ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ରେମୁଣାରେ ଶ୍ରୀଗୋପୀନାଥଙ୍କୁ କେନ୍ଦ୍ରକରି ଓଡ଼ିଶାର ସମସ୍ତ ପ୍ରକାର ରାଜନୈତିକ, ସାମାଜିକ ଓ ସାଂସ୍କୃତିକ ଉନ୍ମେଷ ଘଟିଛି ଗୋପୀନାଥଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରତିଷ୍ଠା ଲାଭକଲା ଓଡ଼ିଆ ପ୍ରାଣର ଦେବତା ରୂପେ ଶ୍ରୀ ଜଗନ୍ନାଥ ପ୍ରତିଷ୍ଠା ହେବାରୁ ଭାରତର ପ୍ରତ୍ୟେକ ଅଞ୍ଚଳରୁ ଶ୍ରଦ୍ଧାଳୁ ଭକ୍ତମାନେ ପୁରୀ ଶ୍ରୀକ୍ଷେତ୍ରକୁ ଧାଇଁ ଆସିବା ପରି ରେମୁଣାରେ ଶ୍ରୀଗୋପୀନାଥ ଉପସ୍ଥିତ ହେବା ପରଠାରୁ ଭାରତର ବିଭିନ୍ନ ଅଞ୍ଚଳ ସହିତ ସଂଯୋଗ ସ୍ଥାପିତ ହେଲା ଗଙ୍ଗବଂଶୀୟ ମହାରାଜା ଲାଙ୍ଗୁଳା ନରସିଂହ ଦେବଙ୍କ ଶାସନ କାଳରେ ରେମୁଣା ନଗରୀରେ ପବିତ୍ର ଆଧ୍ୟାତ୍ମିକ ପୀଠ ନିର୍ମାଣ ହେବାଫଳରେ ଭାରତର ବିଭିନ୍ନ ଅଞ୍ଚଳରୁ ଯାତ୍ରୀମାନଙ୍କ ନିମନ୍ତେ ଯାତ୍ରାପଥ ସୁଗମ ହେଲା ଏବଂ ଏହି ଧର୍ମପୀଠର ମାହାତ୍ମ୍ୟ କ୍ରମେ ଚାରିଆଡ଼କୁ ବିକଶିତ ହେଲା ଇତିହାସ ପୃଷ୍ଠାରୁ ଜଣାଯାଏ ଯେ, ଗଙ୍ଗବଂଶୀୟ ରାଜାମାନେ ବୈଷ୍ଣବ ଧର୍ମରେ ଦୀକ୍ଷା ଲାଭକରି ଶ୍ରୀକ୍ଷେତ୍ରକୁ ତାଙ୍କ ସାମ୍ରାଜ୍ୟର ଶ୍ରେଷ୍ଠ ପୂଣ୍ୟ ଧାମରେ ପରିଣତ କଲାପରେ, ରେମୁଣାକୁ ନିଜ ରାଜ୍ୟର ଏକ ଗୁରୁତ୍ବପୂର୍ଣ୍ଣ ଶାସନଖଣ୍ଡ ରୂପେ ପରିଚିତ କରାଇବା ସହିତ ସେଠାରେ ପୁରାଣ ଓ ମାହାତ୍ମ୍ୟମାନ ସୃଷ୍ଟିକରି ହିନ୍ଦୁ ସମାଜରେ ଗୋଟିଏ ତୀର୍ଥସ୍ଥାନର ମାନ୍ୟତା ଲାଭ କରାଇଥିଲେ ଏଥିପାଇଁ ସ୍ଥାନୀୟ ଦେବତାଙ୍କର ଆରାଧନା ସକାଶେ ବୈଷ୍ଣବଗୁରୁ ଓ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଦ୍ବାରା ଚାରିଆଡ଼େ ମହିମା ପ୍ରସାର ହେଲା କେବଳ ସେତିକି ନୁହେଁ, ଉକ୍ତ ସ୍ଥାନକୁ ଭାରତର ପବିତ୍ର ବୈଷ୍ଣବପୀଠ ବୃନ୍ଦାବନଧାମ ପରି ପରିଣତ କରିବାପାଇଁ ଗଙ୍ଗରାଜାଙ୍କ ପୃଷ୍ଠପୋଷକତାରେ ସମସ୍ତ ପ୍ରକାର ଆୟୋଜନ କରାଯିବା ସଂଗେ ସଂଗେ ଶ୍ରୀକୃଷ୍ଣଙ୍କ ଲୀଳା ସମ୍ବଳିତ ବୈଷ୍ଣବ ଉତ୍ସବମାନ ଅନୁଷ୍ଠିତ କରାଇଲେ
ରେମୁଣାସ୍ଥିତ କ୍ଷୀରଚୋରା ଗୋପୀନାଥଙ୍କ ପ୍ରତ୍ନତତ୍ତ୍ବକୁ ଅନୁସନ୍ଧାନ କଲେ ଜଣାପଡ଼େ ଯେ, ଖ୍ରୀଷ୍ଟୀୟ ତ୍ରୟୋଦଶ ଓ ଚତୁର୍ଦ୍ଦଶ ଶତାବ୍ଦୀରେ ରେମୁଣା ଥିଲା ଗଙ୍ଗସମ୍ରାଟ ମାନଙ୍କର ଏକ ସମସାମୟିକ କଟକ ବା ରାଜଧାନୀ ନରସିଂହ ଦେବ ଦ୍ବିତୀୟଙ୍କ ଖ୍ରୀ ୧୭୯୪ ମସିହାରେ ପ୍ରଦତ୍ତ କେନ୍ଦୁପାଟଣା ତାମ୍ରଶାସନରେ ରେମୁଣାକୁ କଟକ ବୋଲି ଘୋଷଣା କରାଯାଇଛି ତେଣୁ ଏଥିରୁ ମନେ କରାଯାଏ ଯେ, ସେ ସମୟରେ ରେମୁଣା କେବଳ ଓଡ଼ିଶାର ପ୍ରସିଦ୍ଧ ବୈଷ୍ଣବତୀର୍ଥ ନଥିଲା, ବରଂ ତା’ସହିତ ଏକ ରାଜନୈତିକ କ୍ଷେତ୍ରରୂପରେ ବି ପରିଗଣିତ ହେଉଥିଲା ସୁବର୍ଣ୍ଣରେଖା ନଦୀ ମୁହାଣସ୍ଥ ପିପିଲି ବନ୍ଦର ଏବଂ ଏଥି ସହିତ ବୁଢ଼ାବଳଙ୍ଗ ନଦୀ ମୁହାଣରେ ବାଲେଶ୍ବର ବନ୍ଦର ଚଳଚଞ୍ଚଳ ହେବାର ବହୁ ପୂର୍ବରୁ କଟକ ଓ ପୁରୀକୁ ଯିବାପାଇଁ ଉତ୍ତର ଦିଗରୁ ଥିବା ରାଜପଥ ରେମୁଣା ମଧ୍ୟଦେଇ ପ୍ରସାରିତ ହୋଇଥିଲା ଯାହାଫଳରେ ବଙ୍ଗଳାର ରାଜଧାନୀ ନଦୀୟାରୁ ପୁରୀ ଶ୍ରୀକ୍ଷେତ୍ରଯାଏଁ ଉଭୟ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ଯାତ୍ରାପଥ ନିର୍ମିତ ହେବା ସଙ୍ଗେ ସଙ୍ଗେ ତତ୍କାଳୀନ ରାଜାମାନଙ୍କର ରାଜ୍ୟଜୟ ଅବା ଶତୃସୈନ୍ୟଙ୍କୁ ସମ୍ମୁଖୀନ ହେବାପାଇଁ ପ୍ରଶସ୍ତ ରାଜପଥ ହୋଇ ଦେଖାଦେଲା ଆଉ ସେତେବେଳକୁ ଏହି ରାସ୍ତାକୁ କୁହାଯାଉଥିଲା ବଡ଼ଦାଣ୍ଡ କବି ପଦ୍ମଚରଣଙ୍କ ଭାଷାରେ;
ବଡ଼ଦାଣ୍ଡ ଧୂଳିକଣା ସରଗର ସମ୍ପଦ ଗୋ
ବଡ଼ଦାଣ୍ଡେ ଚାଲୁଥିଲେ ନାହିଁ ଭୟ ବିପଦ ଗୋ
ବଡ଼ଦାଣ୍ଡେ ବିହରନ୍ତି ପତିତପାବନ ହରି
ନୀଳଚକ୍ରେ ଲୟରଖି ପାପୀଯାଏ ତରି
ଏହି ବଡ଼ ଦାଣ୍ଡକୁ ଖ୍ରୀ ୧୮୨୭ ମସିହାରେ କଲିକତା ନିବାସୀ ରାଜା ସୁଖମୟ ସେନ ପୁନଃ ନିର୍ମାଣ କରାଇଥିଲେ ଏବଂ ଖ୍ରୀ ୧୮୬୬ ମସିହାରେ ନ’ଙ୍କ ଦୁର୍ଭିକ୍ଷ ପଡ଼ିବା ପରେ ଏହି ସଡ଼କ ପକ୍କା ହେଲା ଆଉ ପରବର୍ତ୍ତୀ ପର୍ଯ୍ୟାୟରେ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତଙ୍କ ଯାତ୍ରା ନିମନ୍ତେ ଅହଲ୍ୟାବାଇ [୧] ନାମକ ଜନୈକା ମହୀୟସୀ ନାରୀ ଉତ୍ତର ଭାରତ ସହିତ ଯୋଗାଯୋଗ ସ୍ଥାପନର ବ୍ୟବସ୍ଥା କରିଥିଲେ
ବିଶେଷ ଅନୁସନ୍ଧାନରୁ ଜଣାପଡ଼େ ଯେ, ମଥୁରା ଅଞ୍ଚଳରେ ଶାଶ୍ବତ [୨] ସମ୍ପ୍ରଦାୟର ଲୋକମାନଙ୍କ ମଧ୍ୟରେ ଥିବା ଭାଗବତଧର୍ମ ସମୟକ୍ରମେ ଭାରତର ସକଳ ଶ୍ରେଣୀର ଜନତାଙ୍କୁ ଯେପରି ଅନୁପ୍ରାଣିତ କରିଥିଲା, ତାହା ବାସ୍ତବତଃ କୌତୁହଳପ୍ରଦ ଆଉ ଏହି ଶାଶ୍ବତ ସଂପ୍ରଦାୟ ହେଉଛନ୍ତି ଶ୍ରୀକୃଷ୍ଣଙ୍କ ଯାଦବ ବଂଶ ଧାର୍ମିକ ଓ ସାଂସ୍କୃତିକ ଦୃଷ୍ଟିକୋଣରୁ ଏହା ବିଶେଷ ଗୁରୁତ୍ବପୂର୍ଣ୍ଣ ଓ ପ୍ରଭାବଶାଳୀ ଧର୍ମଭାବରେ ପରିଗୃହୀତ ହୋଇଥିଲା ମଥୁରା ଥିଲା ଏଇ ଧର୍ମ ମତବାଦର ପ୍ରଧାନପୀଠ ଏବଂ ଏହିଠାରୁ ଭାଗବତ ଧର୍ମର ଅଭ୍ୟୁଦୟ ଘଟିଥିଲା ବୋଲି ଅନୁମାନ କରାଯାଏ ଗ୍ରୀକ ରାଜଦୂତ ମେଘାସ୍ଥିନିସ୍ ତାଙ୍କ ଭ୍ରମଣକାଳୀନ ବିବରଣୀରେ ଲେଖିଛନ୍ତି ଯେ ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ ମଥୁରା ଅଞ୍ଚଳର [୩] ଲୋକମାନେ ବାସୁଦେବ କୃଷ୍ଣଙ୍କୁ ପ୍ରକୃତ ଭକ୍ତି କରୁଥିଲେ ଜର୍ମାନ ଗବେଷକ ଦୁହ୍ଲାରଙ୍କ ମତରେ ମହାବୀରଙ୍କ ଆବିର୍ଭାବ ପୂର୍ବରୁ କୃଷ୍ଣବାସୁଦେବଙ୍କ ଉପାସନାମୂଳକ ଧର୍ମ ଭାରତରେ ପ୍ରଚଳିତ ଥିଲା ଖ୍ରୀ.ପୂ. ଦ୍ବିତୀୟ ଶତାବ୍ଦୀ ବେଳକୁ ଭାଗବତଧର୍ମର ପ୍ରସାର ଗ୍ରୀକମାନଙ୍କୁ ପ୍ରଭାବିତ କରିଥିଲା ସେମିତି ଗବେଷକ ଷ୍ଟେବକନୋ ଓଡ଼ିଶାର ହାତୀଗୁମ୍ଫା ଶିଳାଲେଖରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ବର୍ଣ୍ଣନା ଥିବାର ଉଲ୍ଲେଖ କରିଛନ୍ତି ଭଣ୍ଡାରକରଙ୍କ ମତରେ ଏହି ଭାଗବତଧର୍ମ ହିଁ ଗୀତା ଧର୍ମ ଅଟେ
ଖ୍ରୀଷ୍ଟୀୟ ୪୯୦ ମସିହାରୁ ଅର୍ଥାତ ପଞ୍ଚମ ଶତାବ୍ଦୀର ଅନ୍ତିମ ଭାଗରୁ ଓଡ଼ିଶାରେ କୃଷ୍ଣ ଉପାସନା ଆରମ୍ଭ ହୋଇଥିବାର ଜଣାପଡ଼େ ଭାଗବତ ପୁରାଣ ରଚିତ ହେବା ସମୟରେ କିମ୍ବା ତା’ର କିଛି ସମୟ ପୂର୍ବରୁ ଓଡ଼ିଶାରେ କୃଷ୍ଣ ପରମ ଉପାସ୍ୟ ଦେବତା ରୂପେ ପ୍ରତିଷ୍ଠା ଲାଭ କରିଥିବା ବିଷୟ ନନ୍ଦ ପ୍ରଭଞ୍ଜନ ବର୍ମାଙ୍କ ଏବରଙ୍ଗ ତାମ୍ରଶାସନରୁ ପ୍ରମାଣିତ ହୁଏ ଦେଖିବାକୁ ଗଲେ ଏହା ଭାଗବତର ବ୍ୟାଖ୍ୟାନ ଅନୁସାରେ, “ଏତେ ତ୍ରାଂଶ କଳାପୁଂସଃ କୃଷ୍ଣସ୍ତୁ ଭଗବାନ ସ୍ବୟଂ” ଅର୍ଥାତ କୃଷ୍ଣ ହିଁ ସ୍ବୟଂ ଭଗବାନ ଭାବରେ ଘୋଷିତ ତଥା ଗୃହୀତ ଏଣୁ ଏଥିରୁ ପ୍ରମାଣିତ ହୁଏ ଯେ, ଓଡ଼ିଶାରେ କୃଷ୍ଣ ଉପାସନାର ଭାଗବତ ଧର୍ମୀ ବା ବୈଷ୍ଣବ ଧର୍ମର ପ୍ରଧାନ ଓ ପ୍ରଥମ ପୃଷ୍ଠପୋଷକ ଥିଲେ ମାଠର ରାଜବଂଶ କାରଣ ସେମାନେ ତାଙ୍କ ଅଭିଲେଖ ମାନଙ୍କରେ ଭାଗବତ ନାରାୟଣଙ୍କୁ କୂଳ ଦେବତାର ମାନ୍ୟ ଦେଇଛନ୍ତି ମାତ୍ର ଅନ୍ୟ କେତେକଙ୍କ ମତରେ ସୁଙ୍ଗ ରାଜତ୍ବ [୪] କାଳରେ ଭାଗବତ ଧର୍ମ ଓଡ଼ିଶାକୁ ପ୍ରବେଶ କରିଥିଲା
ଷଷ୍ଠ ଶତାବ୍ଦୀର ଅନ୍ତିମ ଭାଗ କିମ୍ବା ସପ୍ତମ ଶତାବ୍ଦୀର ପ୍ରାରମ୍ଭ କାଳରେ ଉତ୍ତର ଓଡ଼ିଶାରେ ବିଗ୍ରହ, ମୌଦଗଲ୍ୟ ପ୍ରଭୃତି ରାଜବଂଶର ଶାସନକାଳ ଅବକାଶରେ କୃଷ୍ଣ ଉପାସନାମୂଳକ ବୈଷ୍ଣବ ଧର୍ମ ପ୍ରଚଳିତ ଥିଲା ବୋଲି ଅଭିଲେଖ ମାନଙ୍କରୁ ପ୍ରମାଣ ମିଳେ ଖ୍ରୀଷ୍ଟୀୟ ୫୮୦ ମସିହାରେ ଶମ୍ଭୂଯଶଙ୍କ ପ୍ରଦତ୍ତ ସୋରୋ ତାମ୍ରଶାସନରେ ସେ ନିଜକୁ ‘ପରମଦୈବତାଧିଦେବତ’ ଉପାଧିରେ ଭୂଷିତ କରିଛନ୍ତି ସୋମଦତ୍ତଙ୍କ ସେରୋ ତାମ୍ରଶାସନରେ ‘ପରମଦୈବାତ’ ଉପାଧି ଥିବାର ପରିଲକ୍ଷିତ ହୁଏ ପୁନଶ୍ଚ ଅନ୍ୟ ଏକ ତାମ୍ରଶାସନରେ ସେ ‘ପରମଦୈବାତାଧିଦେବତ’ ଉପାଧି ଗ୍ରହଣ କରିଥିବାର ଦେଖାଯାଏ ଉକ୍ତ ସମସ୍ତ ପ୍ରକାର ବୈଷ୍ଣବ ଉପାଧିରୁ ସେତେବେଳେ ଉତ୍ତର ଓଡ଼ିଶାରେ ଭାଗବତ ଧର୍ମ ବା ବୈଷ୍ଣବ ଧର୍ମ ପ୍ରସାରିତ ହୋଇଥିବାର ଜଣାପଡ଼େ ତେଣୁ ଖ୍ରୀଷ୍ଟୀୟ ପଞ୍ଚମ ଶତାବ୍ଦୀରୁ ସପ୍ତମ ଶତାବ୍ଦୀର ପ୍ରାରମ୍ଭ କାଳକୁ ଓଡ଼ିଶାରେ ବୈଷ୍ଣବ ଧର୍ମ ତଥା କୃଷ୍ଣ ଉପାସନା ପ୍ରଥମେ ଆରମ୍ଭ ବୋଲି କୁହାଯାଇପାରେ
ଓଡ଼ିଶାରେ ଭୌମକର ରାଜତ୍ବ ପ୍ରତିଷ୍ଠା ହୁଏ ଖ୍ରୀଷ୍ଟୀୟ ୭୩୬ ମସିହାରେ ଏହାର ବହୁ ପୂର୍ବରୁ ପୁରୀରେ (ଶ୍ରୀଜଗନ୍ନାଥ ଲୋକପ୍ରିୟ ଉପାସ୍ୟ ଦେବତାରୂପେ ପ୍ରତିଷ୍ଠିତ ହୋଇ ସାରିଥିଲେ ଅଷ୍ଟମ ଶତାବ୍ଦୀର ଆରମ୍ଭ କାଳକୁ ପୁରୀରେ ଶ୍ରୀ ଜଗନ୍ନାଥ ଓ ବଳଭଦ୍ର ଉପାସ୍ୟ ଦେବତା ଭାବେ ଦେଖା ଦେଇଥିବା ବେଳେ କଂଗୋଦ ଓ ତୋଷାଳୀ [୫] ରାଜ୍ୟମାନଙ୍କରେ ତାଙ୍କୁ ରାଷ୍ଟ୍ର ଦେବତା ଭାବରେ ଘୋଷଣା କରାଯାଇଥିଲା ନବମ ଶତାବ୍ଦୀର ମଧ୍ୟଭାଗ ବେଳକୁ ଭୌମକର ରାଜବଂଶର ରାଣୀ ତ୍ରିଭୂବନ ଦେବୀ ପ୍ରଥମଥର ପାଇଁ ପରମ ବୈଷ୍ଣବୀ ଉପାଧିରେ ନିଜକୁ ଭୂଷିତ କଲେ ସମ୍ଭବତଃ ସେ ତାଙ୍କ ପିତାଙ୍କ ପ୍ରଭାବରେ ବୈଷ୍ଣବଧର୍ମ ଗ୍ରହଣ କରିଥିଲେ କେବଳ ସେତିକି ନୁହେଁ ଏଥି ସହିତ ଭୌମ ରାଜବଂଶ ବୌଦ୍ଧଧର୍ମ ପରିହାର କରି ବୈଷ୍ଣବଧର୍ମ ଗ୍ରହଣ କରିବା ମୂଳରେ ଶ୍ରୀ ଶଙ୍କରାଚାର୍ଯ୍ୟଙ୍କ ପ୍ରଭାବ ପଡ଼ିଥିବାର ଅନୁମିତ ହୁଏ ସେହି ଦିନଠାରୁ ଶ୍ରୀ ଶଙ୍କରାଚାର୍ଯ୍ୟ ଶ୍ରୀ ଜଗନ୍ନାଥଙ୍କୁ ବୌଦ୍ଧମାନଙ୍କ ହାତରୁ ମୁକ୍ତ କରି ପ୍ରସିଦ୍ଧ ବ୍ରାହ୍ମଣ ଦେବତାରେ ପରିଣତ କଲେ ଏବଂ ଶ୍ରୀ ଜଗନ୍ନାଥଙ୍କୁ କାଳିନ୍ଦୀବିହାରୀ ତଥା ଗୋପୀଙ୍କ ଉପାସ୍ୟ ଦେବତା ଶ୍ରୀକୃଷ୍ଣ ବୋଲି ଘୋଷଣା କଲେ ଏକାଦଶ ଶତାବ୍ଦୀ ବେଳକୁ ଭୋଜବର୍ମ ଦେବଙ୍କ ବେଲ୍ଲଭ ତାମ୍ରଶାସନରେ ଗୋପୀନାଥ କୃଷ୍ଣଙ୍କର ମହିମା ନିମ୍ନ ଭାବରେ ଥିବାର ଦେଖାଗଲା;
“ସୋ:ପୀହ ଗୋପୀଶତ କେଳିକାରଃ କୃଷ୍ଣୋମହାଭାରତ ସୂତ୍ରଧରଃ
ଅର୍ଦ୍ଧପୁମାନଂଶ କୃତାବତାରଃ ପ୍ରାଦୁର୍ଭବୁବୋଦ୍ଧୃତ ଭୂମି ଭାରଃ ”
ପ୍ରାୟ ସପ୍ତମରୁ ନବମ ଶତାବ୍ଦୀ ବେଳକୁ ବୌଦ୍ଧ ଧର୍ମର ପ୍ରଭାବରେ ସୃଷ୍ଟ ବାମାଚାରର ତାନ୍ତ୍ରିକଧର୍ମ ଅନ୍ୟ ସମସ୍ତ ଧର୍ମର ପ୍ରଭାବକୁ ପ୍ରତିହତ କରି ନିଜର ପକ୍ଷ ବିସ୍ତାର କଲା ତନ୍ତ୍ରର ଲକ୍ଷ୍ୟଥିଲା, ଭୋଗ ମାଧ୍ୟମରେ ଭଗବାନଙ୍କର ପୂଜା କରିବା ଦେହକୁ କଷ୍ଟ ନ ଦେଇ ମନର ପ୍ରଫୁଲ୍ଲତାକୁ ନଷ୍ଟ ନ କରି ଫଳପ୍ରାପ୍ତି କରିବା ଥିଲା ସେହି ତନ୍ତ୍ରର ମୂଳ ଲକ୍ଷ୍ୟ ମାତ୍ରା ବାମାଚାରୀ ମାନଙ୍କ କାର୍ଯ୍ୟକଳାପରେ ସମାଜ ଅସମ୍ଭବ ଭାବରେ କଳୁଷିତ ହେଲା ବାମାଚାରୀମାନେ ଲୋକମାନଙ୍କୁ ଏଭଳି ଭାବରେ କଦର୍ଯ୍ୟ ଭୋଗବାସନାର ପଥ ଦେଖାଇଲେ ଯେ, ଯେଉଁଥିରେ ସମାଜର ଅହିତ ସାଧନ ହେଲା ଫଳସ୍ବରୂପ ବର୍ତ୍ତମାନ ଦେଖା ଯାଉଥିବା ପ୍ରାଚୀନ ମନ୍ଦିର ଗାତ୍ରରେ ନଗ୍ନଛବିର ପରିକଳ୍ପନା ହେଲା ଏଥିରେ ଧର୍ମାଧିପତିମାନେ ବାଧା ଦେବାପାଇଁ ସମସ୍ତ ପ୍ରକାର ଚେଷ୍ଟା କରିବା ସତ୍ତ୍ବେ ବାମାଚାରୀମାନେ ସେମାନଙ୍କ ମତବାଦକୁ ବହୁଳ ଭାବରେ ପ୍ରଚାର କଲେ ଫଳରେ ସମାଜର ମୂଳଭିତ୍ତି ଦୋହଲି ଗଲା
