ହାତରେ ଗୋଟେ ଭଙ୍ଗା ଝୁଡ଼ି ଧରି ଆଗେଇ ଚାଲିଛି ମଙ୍ଗୁ। କିଛି ବାଟ ଗଲା ପରେ ଦେଖିଲା ସାହୁ ଘର କଣ ଗୋଟେ କାମ ଚାଲିଛି, କେତେ ଲୋକ ଲାଗିଛନ୍ତି। କିଛି ପାଚେରୀ ତିଆରି ଚାଲିଛି ବୋଧେ। ସେ କାଳ ବିଳମ୍ବ ନକରି ସାହୁବାବୁଙ୍କୁ ଯାଇ କହିଲା, “ବାବୁ କିଛି କାମ ଅଛି କି? ମୁଁ କରନ୍ତି।” ସାହୁ ବାବୁ କହିଲେ, "ନାଁ ଆଉ ଲୋକ କଣ ହେବ ପାଞ୍ଚ ଜଣ ତ ଲାଗିଛନ୍ତି।" ମଙ୍ଗୁ କହିଲା, "ବାବୁ କେତେ ଆଡୁ ଫେରିକି ଆସିଲିଣି ଆଉ ଅପଣ ମନା କରନ୍ତୁନି। ଯାହା କହିବେ ମୁଁ କରିବି। " ସାହୁ ବାବୁ ମଙ୍ଗୁର ମୁହଁଟାକୁ ଚାହିଁଲେ। ମୁହଁରେ ଭୋକ ଓ ଅଭାବ ଅନଟନର ପ୍ରତିଛବି। କହିଲେ, " ହଉ ତୁ ସେ ଘର ପଛପଟେ ଯେଉଁ ଗଛ ଗୁଡା ଅଛି ତାକୁ ଟିକେ ବାଗେଇ ଦେ। " କହି ଘର ଭିତରକୁ ଚାଲିଗଲେ ସାହୁ ବାବୁ।
ବାଡିପଟ ଗଛ କାମରେ ବ୍ୟସ୍ତଥାଏ ମଙ୍ଗୁ। ଗଛର ଶୁଖିଲା ଓ ଭାଙ୍ଗି ଯାଇଥିବା ଡାଳ କାଟିବା, ଗଛ ମୂଳରୁ ଘାସ ବାଛି ସଫାକରିବା ଇତ୍ୟାଦି କାମ କରୁଥାଏ ମଙ୍ଗୁ। କାମ କରିବା ସମୟରେ କିଛି ରାମାୟଣ ଗୀତ ମନେ ମନେ ବୋଲୁଥାଏ। ହଁ ବୋଲିବନି କେମିତି ଆଗକୁ ପରା ଗାଁ ରେ ରାମଲୀଳା ପିଲାଦିନୁ ମଙ୍ଗୁ ରାମଲୀଳାରେ ଅଭିନୟ କରେ। ଛୋଟ ଥିଲା ବେଳେ ପିଲା ଲକ୍ଷ୍ମଣ ହେଉଥିଲା। ଆଉ ଏବେ ସୁଗ୍ରୀବ, ଜାମ୍ବବ ଯାହା ମିଳେ ସେ କରିନିଏ ବହୁତ ଭକ୍ତି ଓ ଶ୍ରଦ୍ଧାରେ। ବହୁତ ଆନନ୍ଦ ଦିଏ ରାମଲୀଳା। ଏଇ ରାମଲୀଳା ପାଇଁ କେତେ ରାତି ଅନିଦ୍ରା ହେଇଛି , ସେକଥା ସେ ହିଁ ଜାଣେ । ସମୟ ହେଲାଣି ଅନ୍ୟ ଲୋକ ମାନେ କାମ ବନ୍ଦ କରି ଧୁଆଧୋଇ ହେଉଥାନ୍ତି । ମଙ୍ଗୁ ବି ଉଠିଲା ଛୋଟ ଛୋଟ ଫୁଲ ଗଛରେ ପାଣି ଦେଇ ନିଜେ ଧୁଆଧୋଇ ହେଲା । ମଙ୍ଗୁ ଯିବାକୁ ବାହାରିଲା । ସାହୁବାବୁଙ୍କୁ ଦେଖାହୋଇ କହିଲା ," ମୁଁ ସବୁ ଗଛ ସଜାଡି ଦେଇଛି ଆଉ ଦିଇଟା ଗଛ ରହିଗଲା ପାଣି ବି ଦେଇ ଦେଇଛି । " ମଙ୍ଗୁ କଥା ଶୁଣି ସାରି ସାହୁବାବୁ କହିଲେ ," ହଉ କେତେ ଟଙ୍କା ଦେବି କହ ? " ମଙ୍ଗୁ ଧୀର ସ୍ୱରରେ କହିଲା ,"ଦେବେ ଯାହା ଦେବେ ମୁଁ ଆଉ କହିବି କଣ । " ଦୁଇଶହ ଟଙ୍କା ବଢ଼େଇ ଦେଲେ ସାହୁ ବାବୁ । ସାହୁ ବାବୁଙ୍କଠୁ ଦୁଇଶହ ଟଙ୍କା ନେଇ ଫେରିଲା ମଙ୍ଗୁ ।
ମଙ୍ଗୁର ସ୍ତ୍ରୀ ବାସନ୍ତୀ । ସବୁ ଦୁଃଖକୁ ସୁରୁଖୁରୁରେ ଚଳେଇ ନେ ସେ । ମଙ୍ଗୁ ଓ ବାସନ୍ତୀଙ୍କ ଗୋଟେ ପୁଅ ପ୍ରଶାନ୍ତ । ଗାଁ କଲେଜରେ ପଢେ । ଭଲ ପାଠ ବି ପଢେ । ତାକୁ ଭଲ ଅଫିସର କରିବା ପାଇଁ ବାପାମାଆଙ୍କ ଆଶା । ପ୍ରଶାନ୍ତ ର ସାଙ୍ଗମାନେ ସବୁ କଥା ହେଉଛନ୍ତି କି , ଅମିର ଖାନର ସିନେମା ପଡିଛି ଆମ ଗାଁ ହଲରେ ।ସବୁ ସାଙ୍ଗ ମାନେ ଏକାଠି ହୋଇ ସେ ସିନେମା ଦେଖିବାକୁ ଯିବେ । ପ୍ରଶାନ୍ତ ବୋଉକୁ କହିଛି ସିନେମା ଯିବି ଟଙ୍କା ଦେବାପାଇଁ । ବୋଉ କୋଡିଏ ଟଙ୍କା ଦେଇଛି । "ବୋଉ ମୁଁ ସିନେମା ଯିବି ପରା ? ଏତିକି ଟଙ୍କାରେ କଣ ହେବ ? " ପ୍ରଶାନ୍ତ ଅଭିଯୋଗ କରି କହିଲା । " ଟିକେଟ କେତେ ଦାମ ଜାଣିଛୁ ନା ? ଆଉ ସାଙ୍ଗମାନେ ଥିବେ ଆଉ ମୁଁ ଏତେ କମ ଟଙ୍କା ଧରି କେମିତି ଯିବି କହିଲୁ ? ମୋର ମାନ ସମ୍ମାନ ବୋଲି କିଛି ଅଛି ନା ନାହିଁ ?" ଖାଇବା ଟେବୁଲ ରେ ବଡିଥିବା ବେଳେ ବୋଉ ଯାହା ଦେଇଥିଲେ ସେତକ ନେଇ ନିରବ ହୋଇଗଲା ପରେ ପୁଣି କହିଲା , " ବୋଉ ମୋର ଟାଇମ ହେଲାଣି ଟଙ୍କା ଦେ । " ରୋଷେଇ ଘରୁ ବୋଉ କହିଲେ ," ମୋ ପାଖେ କିଛି ନାହିଁ , ତୁ ବାପାଙ୍କୁ ମାଗି ନେଇଯା ।"
ପ୍ରଶାନ୍ତ ବିରକ୍ତ ହୋଇ ଗର ଗର ହୋଇ ହେଉଥିଲା ବେଳେ ଘର ଭିତରକୁ ପଶି ଆସୁଥିବା ବାପାଙ୍କ ପ୍ରତିଧ୍ବନି ଶୁଣି ନିରବ ହୋଇଗଲା । କିଛି ସମୟ ଚୁପ ରହିଲା ପରେ ବାପାଙ୍କୁ ଯାଇ କହିଲା, " ବାପା ମୋ ସାଙ୍ଗ ମାନେ ସିନେମା ଯାଉଛନ୍ତି । ମୁଁ ବି ଯିବି ବୋଉ କୁ ଟଙ୍କା ମାଗିଲି , ସେ ମୋତେ କୋଡିଏ ଟଙ୍କା ଦେଲା । କୋଡିଏ ଟଙ୍କାରେ କଣ ହେବ କି ..........?" ମୋ କଥା ନସରୁଣୁ ବାପା ମୋତେ ପକେଟରୁ ଶହେ ଟଙ୍କା ବଢ଼େଇ ଦେଲେ । ଆଉ ମୋତେ କହିଲେ , " ସିନେମା କେମିତି ଲାଗିଲା ମୋତେ କହିବୁ । ଜଲଦି ଘରକୁ ଫେରିଆସିବୁ ହେଲା ଯା । " ବାପାଙ୍କଠୁ ଟଙ୍କା ପାଇଁ ମୁଁ ବହୁତ ଖୁସି ହେଲି ଓ ଚାଲିଲି। ମୋ ବାପା ହେଉଛନ୍ତି ଦୁନିଆର ସବୁଠୁ ଭଲ ବାପା କାହିଁକିନା ମୁଁ ଯେତେବେଳେ ତାଙ୍କ ମାଗେ ସେ ମୋତେ ନ ପଚାରି ଟଙ୍କା ବଢ଼େଇ ଦିଅନ୍ତି । ମୁଁ ଜଣେ ସେ କେତେ କଷ୍ଟରେ ଟଙ୍କା ରୋଜଗାର କରନ୍ତି । ଆଜି ବି ସେ ମୋତେ ନ ପଚାରି ଟଙ୍କା ବଢ଼େଇ ଦେଲେ । ସେମୋତେ ବହୁତ ଭଲ ପାଆନ୍ତି । ସେଦିନ ମୁଁ ସିନେମା ଦେଖିବା ପାଇଁ ବାହାରିଗଲି । ସିନେମା ଦେଖି ସେଦିନ ମୁଁ ଫେରିଆସିଲି ଘରକୁ । ଘରକୁ ଆସିଲା ପରେ ବୋଉ କହିଲା କି ," ସିନେମା ଦେଖା ସରିଲା ? " ମୁଁ କିଛି ନକହି ଘରକୁ ଚାଲି ଯାଇଥିଲି । ଏମିତିରେ ମୁଁ ଗାଁ କଲେଜରେ +୨ ପାସ କଲି । ଭଲ ପଢ଼ୁଥିଲି ସେଥିପାଇଁ ପାଷ୍ଟ ଡିଭିଜନ ବି ହେଲା । ମୋ ସାଙ୍ଗ ମାନେ କିଏ କଣ ପଢ଼ିବା ପାଇଁ ବାହାରକୁ ପଳେଇଗଲେ । କିନ୍ତୁ ମୁଁ ଯାଇପାରିଲି ନାହିଁ । ବାପାଙ୍କୁ କହି ଗାଁଠୁ ଟିକେ ଦୂରରେ ଥିବା କଲେଜରେ +୩ ପଢ଼ିଲି । ବହୁତ କଷ୍ଟରେ ବାପା ମୋତେ ପଢ଼ଉଥିଲେ । ମୁଁ ଯେତେବେଳେ ଯାହା ମାଗେ ସେ ମୋତେ ଦିଅନ୍ତି । ଧୀରେ ଧୀରେ ମୁଁ ଜାଣିଲି ବାପା କେମିତି ରୋଜଗାର କରନ୍ତି ଆଉ କେତେ କରନ୍ତି ସେଥିପାଇଁ ମୁଁ ମଧ୍ୟ ରୋଜଗାର ଆରମ୍ଭକଲି ଛୋଟ ଛୋଟ ଟ୍ୟୁସନ କଲି । କିଛି ଟଙ୍କା ମଧ୍ୟ ରୋଜଗାର କଲି । +୩ ସରିଲା ବେଳକୁ ମୁଁ ଗୋଟେ ଭଲ ଟ୍ୟୁସନ ମାଷ୍ଟରର ଆଖ୍ୟା ପାଇସାରିଥିଲି । କଣ କରିବି ଭାବିଲି । ସରକାରଙ୍କ ଚାକିରି କୁ ଆଶା କରି ବସିଲି । କିଛି ବର୍ଷ ବିତିଯାଇଥିଲେ ମଧ୍ୟ କିଛି ହେଲା ନାହିଁ । କାହିଁକିନା ଆମ ଦେଶରେ ବେକାର ଯୁବକ ଓ ଯୁବତୀଙ୍କ ସଂଖ୍ୟା ଏତେ ଯେ ଗୋଟେ ପୋଷ୍ଟ ବାହାରିଲେ କେତେ ପିଲା ଆସନ୍ତି ।
