୍ରୋତା ସୁବର୍ଣ୍ଣରେଖା ନଦୀ ମୁହାଣର କଳକଳ ନିନାଦରେ ପ୍ରବାହିତ ବିପୁଳ ଜଳରାଶି ପଶ୍ଚିମ ପାର୍ଶ୍ବରେ ବିଶାଳ ଶସ୍ୟ କ୍ଷେତ୍ରର ସବୁଜିମା ଅଥବା ଉଜୁଡ଼ା ଶସ୍ୟର ସାମୁହିକ କିଆରୀ ବର୍ଷା ଋତୁର ଶୁଭାରମ୍ଭ ମାତ୍ରେ ଏ ଅଂଶ ସମ୍ପୂର୍ଣ୍ଣ ଜଳମଗ୍ନ ଗ୍ରୀଷ୍ମଋତୁର ପ୍ରାରମ୍ଭରେ ଦକ୍ଷିଣ ଦିଗରୁ ବହି ଆସୁଥିବା ସୁଲୁସୁଲିଆ ମୌସୁମୀର ପ୍ରବାହରେ ମୁହାଣ ସ୍ଥିତି ଜଳସଂଘର୍ଷରେ ସୃଷ୍ଟି ହେଉଥିବା କ୍ଷୁଦ୍ରାତିକ୍ଷୁଦ୍ର ଜଳକଣାରେ ପରିବେଶଟି କୁହୁଡ଼ିମୟ ହୋଇ ଉଠେ ତେଣୁ ଏଠାରେ ଥିବା ଦର୍ଶକ ତଥା ଭକ୍ତମାନେ ଗ୍ରୀଷ୍ମକୁ ଆଦୌ ଜାଣିପାରନ୍ତି ନାହିଁ ସମ୍ଭବତଃ ଏପରି ପରିବେଶକୁ ଲକ୍ଷ୍ୟକରି ଲେଖକ ସ୍ବର୍ଗତଃ ଦାସଙ୍କ ଭାଷାରେ ଶୈବାଳ ଦ୍ବୀପର ରୂପ ସମ୍ଭାରକୁ ଏଡ଼ାଇ ଦିଆଯାଇ ନ ପାରେ ମୂଳ ସଂସ୍କୃତ ଶିବପୁରାଣରେ ‘ଘୁଷୁଣେଣଂ’ ଶବ୍ଦଟି ବଙ୍ଗଳା ଭାଷାରେ ‘ଭୂଷଣ୍ଡେଶ୍ବର’ ବୋଲି ବର୍ଣ୍ଣିତ ହୋଇଥିବାର ଦେଖାଯାଏ
ଏହି ଭୂଷଣ୍ଡେଶ୍ବରଙ୍କୁ ନେଇ ଏକ କିମ୍ବଦନ୍ତୀପୂର୍ଣ୍ଣ ପୌରାଣିକ କଥାବସ୍ତୁ କଥାକାର ପ୍ରଫେସର ମନୋଜ ଦାସଙ୍କର ‘Heritage’ ସମେତ ବହୁ ପତ୍ରପତ୍ରିକାରେ ପ୍ରକାଶ ପାଇଛି ଏଥିପ୍ରତି ଆମେ ଟିକିଏ ନଜର ରଖିଲେ ସବୁକଥା ଭଲଭାବେ ଜାଣିପାରିବା ଲଙ୍କାର ରାଜା ରାବଣ ବିଶ୍ବବିଜୟ କରିବାପାଇଁ ହିମାଳୟରେ ମହାଦେବଙ୍କୁ ଆରାଧନା କରି ତାଙ୍କ ପାଖରୁ ବରପ୍ରାପ୍ତି ସହ ଏକ ଆତ୍ମଲିଙ୍ଗ ପାଇଥିଲେ ଆତ୍ମଲିଙ୍ଗ ଦାନ କରିବା ସହ ସେ ଗୋଟିଏ ସର୍ତ୍ତ ରଖିଲେ ଯେ, ଯଦି ଆତ୍ମଲିଙ୍ଗ ଭୂ-ସ୍ପର୍ଶ କରନ୍ତି, ତେବେ ସେ ମହାମେରୁ ପାଲଟି ଯିବେ ରାବଣ ଏଥିରେ ସହମତ ହୋଇ ଆତ୍ମଲିଙ୍ଗଙ୍କୁ ମହାଦେବଙ୍କ ପାଖରୁ ଗ୍ରହଣ କରି ଶ୍ରୀଲଙ୍କାକୁ ଫେରିବା ପଥରେ ସନ୍ଧ୍ୟା ନଇଁ ଆସିଲା ସନ୍ଧ୍ୟା ହେଲେ ରାବଣ ଧ୍ୟାନ କରିବାପାଇଁ ପ୍ରତିଦିନ ବସିବାକୁ ଯାଆନ୍ତି ସନ୍ଧ୍ୟା ହୋଇ ଆସୁଥିବାର ଦେଖି କିନ୍ତୁ ଚିନ୍ତା କରୁଥିବା ଅବକାଶରେ ଅଦୂରରେ ଥିବା ଗୋଟିଏ ଗାଇଆଳ ପିଲାକୁ ଦେଖି ପାଖକୁ ଡାକି କିଛି ସମୟପାଇଁ ସେହି ଆତ୍ମଲିଙ୍ଗକୁ ଧାରଣ କରିବାକୁ କହିଲେ ସେ କହିଲେ ଧ୍ୟାନ ଶେଷ ହେବାପରେ ସେ ପିଲାଟି ପାଖରୁ ଆତ୍ମଲିଙ୍ଗଟି ନେବେ ଏହି କଥାନୁସାରେ ରାବଣ ପିଲାଟିକୁ ଆତ୍ମଲିଙ୍ଗଙ୍କୁ ଧରାଇ ଦେଇ ଧ୍ୟାନ କରିବାକୁ ବସିଲେ କିନ୍ତୁ ସମୟ ପରେ ଆତ୍ମଲିଙ୍ଗ କ୍ରମେ ଓଜନିଆ ହୋଇ ଯାଉଥିବାର ଉପଲବ୍ଧି କରି ପିଲାଟି ତା’ର ଅସାମର୍ଥ୍ୟତା ପ୍ରକାଶ କରି ଚିତ୍କାର କଲା ଏଥିରେ ରାବଣର ଧ୍ୟାନ ଭଗ୍ନ ହୋଇଗଲା ଏବଂ ସେ ତାହା ଜାଣିପାରି ଯଥାଶୀଘ୍ର ଉଠି ଆସି ଆତ୍ମଲିଙ୍ଗଙ୍କୁ ଧାରଣ କରିବା ପୂର୍ବରୁ ଲିଙ୍ଗଦେବତା ମହାମେରୁ ପାଲଟି ଯାଇ ଭୂମିସ୍ପର୍ଶ କରି ସାରିଥିଲେ ଏହାପରେ ରାବଣ ସେହି ଦେବତାଙ୍କୁ ଉଠାଇ ନ ପାରି ଦୁଃଖରେ ସ୍ବଦେଶ ଫେରି ଗଲା
ଏବେ ଉପରୋକ୍ତ କିମ୍ବଦନ୍ତୀପୂର୍ଣ୍ଣ ଗପଟିକୁ ଐତିହାସିକ ଦୃଷ୍ଟିରୁ ବିଚାର କରାଯାଉ ସୋମବଂଶୀୟ ରାଜାମାନେ ପ୍ରଥମେ ପ୍ରାଚୀନ ଦକ୍ଷିଣ କୋଶଳ ରାଜ୍ୟରେ ରାଜତ୍ବ କରୁଥିଲେ ସେମାନଙ୍କ ଶାସନର ପ୍ରାରମ୍ଭରୁ କାଳଚୁରୀ (ଚେଦୀ) ରାଜ୍ୟମାନଙ୍କ ସହିତ ଘନ ଘନ ଯୁଦ୍ଧ ଲାଗି ଆସୁଥିଲା ୧୦ମ ଶତାବ୍ଦୀର ପ୍ରଥମାର୍ଦ୍ଧରେ ମହାଶିବଗୁପ୍ତ ଯଯାତି - ୧ମ କୋଶଳର ରାଜା ଥାଇ ଉତ୍କଳର ଶାସନ ଦାୟିତ୍ବ ଗ୍ରହଣ କରିବା ପୂର୍ବରୁ ଓଡ଼ିଶାରେ ଭୌମନର ପ୍ରାଜ୍ଞୀମାନଙ୍କର ଶାସନଗତ ଦୁର୍ବଳତାର ସୁଯୋଗ ନେଇ ଏବଂ ବଙ୍ଗପାଳ ରାଜ୍ୟମାନଙ୍କର ଗୃହଯୁଦ୍ଧ ଲାଗିଥିବାରୁ ସୁବିଧା ପାଇ କମ୍ବୋଜୀୟ ପାଳ ରାଜାମାନେ ଉତ୍ତର ଏବଂ ପଶ୍ଚିମ ବଙ୍ଗଳାକୁ ଅଧିକାର [୨] କରିବା ସହିତ ଦଣ୍ଡଭୁକ୍ତି ମଣ୍ଡଳ ଅଧିକାର କରିନେଲେ ଏହାପରେ ସେମାନେ କ୍ରମେ ଉତ୍ତର ତୋଷାଳୀକୁ ଅଧିକାର କରିବାପାଇଁ ପ୍ରୟାସ ଚଳାଇଲେ ତେବେ ଏତିକି ବେଳେ ଏହି ଦଣ୍ଡଭୁକ୍ତି ମଣ୍ଡଳର ଦକ୍ଷିଣସୀମା ପ୍ରାୟ ବାଲେଶ୍ବର ଯାଏ ପ୍ରସାରିତ ହୋଇଥିଲା ଖ୍ରୀ ୯୮୦ରୁ ଖ୍ରୀ ୧୦୦୮ ମସିହା ମଧ୍ୟରେ ସୋମବଂଶୀୟ ରାଜା ଧର୍ମରଥ ଶତୃରାଜ୍ୟକୁ ଛାରଖାର [୩] କରିଥିବା ପ୍ରସଙ୍ଗ ମହୁଲପଡ଼ା ତାମ୍ରଶାସନରୁ ଜଣାପଡ଼େ ମାତ୍ର ତାଙ୍କପରେ ନହୁଷ ଖ୍ରୀ ୧୦୦୮ରୁ ଶାସନ କରିଥିଲେ ମଧ୍ୟ ଏତିକି ବେଳେ ଦଣ୍ଡଭକ୍ତି, ଦକ୍ଷିଣ ରାଢ଼, ଗୌଡ଼ ଆଦି ରାଜ୍ୟ ନିଜର ସ୍ବାଧୀନତା ଘୋଷଣା କଲେ ସୋମବଂଶୀୟ ରାଜା ନହୁଷଙ୍କ ସ୍ବଲ୍ପକାଳର ରାଜତ୍ବପରେ ସେହି ବଂଶର ଇନ୍ଦ୍ରରଥ ରାଜା ହୋଇଥିବା ସମୟରେ ଦାକ୍ଷିଣାତ୍ୟର ରାଜେନ୍ଦ୍ରଚୋଳଙ୍କ ଅଭିଯାନ (ଖ୍ରୀ୧୦୨୧-୧୦୨୩) ବେଳେ ଏ ସବୁ ରାଜ୍ୟ ଜୟ କରିଥିଲେ [୪] ବି ତାଙ୍କ ପରବର୍ତ୍ତୀ ସମୟରେ ଏ ସବୁ ରାଜ୍ୟମାନଙ୍କୁ କାଳଚୁରୀ (ଚେଦୀ)ମାନେ ଆସି ପୁଣି ଶାସନ କରିବାକୁ ଲାଗିଲେ ମାତ୍ର ସୋମବଂଶୀୟ ରାଜା ମହାଶିବଗୁପ୍ତ ଯଯାତି - ୨ୟ ଉତ୍କଳ, କଙ୍ଗୋଦ ଓ କୋଶଳର ରାଜାଥାଇ ନିଜର ରାଜନୈତିକ କୌଶଳରେ ବଙ୍ଗଳା ସହିତ ବନ୍ଧୁତା କରି ସେହି ପାଖରୁ ଗୌଡ଼ ଓ ରାଢ଼କୁ ଜୟ କରିବା [୫] ସହିତ ଦଣ୍ଡଭୁକ୍ତି ମଣ୍ଡଳକୁ ମଧ୍ୟ ଅଧିକାର କରିନେଲେ ଫଳରେ ଯଯାତି-୨ୟଙ୍କ ପରାକ୍ରମରେ ଭୟଭୀତ ହୋଇ କାଳଚୁରୀ(ଚେଦୀ) ରାଜାମାନେ ବଙ୍ଗଳାର ସୀମାକୁ ଆଉ ଯୁଦ୍ଧ କରିବାକୁ ଆସିଥିବାର କୌଣସି ପ୍ରମାଣ ନାହିଁ [୬] ସୋମବଂଶୀୟ ରାଜାଙ୍କ ଗୋଟିଏ ତାମ୍ରଶାସନରେ ଏହି ଯୁଦ୍ଧ ସମ୍ପର୍କରେ ବର୍ଣ୍ଣିତ ହୋଇଛି କି;
ରାମାହରାଶ୍ଚେ ବଦ୍ଧଜାଟ୍ୟାନ୍
ସଭତ୍ତପେଡ଼ି ପ୍ରଭୃତିନ୍ ବିରାଧାନ୍
ମୁଣ୍ଡାନ୍ ବିକଳ୍ପ୍ୟାହିତ ଶବ୍ର୍ବରାମଃ
ସ ଲକ୍ଷ୍ମଣୋ ରାମଇବାପ୍ତ ସେତୁ [୭]
ଅର୍ଥାତ ପରାଜିତ ଚେଦୀ ବଂଶର ସେହି ରାଜା ସମସ୍ତ ସୁଖଶାନ୍ତି(ରାମା) ହରାଇ ଅହିତ ମୁଣ୍ଡାଜାତୀୟ ଲୋକଙ୍କ ପରି ମୁଣ୍ଡରେ ଜଟାବାନ୍ଧି ସେତୁବନ୍ଧ ଆଡ଼କୁ (ଦକ୍ଷିଣ ଦିଗକୁ) ରାମଲକ୍ଷ୍ମଣଙ୍କ ପରି ରାଜ୍ୟ ହରାଇ ପଳାୟନ କଲେ
ଏଠାରେ ପୁଣି ଆଉ କେତେକ ପ୍ରଶ୍ନ ଦେଖାଦିଏ ଯେ, ଚେଦୀମାନେ ଏ ଅଞ୍ଚଳରେ ଥିଲେ କି ନାହିଁ ଏବଂ ସେମାନଙ୍କର ଆରାଧ୍ୟ ଦେବତା କିଏ ଥିଲେ? ଚେଦୀମାନେ ପୂର୍ବରୁ ସୋମବଂଶୀୟ ରାଜାଙ୍କ ପାଖରୁ ପରାଜିତ ହୋଇଥିବା ପ୍ରସଙ୍ଗ ବର୍ଣ୍ଣିତ ହୋଇଥିବା ବେଳେ ଯଯାତି-୨ୟଙ୍କ ଶାସନ ତୃତୀୟ ବର୍ଷ ଏ ଅଞ୍ଚଳକୁ ଅଭିଯାନ କରିଥିବା ପ୍ରସଙ୍ଗ ଇତିହାସ ପୃଷ୍ଠାରୁ ଜଣାପଡ଼େ ସେ ଖ୍ରୀ ୧୦୨୪ରୁ ଖ୍ରୀ ୧୦୪୦ ଯାଏ ରାଜତ୍ବ କରିଥିବା ସମୟ ମଧ୍ୟରେ ଖ୍ରୀ ୧୦୨୭ ମସିହାରେ ଗୌଡ଼, ରାଢ଼ ଏବଂ ଦଣ୍ଡଭୂକ୍ତି ଜୟ କରିଥିଲେ