ଏମିତି ଘଡ଼ି ସନ୍ଧି ମୁହୂର୍ତ୍ତରେ ଦ୍ବାଦଶ ଶତାବ୍ଦୀରେ ଶ୍ରୀ ବିଷ୍ଣୁସ୍ବାମୀ, ନିମ୍ବାକାଚାର୍ଯ୍ୟ, ମାଧ୍ବାଚାର୍ଯ୍ୟ ଓ ଶ୍ରୀ ରାମାନୁଜାଚାର୍ଯ୍ୟଙ୍କ ଆବିର୍ଭାବ ଓ ପ୍ରଚାର ଧର୍ମ ଜଗତରେ ଏକ ବିପ୍ଲବ ଆଣିଦେଲା ବୈଷ୍ଣବ ଧର୍ମର ପ୍ରବର୍ତ୍ତକ ମାନେ ପୁରୀ କ୍ଷେତ୍ରକୁ ମୂଳ କେନ୍ଦ୍ର କରି ଧର୍ମପ୍ରଚାର ଚଳାଇଲେ ଏହାକୁ ସମଗ୍ର ଭାରତ ଗ୍ରହଣ କଲା ବୈଷ୍ଣବମାନେ ବାମାଚାରୀ ମାନଙ୍କ କଦର୍ଯ୍ୟ ଭୋଗଲାଳସାକୁ ପ୍ରତିହତ କରି ସମାଜରେ ରାଧାକୃଷ୍ଣ ପ୍ରେମର ଧାରା ପ୍ରବାହିତ କରାଇଲେ ସାଧାରଣ ଲୋକମାନଙ୍କୁ ଏହି ଭୋଗବାସନା ପରିବର୍ତ୍ତେ ପ୍ରେମର ସହିତ ଭଗବାନଙ୍କୁ ଆରାଧନା କରିବାକୁ ଅଧିକ ଆକୃଷ୍ଟ କଲା ବାମାଚାରୀମାନେ ଏହି ପଥକୁ ବିରୋଧ କରିବା ପୂର୍ବରୁ ଧର୍ମାଧିପତିମାନେ ରାଧାକୃଷ୍ଣ ପ୍ରେମକୁ ଏପରି ଭାବରେ ପ୍ରଚାର କଲେ ଯେ, ପ୍ରତ୍ୟେକେ ନିଜକୁ ରାଧା ଭାବରେ ନିମଗ୍ନ ରହି ସେହି ସର୍ବମୟ କର୍ତ୍ତାଙ୍କୁ ପ୍ରେମ କରିବା ବାଞ୍ଛନୀୟ ବୋଲି ବିଶ୍ବାସ କଲେ ଏଥିରେ ଭଗବାନ ହେଉଛନ୍ତି କୃଷ୍ଣ ଅନ୍ୟ ସମସ୍ତେ ରାଧା ମାତ୍ର ଏହି ମତକୁ ସର୍ବସାଧାରଣ ଆଗ୍ରହର ସହ ଗ୍ରହଣ କଲେ ମଧ୍ୟ ସମାଜପତି ମାନେ ଆଦୌ ଗ୍ରହଣ କଲେନାହିଁ ସେମାନେ କୃଷ୍ଣଙ୍କୁ ଯଦି ବା ଭଗବାନ ଭାବରେ ଗ୍ରହଣ କଲେ, କିନ୍ତୁ ରାଧାଙ୍କର ଦେବୀତ୍ବକୁ ଗ୍ରହଣ କରିବାକୁ ରାଜି ହେଲେ ନାହିଁ ହେଲେ ଏଥିପାଇଁ କବି ଜୟଦେବଙ୍କ ଅବଦାନ ଅନନ୍ୟ ସେ ଦେଖିଲେ ସମାଜପତି ମାନଙ୍କ ଅନୁମୋଦନ ବିନା ଧର୍ମ ପ୍ରଚାର ହୋଇପାରିବ ନାହିଁ ତେଣୁ ସେ ତାଙ୍କର ଲେଖନୀ ମୂନରେ ଏ ବିଷୟ ପ୍ରଚାର କରିବାକୁ ଲାଗିଲେ ତାଙ୍କ ରଚିତ ‘ଗୀତ ଗୋବିନ୍ଦ’ର ପ୍ରସାର ବଳରେ ଓଡ଼ିଶାରେ ବୈଷ୍ଣବ ଧର୍ମର ଗତିବିଧି ଏକ ନୂତନ ମାର୍ଗଦର୍ଶନ କଲା ଏଥିରେ ଶ୍ରୀ ଜଗନ୍ନାଥ ଓ ରାଧାକୃଷ୍ଣ ଲୀଳାର ଅଭେଦତ୍ବ ପ୍ରଚାର ହେଲା ଗୀତ ଗୋବିନ୍ଦର ପ୍ରଚାର ଫଳରେ କୃଷ୍ଣ ଉପାସନା ଓଡ଼ିଶାରେ କ୍ରମଶଃ ବ୍ୟାପକତା ଲାଭ କଲା ଏହାର ପ୍ରମାଣ ମିଳେ ଭଞ୍ଜବଂଶୀୟ ରାଜା ଜୟଭଞ୍ଜ ଦେବଙ୍କ ଅନ୍ତିଗ୍ରାମ ତାମ୍ରଶାସନରୁ ସେହିପରି ଗଙ୍ଗସମ୍ରାଟ ରାଜରାଜ ଦେବ ତୃତୀୟ ଥିଲେ ପରମ କୃଷ୍ଣୋପାସକ ଏହା ତାଙ୍କର ଦାସଖୋବା ତାମ୍ରଶାସନରେ ପ୍ରତିଫଳିତ ଏହାର ସମୟ ହେଉଛି ଦ୍ବାଦଶ ଶତାବ୍ଦୀ ଅର୍ଥାତ ୧୧୨୬ ଶକାବ୍ଦ ବା ଖ୍ରୀ ୧୧୯୮ ମସିହା ଏହି ତାମ୍ରଶାସନରେ ଉଲ୍ଲେଖ ଅଛି;
“ଲକ୍ଷ୍ମୀପାଦ ସରୋରୁହମଦଃ ଶ୍ରେୟାଂସି ଦାସୀଷ୍ଟବଃ
ପ୍ରସ୍ଫୁର୍ଜନ୍ନଖରଶ୍ମି କେଶର ଶତେଃ ର୍ଭାସ୍ବନ ଖାଳି ଦଳମ୍
ବିସ୍ଫଟଂ ପ୍ରତିବିମ୍ବିତଃ ପ୍ରଣମଶୈଃ କ୍ରୀଡ଼ ପରାଧୋଦ୍ଭବଃ
କୃଷ୍ଣୋ ଯନ୍ନଖଦିପ୍ତୀଷୁ ଭ୍ରମର ତାଂ ଧରେ ସ ଲକ୍ଷ୍ମୀପ୍ରିୟଃ ”
ଭାରତୀୟ କୃଷ୍ଣୋପାସକ ବୈଷ୍ଣବ ସମାହ ଭାଗବତ ପୁରାଣକୁ ପ୍ରାମାଣିକ ଗ୍ରନ୍ଥ ରୂପେ ଗ୍ରହଣ କରେ ଶ୍ରବଣ କୀର୍ତ୍ତନ ଥିଲା ସେମାନଙ୍କ ପାଇଁ ସାଧନ ଆଉ କୃଷ୍ଣପ୍ରେମକୁ ଶ୍ରେଷ୍ଠ ସାଧ୍ୟ ରୂପେ ଗୃହୀତ ହେଲା ଗୀତାରେ ଏହାର ପରିସମାପ୍ତି ଘଟିଛି ଶ୍ରୀକୃଷ୍ଣଙ୍କ ମୁଖନିଃସୃତ ବାଣୀରେ ତାର ଅର୍ଥ ହେଉଛି, ଭଗବାନଙ୍କୁ ପ୍ରେମପୂର୍ବକ ଉପାସନା କରିବା ଯାହାକୁ ଗୋଟିଏ ଶବ୍ଦରେ କୁହାଯାଏ ଶରଣାଗତି ଅର୍ଥାତ ଯେଉଁମାନେ ଏକାନ୍ତ ଭାବରେ ଈଶ୍ବରଙ୍କ ପାଇଁ ଭକ୍ତିପରାୟଣ ହୁଅନ୍ତି ସେ କଥା ଶ୍ରୀକୃଷ୍ଣ ଆପଣାର ପ୍ରିୟ ସଖା ଅର୍ଜୁନଙ୍କୁ ଗୀତାରେ କହିଛନ୍ତି;
“ତ୍ବମେବ ଶରଣଂଗଚ୍ଛ ସର୍ବଭାବେନ ଭାରତ
ତତ୍ ପ୍ରସାଦାତ୍ ପରାଂ ଶାନ୍ତିଂ ସ୍ଥାନଂ ପ୍ରାପସ୍ୟମି ଶାଶ୍ବତମ୍ ”(ଗୀତା ୧୮:୬୨)
ଅର୍ଥାତ, ହେ ଅର୍ଜୁନ! ଯେଉଁ ଈଶ୍ବର ସକଳ ପ୍ରାଣୀଙ୍କ ହୃଦୟରେ ଅବସ୍ଥାନ କରି ସେମାନଙ୍କୁ ପରିଚାଳିତ କରୁଛନ୍ତି, ତୁମେ ତାଙ୍କଠାରେ ଶରଣାପନ୍ନ ହୁଅ ଫଳତଃ ଅନ୍ୟ କାହାଠାରେ ଶରଣ ପଶିବାକୁ ହେବନାହିଁ ଏଥିରୁ ହୃଦବୋଧ ହୁଏ ଯେ ନିଜର ଲୀଳା ପ୍ରକାଶ କରିବା ପାଇଁ ଅନୁଗତ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ଲାଗି କୃଷ୍ଣାବତାରର ସୃଷ୍ଟି କରାଯାଇଛି ବୋଲି କହିବା ଭ୍ରମାତ୍ମକ ହେବ ନାହିଁ କାରଣ ସେ ପରମାତ୍ମା, ଆଉ ପରଂବ୍ରହ୍ମ
ଅନଙ୍ଗଭୀମ ଦେବ - ତୃତୀୟ ତାଙ୍କ ଶାସନ କାଳରେ କୃଷ୍ଣରୂପୀ ଜଗନ୍ନାଥଙ୍କୁ ଓଡ଼ିଶାର ପ୍ରକୃତ ରାଜା ଏବଂ ସେ ତାଙ୍କର ସେବକ ଭାବରେ ନିଯୁକ୍ତ ବୋଲି ପ୍ରଚାର କଲେ ତାଙ୍କ ପରେ ତାଙ୍କ ପୁତ୍ର ନରସିଂହ ଦେବ ପ୍ରଥମ ଓଡ଼ିଶାର ଶାସନ ସମୟରେ ଲାଙ୍ଗୁଳା ନରସିଂହ ଦେବ ଭାବରେ ପରିଚିତ ହେଲେ ଏତିକିବେଳେ ଦାକ୍ଷିଣାତ୍ୟର ଅନ୍ୟତମ ପ୍ରସିଦ୍ଧ ବୈଷ୍ଣବ ଗୁରୁ ମାଧ୍ବାଚାର୍ଯ୍ୟ ଓରଫ ଆନନ୍ଦତୀର୍ଥ ଶ୍ରୀକ୍ଷେତ୍ର ପୁରୀକୁ ଆସିଲେ ତାଙ୍କର ପ୍ରଧାନ ଶିଷ୍ୟ ନରହରି ତୀର୍ଥ ତ୍ରୟୋଦଶ ଶତାବ୍ଦୀର ଅନ୍ତିମ ଭାଗକୁ ଭାନୁଦେବ ପ୍ରଥମଙ୍କ ରାଜତ୍ବ କାଳରେ, ଯେତେବେଳେ ସେ ନାବାଳକ ଥିଲେ, ନିଜ ଗୁରୁଙ୍କ ନିର୍ଦ୍ଦେଶରେ କଳିଙ୍ଗକୁ ଆସି ରାଜ୍ୟ ପ୍ରଶାସନ କ୍ଷେତ୍ରରେ ରାଜାଙ୍କ ସହଯୋଗ କଲେ ଅର୍ଥାତ ସେ ଭାନୁଦେବ ପ୍ରଥମଙ୍କ ଅଭିଭାବକ ଥିବା ବେଳେ ଶାସକ ରୂପେ [୬] ମଧ୍ୟ ନିଯୁକ୍ତ ହୋଇଥିଲେ ଭାନୁଦେବ ପ୍ରଥମଙ୍କ ମୃତ୍ୟୁପରେ ତାଙ୍କ ପୁତ୍ର ନରସିଂହ ଦେବ ଦ୍ବିତୀୟ ମଧ୍ୟ ନାବାଳକ ଥିବା ଅବସ୍ଥାରେ ନରହରି ତୀର୍ଥ ଓଡିଶାର ଶାସନ କାର୍ଯ୍ୟ ପରିଚାଳନା କଲେ ଏବଂ ତାଙ୍କର ଗୁରୁ ଆନନ୍ଦତୀର୍ଥଙ୍କ ନିର୍ଦ୍ଦେଶରେ ମାଧ୍ବା ସମ୍ପ୍ରଦାୟର ପାଶନିକ ସିଦ୍ଧାନ୍ତ ଓ ଉପାସନାର ରୀତି ପ୍ରଚାର କଲେ