ଦିନେ ମୁଁ ଟ୍ରେନ ରେ ଭୁବନେଶ୍ବର ଯାଉଥାଏ । ମୋ ପାଖରେ ବସିଥିବା ଜଣେ ଲୋକ (ତିରିରୁ ଚାଳିଶ ବର୍ଷ ହେବ ) ମୋତେ ପ୍ରଶ୍ନ କଲେ ," କଣ କରୁଛ ପୁଅ ? " ମୁଁ ଏ ପ୍ରଶ୍ନରେ ନିରୁତ୍ତର ହୋଇଗଲି । କହିଲି , " କିଛି ନାଇଁ , ଗାଁରେ କିଛି ପିଲାଙ୍କୁ ପଢାଏ । " ଟ୍ରେନ ସହ ତାଳ ଦେଇ ଆମ କଥା ବି ଆଗେଇ ଗଲା । ଶେଷରେ ସେ କହିଲେ , " ଭୁବନେଶ୍ବର ରେ ମୋର ଗୋଟେ ସ୍କୁଲ ଅଛି । ତୁମେ ସେଠିକି ଆସ । " କହି ତାଙ୍କ ଭିଜିଟିଙ୍ଗ କାର୍ଡ ମୋ ହାତକୁ ବଢେଇଦେଲେ । ମୁଁ ବହୁତ ଖୁସି ହେଇଯାଇଥିଲି । କାରଣ ମୋତେ କେହିଜଣେ ବ୍ୟକ୍ତି ମୋ କଥା ଶୁଣି ତାଙ୍କ ସ୍କୁଲକୁ ଡାକିଥିଲେ । କିଛି ଦିନ ପରେ ମୁଁ ଭୁବନେଶ୍ବର ବାହାରିଲି । ବାପା କହିଲେ , " ଦେହ ର ଯତ୍ନ ନେବୁ । ଠିକ ସମୟରେ ଖାଇବୁ । " ବାପା ମାଙ୍କୁ ପ୍ରଣାମ କରି ମୁଁ ଭୁବନେଶ୍ବର ଆସିଲି । ସେ ସ୍କୁଲଟି ଇଂଗ୍ଲୀସ୍ ମିଡ଼ିୟମ ଥିଲା । ସେଠି ମୁଁ ପିଲାଙ୍କୁ ପଢେଇବାକୁ ଲାଗିଲି । ଯାହାକିଛି ପଇସା ମିଳେ ମୋ ଖର୍ଚ୍ଚ ରଖି ବାକି ଘରକୁ ପଠେଇ ଦିଏ । ଏହାରି ଭିତରେ କେତେ ବର୍ଷ ମଧ୍ୟ ବିତିଗଲାଣି । ଦିନେ ଅପରାହ୍ନରେ ରାୟବାବୁ ( ଟ୍ରେନରେ ଦେଖା ହୋଇଥିବା ବ୍ୟକ୍ତି ) ମୋତେ କହିଲେ , " ପ୍ରଶାନ୍ତ ଦେଖ ଆମ ସ୍କୁଲ କେତେ ବଡ ହେଲାଣି । ଆଗ ଅପେକ୍ଷା ପିଲା ମଧ୍ୟ ବଢ଼ିଛନ୍ତି । ଭଲ ସ୍କୁଲ ମାନଙ୍କ ଭିତରେ ଆମ ସ୍କୁଲ ମଧ୍ୟ ସାମିଲ । ମୁଁ ଭାବିଛି ଆମେ ରାଉରକେଲା ରେ ମଧ୍ୟ ଆଉ ଗୋଟେ ସ୍କୁଲ ଖୋଲିବା । ଆଉ ତାର ସମ୍ପୂର୍ଣ୍ଣ ଦାୟିତ୍ୱ ତୁମର । କଣ କହୁଛ ? " ମୁଁ କଣ କହିବି ଭାବିପାରୁ ନଥାଏ । ସେ ମୋ ଆଗରୁ ଚାଲିଯାଇଥିଲେ । ମୁଁ ମନେ ମନେ ଭାବୁଥିଲି ସେ କାହିଁକି ଏତେ ବଡ଼ ପଦବୀ ମୋତେ ଦେବାକୁ ଭାବିଲେ । ତାଙ୍କ ସ୍କୁଲ ରେ ଆହୁରି କେତେ ଲୋକ ଅଛନ୍ତି ହେଲେ ସେ ମୋତେ ..... ? ଏ ପ୍ରଶ୍ନ କୁ ମୁଁ ଦିନେ ରାୟବାବୁଙ୍କ ଆଗରେ ରଖିଲିବ। ରାୟସାର ମୋତେ କହିଲେ ," ଦେଖ ତୁମେ ମୋର ସାନ ଭାଇ ଭଳିଆ ହେବ । ମୁଁ ତମକୁ ବହୁତ ଭଲରେ ଚିହ୍ନେ ।ତମ ଉପରେ ମୋର ପୁରା ବିଶ୍ୱାସ ଅଛି । ତୁମେ ହିଁ ଏ ଦାୟିତ୍ୱ କୁ ଠିକରେ ତୁଲେଇ ପାରିବ । " ମୁଁ ନିଜର ପ୍ରଶଂସା ଶୁଣି ମନେ ମନେ ଗର୍ବ ଅନୁଭବ କରୁଥିଲି ।