ମୟୁରଭଞ୍ଜ ଜିଲ୍ଲାର ଉଦଳା ସବ୍ଡିଭିଜନରୁ ପ୍ରାପ୍ତ ଏକ ଶିଳାଲେଖରେ ‘ମଦର୍ଦ୍ଦା’ [୮] ନାମ ଥିବା ବେଳେ ସେନକପାଟ ଅଭିଲେଖରେ ‘ଅମର୍ଦ୍ଦକ ତୀର୍ଥନାଥ’ [୯] ବିଷୟରେ ଉଲ୍ଲେଖ ଅଛି ଏହି ଅଭିଲେଖ ଗୁଡ଼ିକ ଚେଦୀବଂଶୀୟ ରାଜାମାନଙ୍କ ପୃଷ୍ଠପୋଷକତାରେ ଓଡ଼ିଶାରେ ପାଶୁପତ ଧର୍ମୀ ଶିବାଚାର୍ଯ୍ୟମାନେ ପ୍ରାଧାନ୍ୟ ବିସ୍ତାର କରିଥିଲେ ଲିପି ଦୃଷ୍ଟିରୁ ଏହା ଖ୍ରୀଷ୍ଟିୟ ନବମ ଶତାବ୍ଦୀ [୧୦] ବୋଲି ଡ: ସତ୍ୟନାରାୟଣ ରାଜଗୁରୁ ସ୍ଥିର କରିଛନ୍ତି ତେଣୁ ଏଥିରୁ ସ୍ପଷ୍ଟ ହୋଇଯାଏ ଯେ, ଚେଦୀ (କାଳଚୁରୀ)ମାନେ ଶୈବଧର୍ମର ପୃଷ୍ଠପୋଷକତା କରୁଥିବା ହେତୁ ସେମାନେ ଶୈବଧର୍ମୀ ଥିଲେ ପୁନଶ୍ଚ ଉପରବର୍ଣ୍ଣିତ ଅଭିଲେଖ ଅନୁସାରେ ‘ମଦର୍ଦ୍ଦା’ ଓ ‘ଅମର୍ଦ୍ଦକ ତୀର୍ଥନାଥ’ ଶବ୍ଦଦ୍ବୟ ସୁବର୍ଣ୍ଣରେଖା ନଦୀ ପାର୍ଶ୍ବସ୍ଥ ଅମର୍ଦ୍ଦା ନାମକ ସ୍ଥାନକୁ ବୁଝାଉଛି ଅତଏବ ସେ ସମୟରେ ନୌବାଣିଜ୍ୟ ମାଧ୍ୟମରେ ଶୈବାଚାର୍ଯ୍ୟମାନେ ନଦୀ ମୁହାଣ ଯାଏ ଆସି ଧର୍ମ ପ୍ରଚାର କରିଥିବା ସମ୍ଭବ ସେମାନେ ଶୈବଧର୍ମର ଆନୁଗତ୍ୟ ପାଇ ସୋମବଂଶୀୟ ଆକ୍ରମଣରେ ଭୟଭୀତ ହୋଇ ଦାକ୍ଷିଣାତ୍ୟକୁ ପଳାୟନ କରିବା ସମୟରେ ଏଠାରେ ଥିବା ତାଙ୍କ ଦେବତାଙ୍କୁ ସେମାନେ ତ୍ୟାଗ କରି ପଳାୟନ କରିଥିବେ
ଖ୍ରୀ ଅଷ୍ଟମ,ନବମ ଓ ଦଶମ ଶତାବ୍ଦୀରେ ଓଡ଼ିଶାରେ ବୌଦ୍ଧ ମହାଯାନୀମାନଙ୍କ ଦ୍ବାରା ତନ୍ତ୍ର ଉପାଦନା କରା ଯାଉଥିବା ସମୟରେ ଶୈବ, ଶାକ୍ତ ଓ ବୌଦ୍ଧ ଧର୍ମର ସମ୍ମିଶ୍ରଣ ଘଟିଥିଲା[୧୧] ପୂର୍ବରୁ ବର୍ଣ୍ଣିତ ହୋଇ ସାରିଛି ଯେ ପଞ୍ଚମ/ଷଷ୍ଠ ଶତାବ୍ଦୀରେ କର୍ଣ୍ଣସୁବର୍ଣ୍ଣର ରାଜା ଶଶାଙ୍କଙ୍କ ବୌଦ୍ଧ ବିଦ୍ବେଷନୀତି ଯୋଗୁଁ ଧ୍ବଂସ ସାଧିତ ହୋଇ ଶୈବ ଧର୍ମର ପ୍ରସାର ଘଟିଥିଲା କିନ୍ତୁ ଭୌମକର ମାନେ ଓଡ଼ିଶାର ପୂର୍ବୋତ୍ତର ଭାଗ ଅଧିକାର କରିବା ପରେ ସେଠାରେ ମୃତପ୍ରାୟ ବୌଦ୍ଧଧର୍ମର ପୁନରୋଦ୍ଧାର କରିଥିଲେ [୧୨] ଅର୍ଥାତ ଏତିକି ବେଳେ (ନବମଶତାବ୍ଦୀ)ରେ ସୁବର୍ଣ୍ଣରେଖା ନଦୀ ମୁହାଣସ୍ଥ ଧ୍ବଂସପ୍ରାପ୍ତ ବୋଧିପଦକ ବିହାରର ପୁନଃ ସଂସ୍କାର କରାଯାଇ ବୌଦ୍ଧଭୀକ୍ଷୁ ଓ ଭୀକ୍ଷୁଣୀ ମାନଙ୍କ ରହିବା ବ୍ୟବସ୍ଥା ହୋଇଥିଲା ଓଡ଼ିଶା ଓ ବଙ୍ଗ ଦେଶରେ ସହଜିଆ ଧର୍ମର ପ୍ରସାର ସଂଗେ ସଂଗେ ଗୌଡ଼ୀୟ ବୈଷ୍ଣବ ଧର୍ମର ବିକାଶ ଲାଭକଲା ଓଡ଼ିଶାରେ କାଳଚକ୍ର ଓ ତନ୍ତ୍ରଯାନର ପ୍ରସାର ଅଧିକ ମାତ୍ରାରେ ଅନୁସୃତ ହେଲା ସେଥିରୁ ପଞ୍ଚମାକାର [୧୩] ସମ୍ପୃକ୍ତ ମହାକାଳୀ ଓ ମହାକାଳ ଭୈରବ ଉପାସନାର ସୃଷ୍ଟି ହେଲା ଏହାକୁ ସହଜଯାନର ଗୋଟିଏ ଆନୁଷଙ୍ଗିକ ପଦ୍ଧତି ବୋଲି