ବୈଷ୍ଣବ ଧର୍ମାବଲମ୍ବୀଙ୍କ ମଧ୍ୟରେ କୃଷ୍ଣ ଉପାସନାର ବ୍ୟାପକ ପ୍ରସାର ଘଟିବା ଦ୍ବାରା କୃଷ୍ଣ ଉପାସକଙ୍କ ସନ୍ତୋଷ ପାଇଁ ମାଧ୍ବାଚାର୍ଯ୍ୟ ପୂର୍ବର ମାଧବ ଉପାସନା ପରିବର୍ତ୍ତେ ବିଷ୍ଣୁ କୃଷ୍ଣଙ୍କ ସମନ୍ବୟ ଥିବା ମୂର୍ତ୍ତି [୭] ସୃଷ୍ଟି କଲେ ଏହାଦ୍ବାରା ବିଷ୍ଣୁପୂଜକ ତଥା କୃଷ୍ଣ ଉପାସକ ମାନେ ଏହି ବିଗ୍ରହକୁ ଆନନ୍ଦରେ ଗ୍ରହଣ କଲେ ବିଷ୍ଣୁକୃଷ୍ଣଙ୍କ ମୂର୍ତ୍ତିଙ୍କ ହସ୍ତରେ ଶୋଭାପାଇଲା ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଏହାର କିଛି କାଳପରେ ଭାଗବତ ଆଉ ଗୀତଗୋବିନ୍ଦର ପ୍ରସାର ଫଳରେ ସେହି ବିଷ୍ଣୁରୂପୀ କୃଷ୍ଣଙ୍କ ମୂର୍ତ୍ତି ପରିବର୍ତ୍ତେ ଦ୍ବିଭୂଜ ମାନବାକୃତି ଗୋପୀନାଥ କୃଷ୍ଣ ପ୍ରତିମା ସୃଷ୍ଟି ହେଲା ଏମିତି ଏକ ସମୟ ଥିଲା, ଯେତେବେଳେ କି ସମଗ୍ର ଓଡ଼ିଶାରେ ଗୋପୀନାଥ ମୂର୍ତ୍ତି ପୂଜା ଏକ ସାର୍ବଜନୀନ ଉପାସନାରେ ପରିଣତ ହୋଇଥିଲା
ଓଡ଼ିଶାରେ ମିଳୁଥିବା ଗୋପୀନାଥ ମୂର୍ତ୍ତିମାନଙ୍କ ମଧ୍ୟରେ ରେମୁଣାର କ୍ଷୀରଚୋରା ଗୋପୀନାଥ ଓ ସତ୍ୟବାଦୀରେ ସାକ୍ଷୀ ଗୋପୀନାଥ ମୂର୍ତ୍ତି ସୁପ୍ରସିଦ୍ଧ ଏହି ଅଭିନବ ଗୋପୀନାଥ ମୂର୍ତ୍ତିଙ୍କ ପୂଜାପାଇଁ ଓଡ଼ିଶାରେ ଶହ ଶହ ମନ୍ଦିର ପୁରପଲ୍ଲୀରେ ଗଢ଼ି ଉଠିଲା ସେହି ଗୋପୀନାଥ ବିଗ୍ରହଙ୍କ ଆରାଧନା ପାଇଁ ଯେଉଁ ଧ୍ୟାନମନ୍ତ୍ରଟି ପ୍ରଚଳିତ ଥିଲା ତାହା ହେଲା;
“କସ୍ତୁରୀ ତିଳକଂ ଲଲାଟ ପଟଳେ ବକ୍ଷସ୍ଥଳେ କୌସ୍ତୁଭଂ
ନାସାଗ୍ରେ ବରମୌକ୍ତିକଂ କରତଳେ ବେଣୁଂକରେ କଙ୍କଣମ୍
ସର୍ବାଙ୍ଗେ ହରିଚନ୍ଦନଂ ସୁଲଳିତଂ କଣ୍ଠେ ଚ ମୁକ୍ତାବନ୍ଦୀ
ଗୋପସ୍ତ୍ରୀ ପରିବେଷ୍ଠିତୋ ବିଜୟତେ ଗୋପାଳ ଚୂଡ଼ାମଣିଃ”
ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କର ଦିବ୍ୟ ପ୍ରେମଲୀଳାର ବିକାଶ ଏହି ଗୋପୀ ପ୍ରେମରେ ହିଁ ପ୍ରକାଶିତ ହେଲା ଗୋପଯୁବତୀମାନଙ୍କ ସହିତ କୃଷ୍ଣଙ୍କ ମଧୁର ସଂପର୍କର ଉଲ୍ଲେଖ ଅଛି ଖ୍ରୀଷ୍ଟୀୟ ୬୬୧ ମସିହାରେ ଉତ୍କୀର୍ଣ୍ଣ ରାଜା ଅପରିଜିତଙ୍କ ଉଦୟପୁର ଶିଳାଭିଲେଖରେ ଏଥିରୁ ଗୋପ ଯୁବତୀଙ୍କ ସହିତ କୃଷ୍ଣଙ୍କ ମାଧୁର୍ଯ୍ୟ ଲୀଳାର ସୂଚନା ମିଳିଥାଏ ସେଥିରୁ ଜଣାପଡ଼େ ଯେ, ଗୋପୀନାଥ କୃଷ୍ଣ ଗୋପୀପ୍ରେମ ଲାଗି ଉପାସ୍ୟ ଓ ବନ୍ଦନୀୟ
ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାର ଗଜପତି ରାଜା କପିଳେନ୍ଦ୍ର ଦେବ ଗୋପୀନାଥଙ୍କ ପୂଜା ଆରାଧନା ପାଇଁ ଉତ୍ସାହିତ ହୋଇ ଆସିଥିବା ବିଷୟ କଟକ ଗୋପୀନାଥପୁର ମନ୍ଦିର ଶିଳାଭିଲେଖରୁ ଜଣାପଡ଼େ ସେଥିରେ ମଧ୍ୟ ଗୋପୀନାଥଙ୍କ ଧ୍ୟାନ ଉଲ୍ଲିଖିତ ହୋଇଛି ଯେ;
“ମୌଳ ଚଞ୍ଚଳ ଚୁଳିନୀ ତିଳକିନୀ ଭାଲେ ମୁଖ ହାସିନୀ
କଣ୍ଠେ ମୌକ୍ତିକ ମାଳିନୀ ମଳୟବୈଃ ପ୍ରତ୍ୟଙ୍ଗ ମାଲେପିନୀ
ହସ୍ତାବଜେ ନବନୀତନୀ ଚରଣୟୋଃ କ୍ରୀଡ଼ାରସାନ୍ମର୍ତ୍ତିନୀ
ଜୀୟାଚ୍ଛୈଚ୍ୟବଶାଳିନୀ ଚିଦ୍ମାଳା ଗୋପାଙ୍ଗନାଲିଙ୍ଗିନୀ”
ତାଙ୍କର ପୁତ୍ର ପୁରୁଷୋତ୍ତମ ଦେବ ମଧ୍ୟ ଥିଲେ ଗୋପୀନାଥଙ୍କ ପରିବର୍ତ୍ତେ ‘ଗୋପାଳପ୍ରିୟ’ ତାଙ୍କ ସମୟରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବହୁ ଗୋପୀନାଥ ମନ୍ଦିରମାନ ରାଜପ୍ରୋତ୍ସାହନରେ ନିର୍ମିତ ହେଲା ସମ୍ଭବତଃ ତାଙ୍କରି ରାଜତ୍ବକାଳରେ ପୂର୍ବପ୍ରଚଳିତ ଗୋପୀନାଥ ମୂର୍ତ୍ତିରୁ ସୁନ୍ଦର ବାଳଗୋପାଳ ମୂର୍ତ୍ତିମାନ ଉପାସନାର ବିଗ୍ରହ ହୋଇ ପ୍ରତିଷ୍ଠିତ ହେଲା ଏହି ମୂର୍ତ୍ତି ମୁରଲୀଧାରୀ, ତ୍ରିଭଙ୍ଗଠାଣିରେ ଉଭା, କଟିରେ ବସ୍ତ୍ର, କଣ୍ଠରେ ଶୋଭିତ ଅଳଙ୍କାର ଗୁଡ଼ିକର ସୌନ୍ଦର୍ଯ୍ୟ ଅତ୍ୟନ୍ତ ମନମୁଗ୍ଧକର ସେ ଗୋପାଳପ୍ରିୟ ଥିଲା ବେଳେ ମଦନ ଗୋପାଳଙ୍କୁ ଗୋପାଳଙ୍କ ପରି ଆରାଧନା କରୁଥିଲେ ଏହା ତାଙ୍କର ପ୍ରଦତ୍ତ ଗଡ଼ପଦା ତାମ୍ରଶାସନରୁ ପ୍ରମାଣ ମିଳେ ସେ ସେହି ମଦନ ଗୋପାଳଙ୍କ ସେବାପାଇଁ ଗଡ଼ପଦା(ରୁପସା)ର ଦକ୍ଷିଣୀ ବ୍ରାହ୍ମଣ ପୋତେଶ୍ବର ଭଟ୍ଟଙ୍କୁ ଚନ୍ଦ୍ରଗ୍ରହଣ ସମୟରେ ଗଙ୍ଗାରେ ସ୍ନାନ କରିବାକୁ ଯାଇ ରାଜା ଯେଉଁ ଜମି ଦାନ କରିଥିଲେ, ସେହି ଦାନ ଅଭିଲେଖଟି [୮] ନିମ୍ନ ପ୍ରକାର ରହିଅଛି ଏହା ଓଡ଼ିଆ ଭାଷାରେ ଲିଖିତ ହୋଇଛି
“ଶ୍ରୀ ଦୂର୍ଗାୟୈ ନମଃ ବୀରଶ୍ରୀ ଗଜପତି ଗୌଡ଼େଶ୍ବର ନବକୋଟି କର୍ଣ୍ଣାଟୋତ୍କଳ ବର୍ଗେଶ୍ବର ଶ୍ରୀ ପୁରୁଷୋତ୍ତମ ମହାରାଜାଙ୍କର ପୋତେଶ୍ବର ଭଟ୍ଟଙ୍କୁ ଦାନ ଶାସନ ପଟ୍ଟା ପାଞ୍ଚଅଙ୍କ ମେଷ(ବୈଶାଖ) ୧୦ ଦିନ ସୋମବାର ଗ୍ରହଣକାଳେ ଗଙ୍ଗା ଗର୍ଭେ ପୁରୁଷୋତ୍ତମପୁର ଶାସନ ଭୂମି ଚତୁର୍ଦ୍ଦଶ ଅଷ୍ଟୋତ୍ତର (୧୪୦୮) ବାଟି ଦାନ ଦେଲୁଁ ଏ ଭୂମି ଯାବତ୍ ଚନ୍ଦ୍ରାର୍କେ ପୁତ୍ରପୌତ୍ରାଦି ପୁରୁଷାନୁକ୍ରମେ ଭୋଗ କରୁଥିବା ଜଳାରାମ ନିକ୍ଷେପ ସହିତ ଏ ଭୂମି ଦେଲୁଁ” ଏଥି ସହିତ ସଂସ୍କୃତରେ ମଧ୍ୟ ନିମ୍ନ ପ୍ରକାରର ରହିଅଛି