କିଛି ଦିନ ପରେ ଛୁଟି ନେଇ ଗାଁକୁ ଆସିଲି । ଗାଁ ମଧ୍ୟ ଆଗ ଅପେକ୍ଷା ବଦଳି ଗଲାଣି । ଗାଁ ଏବେ ଏଲିଡ଼ି ଲାଇଟ ରେ ସଜିତ। ମୋଦିଙ୍କ ସ୍ବଛ ଭାରତ ଅଭିଯାନ ପରେ ଆମ ଗାଁ ଆଗ ଅପେକ୍ଷା ସ୍ବଛ । ରାଉରକେଲା ଯିବା କଥା ଶୁଣି ବାପା କହିଲେ , " ତୁ ତ ଭୁବନେଶ୍ୱର ରେ ଥିଲୁ ଭଲ ରେ ଥିଲୁ । ଯାହା ଟଙ୍କା ଆସୁଥିଲା ଆମେ ଭଲରେ ଚଲିଯାଉଥିଲେ । ଭୁବନେଶ୍ବର ରହିଲୁ ଯେ ଘରକୁ ଆସୁନଥିଲୁ । ଆଉ ରାଉରକେଲା ଯିବୁ ଯେ ତୁ ତ ଆଉ ଆସିବୁନି ? " ମୁଁ କହିଲି ," ନାଇଁ ବାପା ମୁଁ ଆସିବି । " ଭୁବନେଶ୍ବର ରେ ମିଳୁନଥିବା ଶୁଖୁଆ ଭଜା ଓ ବାସି ପଖାଳ ବୋଉ ବାଢି ଥୋଇ ଦେଇଥିଲା । ମୁଁ ତାକୁ ବହୁତ ଖୁସିରେ ଖାଇଥିଲି । କାରଣ ସେ ଥିଲା ମୋର ପ୍ରିୟ ଖାଦ୍ୟ । ଦୁଇଦିନ ରହି ଫେରିଲି ଭୁବନେଶ୍ବର । ଏଥର ହୋଲିରେ ରାଉରକେଲା ରେ ଉଦଘାଟନ ହେବ ସ୍କୁଲ । ରାୟ ବାବୁ ମୁଁ ସମସ୍ତେ ରାଉରକେଲା ଗଲୁ । କିଛି ମାନ୍ୟ ଗଣ୍ୟ ଲୋକଙ୍କ ହାତରେ ଉଦଘାଟିତ ହେଲା ସ୍କୁଲ । ରାୟ ବାବୁ ମୋତେ ସେ ସ୍କୁଲ୍ ରେ ପ୍ରିନିସିପାଲ ଦାୟିତ୍ୱ । କେତେ ଟେନସନ ନେବାକୁ ପଡୁଥିଲା । ଧୀରେ ଧୀରେ ଗାଁରେ ଥିବା ଚାଳ ଘର ଛାତ ହେଲା । ବହୁତ ଦାୟିତ୍ୱ ଥିବା ହେତୁ ମୁଁ ଆଉ ଘରକୁ ଯାଇପାରୁନଥିଲି । ଏ ଭିତରେ ଦୁଇ ତିନିବର୍ଷ ହେଇଗଲାଣି । ଆଜି ବାପା ଆସୁଛନ୍ତି ବୋଲି ବୋଉ କହିଲା । ମୁଁ ବହୁତ ଖୁସି ହୋଇଯାଇଥିଲି । ମୁଁ ମୋର ଚ୍ୟମ୍ବର ରେ ଥାଏ । ବାପା ଆସିଥିଲେ । ବାପାଙ୍କୁ ପ୍ରଣାମ କରି ବହୁତ କଥା ହେଲି । ବୋଉ କେମିତି ଅଛି , ଗାଁ ରେ ସମସ୍ତେ କେମିତି ଅଛନ୍ତି ଏମିତି ବହୁତ କଥା । ଶେଷରେ ବାପା ମୋ ପାଖକୁ ଆସି ମୋ ମୁଣ୍ଡରେ ହାତ ରଖି