କୁହାଯାଏ ଏଠାରେ ମଧ୍ୟ ଏହା ପ୍ରତୀୟମାନ ହେଉଥିବାର ଜଣାପଡ଼େ କାରଣ ଜୟରାମପୁର ଗ୍ରାମରେ ସେହି ଆହୁତି କୁଣ୍ଡର ଅନ୍ୟ ଅଂଶ ଖୋଦିତ ହେଉଥିବା ବେଳେ ମହାକାଳ ଭୈରବ ମୂର୍ତ୍ତି ଆବିଷ୍କୃତ ହୋଇଅଛି ସହଜଯାନର ମୌଳିକ ନୀତି ହେଲା ସମ୍ଭୋଗ ସଂଗେ ଅପାର୍ଥିବ ସୁଖ ଲାଭ କରିବା ତନ୍ତ୍ର ଉପାସନା ପଦ୍ଧତିରେ ଆଚାର ବିଚାର ନଥାଇ ମଦ୍ୟ, ମୁଦ୍ରା ଓ ମୈଥୁନର ବ୍ୟାପକ ପ୍ରସାର ଘଟିଥିଲା ଯଯାତି-୨ୟଙ୍କ ଶାସନ କାଳରେ ମଧ୍ୟ ଏହାର ପ୍ରଭାବ ବଢ଼ି ଚାଳିଥିଲା ବୋଲି କବିଡିଣ୍ଡିମ ଜୀବଦେବାଚାର୍ଯ୍ୟଙ୍କ ‘ଭକ୍ତି ଭାଗବତ’ ପୁସ୍ତକରୁ ସୂଚନା ମିଳେ [୧୪] ଯଯାତି -୨ୟ ଯାଜପୁରକୁ ତାଙ୍କର ରାଜଧାନୀ ଭାବେ ଗ୍ରହଣ କରିବାପରେ ଏହି ତନ୍ତ୍ର ବିଲୋପ ପ୍ରକ୍ରିୟା ଆରମ୍ଭ କରି ବ୍ରାହ୍ମଣ୍ୟ ଧର୍ମର ପୁନଃ ପ୍ରତିଷ୍ଠା କରିବାପାଇଁ ସେ ଶୈବଧର୍ମର ପୃଷ୍ଠପୋଷକତା କଲେ[୧୫] ଏଥିପାଇଁ ସେ ଯାଜପୁରରେ ବ୍ରାହ୍ମଣ୍ୟଧର୍ମର ପ୍ରତିଷ୍ଠା ପାଇଁ ଛଅଶହ ବୌଦ୍ଧ ତାନ୍ତ୍ରିକଙ୍କୁ ହତ୍ୟା କରିବା ସହ ତନ୍ତ୍ରପୀଠମାନଙ୍କୁ ନିଶ୍ଚିହ୍ନ କରି ସେଠାରେ ଦଶାଶ୍ବମେଧ ଯଜ୍ଞ କରିଥିବା ପରି ସୁବର୍ଣ୍ଣରେଖା ନଦୀ ତୀରସ୍ଥ ଧ୍ବଂସପ୍ରାପ୍ତ ବୋଧିପଦକ ବିହାରର ପୁନଃ ସଂସ୍କାର ହୋଇ ଗଢ଼ି ଉଠିଥିବା ବୌଦ୍ଧ ତନ୍ତ୍ରପୀଠ ମାନଙ୍କୁ ଯଯାତି-୨ୟ ଧ୍ବଂସ କରି ସମୁଦ୍ରତୀରରେ ବିଶାଳ ଶୈବପୀଠ ସହ ବିଶାଳ ଲିଙ୍ଗମୂର୍ତ୍ତି ସ୍ଥାପନ କରି ପୂଜାର୍ଚ୍ଚନାର ବ୍ୟବସ୍ଥା କଲେ ଏବଂ ସେଠାରେ ପୂର୍ବକାଳରୁ ଉତ୍ପୀଡ଼ିତ ହୋଇ ଆସୁଥିବା ବ୍ରାହ୍ମଣ୍ୟ ଧର୍ମର ପୁନରୋଦ୍ଧାର କରିବା ଲାଗି ସେ ସେଠାରେ ବିଶାଳ ଯଜ୍ଞର ଆୟୋଜନ କରିଥିବା ସମ୍ଭବ ସୋମବଂଶୀୟ ରାଜା ଯଯାତି-୨ୟ ଗୌଡ଼ଦେଶ, ରାଢ଼ ଓ ଦଣ୍ଡଭୁକ୍ତି ମଣ୍ଡଳ ଜୟ କରି ସେଥିରୁ ପ୍ରାପ୍ତ ଅର୍ଥରେ ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ନିର୍ମାଣ କାର୍ଯ୍ୟ [୧୬] ଆରମ୍ଭ କରିଥିବା ବେଳେ ଓଡ଼ିଶାରେ ବହୁ ସାଂସ୍କୃତିକ କୀର୍ତ୍ତିରାଜିମାନ ନିର୍ମାଣ କରିଥିବା ବିଷୟ ତଥ୍ୟାନୁସନ୍ଧାନରୁ ଜଣାପଡୁଥିବା ବେଳେ ସୁବର୍ଣ୍ଣରେଖା ନଦୀ ମୁହାଣରେ ଭୂଷଣ୍ଡେଶ୍ବରଙ୍କ ବିଶାଳ ମନ୍ଦିର ନିର୍ମାଣ କରିଥିବା ସମ୍ଭବ