“ଯାବତ୍ ଚନ୍ଦ୍ରଶ୍ଚ ସୂର୍ଯ୍ୟଶ୍ଚ ଯାବତ୍ ତିଷ୍ଠତି ମେଦିନୀ, ତବଦତ୍ତ୍ବାମୟା ଯେସାଂ ଶସ୍ୟଯୁକ୍ତ ବସୁନ୍ଧରା, ସୁଦଣଂ ପରାଦଣଂ ବା ବ୍ରାହ୍ମଣ ବୃତ୍ତି ହରତ୍ ଯଃ ଷଷ୍ଠି ବର୍ଷ ସହସ୍ରାଣି ବିଷ୍ଠାୟା ଜାୟତେ କୃମି ଶ୍ରୀ ମଦନ ଗୋପାଳ ଶରଣଂ ମମଃ” ସେଥିରେ ଥିବା ଚିହ୍ନ ଗୁଡ଼ିକ ହେଲା ରାଜାଙ୍କ ଅଙ୍କୁଶ, ଦ୍ବିତୀୟରେ ଶଙ୍ଖ, ବିଷ୍ଣୁଙ୍କ ହସ୍ତରେ ଶୋଭାପାଏ ଯାହା, ତୃତୀୟ ଏବଂ ଚତୁର୍ଥ - ଖଣ୍ଡା ବା ଅସ୍ତ୍ର, ଯାହା ପାଇକ ମାନଙ୍କ ଆୟୁଧ, ମୁଖ୍ୟତଃ ପାର୍ବାତ୍ୟାଞ୍ଚଳର ଲୋକଙ୍କ ସକାଶେ ଏବଂ କଟ୍ଟର-ସମତଳ ଅଞ୍ଚଳର ଲୋକମାନଙ୍କ ଆୟୁଧ ଖ୍ରୀଷ୍ଟୀୟ ୧୪୭୪ ମସିହା ଅପ୍ରେଲ ୧୬ ତାରିଖ ଦିନ ଥିଲା ଏହି ବର୍ଣ୍ଣିତ ଚନ୍ଦ୍ରଗ୍ରହଣର ତିଥି ବୋଲି ଅଧ୍ୟାପକ ପ୍ରଭାତ ମୁଖାର୍ଜୀ ସ୍ଥିର କରିଛନ୍ତି ଆଉ ଅଭିଲେଖଟି ଖ୍ରୀ ୧୪୮୨ ମସିହା ଅଗଷ୍ଟ ୨୨ ତାରିଖରେ ଉଲ୍ଲିଖିତ ହୋଇଅଛି ବୋଲି ତାଙ୍କର ଜଗନ୍ନାଥ ମନ୍ଦିର ଶିଳାଭିଲେଖରୁ ଜଣାପଡ଼େ ଅର୍ପିତ ସମ୍ପତ୍ତି ସେହି ଗଡ଼ପାଦର ତଥା ଆଖପାଖ ପଡ଼ୋଶୀ ଅଞ୍ଚଳ ଜନଶୂନ୍ୟ ଥିବା ହେତୁ ଗ୍ରାମରେ ଥିବା ମନ୍ଦିରରେ ଦେବତା ଅବସ୍ଥାନ କରୁଥିବା ଯୋଗୁଁ ତାଙ୍କର ସେବାର୍ଚ୍ଚନା କରିବାପାଇଁ ଉଦ୍ଦିଷ୍ଟ ଥିଲା ସେତେବେଳେ ପୋତେଶ୍ବର ଭଟ୍ଟଙ୍କ ସହିତ ଗୋଟିଏ ବ୍ରାହ୍ମଣ ଶାସନ ଥିବାର ଅନୁମତି ହୁଏ ଦାନ ସମ୍ପତ୍ତି ୧୪୦୮ ବାଟି ଅର୍ଥାତ ୨୮.୧୬୦ ଏକର ଏହି ଜନଶୂନ୍ୟ ଅଞ୍ଚଳକୁ ରାଜା ନିଜ ନାମରେ ପୁରୁଷୋତ୍ତମପୁର ଶାସନ ବୋଲି ଘୋଷଣା କରିଛନ୍ତି
ଗଜପତି ପୁରୁଷୋତ୍ତମ ଦେବ (୧୪୬୭ - ୧୪୯୭) ଉଚ୍ଚକୋଟୀର ବ୍ରାହ୍ମଣମାନଙ୍କ ବସବାସ ଲାଗି ୧୬ଟି ବ୍ରାହ୍ମଣ ଶାସନ ପ୍ରତିଷ୍ଠା କରିବାର ପରିକଳ୍ପନା କରିଥିଲେ ଏପରିକି ସେ ତାଙ୍କ ପ୍ରାସାଦର ଏକ ଅଂଶକୁ ମଧ୍ୟ ‘ଗୋପାଳପ୍ରିୟ’ ବୋଲି ନାମରେ ନାମିତ କରିଥିଲେ ତାଙ୍କ ସମୟରେ ରାଜାନୁଗତ ବ୍ରାହ୍ମଣମାନଙ୍କ ଶାସନର ମୁଖ୍ୟଥିଲେ ‘ଶ୍ରୀଗୋପାଳ’ ତାଙ୍କ ପୂର୍ବରୁ ଗଙ୍ଗବଂଶୀୟ ରାଜା ନରସିଂହ ଦେବ ଦ୍ବିତୀୟ ମଧ୍ୟ ବସ୍ତା, ବାଲିଆପାଳ ଅଞ୍ଚଳ ମାନଙ୍କରେ ବ୍ରାହ୍ମଣ ଶାସନମାନ ପ୍ରତିଷ୍ଠା କରିଥିବା [୯] ବିଷୟ ତାଙ୍କର ଅସନଖାଳି ଓ କେନ୍ଦୁପାଟଣା ତାମ୍ରଶାସନରୁ ଜଣାପଡ଼େ ରେମୁଣାରେ ମଧ୍ୟ ଗୋଟିଏ ବ୍ରାହ୍ମଣ ଶାସନ ଥିବା ଜଣାପଡ଼େ ତେଣୁ ରେମୁଣା ପରି ଅନ୍ୟ ସ୍ଥାନମାନଙ୍କରେ ବ୍ରାହ୍ମଣ ଶାସନମାନ ପ୍ରତିଷ୍ଠା ହୋଇଥିବାର ଅନୁମିତ ହୁଏ ସେହିପରି ପରବର୍ତ୍ତୀକାଳରେ ରେମୁଣାକୁ କେନ୍ଦ୍ରକରି ଗଡ଼ପଦାରେ ଷୋଳଶାସନ ପରିକଳ୍ପନା କରାଯାଇଥିବା ସମ୍ଭବ ଏହି ଶାସନ ଗୁଡ଼ିକର ମୁଖ୍ୟ ଦେବତା ହୋଇ ରହୁଥିଲେ ଶ୍ରୀ ଗୋପାଳ କିମ୍ବା ଶ୍ରୀ ଗୋପୀନାଥ ତେଣୁ ସମଗ୍ର ଓଡ଼ିଶାରେ ଥିବା ଏମିତି ଷୋଳ ଶାସନରେ ଥିବା ଗୋପୀନାଥଙ୍କ ମୂର୍ତ୍ତିଙ୍କ ପାର୍ଶ୍ବରେ କେଉଁଠି ହେଲେ ରାଧାମୂର୍ତ୍ତି ପୂଜିତ ହେଉନାହାନ୍ତି କେତେକ ସ୍ଥାନରେ ରାଜ ପ୍ରତିଷ୍ଠିତ ବ୍ରାହ୍ମଣ ଶାସନ ଗୁଡ଼ିକର ପଶ୍ଚିମ ସୀମାରେ ଗୋପୀନାଥ ମନ୍ଦିର ପ୍ରତିଷ୍ଠା ଏକ ପାରମ୍ପରିକ ପ୍ରଥା ରୂପେ ସେ ସମୟରେ ଗୃହୀତ ହୋଇଥିଲା ମାତ୍ର ମୁସଲମାନ ଶାସନ କାଳରେ ସେହି ଷୋଳ ଶାସନର ଖ୍ୟାତି ଓ ପ୍ରତିପତ୍ତି ସମ୍ପୂର୍ଣ୍ଣ ମଉଳି ଯାଇଥିଲା
ବର୍ଣ୍ଣିତ ତଥ୍ୟାବଳୀରୁ ଜଣାପଡ଼େ ଯେ ରେମୁଣା କଟକର ସୁଖ୍ୟାତି ଖ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରୁ ଦୀର୍ଘକାଳ ପର୍ଯ୍ୟନ୍ତ ରହିଥିଲା ଯାହାଦ୍ବାରା ଗଙ୍ଗ ରାଜବଂଶ ପରେ ଜଗପତି ରାଜବଂଶର ଶାସନ କାଳରେ ମଧ୍ୟ ତା’ର ସୁଖ୍ୟାତି ରହିଥିଲା ଶ୍ରୀଗୋପୀନାଥଙ୍କୁ ଦର୍ଶନ କରିବା ପାଇଁ ମାଧବେନ୍ଦ୍ରପୁରୀ ବୃନ୍ଦାବନରୁ ଆସି ରେମୁଣାରେ ପହଞ୍ଚିଲେ ଏବଂ ଦର୍ଶନ କରିବା ସହିତ ଦେବତାଙ୍କର ପ୍ରସିଦ୍ଧ ଭୋଗ ‘ଅମୃତକେଳି’ର ନାମ ଶୁଣି [୧୦] ସେହି ପ୍ରସାଦ ପାଇବାର ବାସନା ତାଙ୍କର ଜାଗ୍ରତ ହେଲା ତତ୍ ମୁହୂର୍ତ୍ତରେ ସେ ସେଥିପାଇଁ ମଧ୍ୟ ଲଜ୍ଜା ବୋଧ କଲେ ଏବଂ ଏଥିପାଇଁ ନିଜକୁ ଧିକ୍କାର କଲେ କାରଣ ସେଥିଲେ ଅଯାଚକ ସନ୍ୟାସୀ ତେଣୁ ସେ କାହାକୁ ନିଜର ଖାଇବା ବିଷୟରେ ମଧ୍ୟ କହନ୍ତି ନାହିଁ ତେଣୁ ସେ ମନ୍ଦିର ସନ୍ନିକଟସ୍ଥ ଗାଁ ହାଟଚାହାଳୀରେ ବସି ପ୍ରଭୂଙ୍କ ନାମ ସଂକୀର୍ତ୍ତନ କରିବାକୁ ଲାଗିଲେ ମାତ୍ର ଭକ୍ତବାଞ୍ଛା କଳ୍ପତରୁ ଶ୍ରୀ ଗୋପୀନାଥ ଭକ୍ତଚୁଡ଼ାମଣୀ ମାଧବେନ୍ଦ୍ର ପୁରୀଙ୍କ ମନକଥା ଜାଣିପାରି ତାଙ୍କ ପାଖରେ ଲାଗିଥିବା ସେହି ‘ଅମୃତକେଳି’ କ୍ଷୀରଭୋଗ ମଧ୍ୟରୁ ଗୋଟିଏ ଭାଣ୍ଡ ଚୋରୀକରି ରଖି ରାତ୍ରିର ସ୍ବପ୍ନାଦେଶରେ ସେବକକୁ କହିଲେ, ତୁମର ଦ୍ବାଦଶ କ୍ଷୀରଭାଣ୍ଡ ମଧ୍ୟରୁ ମୁଁ ଗୋଟିଏ ଭାଣ୍ଡ ମୋ ଆଞ୍ଚଳତଳେ ଲୁଚାଇ ରଖିଛି ମୋର ଭକ୍ତ ମାଧବେନ୍ଦ୍ର ପୁରୀ ସମ୍ପୂର୍ଣ୍ଣ ଉପବାସ ରହି ହାଟଚାହାଳୀରେ ବସି ମୋର ନାମ ସଂକୀର୍ତ୍ତନ କରୁଛି ତୁମେ ବର୍ତ୍ତମାନ ଯାଇ ଯଥାଶୀଘ୍ର ମାଧବେନ୍ଦ୍ର ପୁରୀକୁ ସେଇ କ୍ଷୀରଭୋଗ ଦେଇଆସ ସେବକ ମହାଶୟ ଗଭୀର ରାତ୍ରୀର ନିର୍ଦ୍ଦେଶ ପାଇବା ପରେ ସେହି ଅନ୍ଧକାର ମଧ୍ୟରେ ଆସି କ୍ଷୀଣ ଦ୍ବିପାଲୋକରେ ପ୍ରଭୂ ଶ୍ରୀ ଗୋପୀନାଥଙ୍କ ଅଞ୍ଚଳ ତଳୁ ନିର୍ଦ୍ଦିଷ୍ଟ କ୍ଷୀର ଭାଣ୍ଡଟି ପାଇ ସଂଗେ ସଂଗେ ନେଇଯାଇ ମାଧବେନ୍ଦ୍ର ପୁରୀଙ୍କୁ ଅର୍ପଣ କଲେ ଏଇ ସମସ୍ତ ବୃତାନ୍ତ ଶୁଣି ମାଧବେନ୍ଦ୍ରପୁରୀ ଯେତିକି ପୁଲକିତ ହେଲେ ସେତିକି ମଧ୍ୟ ଲଜ୍ଜିତ ହେଲେ ତାପରେ ସେ ଚିନ୍ତାକଲେ, “ମୋପରି ଜଣେ ନଗଣ୍ୟ ମଣିଷପାଇଁ ପ୍ରଭୂ କ୍ଷୀରଭୋଗ ଚୋରୀ କଲେ?” ଏଥିରେ ସେ ଭାବାବିଷ୍ଟ ହୋଇ ପଡ଼ିଲେ ଏବଂ ଚିନ୍ତାକଲେ ଯେ, ‘ରାତି ପାହିଲେ ଲୋକମାନେ ଏ ବିଷୟ ଜାଣିବାପରେ ମୋର ଗୁରୁତ୍ବ ବଢ଼ିବ’ ତେଣୁ ସେ ତା’ର ବହୁ ପୂର୍ବରୁ ସେହି ସ୍ଥାନ ତ୍ୟାଗ କରିବା ଏକାନ୍ତ ଆବଶ୍ୟକ ବୋଲି ଚିନ୍ତା କରି ଶ୍ରୀକ୍ଷେତ୍ର ଅଭିମୁଖେ ଯାତ୍ରା କଲେ ଆଉ ସେହିଦିନ ଠାରୁ ସେହି ଦେବତା କ୍ଷୀରଚୋରା ଗୋପୀନାଥ ରୂପେ ପୂଜା ପାଇଲେ