କହିଲେ , " ବାପାରେ ମୁଁ ଏତେ ପାଠ ପଢି ନଥିଲି । ଯାହା ହେଉ ତୁ ଏତେ ବଡ଼ ଆସନରେ ବସିଲୁ ସେଥିପାଇଁ ମୁଁ ବହୁତ ଖୁସି । ଦୁନିଆରେ କେବେହେଲେ କାହାକୁ ଅପମାନ ଆଉ କଷ୍ଟ ଦେବୁନି । କାହାରି ସହିତ ଝଗଡା ବି କରିବୁନି । ଆଉ ................." ବାପାଙ୍କ କଥା ନସରୁଣୁ ମୁଁ କହିଲି ," ବାପା ମୁଁ ବଡ ହେଇଗଲିଣି । " ଏଇ ପଦ କଥା ଯେମିତି ବାପାଙ୍କୁ ଆଘାତ ଦେଇଥିଲା । ସେ ଯିବା ପାଇଁ ପ୍ରସ୍ତୁତ ହେଉଥିଲେ । ସାଙ୍ଗରେ ଆଣିଥିବା ଚୁଡା ଭଜା ମୋତେ ଦେଇ ବାହାରି ଗଲେ । ବାହାରୁ ବାହାରୁ କବାଟ ପାଖେ ଠିଆ ହୋଇ ମୋତେ ପୁଣି ପ୍ରଶ୍ନ କଲେ ," ପ୍ରଶାନ୍ତ ତୁ କଣ ସତରେ ବଡ଼ ହୋଇ ଗଲୁଣି ?" ମୁଁ ସଂଗେ ସଂଗେ କହିଥିଲି ,"ନା ।" କାହିଁକି କେଜାଣି ବାପାଙ୍କ ଆଗଉ ଥିବା ପାଦ ରହିଯାଥିଲା । ଆଉ ସେ ପୁଣି କହିଲେ ," ତୁ ତ ଏବେ କହିଲୁ ତୁ ବଡ଼ ହେଇଗଲୁଣି । ଏତେ ବଡ଼ ଚାକିରୀ କରିଛୁ । ହେଲେ ....................... । " ମୁଁ ଚେୟାର ରୁ ଉଠିଯାଇ ବାପାଙ୍କ ଆଡ଼େ ଯାଇ କହିଥିଲି ," ବାପା ମୁଁ ସେତେବେଳେ ବଡ ଥିଲି , ଯେତେବେଳେ ତୁମ ହାତ ମୋ ମୁଣ୍ଡରେ ଥିଲା । ଆଉ ଯେ ପର୍ଯ୍ୟନ୍ତ ଗୋଟେ ବାପାଙ୍କର ହାତ ତା ସନ୍ତାନ ମୁଣ୍ଡରେ ଥାଏ , ସେ ପୁଅ ଏଠି କାହିଁକି ସାରା ଦୁନିଆ ରେ ବଡ଼ । " ବାପାଙ୍କ ଆଖି ଛଲଛଳ ହେଇଯାଇଥିଲା । ବାପା ଯାଉ ଯାଉ କହିଲେ , " ଦେହର ଯତ୍ନ ନେବୁ ଆଉ ଠିକ ଟାଇମ ରେ ଖାଇବୁ । ଏ ଦଶହରା ଛୁଟିରେ ଘରକୁ ଆସିବୁ । " ବାପାଙ୍କ ଆଖିକୁ ଦେଖି ମୋ ଆଖି ମଧ୍ୟ ଛଳଛଳ ହେଇଯାଇଥିଲା ।
ରତନପୁର ଶାସନ , କୁହୁଡ଼ି , ଖୋର୍ଦ୍ଧା , ଓଡିଶା (୭୫୨୦୨୭)
ଇମେଲ - rkdash1996@gmail. Com , ମୋ - ୮୯୦୮୮୫୯୭୯୭
Go Back to Previous Page
ପିତୃତ୍ବ
ଅରବିନ୍ଦ ଆଚାର୍ଯ୍ୟ
Read Article
କୌତୁହଳ
ଶୁଭକାନ୍ତ ସାହୁ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