ଏବେ ଆମେ ଖୋଜିପାଉଁ ଯେ, ଷୋଡ଼ଶ ଶତାବ୍ଦୀର ପ୍ରାରମ୍ଭରୁ ଏହି ନଦୀ ମୁହାଣରେ ପିପିଲି ବନ୍ଦର ଗଢ଼ି ଉଠିଥିଲା ଏହି ନଦୀ ମୁହାଣକୁ (୧୬୮୦) ବଣିକ ମାନେ ଆସିବା ବେଳେ ସେଠାକାର ଭୂମିର ଯେଉଁ ପରିଚୟ ମିଳୁଥିଲା, ତାହା ବ୍ରିଟିଶ ମ୍ୟୁଜିୟମରୁ ସଂଗୃହୀତ ଜାହାଜ ଚଳାଚଳ ଦସ୍ତାବେଜରୁ ସ୍ପଷ୍ଟ ଜଣାପଡ଼େ ଯେ, ସୁବର୍ଣ୍ଣରେଖା ନଦୀ ମୁହାଣରେ ଗୋଟିଏ ବିଶାଳ ବୃକ୍ଷ୍ୟର ଶାଖା ପ୍ରଶାଖା ମଧ୍ୟ ଦେଇ ଏହ ବିରାଟ ମନ୍ଦିର ଖୁବ୍ ଭଲଭାବରେ ସମୁଦ୍ର ମଧ୍ୟସ୍ଥ ଭାସି ଆସୁଥିବା ବାଣିଜ୍ୟିକ ପୋତ ଉପରକୁ ଦେଖାଯାଉଥିଲା[୧୭] ଖ୍ରୀ ୧୬୮୭ ମସିହାର ରବର୍ଟ୍ କେମ୍ପଥର୍ନଙ୍କ ଡାଇରେକ୍ସନ୍ ଅଫ୍ ସେଲିଂରେ ‘ପଇଣ୍ଟ୍ ଡି ଗାଲେ (ସିଂହଳର ଦକ୍ଷିଣ ପଶ୍ଚିମ ଦିଗରେ ଅବସ୍ଥିତ)’ ଠାରୁ ପିପିଲି ବନ୍ଦର ପର୍ଯ୍ୟନ୍ତ ଉପକୂଳସ୍ଥ ଲ୍ୟାଣ୍ଡମାର୍କ ଗୁଡ଼ିକର ଅବସ୍ଥିତି, ଦୂରତ୍ବ ଇତ୍ୟାଦିର ବର୍ଣ୍ଣନାରେ ତତ୍କାଳୀନ ପିପିଲି ବନ୍ଦରର ନିର୍ଭୂଲ ଚିହ୍ନଟ ସମ୍ପର୍କୀୟ ତଥ୍ୟ ମିଳିଥାଏ ଏହି ତଥ୍ୟ ଇଞ୍ଜିନିୟର୍ ଦୁର୍ଗାପ୍ରସାଦ ପତିଙ୍କ ‘ପୋର୍ଟ୍ସ ଏଣ୍ଡ୍ ଲ୍ୟାଣ୍ଡ୍ମାର୍କ୍ସ’ ପୁସ୍ତକର ପ୍ରଥମ ପୃଷ୍ଠାରେ ବିବୃତ ହୋଇଥିବା ବେଳେ ଡଃ କାର୍ତ୍ତିକେଶ୍ବର ପାତ୍ରଙ୍କ ରଚିତ ‘ଦି ପୋର୍ଟ୍ସ ଇନ୍ ଓଡ଼ିଶା’ ପୁସ୍ତକର ୨୧୨ ପୃଷ୍ଠାରେ ଉଲ୍ଲେଖ ଅଛି, “There is anchorage off Subarnarekha river mouth, 8 miles from the coast in depths of from 4.5 to 5 fathoms, muddy bottom with the pagoda bearing 327.” ପୁନଶ୍ଚ ସ୍ବର୍ଗତଃ କବି ମାନଗୋବିନ୍ଦ ବେହେରାଙ୍କ ଦ୍ବାରା ସଂଗୃହୀତ ତଥା ଲିଖିତ ପୁସ୍ତକ ‘ଭୂଷଣ୍ଡ ପୁରାଣ’ ମଧ୍ୟ ଏହି ମତକୁ ସମର୍ଥନ କରୁଛି ସେହିପରି କ୍ଷିତିନ୍ଦ୍ରନାଥ ଠାକୁର ଓ କ୍ଷେମେନ୍ଦ୍ରନାଥ ଠାକୁରଙ୍କ ସମ୍ପାଦନାରେ ପ୍ରକାଶିତ ‘ତତ୍ବବୋଧିନୀ’ ପତ୍ରିକାରେ ଖ୍ରୀ ୧୮୬୨ ମସିହାର ଭାଦ୍ର ସଂଖ୍ୟାରେ ଉଲ୍ଲେଖ ହୋଇଛି ଯେ ନଦୀର ଉତ୍ତର ପାର୍ଶ୍ବରେ ବିରାଟ ମନ୍ଦିର ଥିବା ବେଳେ ପୂର୍ବୋତ୍ତର ଭାଗରେ ବିଶାଳ ଶ୍ବେତ ବାଲୁକାରାଶିର ପର୍ବତ ଶ୍ରେଣୀ ଏବଂ ତାର ପାର୍ଶ୍ବରେ ଗୋଟିଏ କ୍ଷୀଣକାୟ ନଦୀ ସ୍ରୋତ ଦୃଶ୍ୟାୟମାନ [୧୮] ହେଉଥିଲା ମନ୍ଦିରଟି ଭଗ୍ନପ୍ରାୟ ଥିବା ବେଳେ ଭିତରେ ଥିବା ବିଶାଳ ଶିବଲିଙ୍ଗ ଭୂମିରେ ପତିତ ମନ୍ଦିରର ଲମ୍ବ ୧୦୦ ଫୁଟ ଥିବା ବେଳେ ଓସାର ଜାଣିବାର ଉପାୟ ନାହିଁ କାରଣ ମନ୍ଦିର ଚଟାଣର କିଛି ଅଂଶ ସମୁଦ୍ର ଲହଡ଼ିରେ ଧୋଇ ଯାଇଥିଲା ସ୍ଥାନୀୟ ଲୋକମାନଙ୍କ ମତରେ ସେହି ମନ୍ଦିର ମୁସଲମାନ ମାନଙ୍କ ଆକ୍ରମଣରେ [୧୯] ଭାଙ୍ଗିଯାଇଥିଲା ଚଟାଣରେ ବିଛା ଯାଇଥିବା ମସୃଣ ପଥରରେ ସୁଦୃଶ୍ୟ ଚିତ୍ରମାନ ଅଙ୍କିତ ହୋଇଥିବା ବେଳେ ମନ୍ଦିରର କିଛି ଅଂଶ ଦେଖିବାକୁ ମିଳୁଥିଲା ମନ୍ଦିର ଭିତରେ ଥିବା ଲିଙ୍ଗ ଦେବତାଙ୍କୁ ମଧ୍ୟ ଦଶବର୍ଷ ତଳେ ଓଲଟାଇ ଦିଆଯାଇଥିବାର ସେ ସମୟରେ ସ୍ଥାନୀୟ ଲୋକଙ୍କ କଥାରୁ ଜଣାପଡ଼େ ପୁନଶ୍ଚ ସେ ସମୟର ଲୋକମତରୁ ଜଣାଯାଇଥିଲା ଯେ, ଏହି ମନ୍ଦିର ଓ ଦେବତାଙ୍କୁ ଓଡ଼ିଶାର ଜଣେ ରାଜା [୨୦] ପ୍ରତିଷ୍ଠା କରି ପୂଜା ଆରାଧନା କରାଯିବାର ବ୍ୟବସ୍ଥା କରିଥିଲେ ତେଣୁ ଐତିହାସିକ ତଥ୍ୟ ଅନୁସାରେ ସୋମବଂଶୀୟ ରାଜା ମହାଶିବଗୁପ୍ତ ଯଯାତି-୨ୟଙ୍କ ବ୍ୟତୀତ ଅନ୍ୟ କୌଣସି ଓଡ଼ିଶାର ରାଜା ଏଠାକୁ ଆସିଥିଲେ ବି ସାଂସ୍କୃତିକ କାର୍ଯ୍ୟରେ ସଂପୃକ୍ତ ଥିବାର ତଥ୍ୟଯୁକ୍ତ ପ୍ରମାଣ ମିଳିନାହିଁ ପୁନଶ୍ଚ ଯାଜପୁର ଅଞ୍ଚଳ ପରି ଏଠାରେ ସେହି ତାନ୍ତ୍ରିକ ବୌଦ୍ଧ ଉପାସନାର ନଜିର ଆଜିଯାଏ ମିଳିପାରୁଛି ତେଣୁ ଯଯାତି-୨ୟଙ୍କ ଶାସନ କାଳରେ ସୁବର୍ଣ୍ଣରେଖା ନଦୀ ମୁହାଣରେ ବିରାଟ ମନ୍ଦିର ନିର୍ମାଣ ହେବା ସହିତ ସେହି ମନ୍ଦିର ମଧ୍ୟରେ ବିଶାଳ ଲିଙ୍ଗ ଦେବତାଙ୍କୁ ପ୍ରତିଷ୍ଠା କରି ପୂଜା ଆରାଧନା କରାଯାଇ ଆସୁଥିବା ସହିତ ଜୟରାମପୁର ଗ୍ରାମରେ ଯେଉଁ ବିରାଟ ଯଜ୍ଞର ଆୟୋଜନ କରି ଯାଇଥିଲେ ତାହା ସେଠାରେ ଦୀର୍ଘକାଳ ଧରି ବସବାସ କରି ଆସୁଥିବା ବ୍ରାହ୍ମଣମାନେ ବ୍ରାହ୍ମଣ୍ୟ ଧର୍ମର ବିକାଶ ପାଇଁ ଉକ୍ତ ସ୍ଥାନରେ ଜାଗଯଜ୍ଞ କରି ଆସୁଥିବା ସମ୍ଭବ ସେହିପରି ସମୁଦ୍ର କୂଳରେ ଶୋଭା ପାଇ ଆସୁଥିବା ଅତ୍ୟୁଚ୍ଚ ମନ୍ଦିର ସମ୍ଭବତଃ ଖ୍ରୀ ୧୭୩୦ରୁ ଖ୍ରୀ୧୭୩୪ ମସିହା ମଧ୍ୟରେ ଓଡ଼ିଶାର ନାଏବ ନିଜାମ ସୁଜାଉଦ୍ଦିନଙ୍କ ପୁତ୍ର ମହମ୍ମଦ ତକ୍କି ଖାଁଙ୍କ ହିନ୍ଦୁ ବିଦ୍ବେଷ ନୀତିରେ ଧ୍ବଂସ ହୋଇଥିବାର ଅନୁମିତ ହୁଏ
ପାଦଟୀକା