ମାଧବେନ୍ଦ୍ରପୁରୀଙ୍କ ଶିଷ୍ୟ ଈଶ୍ବରପୁରୀ ଏହି ପବିତ୍ର ପୀଠକୁ ଆସି ଗୁରୁଙ୍କର ଅନ୍ତିମ ସମୟରେ ସେବାଯତ୍ନ କରିଥିଲେ ତାଙ୍କ ପରେ ଶ୍ରୀଚୈତନ୍ୟଦେବ ଖ୍ରୀଷ୍ଟୀୟ ୧୫୦୯ ମସିହାରେ ଏହି ଧାମକୁ ଆସି ଶ୍ରୀଗୋପୀନାଥଙ୍କୁ ଦର୍ଶନ କରି ତନ୍ମୟ ହୋଇ ଯାଇଥିଲେ ପରେ ଶ୍ୟାମାନନ୍ଦ ଏବଂ ରସିକାନନ୍ଦ ଆସି ରେମୁଣାକୁ ନିଜର ସାଧନାପୀଠ ରୂପେ ଗ୍ରହଣ କରିଥିଲେ ସେହିପରି ବହୁ ଖ୍ୟାତନାମା ଧର୍ମପ୍ରଚାରକ ମାନଙ୍କ ସହିତ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଏହି ପୀଠର ମାହାତ୍ମ୍ୟରେ ମୁଗ୍ଧ ହୋଇ ଆସିଛନ୍ତି
ରେମୁଣା ନିକଟସ୍ଥ ମୟୁର ଗାଁରେ ଶ୍ରୀଧର ସ୍ବାମୀ ଏବଂ ପରୀକ୍ଷିତପୁର ଶାସନରେ ବଳଦେବ ବିଦ୍ୟାଭୂଷଣଙ୍କ ଜନ୍ମ ପରବର୍ତ୍ତୀ କାଳକୁ ଅଧିକ ଗୁରୁତ୍ବପୂର୍ଣ୍ଣ ହୋଇ ଉଠିଥିଲା ଉତ୍କଳର ପଣ୍ଡିତ ପ୍ରବର ଶ୍ରୀଧର ସ୍ବାମୀଙ୍କ ‘ଭାଗବତ ପୁରାଣଟୀକା’ କୃଷ୍ଣଭକ୍ତିର ପ୍ରବଳଧାରାକୁ ପ୍ରବଳତର କଲା ସର୍ବଭାରତୀୟ ସ୍ତରରେ ଏହାର ପ୍ରଚାର ଓ ପ୍ରସାର ଫଳରେ କୃଷ୍ଣଭକ୍ତି ପରାୟଣ ଜନସାଧାରଣଙ୍କ ହୃଦୟକୁ ଆଲୋଡ଼ିତ କରିଥିଲା ତାଙ୍କର ଲିଖିତ ‘ଭାବାର୍ଥ ଦୀପିକାଟୀକା’ ମୁଖ୍ୟତଃ ଉକ୍ତିମୂଳକ ବ୍ୟାଖ୍ୟା ଅଟେ ଏହି ଭାଷ୍ୟ ରଚନା ଦ୍ବାରା ଓଡ଼ିଶାର ବୈଷ୍ଣବଧାରାରେ ଏକ ନୂତନ ଭକ୍ତିବାଦର ପ୍ରଚାର ଆରମ୍ଭ ହୋଇଥିଲା ପରବର୍ତ୍ତୀ ସମୟକୁ ଶ୍ରୀଚୈତନ୍ୟଦେବଙ୍କ ପୂର୍ବରୁ ଓଡ଼ିଶାର ସ୍ମାର୍ତ୍ତ ପଣ୍ଡିତମାନେ ଏହି କୃଷ୍ଣଭକ୍ତି ଧାରାରେ ଅବଗାହନ କରିବାକୁ ସୁଖକର ମଣିଥିଲେ ସେହିପରି ବଳଦେବ ବିଦ୍ୟାଭୂଷଣ ବାଲ୍ୟକାଳରୁ ସନ୍ନ୍ୟାସୀ ହୋଇ ପରବର୍ତ୍ତୀ ସମୟରେ ଗଲତାର ଗୋବିନ୍ଦଜୀୟୁ ମନ୍ଦିରରେ ଦାକ୍ଷିଣାତ୍ୟର ବୈଷ୍ଣବ ପଣ୍ଡିତଙ୍କ ସହିତ ଶାସ୍ତ୍ରୀୟ ଆଲୋଚନାରେ ବସି ତାଙ୍କର ଅକାଟ୍ୟ ଯୁକ୍ତି ଦ୍ବାରା ସେମାନଙ୍କୁ ପରାସ୍ତ କରି ରାଧାକୃଷ୍ଣ ମୂର୍ତ୍ତି ପୂଜାର ପ୍ରଚଳନ କରିବା ଦ୍ବାରା ତତ୍କାଳୀନ ଜନସମାଜ ତଥା ବୈଷ୍ଣବ ସମ୍ପ୍ରଦାୟଙ୍କ ପ୍ରତି ଏକ ମାଇଲଖୁଣ୍ଟ ହୋଇ ଦେଖାଦେଲା ଶ୍ରୀରସିକାନନ୍ଦ ରେମୁଣାକୁ ନିଜର ଧର୍ମ ପ୍ରଚାରର ପ୍ରଧାନ କ୍ଷେତ୍ରକରି ଗଢ଼ି ତୋଳିଲେ ଏବଂ ସେ ସେଠାରେ ଥାଇ ଖ୍ରୀଷ୍ଟୀୟ ୧୬୭୪ ମସିହାରେ ଅନ୍ତିମ ନିଃଶ୍ବାସ ତ୍ୟାଗ କରିଥିଲେ
ଷୋଡ଼ଶ ଶତାବ୍ଦୀରେ ଓଡ଼ିଶାର ଗ୍ରାମାଞ୍ଚଳ ମାନଙ୍କରେ ‘ଭାଗବତଟୁଙ୍ଗୀ’ମାନ ପ୍ରତିଷ୍ଠା ହୋଇ ସେଠାରେ ଜଗନ୍ନାଥ ଦାସଙ୍କ ରଚିତ ଓଡ଼ିଆ ଭାଗବତ ପୁରାଣ ପାଠ ହେଲା ଏବଂ ଶ୍ରୀଚୈତନ୍ୟଦେବଙ୍କ ଦ୍ବାରା ପ୍ରବର୍ତ୍ତିତ ନାମସଂକୀର୍ତ୍ତନ ଚାରିଆଡ଼େ ପ୍ରତିଧ୍ବନିତ ହେଲା ତାଙ୍କଦ୍ବାରା ପ୍ରବର୍ତ୍ତିତ ବୈଷ୍ଣବ ମତବାଦକୁ ପ୍ରଚାରିତ କରିବାପାଇଁ ରେମୁଣାସ୍ଥିତ ଶ୍ରୀଗୋପୀନାଥ ପୀଠକୁ କେନ୍ଦ୍ରକରି ଶ୍ୟାମାନନ୍ଦ ଓ ରସିକାନନ୍ଦ ପ୍ରଭୃତି ଧର୍ମ ପ୍ରବର୍ତ୍ତକମାନେ ବିଭିନ୍ନ ସ୍ଥାନରେ ଗୋପୀନାଥ - କୃଷ୍ଣମୂର୍ତ୍ତି ପ୍ରତିଷ୍ଠା କରିବା ସହିତ ମଠ ଓ ମନ୍ଦିରମାନ ନିର୍ମାଣ କଲେ ପୁନଶ୍ଚ ଶ୍ୟାମାନନ୍ଦ ଓ ରସିକାନନ୍ଦଙ୍କ ପରି ଧର୍ମଯାଜକଙ୍କ ନାମକୁ ନେଇ ବିଭିନ୍ନ ସ୍ଥାନରେ କୃଷ୍ଣମୂର୍ତ୍ତି ପ୍ରତିଷ୍ଠା ହେବା ସହିତ ଗ୍ରାମ ଗୁଡ଼ିକ ମଧ୍ୟ ସୃଷ୍ଟି ହେଲା ସେ ସମୟରେ ରସିକାନନ୍ଦଙ୍କ ପ୍ରେରଣାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅନ୍ତର୍ଗତ ବାଉଁଶଡ଼ିହ ଗ୍ରାମରେ ମଦନମୋହନଜୀୟୁ ନାମରେ କୃଷ୍ଣଗୋପୀନାଥ ମୂର୍ତ୍ତି ପ୍ରତିଷ୍ଠା ସହିତ ବିଶାଳ ମନ୍ଦିର ନିର୍ମାଣ ହେଲା ତାଙ୍କ ଉଦ୍ୟମରେ ପ୍ରତିବର୍ଷ ଦୋଳପୂର୍ଣ୍ଣିମା ଅବସରରେ ବହୁ ସଂକୀର୍ତ୍ତନ ମଣ୍ଡଳୀଙ୍କ ଉପସ୍ଥିତିରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସହାୟତାରେ ବାଉଁଶଡ଼ିହରୁ ରେମୁଣା ପର୍ଯ୍ୟନ୍ତ ନଗର ପରିକ୍ରମା କାର୍ଯ୍ୟ ସୂଚାରୁ ରୂପେ ପରିଚାଳିତ ହେଉଥିଲା ରେମୁଣାର ଶ୍ରୀଗୋପୀନାଥଙ୍କୁ କେନ୍ଦ୍ରକରି ବିଭିନ୍ନ ସ୍ଥାନରେ ସଂକୀର୍ତ୍ତନ ଓ ମହୋତ୍ସବମାନ ଅନୁଷ୍ଠିତ ହେଉଥିଲା ଏହା ଦ୍ବାରା ଗୋପୀନାଥଙ୍କୁ ଗୋପୀନାଥଙ୍କୁ କେନ୍ଦ୍ରକରି ରେମୁଣା ପ୍ରତିଟି ମଣିଷର ହୃଦୟରେ ସ୍ଥାନ ପାଇବାରୁ ଲୋକମାନଙ୍କ ମଧ୍ୟରେ ଭାବାବେଗ ଦେଖା ଦେଲା ଏହାଦ୍ବାରା ଲୋକମାନଙ୍କର ଭକ୍ତିଭାବ ବୃଦ୍ଧିପାଇଲା ପୁନଶ୍ଚ ଏଥିପାଇଁ ରେମୁଣାକୁ କେନ୍ଦ୍ରକରି ଭାତୃତ୍ବର ସେତୁ ସୃଷ୍ଟି ହେଲା ଏହି ଭକ୍ତିଧାରା ପ୍ରବର୍ତ୍ତିତ ହେବା ଫଳରେ ଗ୍ରାମାଞ୍ଚଳର ଲୋକମାନେ ଶ୍ରୀଗୋପୀନାଥଙ୍କ ପାଖରେ ଭୋଗ ଲାଗିବା ପାଇଁ ବାଡ଼ିରେ ଫଳିଥିବା ବୋଇତାଳୁ ପାଚିଯିବାପରେ ସେଥିରେ ଶ୍ରୀଗୋପୀନାଥଙ୍କ ନାମ ଲେଖି ରେମୁଣାକୁ ପଠାଉଥିଲେ ଏହା ମଧ୍ୟ ଏକ ଅଭିନବ ପନ୍ଥାରେ ଯାଇ ଦେବତାଙ୍କ ପାଖରେ ପହଞ୍ଚୁଥିଲା ଗୋଟିଏ ବୋଇତାଳୁ ଦେହରେ ଦେବତାଙ୍କ ନାମ ଲେଖି ଗୋଟିଏ ଶିକାରେ ରଖି ତାକୁ ଅନ୍ୟଗ୍ରାମର ଲୋକଙ୍କୁ ଦେଇଦେଲେ ସେ ବ୍ୟକ୍ତି ଆଉ ଗୋଟିଏ ଗ୍ରାମର ଲୋକକୁ ଶିକାଯୁକ୍ତ ବୋଇତାଳୁ ଦେଇ ଦେଉଥିଲା ଏମିତି ଏମିତି ହୋଇ ରେମୁଣା ପର୍ଯ୍ୟନ୍ତ ସମ୍ପର୍କର ସେତୁ ବୃଦ୍ଧି ପାଉଥିଲା ଏବଂ ବୋଇତାଳୁ ଯଥା ସମୟରେ ଯାଇ ଦେବତାଙ୍କ ପାଖରେ ପହଞ୍ଚି ଯାଉଥିଲା ଏହାଦ୍ବାରା ଲୋକମାନଙ୍କର ଭକ୍ତିଭରା ସମ୍ପର୍କ ବୃଦ୍ଧି ଘଟିବା ସହିତ ରେମୁଣା ଅନାବିଳ ପ୍ରେମର ତୀର୍ଥସ୍ଥାନ ହୋଇ ଦେଖାଦେଲା
ସେତେବେଳେ ରେମୁଣା ଯେ କେବଳ ବୈଷ୍ଣବ ଧର୍ମର ପବିତ୍ର କ୍ଷେତ୍ର ହୋଇ ରହିଲା, ତା ନୁହେଁ ଏଥିସହ ସେଠାରେ ଗଢ଼ି ଉଠିଲା ବହୁ ସାଂସ୍କୃତିକ ଅନୁଷ୍ଠାନ ଏଠାରେ ଅଥର୍ବ ବେଦୀୟ ତଥା ଯଜ୍ଜୁର୍ବେଦୀୟ ବ୍ରାହ୍ମଣ ଶାସନ ସହିତ ଅଥର୍ବବେଦତାପିନୀ, ଶ୍ରୀକୃଷ୍ଣ ତାପିନୀ ଓ ବୃନ୍ଦାବନ ତାପିନୀ ନାମକ ସାହିତ୍ୟ କେନ୍ଦ୍ର ମାନ ମୁଣ୍ଡ ଟେକି ଉଠିବା ସହିତ ଶିକ୍ଷାନୁଷ୍ଠାନମାନ ଗଢ଼ି ଉଠିଲା ଶିକ୍ଷାଦାନ ନିମନ୍ତେ ଉପାଧ୍ୟାୟ (ଶିକ୍ଷକ), ପୁରାଣ ପଣ୍ଡା ବା ପୁରାଣପାଠକ ନିଯୁକ୍ତ ହେଉଥିଲେ ଗଙ୍ଗବଂଶୀୟ ରାଜା ନରସିଂହ ଦେବ ଦ୍ବିତୀୟ ଅଧ୍ୟାପନା ନିମନ୍ତେ ବହୁ ବ୍ରାହ୍ମଣ ନିଯୁକ୍ତ କରିବା [୧୧] ସହିତ ପୁରାଣ, କାବ୍ୟ, ଛାନ୍ଦ ଓ ବ୍ୟାକରଣ ଆଦିର ଆଲୋଚନା ନିମନ୍ତେ ଅଧ୍ୟାପନା କେନ୍ଦ୍ରମାନ ନିର୍ମାଣ କରିଥିଲେ ମନ୍ଦିରରେ ଦର୍ଶନ ଓ ବ୍ୟାକରଣ ଅଧ୍ୟାପନା ନିମନ୍ତେ ବିଦ୍ବାନ ପଣ୍ଡିତ ମାନଙ୍କୁ ମଧ୍ୟ ନିଯୁକ୍ତ କରିଥିବାର ଜଣାପଡ଼େ ସେ ଏହି ଦର୍ଶନଶାସ୍ତ୍ର ଓ ବ୍ୟାକରଣ ଅଧ୍ୟାପନା ନିମନ୍ତେ ବଂଶୋଦା ଗ୍ରାମରେ [୧୨] କିଛି ଜମିଦାନ କରିଥିବା ବିଷୟ ତାଙ୍କର ଦାନ ଅଭିଲେଖରୁ ଜଣାପଡ଼େ ଦେବତାଙ୍କ ମନ୍ଦିର ପରିଚାଳନା [୧୩] କରିବା ପାଇଁ କର୍ମଚାରୀମାନେ ନିଯୁକ୍ତି ପାଉଥିଲେ ମଠ ଗୁଡ଼ିକ ଧର୍ମ ପ୍ରଚାର, ଧର୍ମ ଶିକ୍ଷା ଓ ପୌରହିତ୍ୟର ପ୍ରଧାନକେନ୍ଦ୍ର ଥିଲା ମଠାଧିପତିମାନେ ଭାରତୀ ଓ ତୀର୍ଥ ଉପାଧି ବ୍ୟବହାର କରୁଥିଲେ ଦେବତାଙ୍କ ମନ୍ଦିର ରାଜା, ବୈଷ୍ଣବଗୁରୁ, ରାଜ କର୍ମଚାରୀ ଓ ସେବାୟତ ମାନଙ୍କର ଏକ ସମ୍ମିଳିତ ସମିତି ମାଧ୍ୟମରେ ପରିଚାଳିତ ହେଉଥିବାର ଜଣାପଡ଼େ ମନ୍ଦିର ପରିଚାଳନା ପାଇଁ ମନ୍ଦିର ପରୀକ୍ଷା, ଭୋଗ ଆଦିର ତତ୍ତ୍ବାବଧାନ ପାଇଁ ଭୋଗ ପରୀକ୍ଷା ରହୁଥିଲେ ଗଜପତି ପୁରୁଷୋତ୍ତମ ଦେବଙ୍କ ପୃଷ୍ଠପୋଷକତାରେ ଶିକ୍ଷାର ପ୍ରସାର ଘଟିଥିଲା ଦେଖିବାକୁ ଗଲେ ଗଙ୍ଗ ରାଜତ୍ବକାଳରୁ ଓଡ଼ିଶାରେ ଓଡ଼ିଆ ସାହିତ୍ୟର ବିକାଶ ହୋଇଥିଲା [୧୪]
ରେମୁଣାରେ ଶ୍ରୀଗୋପୀନାଥଙ୍କ ପାଖରେ କ୍ଷୀର ଭୋଗ ଲଗାଇବା ପାଇଁ ଗଙ୍ଗବଂଶୀୟ ରାଜା ନରସିଂହ ଦେବ ଦ୍ବିତୀୟ ପ୍ରତ୍ୟହ ଏକ ମହଣ ବତିଶି ସେର କ୍ଷୀର ଲାଗିବାର ବ୍ୟବସ୍ଥା କରାଇଥିଲେ [୧୫] ଏଥି ନିମନ୍ତେ ରେମୁଣାରେ ସାତଶହ ବାବନ(୭୫୨) ଘର ଗଉଡ଼ ପରିବାରକୁ ଆଣି ବସତି ସ୍ଥାପନ କରାଇଥିଲେ [୧୬] ଗୋପୀନାଥଙ୍କ ଜମିଜମା କଟକ, ପୁରୀ, ବ୍ରହ୍ମପୁର, ବାଲେଶ୍ବର ଓ ମେଦିନିପୁର ଆଦି ସ୍ଥାନରେ ରହିଥିବା ବେଳେ ରେମୁଣା ନିକଟସ୍ଥ ରୁଦ୍ରପୁର ଗ୍ରାମରେ ବ୍ରାହ୍ମଣ ଶାସନ ରହିଥିଲା ପୂର୍ବରୁ ରହି ଆସିଥିବା ବ୍ରାହ୍ମଣଶାସନରେ ବ୍ରାହ୍ମଣଙ୍କ ସଂଖ୍ୟା ବର୍ତ୍ତମାନ ନଥିବା ବେଳେ ଗୌଡ଼ମାନଙ୍କର ପରିବାର ମଧ୍ୟ ସୀମିତ ଅଛି
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା [୧୭] ନାମକ ସ୍ଥାନରେ ଶ୍ରୀଧରସ୍ବାମୀ ନୃସିଂହାଶ୍ରମ ପ୍ରତିଷ୍ଠା କରି ନିଜେ ନୃସିଂହ ମନ୍ତ୍ରରେ ଦୀକ୍ଷିତ ହୋଇଥିଲେ ଏହି ସପ୍ତଶଯ୍ୟା ମଧ୍ୟ ପ୍ରସିଦ୍ଧା ଶୈବପୀଠ କପିଳାସ ପରି ଏକ ପବିତ୍ର ତୀର୍ଥସ୍ଥାନ ସେଠାରେ ଅନ୍ୟାନ୍ୟ ଗୋସ୍ବାମୀ ମାନଙ୍କର ସମାଧି ସ୍ଥାନ ପାଇଥିବା ବେଳେ ଶ୍ରୀଧର ସ୍ବାମୀଙ୍କ ସମାଧି ଅଦ୍ୟପି ରହିଅଛି ସେହି ସପ୍ତଶଯ୍ୟା ଅନୁକରଣରେ ରେମୁଣାଠାରେ ବୈଷ୍ଣବ ଗୋସ୍ବାମୀମାନଙ୍କର ମଠ, ଆଶ୍ରମ ଆଦି ସ୍ଥାପନ ହୋଇ ଭାରତର ପବିତ୍ର ବୈଷ୍ଣବପୀଠ ବୃନ୍ଦାବନ ଧାମର ସ୍ବରୂପ ଗୁପ୍ତ ବୃନ୍ଦାବନ ନାମ ନେଇ ମୁଣ୍ଡଟେକି ଦଣ୍ଡାୟମାନ ହୋଇଥିଲା ଆଉ ସେହି ବୃନ୍ଦାବନ ଧାମ ପାର୍ଶ୍ବସ୍ଥ ପ୍ରବାହିତ ଯମୁନା ନଦୀ ସଦୃଶ୍ୟ ରେମୁଣାରେ ଯେଉଁ ନଦୀ ସ୍ରୋତଟି ପରିକଳ୍ପିତ ହୋଇ ଦେଖା ହୋଇଥିଲା, ତାହା କାଳକ୍ରମେ ସପ୍ତଶରା ନଦୀ ହୋଇ ଦେଖାଦେଲା ବୋଲି ‘ଭକ୍ତି ତରଙ୍ଗ’ ନାମକ ଏକ ଗ୍ରନ୍ଥର ପଞ୍ଚମ ଅଧ୍ୟାୟରେ ବର୍ଣ୍ଣିତ ତଥ୍ୟାନୁସାରେ ଜଣାପଡ଼େ ଅତୀତରେ ଏହି ସପ୍ତଶରା ନଦୀ କୂଳରେ ବୈଷ୍ଣବ ପଣ୍ଡିତ ତଥା ଭକ୍ତମାନେ ଅବସ୍ଥାନ କରୁଥିଲେ ସତେ ଯେପରି ଏହା ସେହି ବୃନ୍ଦାବନ ଧାମ ସେତେବେଳେ ଏଠାରେ ବହୁ ଶ୍ରଦ୍ଧାଳୁ ବୈଷ୍ଣବ ସାଧକ ଏକନିଷ୍ଠ ଚିତ୍ତରେ ଭଗବାନ କୃଷ୍ଣଙ୍କର ସାନିଧ୍ୟ ଟିକିଏ ପାଇବା ପାଇଁ ଜୀବନ ଅତିବାହିତ କରୁଥିଲେ
ସେହିପରି ରେମୁଣାରେ ଥିବା ବ୍ରଜପୁଷ୍କରିଣୀ ପାର୍ଶ୍ବରେ ଥିବା କୂଟ ପୁଷ୍କରିଣୀ ତୁଠରେ ଅଧୁନା ଅଷ୍ଟଦଶଭୂଜା ଦେବୀ ଦୂର୍ଗାଙ୍କ ମୂର୍ତ୍ତି ସହିତ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ପ୍ରତିମୂର୍ତ୍ତି ଭିନ୍ନ ଭିନ୍ନ ମନ୍ଦିରରେ ରହି ପୂଜା ପାଇ ଆସୁଛନ୍ତି ସମ୍ଭବତଃ ଏହା ଢେଙ୍କାନାଳସ୍ଥିତ ସପ୍ତଶଯ୍ୟା ପାହାଡ଼ ପାଦଦେଶରେ ନୃସିଂହନାଥଙ୍କ ସହିତ ଦେବୀ ପାର୍ବତୀ ଗୋଟିଏ ମନ୍ଦିରରେ ଥାଇ ଆରାଧିତ ହେବାପରି ଏଠାରେ ମଧ୍ୟ ଅତୀତରେ ଏକ କୁଟି ଆଶ୍ରମ ଥିଲା ସେହି କୁଟି ଆଶ୍ରମ ପାଖରେ ଥିବା ପୁଷ୍କରିଣୀଟି କୂଟ ପୁଷ୍କରିଣୀ ହୋଇ ଦେଖା ଦେଇଥିବାର ଅନୁମିତ ହୁଏ ସେହିପରି ଆଧୁନିକ ଭଦ୍ରଖ ଜିଲ୍ଲାର ପାଳିଆ ଗ୍ରାମରେ [୧୮] ଥିବା ବିରଞ୍ଚିନାରାୟଣ ମନ୍ଦିର ବେଢ଼ାରେ ଥିବା ଏକ ଅସ୍ଥାୟୀ କୁଡ଼ିଆ ଚାଳଘରେ ଦଶଭୂଜା ମହିଷାମର୍ଦ୍ଦନୀ ଦୂର୍ଗା ଓ ଚତୁର୍ଭୂଜ ବିଶିଷ୍ଟ କୃଷ୍ଣମୂର୍ତ୍ତି ରହି ଆରାଧିତ ହେଉଛନ୍ତି ଆଜିକୁ ପ୍ରାୟ କୋଡ଼ିଏ ବର୍ଷ ତଳେ ରେମୁଣାରେ ମଧ୍ୟ ଏକ ଟିଣ ଛପରର କୁଡ଼ିଆ ଘରେ ଅଷ୍ଟଦଶଭୂଜା ଦେବୀ ଦୂର୍ଗାଙ୍କ ସହିତ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ରହି ପୂଜା ପାଉଥିବାର ଏ ଲେଖକ ମଧ୍ୟ ଦେଖିଛି ସମ୍ଭବତଃ କୌଣସି ଏକ ସମୟରେ ଦେବୀ ଦୂର୍ଗାଙ୍କ ସହିତ ବିଷ୍ଣୁମୂର୍ତ୍ତି ଗୋଟିଏ କୋଠରୀରେ ରଖି ପୂଜା କରିବାର ପରମ୍ପରା ସୃଷ୍ଟି ହୋଇଥିଲା ତେବେ ଏହା ସପ୍ତଶଯ୍ୟା ଆଶ୍ରମ ଅନୁକରଣରେ ନୃସିଂହ ମନ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ହୋଇଥିବା ସମ୍ଭବ