୧. ସଚିତ୍ର ବିଜୟା, ଜାନୁଆରୀ ୧୯୯୫ ମସିହା, ପ୍ରଥମବର୍ଷ, ଚତୁର୍ଥ ସଂଖ୍ୟା, ପୃ-୭୬
୨. Ramesh Chandra Majumdar - History of Bengal, Vol-I-PP-141
୩. ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୪୦
୪. Ramesh Chandra Majumdar - History of Bengal, Vol-I-PP-1୩୮
୫. ନିହାର ରଞ୍ଜନ ରାୟ - ବାଙ୍ଗାଲୀର ଇତିହାସ-୨ୟ ଭାଗ - ପୃଷ୍ଠା - ୫୧୨
୬. Ramesh Chandra Majumdar - History of Bengal, Vol-I-PP-148
୭. ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୨୪
୮. ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୦୧
୯. ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୦୧
୧୦. ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୦୧
୧୧. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃଷ୍ଠା - ୨୦୮
୧୨. ଡ: ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୪୩୩
୧୩. ଡ: ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୪୫୪
୧୪. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃଷ୍ଠା - ୨୧୦
୧୫. ଡ: ଏକାଦଶୀ ପାଢ଼ୀ - ଯୁଗେ ଯୁଗେ ଯାଜପୁର - ପୃଷ୍ଠା - ୨୧୦
୧୬. ଡ: ସତ୍ୟନାରାୟଣ ରାଜଗୁରୁ- ଓଡ଼ିଶାର ଇତିହାସ - ପୃଷ୍ଠା - ୫୫୬
୧୭. ଇଂ ଦୂର୍ଗାପ୍ରସାଦ ପତି - ପୋର୍ଟ୍ସ ଏଣ୍ଡ ଲ୍ୟାଣ୍ଡମାର୍କ - ପୃଷ୍ଠା - ୦୧
୧୮. ଇଂ ଦୂର୍ଗାପ୍ରସାଦ ପତି - ପୋର୍ଟ୍ସ ଏଣ୍ଡ ଲ୍ୟାଣ୍ଡମାର୍କ - ପୃଷ୍ଠା - ୦୫
୧୯. କ୍ଷେମେନ୍ଦ୍ରନାଥ ଠାକୁର - ତତ୍ବବୋଧିନୀ, ୧୭୮୪ ଶକ ଭାଦ୍ର ସଂଖ୍ୟା - ପୃଷ୍ଠା - ୪୯
୨୦. କ୍ଷେମେନ୍ଦ୍ରନାଥ ଠାକୁର - ତତ୍ବବୋଧିନୀ, ୧୭୮୪ ଶକ ଭାଦ୍ର ସଂଖ୍ୟା - ପୃଷ୍ଠା - ୫୦
Go Back to Previous Page
ସମୟ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
Read Article
ପୁରୀର ପ୍ରାଚୀନ ନାମ
ଶ୍ରୀ ବୈକୁଣ୍ଠନାଥ ଖଟୁଆ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