ପୁନଶ୍ଚ ସୋମବଂଶୀୟ ରାଜତ୍ବ କାଳରେ ଶୈବଧର୍ମର ପ୍ରସାରପାଇଁ ଏଠାରେ ସାରା ଓଡ଼ିଶାରେ ଶୈବଧର୍ମ ପ୍ରବଳ ବାତ୍ୟା ପ୍ରବାହିତ ହେଉଥିବା ବେଳେ ରେମୁଣାରେ ଗର୍ଗେଶ୍ବର ମନ୍ଦିର ସହିତ ଶିବଲିଙ୍ଗ ସ୍ଥାପିତ ହୋଇଥିଲା
ଏଠାରେ ଆଉ ଗୋଟିଏ ବିଷୟ ସୂଚନା ଦିଆଯାଇପାରେ ଯେ, ରେମୁଣା ଏକଦା ରାଜଧାନୀ ରୂପେ ପରିଗଣିତ ହେଉଥିବା ପ୍ରସଂଗ ପୂର୍ବରୁ ବର୍ଣ୍ଣିତ ହୋଇ ସାରିଛି ବଙ୍ଗବଂଶୀୟ ଓ ଗଜପତି ରାଜବଂଶୀୟ ରାଜାମାନେ ରାଜ୍ୟର ଉତ୍ତର ସୀମାରେ ଥିବା ସୁବର୍ଣ୍ଣରେଖା ନଦୀ ଠାରୁ ଉତ୍ତରକୁ ଶତୃସୈନ୍ୟ ମାନଙ୍କୁ ସମ୍ମୁଖୀନ ହେବାପାଇଁ ରାଇବଣିଆଠାରେ ଏକ ସାମରିକ ଦୂର୍ଗ ଉପରେ ନିର୍ଭର କରୁଥିଲେ ତେଣୁ ତତ୍କାଳୀନ ରାଇବଣିଆ ଦୂର୍ଗର ସାମରିକ ବିଭାଗ ରେମୁଣାରୁ ପରିଚାଳିତ ହେଉଥିଲା ରେମୁଣା ପାଖରେ ହରିଚନ୍ଦନପୁର ଗଡ଼ ଓ ରାମଚନ୍ଦ୍ରପୁର ଗଡ଼ ମଧ୍ୟରେ ଥିବା ଜଣାପଡ଼େ ତେବେ ଏମିତି ଏକ ବ୍ୟାପକ ତଥା ବିଶାଳ ସଂସ୍କୃତିର ଅବକ୍ଷୟ ଘଟେ ଷୋଡ଼ଶ ଶତାବ୍ଦୀର ଅନ୍ତିମ ପର୍ଯ୍ୟାୟରେ, ଯାହାର ସ୍ବାକ୍ଷର ବହନ କରେ କୂଟ ପୁଷ୍କରିଣୀ ହୁଡ଼ାର ପଶ୍ଚିମ ତୀରରେ ଉଭା ହୋଇଥିବା ମୁସଲମାନ ଭାଇମାନଙ୍କ ଆସ୍ଥାନ ‘କଳାପାଟ ସାହୀ’ ମୁସଲମାନଙ୍କ ଆକ୍ରମଣ, ହିନ୍ଦୁ ଦେବାଦେବୀ ବିଦ୍ବେଶନୀତି ତଥା ଆଫଗାନ ସୁଲତାନ୍ ସୁଲେମାନ କରରାଣୀଙ୍କ ସେନାପତି କଳାପାହାଡ଼ ଦ୍ବାରା ଏହି ସଂସ୍କୃତି ସମ୍ପୂର୍ଣ୍ଣ ଧ୍ବଂସ ସାଧିତ ହୋଇଥିଲା ବୋଲି ଇତିହାସ ସମର୍ଥନ କରୁଥିବା ବେଳେ ମଧ୍ୟ କିମ୍ବଦନ୍ତୀ ଅଦ୍ୟବଧି ପ୍ରବାହିତ ତଥାପି ଆଜି ପୂର୍ବର ଶ୍ରୀ ହତଶ୍ରୀ ହୋଇଥିବା ବେଳେ ରେମୁଣାର ସୁଖ୍ୟାତି ଏବେ ବି ଲୋକଙ୍କ ହୃଦୟରୁ ଲିଭି ଯାଇନାହିଁ ମାତ୍ର ଏମିତି ଯେ କେବେ ଏକ ସମୟ ନ ଆସିବ, ପୁଣି ତାର ଖ୍ୟାତି ଚତୁର୍ଦିଗକୁ ବିକଶିତ ନ ହେବ ସେ କଥା ଆଜି କୁହାଯାଇ ପାରିବ ନାହିଁ
ପାଦଟୀକା
୧. ଗୋଲକଚନ୍ଦ୍ର ମହାପାତ୍ର, ଯୁଗେ ଯୁଗେ ବାଲେଶ୍ବର - ପୃଷ୍ଠା ୨୮
୨. ଶିବ ପ୍ରସାଦ ଦାଶ, ଅତୀତରେ ଓଡ଼ିଶା - ପୃଷ୍ଠା - ୧୦୭
୩. ଡଃ ଯଜ୍ଞ କୁମାର ସାହୁ, ଓଡ଼ିଶାର ଇତିହାସ - ପ୍ରଥମ - ପୃଷ୍ଠା ୯୪
୪. ଡଃ ଯଜ୍ଞ କୁମାର ସାହୁ, ଓଡ଼ିଶାର ଇତିହାସ - ପ୍ରଥମ - ପୃଷ୍ଠା ୯୭
୫. ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶାରେ କୃଷ୍ଣ ଉପାସନା - ପୃଷ୍ଠା - ୪୨
୬. E.I., Vol. VI. PP - 260
ଡଃ ସତ୍ୟନାରାୟଣ ରାଜଗୁରୁ, ଓଡ଼ିଶାର ସାଂସ୍କୃତିକ ଇତିହାସ - ଚତୁର୍ଥ - ପୃଷ୍ଠା - ୦୬
୭. ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶାରେ କୃଷ୍ଣ ଉପାସନା - ପୃଷ୍ଠା - ୧୪୮
୮. ଜନ୍ ବିମ୍ସ, Beams and Odisha - PP 140-142
Orissa Historical Research Journal, Vol - II, 384 - PP-37
୯. ରବୀନ୍ଦ୍ରନାଥ ସାମଲ, ଉତ୍କଳ ପୃଷ୍ଠଭୂମିରେ ବାଲେଶ୍ବର ଇତିହାସ - ପୃଷ୍ଠା - ୧୬୬
୧୦. ପଣ୍ଡିତ କିଶୋରୀ ମୋହନ, ଗୁପ୍ତ ବୃନ୍ଦାବନ ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥଧାମ - ପୃଷ୍ଠା - ୫୦
୧୧. ଡଃ ସତ୍ୟନାରାୟଣ ରାଜଗୁରୁ, ଓଡ଼ିଶାର ସାଂସ୍କୃତିକ ଇତିହାସ - ଚତୁର୍ଥ - ପୃଷ୍ଠା - ୧୧୭
୧୨. ଡଃ ସତ୍ୟନାରାୟଣ ରାଜଗୁରୁ, ଓଡ଼ିଶାର ସାଂସ୍କୃତିକ ଇତିହାସ - ଚତୁର୍ଥ - ପୃଷ୍ଠା - ୧୧୭
୧୩. ଡଃ ସତ୍ୟନାରାୟଣ ରାଜଗୁରୁ, ଓଡ଼ିଶାର ସାଂସ୍କୃତିକ ଇତିହାସ - ଚତୁର୍ଥ - ପୃଷ୍ଠା - ୧୫୮
୧୪. ଡଃ ସତ୍ୟନାରାୟଣ ରାଜଗୁରୁ, ଓଡ଼ିଶାର ସାଂସ୍କୃତିକ ଇତିହାସ - ଚତୁର୍ଥ - ପୃଷ୍ଠା - ୧୨୯
୧୫. ପଣ୍ଡିତ ସୁନ୍ଦରାନନ୍ଦ ବିଦ୍ୟାଭୂଷଣ, ଶ୍ରୀକ୍ଷେତ୍ର - ପୃଷ୍ଠା - ୩୭୨
୧୬. ପଣ୍ଡିତ ସୁନ୍ଦରାନନ୍ଦ ବିଦ୍ୟାଭୂଷଣ, ଶ୍ରୀକ୍ଷେତ୍ର - ପୃଷ୍ଠା - ୩୭୨
୧୭. ପଣ୍ଡିତ କିଶୋରୀ ମୋହନ, ଗୁପ୍ତ ବୃନ୍ଦାବନ ଶ୍ରୀ ଶ୍ରୀ କ୍ଷୀରଚୋରା ଗୋପୀନାଥଧାମ - ପୃଷ୍ଠା - ୧୧୩
୧୮. ଡଃ ବୃନ୍ଦାବନ ଚନ୍ଦ୍ର ଆଚାର୍ଯ୍ୟ, ଓଡ଼ିଶାରେ କୃଷ୍ଣ ଉପାସନା - ପୃଷ୍ଠା - ୧୪୮
ଗୋପୀନାଥପୁର, ଦେହୁର୍ଦ୍ଦା, ବାଲେଶ୍ବର, ୭୫୬୦୩୬, ଓଡ଼ିଶା
ଭ୍ରାମ୍ୟଭାଷ : ୯୭୭୭୧୨୦୪୦୨
ଭିନ୍ନ ଭିନ୍ନ କଥାବସ୍ତୁ ତଥା ଗବେଷଣାତ୍ମକ ଆଲେଖ୍ୟ ସହିତ, ଶିଶୁ ସାହିତ୍ୟ, ଭାରତୀୟ ମୁକ୍ତି ସଂଗ୍ରାମ, ଆତ୍ମକାହାଣୀ ଇତ୍ୟାଦି ଲେଖକଙ୍କର ବାରଗୋଟି ପୁସ୍ତକ ପ୍ରକାଶିତ ହୋଇଛି ବୃତ୍ତିରେ ଶିକ୍ଷକ ଓ ସମାଜସେବୀ ଶ୍ରୀ ସାମଲ ଭିନ୍ନ ଭିନ୍ନ ସମୟରେ ସାମ୍ବାଦିକତା, ସମ୍ପାଦକ ଆଦି ପଦବୀରେ ଅଧିଶିକ୍ତ ହୋଇ ନିଜ ଦାୟିତ୍ବ ସୁଚାରୂ ରୂପେ ବହନ କରିଛନ୍ତି
Go Back to Previous Page
ଚାକର
ରୁଦ୍ରମାଧବ ସାହୁ
Read Article
ଶିକ୍ଷାର ଲକ୍ଷ୍ୟ
ସୁଧାଂଶୁ ଶେଖର ମିଶ୍ର
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